)
1-Delhi Red Fort Car Blast: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କଡ଼ା ଚେତାବନୀ ଦେଇଛନ୍ତି। ଭୁଟାନର ଥିମ୍ପୁରେ ଭାଷଣ ଦେଇ ସେ କହିଛନ୍ତି, "ଏହା ପଛରେ ଥିବା ଅପରାଧୀଙ୍କୁ ଛଡ଼ାଯିବ ନାହିଁ। ଦାୟୀ ସମସ୍ତଙ୍କୁ ନ୍ୟାୟଳୟରେ କାଠଗଡ଼ାକୁ ଅଣାଯିବ।" ରାଜା ଜିଗ୍ମେ ସିଙ୍ଗେ ୱାଙ୍ଗଚୁକ୍ଙ୍କ ୭୦ତମ ଜନ୍ମଦିନ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ପଡ଼ୋଶୀ ଦେଶକୁ ଦୁଇ ଦିନିଆ ଗସ୍ତରେ ଆଜି ଥିମ୍ପୁରେ ପହଞ୍ଚିଛନ୍ତି।
2-Delhi's Red Fort Blast: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣର ଠିକ୍ ପୂର୍ବରୁ ଫରିଦାବାଦରେ ୨୯୦୦ କିଲୋଗ୍ରାମରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଏହି ଅପରେସନ ମୁଜାମ୍ମିଲ ନାମକ ଜଣେ ବ୍ୟକ୍ତିଙ୍କ ସୂଚନା ଆଧାରରେ କରାଯାଇଥିଲା। ଯାହାକୁ ପୂର୍ବରୁ ଗିରଫ କରାଯାଇଥିଲା। ମୁଜାମ୍ମିଲଙ୍କ ନିକଟରୁ ଏକ ସ୍ୱିଫ୍ଟ କାର ମଧ୍ୟ ଉଦ୍ଧାର କରାଯାଇଛି। ଯାହା ଶାହିନ ନାମକ ଜଣେ ମହିଳା ଡାକ୍ତରଙ୍କ ନାମରେ ପଞ୍ଜୀକୃତ ଥିଲା। ପୋଲିସ ଏବେ ଡାକ୍ତର ଶାହିନଙ୍କୁ ଗିରଫ କରିଛି।
3-BhubaneswarAirportSecurity: ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ ଦେଶରେ ହାଇଆଲର୍ଟ ଜାରି ହୋଇଛି। ଏହି କ୍ରମରେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷକରି,ଆରାଇଭାଲ ଓ ଡିପାର୍ର ପାଖରେ ଚେକିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି।
୩ ଦିନ ଯାଏଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି DGCA ନିର୍ଦ୍ଦେଶ ଦେଇଛନ୍ତି।
4-Islamabad Court Blast: ପାକିସ୍ତାନର ରାଜଧାନୀ ଇସଲାମାବାଦର ଏକ କୋର୍ଟ ସମ୍ମୁଖରେ ଏକ ଆତ୍ମଘାତୀ ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୧ ଜଣ ଆହତ ହୋଇଛନ୍ତି। କୋର୍ଟ ବାହାରେ ପାର୍କିଂ ହୋଇଥିବା ଏକ କାରରେ ବିସ୍ଫୋରଣ ଘଟିଛି। ଯେଉଁଥିରେ ଅଧିକାଂଶ ଓକିଲ ଏବଂ ଆବେଦନକାରୀ ଆହତ ହୋଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରୁଛି।
5-Nuapada Bypoll:ନୂଆପଡ଼ା ଉପ ନିର୍ବାଚନ ନେଇ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ସୁରୁଖୁରୁରେ ଚାଲିଛି ଭୋଟିଂ। ଦିନ ୧ଟା ସୁଦ୍ଧା ନୂଆପଡ଼ାରେ ୫୧.୪୨% ଭୋଟିଂ ହୋଇଥିବା ସୂଚନା ମିଳିଥିବା ବେଳେ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍ ଦେଇପାରିବେ ଲୋକେ। ଆସନ୍ତୁ ୧୪ରେ ଭୋଟ୍ ଗଣତି ହେବା ସହ ଫଳ ପ୍ରକାଶ ପାଇବ।
