Top 10 News Headlines: ଓଡ଼ିଶା ସରକାର IAS କ୍ୟାଡରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।
Trending Photos
)
Top 10 News Headlines 10 October 2025: 1. Odisha IAS Reshuffle: ଓଡ଼ିଶା ସରକାର IAS କ୍ୟାଡରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି। ଏହି ଅଦଳବଦଳ ଅନୁଯାୟୀ ଅନେକ ବରିଷ୍ଠ ଅଧିକାରୀଙ୍କୁ ସ୍ଥାନାନ୍ତରିତ କରି ନୂତନ ପଦବୀରେ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ଏହି ପରିବର୍ତ୍ତନଗୁଡ଼ିକ ୧୩ ଅକ୍ଟୋବର ୨୦୨୫ ଠାରୁ କାର୍ଯ୍ୟକାରୀ ହେବ।
2. Odisha Relieves 3 Senior IAS Officers: କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇଁ ଓଡ଼ିଶା ସରକାର ତିନି ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀଙ୍କୁ ରାଜ୍ୟ ଦାୟିତ୍ୱରୁ ମୁକ୍ତ କରିଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଶୁକ୍ରବାର ଏହି ବିଜ୍ଞପ୍ତି ଜାରି କରିଛି। ୧୦ ଅକ୍ଟୋବର ୨୦୨୫ ତାରିଖର ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଅବ୍ୟାହତି ପାଇଥିବା ଅଧିକାରୀମାନେ ହେଉଛନ୍ତି ଶାଳିନୀ ପଣ୍ଡିତ, ସମର୍ଥ ବର୍ମା ଓ ସ୍ୱଧା ଦେବ ସିଂ।
3. Four Odia Workers Critical: କେରଳର କନ୍ନୁରର ପୁଥିୟାଙ୍ଗାଡି ବନ୍ଦର ନିକଟରେ ଏକ ଦୁଃଖଦ ଘଟଣାରେ ଓଡ଼ିଶାର ଚାରି ଜଣ ପ୍ରବାସୀ ଶ୍ରମିକ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ଶୁକ୍ରବାର ଦିନ ସକାଳେ ଶ୍ରମିକମାନେ ନିଜ କୋଠରୀରେ ରୋଷେଇ କରୁଥିବା ସମୟରେ ଏହି ଘଟଣା ଘଟିଥିଲା।
4. Naveen Returns to Odisha from Delhi: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରିଛନ୍ତି। ଅପରାହ୍ନ ପ୍ରାୟ ୩ଟାରେ ଏକ ସ୍ଵତନ୍ତ୍ର ଚାର୍ଟର୍ଡ ବିମାନରେ ସେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲୋ। ଅନ୍ୟ ଆଗମନ ଭଳି ଏଥର କୌଣସି ତାମଝାମ ନଥିଲା। କର୍ମୀଙ୍କ ଭିଡ଼ ନଥିଲା କି ସ୍ୱାଗତ ପାଇଁ ଶୋଭାଯାତ୍ରା। ପୁଣି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ନବୀନ।
5. Odisha Vigilance: ବାଲେଶ୍ୱରର ଜଳେଶ୍ୱର ପୌରପାଳିକାର ଦୁଇଜଣ ସରକାରୀ ଅଧିକାରୀଙ୍କୁ ଜଣେ ଠିକାଦାରଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଏମ୍ଆଇଏସ୍ କୋର୍ଡିନେଟର ବ୍ରଜ ଗୋପାଳ ଘୋଷ ମହାପାତ୍ର ଏବଂ ପରିମଳ ବିଶେଷଜ୍ଞ ରତିକାନ୍ତ ପାତ୍ର ଭାବରେ ପରିଚିତ ଅଭିଯୁକ୍ତ ଅଧିକାରୀମାନଙ୍କୁ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
6. Chief Secretary Manoj Ahuja Reviews: ଜିଲ୍ଲା ଖଣିଜ ପ୍ରତିଷ୍ଠାନଗୁଡ଼ିକର ରାଜ୍ୟସ୍ତରୀୟ କମିଟିର ଏକ ବୈଠକ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଜନସେବା ଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉନ୍ନୟନ କମିଶନର ସୁରେନ୍ଦ୍ର କୁମାର, ସଚିବ ଅନୁ ଗର୍ଗ ଏବଂ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
7. Nobel Peace Prize 2025: ଶୁକ୍ରବାର ଦିନ ନରୱେର ଓସ୍ଲୋରେ ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଏବଂ ପ୍ରସିଦ୍ଧ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱପ୍ନକୁ ଧୂଳିସାତ କରିଦେଇଛି। ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରାଯାଇଛି।
8. Bihar NDA Seat Sharing: ଶନିବାର ସନ୍ଧ୍ୟାରେ ବିହାର ଏନଡିଏର ଆସନ ବଣ୍ଟନକୁ ନେଇ ଘୋଷଣା କରାଯିବ। ବିଜେପିର ବିହାର ସଭାପତି ଦିଲୀପ ଜୟସୱାଲ ଶୁକ୍ରବାର ଦିନ କହିଛନ୍ତି ଯେ ଆସନ ବଣ୍ଟନ ପ୍ରାୟ ସ୍ଥିର ହୋଇସାରିଛି ଏବଂ ଏହା ଆସନ୍ତାକାଲି ଦିଲ୍ଲୀ କିମ୍ବା ପାଟନାରେ ଘୋଷଣା କରାଯିବ।
9. Odisha Weather update: ଭୁବନେଶ୍ୱରରେ ଥିବା ଭାରତୀୟ ପାଣିପାଗ ବିଭାଗ (IMD) ପାଣିପାଗ କେନ୍ଦ୍ର ଓଡ଼ିଶାରେ ଏକ ସପ୍ତାହ ପାଇଁ ଅସ୍ଥିର ପାଗ ରହିବ ବୋଲି ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।
10. IND vs WI 2nd Test Day 1: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଶୁକ୍ରବାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଦୁଇଟି ୱିକେଟ୍ ହରାଇ ୩୧୮ ରନ୍ କରିଛି। ଦିନର ଖେଳ ଶେଷ ହେବା ବେଳକୁ ଯଶସ୍ୱୀ ଜୟସ୍ୱାଲ ୧୭୩ ଏବଂ ଅଧିନାୟକ ଶୁବମନ ଗିଲ୍ ୨୦ ରନ୍ କରି ଅପରାଜିତ ଅଛନ୍ତି।