)
1.Mohan Majhi: ଓଡ଼ିଶାର ଶିଳ୍ପ ଇତିହାସରେ ଯୋଡ଼ିହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ରାଜ୍ୟରେ ୩ ଜିଲ୍ଲାକୁ ଛାଡ଼ି ୨୭ ଜିଲ୍ଲାରେ ଶିଳ୍ପ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ।‘ଆମ ସରକାର ଆଜି ୧୬ଟି ସେକ୍ଟରରେ ବିଭିନ୍ନ ଶିଳ୍ପର ଶିଳାନ୍ୟାସ କଲେ, ଟାର୍ଗେଟ୍ର ବହୁତ ନିକଟତର ଆମେ ହୋଇପାରିଛୁ, ଆମ ସରକାରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ପୂରଣ କରିବାକୁ ଲାଗିଛୁ। ମାତ୍ର ୧୬୫ ଦିନରେ ୮୪ ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ୍ କରି ସାରିଛୁ, ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ କରାଯାଇଛି’।
2.Cuttack: କଟକ ସହରରେ ଅଳିଆ ଉଠୁନଥିବା ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା। ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସକୁ ଏନେଇ CMC ଅବଗତ କରିଛି। 'ବାଙ୍କୀ ଚକ୍ରଧରପୁରରେ ଅଳିଆ ପକାଇବାକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଅଳିଆ ଆବର୍ଜନା ପକାଇବାକୁ ବନ୍ଦ କରିପାରିବେ ନାହିଁ। ଆବଶ୍ୟକ ହେଲେ ୧୬୩ BNS ଲାଗୁ କରାଯାଇ ଅଳିଆ ପକାଯିବ। ୪ ଦିନ ହେଲାଣି କଟକ ସହରରୁ ଅଳିଆ ଉଠୁ ନ ଥିବାରୁ ଲୋକେ ହନ୍ତସନ୍ତ'।
3.Subhadra Yojana: ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍। ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଣିକି ହିତାଧିକାରୀ ଅଭିଯୋଗ କଲେ ବିଭାଗ ଉତ୍ତର ରଖିପାରିବ। ପୂର୍ବରୁ ପୋର୍ଟାଲ ଥିଲା, କେବଳ ଅଭିଯୋଗ ଆସୁଥିଲା, ଉତ୍ତର ମିଳୁ ନଥିଲ। ସୁଭଦ୍ରା ଯୋଜନାରୁ କାହିଁକି ବାଦ ପଡିଲେ ଜଣାଇ ଦିଆଯିବ। ସେମାନେ କଣ କଲେ ସାମିଲ ହୋଇପାରିବେ ଜଣାଇ ଦିଆଯିବ। ୨ ଲକ୍ଷ ୮୫ ହଜାର ବାଦ ପଡ଼ିଛନ୍ତି, ସମାଧାନର ରାସ୍ତା ବାହାରିବ।
4.Habisyali: ଅକ୍ଟୋବର ୭ରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ବ୍ରତ। ପୂର୍ବ ବର୍ଷ ଗୁଡିକ ପରି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ହବିଷ୍ୟାଳି ରହିବାର ବ୍ୟବସ୍ଥା କରାଯାଉଛି । ହବିଷ୍ୟାଳିମାନେ ରହିବା ପାଇଁ ସେପ୍ଟେମ୍ୱର ୧୯ରୁ ପଞ୍ଜିକରଣ ବ୍ୟବସ୍ଥା କରାଯାଇଛି। ପୁରୀରେ ରହି ହବିଷ୍ୟ ବ୍ରତ କରିବାକୁ ଚାହୁଁଥିବା ବ୍ରତଧାରୀ ମାନଙ୍କ ପାଇଁ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି । ୧୯ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇ ଧାର୍ଯ୍ୟ ଲକ୍ଷ ପୂରଣ ପର୍ଯ୍ୟନ୍ତ ଜାରି ରହିବ । ପ୍ରାୟ ଅଢ଼େଇ ହଜାରରୁ ଅଧିକ ହବିଷ୍ୟାଳିଙ୍କ ପାଇଁ ଏଥର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ଏଥର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯିବ।