6-Nuapada Bypoll Update:ନୂଆପଡ଼ା ଉପନିର୍ବାଚନ ନେଇ ଆସିଛି ଆଉ ଏକ ଅପଡେଟ୍। ଆଉ ଜଣେ ପ୍ରିଜାଇଡିଂ ଅଫିସର୍ ସସ୍ପେଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ସିନାପାଲ୍ଲୀ ୪୬ ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁ ସସ୍ପେଣ୍ଡ୍ ହୋଇଛନ୍ତି। ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡିଛି।
7-Odisha News: ଅଲ-କଏଦା ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତଥିବା ଅଭିଯୋଗରେ ଗିରଫ ହୋଇଥିବା ଅବଦୁଲ୍ ରେହେମାନର ଜାମିନ୍ ଆବେଦନ ଖାରଜ୍ ହୋଇଛି। ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ସୂଚନା ଯୋଗ୍ୟ ଯେ, ୨୦୧୫, ଡିସେମ୍ବରରୁ କଟକ-ସାଲେପୁର ପଶ୍ଚିମକଶ୍ଚ ଛକରୁ କମିଶନରେଟ୍ ପୋଲିସ୍ ସହାୟତାରେ ଅବଦୁଲ୍ କୁ ଦିଲ୍ଲୀ ପୋଲିସ୍ ଗିରଫ କରିଥିଲା।
8-Berahampur Sp: ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ଓଡ଼ିଶା ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଓକିଲ ତଥା ବିଜେପି କର୍ମୀ ପୀତବାସ ପଣ୍ଡାଙ୍କ ହତ୍ୟା ସହିତ ଜଡିତ ବିବାଦୀୟ ମନ୍ତବ୍ୟ ପାଇଁ ସେ ଏହି କ୍ଷମା ପ୍ରାର୍ଥନା କରିଥିଲେ।
9- Ramdev Baba: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦକୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। କୋର୍ଟ ତିନି ଦିନ ମଧ୍ୟରେ ପତଞ୍ଜଳି ଚ୍ୟବନପ୍ରାଶ ବିଜ୍ଞାପନର ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ଅନ୍ୟ ସମସ୍ତ ଚ୍ୟବନପ୍ରାଶ ବ୍ରାଣ୍ଡକୁ 'ଧୋଖା' କୁହାଯାଇଛି। ଜଷ୍ଟିସ୍ ତେଜସ୍ କାରିଆ ଡାବର ଇଣ୍ଡିଆ ଲିମିଟେଡ୍ ବନାମ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଏବଂ ଅନ୍ୟମାନଙ୍କ ମାମଲାର ଶୁଣାଣି କରି ମଙ୍ଗଳବାର ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ, ଶୀର୍ଷ (OTT) ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ପ୍ରସାରକମାନଙ୍କୁ ତିନି ଦିନ ମଧ୍ୟରେ ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
10-Dharmendra Deol: ଧର୍ମେନ୍ଦ୍ରଙ୍କ ପରଲୋକ ଖବର ଆଜି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ସେପଟେ, ଏହାକୁ ଗୁଜବ କହିବା ସହ ଖଣ୍ଡନ କରିଛନ୍ତି ଝିଅ ଇଶା ଦେଓଲ। ସେ ନିଜ ସୋସିଆଲ୍ ମିଡିଆ ଆକାଇଣ୍ଟରେ ଲେଖିଛନ୍ତି ଯେ, ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସହ ଧୀରେ ଧୀରେ ସୁସ୍ଥ ହେଉଥିବା ସେ ଜଣାଇଛନ୍ତି।