)
1-ବୁଧବାର ଦିନ ନରେନ୍ଦ୍ର ମୋଦି ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମାରେ ୩% ବୃଦ୍ଧିକୁ ଅନୁମୋଦନ କରିଛନ୍ତି, ଯାହା ଦୀପାବଳି ପୂର୍ବରୁ ସେମାନଙ୍କୁ ଆଉ ଏକ ଉପହାର ଦେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଘୋଷଣା କରିଛନ୍ତି ଯେ ମୋଦି କ୍ୟାବିନେଟ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଅନୁମୋଦନ କରିଛି।
2-କଟକ ରାଜାବଗିଚାରେ ପୂଜା ମଣ୍ଡପର ତାଜା ଭାଙ୍ଗି ୩ ଆହତ ଆହତ ହୋଇଛନ୍ତି। ଆହତ ୩ ଜଣଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିଲା ବେଳେ ଅଘଟଣ ଘଟିଥିବା ଜଣାପଡିଛି। ତେବେ, ଘଟଣାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି।
3-ରାଜ୍ୟ ପୁଲିସରେ ସବ୍ଇନସ୍ପେକ୍ଟର ପଦବୀରେ ନିଯୁକ୍ତି ଲାଗି ହେବାକୁ ଥିବା ପରୀକ୍ଷାରେ ଜବରଦସ୍ତ ସ୍କାମ ପଦାକୁ ଆସିଛି। ଏହି ପରୀକ୍ଷାରେ ଏବେ ପୁଲିସ ୧୧୪ ଜଣ ଟଙ୍କା ଦେଇ ପଦବୀ କିଣିବାକୁ ଯୋଜନା ରଖିଥିବା ପ୍ରାର୍ଥୀଙ୍କୁ ଗିରଫ କରିଛି। ସେମାନେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦଲାଲଙ୍କୁ ପ୍ରଶ୍ନପତ୍ର ପାଇବାକୁ ଦେଇଥିଲେ। ଏମାନଙ୍କ ସହ ୩ ଜଣ ଏଜେଣ୍ଟ ବା ଦଲାଲ ଗିରଫ ହୋଇଥିବା ପୁଲିସ କହିଛି। ହେଲେ ବାସ୍ତବରେ ବଡ଼ ଦଲାଲ ବା ରାକେଟ ମୁଖ୍ୟଙ୍କୁ ପୁଲିସ ଦୁଇଦିନ ହେଲା ଖୋଜି ପାଉନି।
4-ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ମଙ୍ଗଳବାର ଅପରାହ୍ନରେ ସୃଷ୍ଟି ହୋଇଥିବା ଏହି ଲଘୁଚାପକୁ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଲଘୁଚାପଟି ଉତ୍ତର-ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଘନୀଭୂତ ହେବ ଏବଂ ଅବପାତର ରୂପ ନେବ। ଅବପାତ ପଶ୍ଚମ କେନ୍ଦ୍ରୀୟ ଏବଂ ଏହା ସନ୍ନିକଟ ଉତ୍ତର ପଶ୍ଚିମ ବଙ୍ଗୋପସାଗରକୁ ଅକ୍ଟୋବର ୨ ତାରିଖ ସକାଳୁ ଅତିକ୍ରମ କରିବ। ସେହିପରି, ଅକ୍ଟୋବର ୩ ତାରିଖ ସକାଳୁ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଦ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ।
5-ସମସ୍ତଙ୍କ ସ୍ମାର୍ଟଫୋନ୍ ରେ କୌଣସି ଆପ୍ ଥାଉ କି ନ ଥାଉ ହେଲେ, ଓ୍ବାଟ୍ସ ଆପକୁ ଆପ ନିଶ୍ଚୟ ଥିବ। ହେଲେ ଓ୍ବାଟ୍ସ ଆପକୁ ମାତ୍ ଦେବାକୁ ଆସିଛି ଆରତ୍ତାଇ। ଯାହାକୁ ଜୋହୋ ଦ୍ବାରା ବକଶିତ କରାଯାଇଛି। ଏହି ଆପଟି ପ୍ରଥମେ ୨୦୨୧ ମସିହାରେ ଲଞ୍ଚ ହୋଇଥିଲା। କିନ୍ତୁ ଏବା ଭାରତରେ ନିର୍ମିତ ଆପ୍ ହେତୁ ଏହା ଏବେ ଅଧିକ ଲୋକପ୍ରିୟତା ହାସଲ୍ କରିଛି। ଏହି ଆପ୍ ର ବ୍ୟବହାର ବିଶେଷ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପେଲ୍ ଆପ୍ ଷ୍ଟୋରରେ ବ୍ୟବହାରକାରୀଙ୍କ ସଂଖ୍ୟା ୧୦୦ ଗୁଣାକୁ ବୃଦ୍ଧି ପାଇଛି। ଚର୍ଚ୍ଚା ହେଉଛି ଯେ,ଏହା ଓ୍ବାଟ୍ସ ଆପକୁ ନିଶ୍ଚିତ ଭାବେ ପଛରେ ପକାଇବ।
