)
Top 10 News Headlines 17 October 2025: 1. Deepavali Holiday In Odisha: ଆସନ୍ତା ସୋମବାର ଓଡ଼ିଶାରେ ଦୀପାବଳି ଛୁଟି ହେବ। ଦୀପାବଳି ଛୁଟି ନେଇ ଥିବା ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ୨୧ ତାରିଖ ମଙ୍ଗଳବାର ଦିନ ସରକାରୀ ଛୁଟି ଭାବେ ସରକାରୀ କ୍ୟାଲେଣ୍ଡରରେ ଲେଖାଥିଲା। ଏହାକୁ ଗୋଟିଏ ଦିନ ପୂର୍ବକୁ ଘୂଞ୍ଚାଯାଇଛି। ଫଳରେ ମଙ୍ଗଳବାର ସରକାରୀ କାର୍ଯ୍ୟ ଦିବସ ହେବ।
2. Odisha Plus II Exams-2026: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସମସ୍ତ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ସମୟ ନିର୍ଘଣ୍ଟ ପ୍ରକାଶ କରାଯାଇଛି। ସିଏଚ୍ଏସ୍ଇ ସୂଚନା ଅନୁସାରେ ଫେବୃୟାରୀ ୧୫ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବ। ୨୫ ତାରିଖ ଭିତରେ ପରୀକ୍ଷା ଶେଷ ହେବ।
3. BJD Declares Star Campaigners: ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପରେ ଆଜି ବିଜୁ ଜନତା ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି। ନିର୍ବାଚନ କମିଶନଙ୍କ ନିୟ୍ରମ ଅନୁସାରେ ଏହି ପ୍ରଚାରକମାନଙ୍କ ତାଲିକାକୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ହୋଇଥାଏ।
4. Nuapada By-Election: ନୂଆପଡା ଉପନିର୍ବାଚନ ପାଖେଇ ଆସୁଥିବାରୁ ଭାରତୀୟ ନିର୍ବାଚନ କମିଶନ (ECI) ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କୁ ସେମାନଙ୍କର ଅପରାଧିକ ରେକର୍ଡ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ ପ୍ରାର୍ଥୀଙ୍କ ପୃଷ୍ଠଭୂମି ବିଷୟରେ ଭୋଟରମାନଙ୍କୁ ସୂଚନା ଦେବା ଏବଂ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା।
5. Three Odia Pilgrims Killed: ଜମ୍ମୁ-କାଶ୍ମୀର ସ୍ଥିତ ମା'ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯାଇଥିବାବେଳେ ୪ଜଣ ଓଡ଼ିଆ ତୀର୍ଥଯାତ୍ରୀ ଜାମ୍ମୁର କାତ୍ରାଠାରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେଥିମଧ୍ୟରୁ ୩ ଜଣ ଓଡ଼ିଆ ତୀର୍ଥଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ମୃତ ତୀର୍ଥଯାତ୍ରୀ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବିଚିତ୍ର କୁମାର ସାହୁ, ଯୋଗୀନ୍ଦ୍ର ମଟାରୀ ଏବଂ କବିତା ସାହୁ।
6. Revenue Minister Distributes Land Pattas: ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମାହାଙ୍ଗା ନିର୍ବାଚନମଣ୍ଡଳୀର ୨୦୦୦ ରୁ ଅଧିକ ହିତାଧିକାରୀଙ୍କୁ ଜମି ପଟା ବଣ୍ଟନ କରିଛନ୍ତି। ନିଜ ଗସ୍ତ ସମୟରେ ପୂଜାରୀ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ନୂତନ ପଦକ୍ଷେପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
7. Keonjhar Bags National Honour: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରକୁ ଭାରତର ଶ୍ରଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଛି। ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏଥିନେଇ ପୁରସ୍କୃତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଧରତୀ ଆବା ଜନଭାଗିଦାରୀ ଅଭିଯାନ ଅଧୀନରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କେନ୍ଦୁଝର ଜିଲ୍ଲାକୁ ଏହି ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ କରାଯାଇଛି।
8. Facebook Messenger App: ଆପଣ ଯଦି ମେଟାର ମେସେଞ୍ଜର ଆପ୍ ବ୍ୟବହାର କରନ୍ତି ତେବେ ଆଜିର ଖବରଟି ବିଶେଷ ଭାବରେ ଆପଣଙ୍କ ପାଇଁ। କମ୍ପାନୀ ନିକଟରେ ଘୋଷଣା କରିଛି ଯେ ମେସେଞ୍ଜର ଆପ୍ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ଏବଂ ବ୍ୟବହାରକାରୀମାନଙ୍କୁ ସତର୍କ କରିବା ପାଇଁ ସୂଚିତ କରାଯାଉଛି। ୬୦ ଦିନ ମଧ୍ୟରେ ଆପ୍ ସମ୍ପୂର୍ଣ୍ଣ ଭାବରେ କାମ କରିବା ବନ୍ଦ କରିଦେବ।
9. Mehul Choksi to be extradited to India: ପ୍ରାୟ ୧୩୦୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ମେହୁଲ ଚୋକସିଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ପଥ ପରିଷ୍କାର ହୋଇଛି। ଶୁକ୍ରବାର ଦିନ ବେଲଜିୟମର ଏକ କୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
10. India vs Australia ODI Series: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପର୍ଥ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଅସୁବୁଧାରେ ପଡ଼ିଛି। ଆଡାମ ଜାମ୍ପା, ଆଲେକ୍ସ କ୍ୟାରି ଏବଂ ଜୋଶ ଇଙ୍ଗଲିସ୍ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ଶୁକ୍ରବାର ଆଘାତ ଯୋଗୁଁ କ୍ୟାମେରନ ଗ୍ରୀନ୍ ବାଦ ପଡ଼ିଥିଲେ। ଆଘାତ ଏବଂ ବ୍ୟକ୍ତିଗତ କାରଣରୁ ଅନେକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ପ୍ରଥମ ଦିନିକିଆ ପୂର୍ବରୁ ଆୟୋଜକ ଦଳକୁ ଚାରିଟି ପରିବର୍ତ୍ତନ କରିବାକୁ ବାଧ୍ୟ କରିଛି।