)
12 November Top 10 News Headlines: 1. Srimandir To Suspend Darshan For 4 Hours: ଆସନ୍ତା କାଲି ଗୁରୁବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନରେ କଟକଣା ରହିବ। ବନକଲାଗି ନୀତି ଯୋଗୁ ସନ୍ଧ୍ୟା ବେଳେ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
2. Odisha Amends Settlement Rules: ଜମି କିଣାବିକା ଓ ମାଲିକାନା କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ବନ୍ଦୋବସ୍ତ ଆଇନରେ ସଂଶୋଧନ କରି ତହସିଲଦାରଙ୍କୁ ବ୍ୟାପକ କ୍ଷମତା ଦେଇଛନ୍ତି। ଏହାଦ୍ୱାରା ତହସିଲଦାର ଜମି କ୍ରେତାଙ୍କୁ ମିଲାକାନା ଦେବେ। ଏଥିଲାଗି ବନ୍ଦୋବସ୍ତ ଅଧିକାରୀଙ୍କ ପାଖକୁ ଯିବାର କିଛି ଆବଶ୍ୟକତା ନାହିଁ।
3. Cuttack Baliyatra: କଟକର ଐତିହ୍ୟ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ଏକ ପ୍ରେସ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚୀତ କରିଛି। ଏଥିରେ କୁହାଯାଇଛି, ‘ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ୱାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତା କାଲି ୧୩ ତାରିଖ ଦିନ ଉଦ୍ଯାପିତ ହେବ।
4. CM Mohan Majhi on Barabati T20i: ବାରବାଟିରେ ମ୍ୟାଚ୍ ଆୟୋଜନ ନେଇ ତତ୍ପର ହୋଇଛି ପ୍ରଶାସନ। ଉଭୟ ପୁଲିସ ଏବଂ କ୍ରୀଡ଼ା ପ୍ରଶାସନକୁ ଚାବି ମୋଡ଼ି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବଥର ପରି ଏଥର ଯେମିତି ବାରବାଟି କୌଣସି କଳଙ୍କରେ କଳଙ୍କିତ ନ ହେବ ସେଥିଲାଗି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଅଧିକାରୀ ଓ ପୁଲିସ ପ୍ରଶାସନ ସହ ଓସିଏ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି।
5. Aparajita Sarangi To Head PJC: ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିତ ସଂସଦୀୟ କମିଟିର ଅଧ୍ୟକ୍ଷା ନିଯୁକ୍ତ କରାଯାଇଛି। ଯାହା ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ସମେତ ଉଚ୍ଚ ସରକାରୀ ଅଧିକାରୀମାନଙ୍କୁ ଗୁରୁତର ଅଭିଯୋଗରେ ଗିରଫ କିମ୍ବା ୩୦ ଦିନ ପାଇଁ ଅଟକ ରଖାଗଲେ ସେମାନଙ୍କୁ ପଦରୁ ବହିଷ୍କାର କରିବା ପାଇଁ ଉଦ୍ଦିଷ୍ଟ ବିଲ୍ କୁ ଯାଞ୍ଚ କରିବ।
6. IRCTC child ticket rules: ଆପଣ ଯଦି ଭାରତୀୟ ରେଳରେ ନିଜ ପିଲାମାନଙ୍କ ସହିତ ଯାତ୍ରା କରିବାକୁ ଯୋଜନା କରୁଛନ୍ତି। ତେବେ ଏହି ଖବରଟି ଆପଣଙ୍କ ପାଇଁ। ପିଲାଙ୍କ ବୟସ ଅନୁସାରେ ଟିକେଟ୍ କେବେ ମାଗଣା, କେବେ ଅଧା କିମ୍ବା ସମ୍ପୂର୍ଣ୍ଣ ଭଡ଼ା ନିଆଯିବ ତାହାକୁ ନେଇ IRCTC ନିଜ ନିୟମରେ ପରିବର୍ତ୍ତନ କରିଛି।
7. Modi Cabinet: କେନ୍ଦ୍ର କ୍ୟାବିନେଟ୍ ନଭେମ୍ବର ୧୦ ରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର ବିସ୍ଫୋରଣକୁ ନିନ୍ଦନୀୟ ଆତଙ୍କବାଦୀ ଆକ୍ରମଣ ଘୋଷଣା କରିବା ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। କ୍ୟାବିନେଟ୍ ପୀଡିତମାନଙ୍କୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଏବଂ ସେମାନଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛି।
8. Modi Cabinet approves Rs 45060 cr: ଆମେରିକାରେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏକ ଉପାୟ ଖୋଜି ପାଇଛନ୍ତି। ବୁଧବାର କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ବୈଠକରେ 25,060 କୋଟି ଟଙ୍କା ବ୍ୟୟବରାଦ ସହିତ ରପ୍ତାନି ପ୍ରୋତ୍ସାହନ ମିଶନକୁ ଅନୁମୋଦନ କରାଯାଇଛି। ଏହି ମିଶନ ଚଳିତ ଆର୍ଥିକ ବର୍ଷରୁ ଆରମ୍ଭ ହେବ ଏବଂ ଛଅ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଚାଲିବ।
9. Former Bangladesh Prime Minister Sheikh Hasin: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ଦେଶକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କିନ୍ତୁ ଏଥିପାଇଁ ସେ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି ଯେ ସେ କେବଳ ସେତେବେଳେ ସ୍ୱଦେଶ ଫେରିବେ ଯେତେବେଳେ ଅଂଶଗ୍ରହଣକାରୀ ଗଣତନ୍ତ୍ର ପୁନଃସ୍ଥାପିତ ହେବ ଏବଂ ତାଙ୍କ ଦଳ ଆୱାମୀ ଲିଗ ଉପରୁ ପ୍ରତିବନ୍ଧକ ହଟିଯିବ। ସେତେବେଳେ ବାଂଲାଦେଶ ଫେରିବେ।
10. Nitish Kumar Reddy released: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ପୂର୍ବରୁ ଏକ ବଡ଼ ଖବର ଆସିଛି। ଭାରତୀୟ ଷ୍ଟାର ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ଭାରତୀୟ ଟେଷ୍ଟ ଦଳରୁ ରିଲିଜ୍ କରାଯାଇଛି। ନୀତିଶ ରେଡ୍ଡୀଙ୍କ ରିଲିଜର ମୁଖ୍ୟ କାରଣ ମଧ୍ୟ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ନୀତିଶ ଗୁରୁବାରରୁ ରାଜକୋଟରେ ଆରମ୍ଭ ହେବାକୁ ଥିବା ଭାରତ 'ଏ' ବନାମ ଦକ୍ଷିଣ ଆଫ୍ରିକା 'ଏ' ଦିନିକିଆ ସିରିଜରେ ଅଂଶଗ୍ରହଣ କରିବେ।