6-ଏ-ମିତିବି ଆସେ ମୃତ୍ୟୁ। ଭୟଙ୍କର ସଡ଼କ ଦୁର୍ଘଟଣାରେ ତିନି ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ପିଏନ୍ କଲେଜ ନିକଟରେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ମୃତକଙ୍କ ପରିଚୟ ମିଳିନି। ସମସ୍ତେ ସାତଶଙ୍ଖ ଅଞ୍ଚଳର ବୋଲି ଜଣାପଡିଛି।
7- ସେପଟେ, ସଡ଼କ ଦୁର୍ଘଟଣାରେ ଜଣେ RIଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ RI ଗୁରୁତର ହୋଇଛନ୍ତି। ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ମହିଧରପୁର ନିକଟରେ। ମୃତକ ହେଲେ ଅନୁଗୁଳ ପଞ୍ଚମହଲା RI ମୃତ୍ୟୁଞ୍ଜୟ ପାଣିଗ୍ରାହୀ।
8-ଆଧାର କାର୍ଡ ସହିତ ଜଡିତ ନୂଆ ନିୟମ ଆଜି ତଥା ଅକ୍ଟୋବର ୧ ତାରିଖରୁ ଲାଗୁ ହେବାକୁ ଯାଉଛି। ଯାହା ବିଷୟରେ ଭାରତୀୟମାନେ ସଚେତନ ହେବା ଉଚିତ। ବିଶେଷକରି, ୧୦ ବର୍ଷ ପୁରୁଣା ଆଧାର କାର୍ଡ ସମ୍ପର୍କରେ, ନିର୍ଦ୍ଦେଶ ଜାରି କରାଯାଇଛି ଯେ ନାଗରିକମାନେ ଯଥାଶୀଘ୍ର ସେମାନଙ୍କର ୧୦ ବର୍ଷ ପୁରୁଣା ଆଧାର କାର୍ଡ ଅପଡେଟ୍ କରନ୍ତୁ। ନଚେତ୍ ସେମାନେ ସରକାରୀ ଯୋଜନା, ବ୍ୟାଙ୍କିଂ ସେବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
9-ତାମିଲ ଅଭିନେତ୍ରୀ ଡିମ୍ପଲ ହାୟାଥିଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ଚାକରାଣୀ ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ସେ ଡିମ୍ପଲଙ୍କ ବିରୋଧରେ ନିର୍ଯାତନା, ଆକ୍ରମଣ ଏବଂ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ହାଇଦ୍ରାବାଦ ପୋଲିସ ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀ ଡେଭିଡଙ୍କ ବିରୋଧରେ ମାମଲା ରୁଜୁ କରିଛି।
10-ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମୋହସିନ୍ ନକଭି ଭାରତକୁ କ୍ଷମା ମାଗିଛନ୍ତି। ସେ ଏକ ଏସୀୟ କ୍ରିକେଟ୍ ପରିଷଦ ବୈଠକରେ କହିଛନ୍ତି ଯେ ଆମକୁ ଏବେ ଏକ ନୂତନ ଆରମ୍ଭ କରିବାକୁ ପଡିବ। ଏସିଆ କପ୍ ୨୦୨୫ ର ଫାଇନାଲ ମ୍ୟାଚ୍ ପରେ ନକଭି ତାଙ୍କ ସହିତ ଟ୍ରଫି ନେଇ ଯାଇଥିଲେ। ଯେଉଁଥିରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ନକଭି ଏପର୍ଯ୍ୟନ୍ତ ଅହଂକାରୀ ଥିଲେ, କିନ୍ତୁ ଏବେ ସେ ହାର ମାନିଛନ୍ତି। ସେ ଟ୍ରଫି ଫେରାଇବା ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।