5.Sanatan Sethy: ପ୍ରଖର ରାଷ୍ଟ୍ରପ୍ରେମୀ ଓ ଗୋସେବକ ତଥା ସୋସିଆଲ୍ ମିଡିଆର ଆଗଧାଡିର ଚେହେରା ସନାତନ ସେଠିଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ସନାତନ ସେଠିଙ୍କ ଅକାଳ ବିୟୋଗକୁ ଏତେ ସହଜରେ କେହି ବିଶ୍ୱାସ କରିପାରୁନାହାନ୍ତି। ଗୋହତ୍ୟା ଏବଂ ଗୋସଂରକ୍ଷଣ ବିଲ 2024 ପାରିତ ଲାଗି ହେଉଥିବା ବିଶାଳ ପଦଯାତ୍ରା ଶ୍ରୀକ୍ଷେତ୍ର ସୁରଭି ମହାସମାବେଶରେ ସନାତନଙ୍କ ଶରୀର ହଠାତ୍ ଅସୁସ୍ଥ ହେଇପଡ଼ିଥିଲେ। ପୁରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ପରେ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ହିଁ ସନାତନଙ୍କ ମୃତ୍ୟୁ ହୋଇଛି ।
6.Morning School: ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲରେ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ। ‘ଏକ୍ ପେଡ୍ ମା’କେ ନାମ’ ପର କାର୍ଯ୍ୟକ୍ରମରେ ଚାରାରୋପଣ ହେବ। ଏହି ଦିନ ସ୍କୁଲ ସକାଳ ୭ଟାରୁ ଅପରାହ୍ନ ସାଢ଼େ ୧ଟା ଯାଏ ଖୋଲାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।
7.Weather Report: Panipaga Report: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏ ନେଇ ମଙ୍ଗଳବାର ସେପ୍ଟେମ୍ବର ୧୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
8.BJD: ରାଜ୍ୟରେ ସାର ସମସ୍ୟାକୁ ନେଇ ବିଜେଡିର ବିକ୍ଷୋଭ। ରାଜଭବନ ଘେରଉ କରୁଛି ବିଜେଡି । ବିଜେଡି କର୍ମୀ ଓ ପୋଲସି ମୁହାଁମୁହିଁ । ବ୍ୟାରିକେଡ ଡେଇଁବାକୁ ବିଜେଡି କର୍ମୀଙ୍କ ଉଦ୍ୟମ। ବିଜେପି ସରକାର ଉପରେ ଜଣେ ଜଣେ ପରେ ସମସ୍ତ ବିଜେଡି ନେତା ବର୍ଷିଛନ୍ତି। ଏ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସାର ପହଞ୍ଚି ପାରି ନଥିବା ନେଇ ଅଭିଯୋଗ କରିଛନ୍ତି। ସାର ଯୋଗାଣକୁ ବ୍ୟବସ୍ଥିତ ଓ କଳାବଜାରୀ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।
9.WAQF: -ଓ୍ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି। କିଛି ଧାରା ଉପରେ ରୋକ୍ ଲଗାଇଲେ ସର୍ବୋଚ୍ଚ କୋର୍ଟ। ୫ ବର୍ଷ ଜରୁରୀ ଥିବା ପ୍ରାବଧାନ ଉପରେ ଲାଗିଲା କଟକଣା। ଓ୍ୱାକଫ୍ ଆଇନର ଅନୁଚ୍ଛେଦ ୩୭୪ ଉପରେ ଲାଗିଲା ରୋକ୍। ରାଜସ୍ୱ ରେକର୍ଡ ସମ୍ୱଦ୍ଧୀୟ ଧାରାରେ ଲାଗିଲା କଟକଣା।
10.IND vs PAK: ଏସିଆ କପ୍ ୨୦୨୫ରେ ଭାରତୀୟ କ୍ରିକେଟ୍ ଟିମ୍ ପାକିସ୍ତାନକୁ ଲଜ୍ଜାଜନକ ଭାବେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୭ ୱିକେଟରେ ମ୍ୟାଚ୍ ଜିତିଛି। ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଅଧିନାୟକ ସଲମାନ ଅଲ୍ଲି ଆଗା ଭାରତୀୟ ଦଳକୁ କଡ଼ା ମୁକାବିଲା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏଥିରେ ସେ ବିଫଳ ହୋଇଛନ୍ତି। ସେ ପୁଣି ଥରେ ପାକିସ୍ତାନୀ ଫ୍ୟାନ୍ସଙ୍କୁଙ୍କୁ ନିରାଶ କରିଥିବା ଦେଖିବାକୁ ମିଳିଛି। ଏବେ ପାକିସ୍ତାନୀ ଟିମ୍ ଉପରେ ତାଙ୍କ ଫ୍ୟାନ୍ସଙ୍କ ଆକ୍ରୋଶ ତାଙ୍କର ବିଭିନ୍ନ ଇଣ୍ଟରଭ୍ୟୁ ଏବଂ ସୋସିଆଲ ମିଡିଆ ଜରିଆରେ ବାହାରକୁ ଆସିବାରେ ଲାଗିଛି। ସେ ଭାରତୀୟ ଦଳକୁ ବହୁତ ପ୍ରଶଂସା କରୁଛନ୍ତି, ସେହି ସମୟରେ ତାଙ୍କ ନିଜ ଖେଳାଳିଙ୍କୁ ମଧ୍ୟ ଗାଳି ଦେଉଛନ୍ତି।