)
1-Jay Dholakia Named BJP Candidate: ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ନୂଆପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଶ୍ରୀ ଜୟ ଢୋଲକିଆଙ୍କୁ ଦଳ ପ୍ରାର୍ଥୀ କରିଛି ।
2-SC on Firecrackers: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ। ଏ-ନେଇ ସୁପ୍ରିମକୋର୍ଟ ଏହି ଦୀପାବଳିରେ ଦିଲ୍ଲୀ-ଏନସିଆରରେ ସବୁଜ ବାଣ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ମୁଖ୍ୟ ବିଚାରପତି ବି.ଆର. ଗାଭାଇ ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନୂତନ ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ରାତି ୧୦ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ରହିଛି। ନିୟମ ଉଲ୍ଲଙ୍ଘନ କଲେ ପ୍ରଶାସନ ପକ୍ଷରୁ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଛି । ଆସନ୍ତା ୨୧ ତାରିଖ ଯାଏଁ ସବୁଜ ବାଣକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ।
3-Bus Fire: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। କ୍ଷିଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଜଳିଗଲା ଯାତ୍ରୀବାସୀ ବାସ୍ । ଘଟଣାସ୍ଥଳରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ରାଜସ୍ଥାନର ଜୈସଲମେର୍- ଯୋଧପୁର ରାଜପଥରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ସବୁଠୁ ବଡ଼ କଥା ହେଲା ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
4-Heavy Rain Alert: ରାଜ୍ୟରେ କିଛି ସ୍ଥାନରେ ଏବେବି ଜାରି ରହିଛି ବର୍ଷା - ଖରାର ଲୁଚକାଳି ଖେଳ। ଶୀତର ଆଗମନ ଯୋଗୁଁ ରାଜ୍ୟରୁ ଧିରେ ଧିରେ ମୌମୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ବର୍ଷା ମଧ୍ୟ ଜାରି ରହିଛି। ତେବେ, ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା,ମାଲକାନଗିରି, କୋରାପୁଟ୍, ରାୟଗଡା, ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହେବା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବ। ବିଜୁଳି ଘଡ଼ଘଡ଼ି ମଧ୍ୟ ହେବ।
5-Nandu Babu: ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇପଡିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ। ମିଶ୍ରଣ ପୂର୍ବରୁ ଭୁବନେଶ୍ବର କଂଗ୍ରେସ ଭବନରେ ହାଇଡ୍ରାମା ଦେଖିବାକୁ ମିଳିଛି। ଦଳରେ ମିଶିବାକୁ ଆସୁଥିବା ଯାତ୍ରାପାର୍ଟି ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ବିରୋଧ କରାଯାଇଛି।ଯାତ୍ରା ପାର୍ଟି ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁଙ୍କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି।କଂଗ୍ରେସର ଗୋଟିଏ ଗୋଷ୍ଠୀ ନାଣ୍ଡୁ ଧଳଙ୍କୁ ବିରୋଧ କରିଛନ୍ତି। ନାଣ୍ଡୁ ଧଳ ଆସୁଥିବା ଖବର ପାଇ କଂଗ୍ରେସ ଭବନରେ ପୂରାଇ ନଦେବାକୁ ତାଲା ପକାଇଦିଆଯାଇଥିଲା।
6-Mao leader Ajad: ଆମରଣ ଅନଶନରେ ବସିଲେ ମାଓନେତା ଆଜାଦ। ଆଜାଦଙ୍କ ବିରୋଧରେ ୪୭ଟି ମାମଲା ରହିଛି। ଝାରପଡ଼ା ଜେଲ୍ରେ ଧାରଣାରେ ଡି.କେଶବ ରାଓ ଓରଫ ଆଜାଦ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଅଭିଯୋଗ ଆଣି ଧାରଣା ବସିଥିବା ଜଣାପଡିଛି।
7-DMK Government Decision: ଦକ୍ଷିଣ ଭାରତର ତାମିଲନାଡୁ ରାଜ୍ୟରେ ଭାଷା ବିବାଦ ଆହୁରି ବଢ଼ିବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ନେତୃତ୍ୱାଧୀନ ସରକାର ହିନ୍ଦୀ ଭାଷା ବିରୋଧରେ ବିଧାନସଭାରେ ଏକ ବିଲ୍ ଆଗତ କରିବାକୁ ଯୋଜନା କରୁଛନ୍ତି।
8-Bihar Election: ବିହାର ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ର୍ରାର୍ଥୀ ତାଲିକା ଜାରି କରିଛି JDU (ଜେଡିୟୁ)। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ ଘୋଷଣା ହୋଇଛି। ମୋଟ୍ ୧୦୧ ଆସନରେ ନିର୍ବାଚନ ଲଢ଼ିବ JDU
9-Pankaj Dheer Dies: ଆଉ ନାହାଁନ୍ତି ଲୋକପ୍ରିୟ ଅଭିନେତା ପଙ୍କଜ ଧୀର। ୬୮ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । କ୍ୟାନସର ରୋଗରେ ଦିର୍ଘ ଦିନ ଧରି ପିଡ଼ିତ ଥିଲେ। ହେଲେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଲୋକପ୍ରିୟ-ମହାଭାରତ ସିରିଏଲ୍ରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।
10-Pakistan won by 93 runs vs south africa: ବୁଧବାର ଦିନ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୭୭ ରନ୍ ର ଟାର୍ଗେଟ ଦିଆଯାଇଥିଲା। ଯାହାକୁ ପିଛା କରିବା ସମୟରେ ଆଫ୍ରିକୀୟ ଦଳ ୬୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ କେବଳ ୧୮୩ ରନ୍ କରିପାରିଥିଲା। ଏହି ବିଜୟ ସହିତ ପାକିସ୍ତାନ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି।