)
1-Cm Nuapada Visit: ଆଗକୁ ଆସୁଛି ନୂଆପଡା ଉପ-ନିର୍ବାଚନ। ଏନେଇ ଆସନ୍ତା ୧୬ ତାରିଖରେ ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବେଳେ ସେ ଉପସ୍ଥିତ ରହିବେ ବୋଲି ଜଣାପଡିଛି।
2-Bihar BJP Seats Candidates List: ବିହାର ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଯେଉଁଥିରେ ୭୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏନଡିଏ ଭିତରେ ଆସନ ବଣ୍ଟନ ପୂର୍ବରୁ ଚୂଡ଼ାନ୍ତ ହୋଇସାରିଛି ଏବଂ ବିଜେପି ୧୦୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।
3-Mobile Phone Prohibited inside Srimandir: ଶ୍ରୀମନ୍ଦିରକୁ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ବାରଣ ହେବ ବୋଲି କହିଛନ୍ତି ସୁରକ୍ଷା ସବ-କମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ। କୌଣସି ପୋଲିସ କିମ୍ବା ସେବାୟତ ବି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେଇପାରିବେନି । ଶ୍ରୀମନ୍ଦିର ସୁରକ୍ଷା ନେଇ ନେଇ ଏହି ନିସ୍ପତ୍ତି ବୈଠକରେ ନିଆଯାଇଛି।
4-Wb Gang Rape Case:ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ନେଇ ଏକ ବଡ଼ ଅପଡେଟ୍ ଆସିଛି। ଏନେଇ ଜଣେ ଅଭିଯୁକ୍ତକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ୍। ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ହୋଇଛି।
5-Heavy Rain Alert: ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ ଅନୁଭବ ହେବାକୁ ଆରମ୍ଭ ହେଲାଣୀ । ହେଲେ,ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ବିଭାଗ ପକ୍ଷରୁ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା,ମାଲକାନଗିରି , କୋରାପୁଟ୍, ଗଜପତି, ନବରଙ୍ଗପୁର, କଳାହାଣ୍ତି, ନୂଆପଡା, ବଲାଙ୍ଗୀର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ,ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ପୁରୀ। ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବ।
6-Google AI Hub Investment: ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର (୧୪ ଅକ୍ଟୋବର) ଏକ ବଡ଼ ଘୋଷଣା କରି ଭାରତରେ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ହବ୍ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ପାଇଁ କମ୍ପାନୀ ୧୫ ବିଲିୟନ ଡଲାର ନିବେଶ କରିବ।
7-E-KYC: ହିତାଧିକାରୀଙ୍କ ପାଇଁ ବଡ଼ ଖବର। eKYC କରିନଥିଲେ ଆସନ୍ତା ମାସ (ନଭେମ୍ବର)ରୁ ଚାଉଳ ଯୋଗାଣ ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। କେନ୍ଦ୍ର ସରକାର, କେନ୍ଦ୍ର ସରକାର e-KYC ବନ୍ଦ କରିଛନ୍ତି, ସମୟ ବଢ଼େଇଲେ ଆମେ ବଢ଼େଇବୁ’ ବୋଲି ସେ ସୂଚନା ଦେଇଛନ୍ତି।
8-Entertainment News: କଳା ଜଗତରୁ ଆସିଲା ଦୁଃଖଦ ଖବର। ହୃଦଘାତରେ ଚାଲିଗଲେ ହାସ୍ୟ ଅଭିନେତା ରାଜୁ ତାଲିକୋଟ୍ । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ହେଲେ ତାଙ୍କର ତାଙ୍କର ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ତେବେ, ଆଜି ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳଛି। ରାଜୁଙ୍କୁ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନ ଆଗରେ ଲୋକଙ୍କ ଭିଡ଼ ବଢିବା ସହିତ ସୋସିଆଲ୍ ମିଡ଼ିଆରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।
9-Odisha CM Congratulates Team India: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜରେ ବିଜୟ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟିମ୍ ଇଣ୍ଡିଆକୁ ହୃଦୟର ସହିତ ଅଭିନନ୍ଦନ ଜଣାଇଛନ୍ତି। ଏକ ଟ୍ୱିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମାଝୀ ଦଳର ଉତ୍କୃଷ୍ଟ ପ୍ରଦର୍ଶନ, ଦୃଢ଼ତା ଏବଂ ଦୃଢ଼ ନିଷ୍ପତ୍ତିକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଦେଶକୁ ଗର୍ବିତ କରିଛି।
10-India vs West Indies 2nd Test: ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଏକ ଟେଷ୍ଟ ସିରିଜ୍ ଜିତିଛି। ଶୁବମନ ଗିଲ୍ ଇଂଲଣ୍ଡ ଗସ୍ତ ସମୟରେ ପ୍ରଥମ ଥର ପାଇଁ ଭାରତର ଟେଷ୍ଟ ଦଳର ଅଧିନାୟକ ହୋଇଥିଲେ। ତଥାପି ଭାରତ ସେହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଜିତିବାରେ ବିଫଳ ହୋଇଥିଲା ୨-୨ ରେ ଡ୍ର ରହିଥିଲା।