Advertisement
Article Detail0/zeeodisha/odisha3009380

Top 10 News: ରାଜ୍ୟରେ ଖୋଲିବ ୪ଟି ନୂଆ ତହସିଲ, ହିଡମାକୁ ନିପାତ କଲା ସୁରକ୍ଷାକର୍ମୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ରାଜ୍ୟରେ ୪ଟି ନୂଆ ତହସିଲ ଖୋଲିବାକୁ ଆଜି ରାଜସ୍ୱ ବିଭାଗ ଚିଠି ଲେଖି ଜଣାଇଛି। ଏହି ଚିଠି ୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଲେଖାଯାଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।

 

Top 10 News
Top 10 News

18 November Top 10 News Headlines: 1. Four new Tehsils: ରାଜ୍ୟରେ ୪ଟି ନୂଆ ତହସିଲ ଖୋଲିବାକୁ ଆଜି ରାଜସ୍ୱ ବିଭାଗ ଚିଠି ଲେଖି ଜଣାଇଛି। ଏହି ଚିଠି ୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଲେଖାଯାଇଛି। ଏଥିରେ ରାଜଧାନୀ ଭୁବନେଶ୍ୱରରେ ୨ଟି ନୂଆ ତହସିଲ ଖୋଲିବାକୁ ଖୋର୍ଦ୍ଧା ଜିଲ୍ଲା ଜିଲ୍ଲାପାଳଙ୍କୁ କୁହାଯାଇଛି। ସେହିପରି କଟକ ଏବଂ ସମ୍ବଲପୁରରେ ଗୋଟିଏ ଲେଖାଏଁ ନୂଆ ତହସିଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। 

2. Odisha Govt Disburses Rs 117 Crore: ରାଜ୍ୟ ସରକାର ଏସ୍‍ଏଚ୍‍ଜି ମହିଳାମାନଙ୍କୁ ସେମାନଙ୍କ ପ୍ରକଳ୍ପ ପାଇଁ ପ୍ରଦାନ କରିଥିବା ଋଣ ବାବଦ ସୁଧକୁ  ଫେରସ୍ତ କରିଛନ୍ତି। ଯେଉଁ ମହିଳା ସଦସ୍ୟମାନେ ଠିକଣା ସମୟରେ ଋଣ ପଇଠ କରୁଛନ୍ତି ସଦେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହୋଇଛି। ଏହାଦ୍ୱାରା ସେମାନଙ୍କୁ ଅଧିକ ଆର୍ଥିକ ସ୍ୱାଧୀନତା ମିଳି ପାରିଛି। 

3. Bangladeshis Detained in Bhadrak: ଭଦ୍ରକ ପୋଲିସ ଭଦ୍ରକ ବସ୍ ଷ୍ଟାଣ୍ଡରୁ ୧୭ ଜଣଙ୍କୁ ବାଂଲାଦେଶୀ ନାଗରିକ ସନ୍ଦେହରେ ଅଟକ ରଖିଛି। କୋଲକାତାର ମୁର୍ଶିଦାବାଦ ଜିଲ୍ଲାର ବାସିନ୍ଦା ବୋଲି ଦାବି କରୁଥିବା ଏହି ଅଟକ ବ୍ୟକ୍ତିମାନଙ୍କୁ ଭଦ୍ରକର ନୂତନ ବସ୍ ଷ୍ଟାଣ୍ଡ ନିକଟସ୍ଥ ଏକ ରାତ୍ରୀ ଆଶ୍ରୟସ୍ଥଳରେ ପୋଲିସ ସେମାନଙ୍କ କାର୍ଯ୍ୟକଳାପ ଏବଂ କଥାବାର୍ତ୍ତାକୁ ସନ୍ଦେହଜନକ ପାଇ ଅଟକ ରଖିଛି।

Add Zee News as a Preferred Source

4. Salia Sahi eviction: ରାଜଧାନୀର ସବୁଠାରୁ ବଡ଼ ବସ୍ତି ଭାବେ ପରିଚିତ ସାଲିଆ ସାହି ଉଚ୍ଛେଦ ପ୍ରକ୍ରିୟାର ଦ୍ୱତୀୟ ପର୍ଯ୍ୟାୟରେ ଆଜି ଧାରଣା ଓ ରାଜନୀତି ଦେଖିବାକୁ ମିଳିଛି। ତଥାପି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍‍, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୁଲିସ ସହାୟତାରେ ଆଜି ୩୦ଟି ଘରକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦିଆଯାଇଛି। ଏ ଭିତରେ ଗୋଟିଏ ଘରୁ ପୁଳାପୁଳା ଆଧାର କାର୍ଡ ଉଦ୍ଧାର କରାଯାଇଛି।  ଏହାକୁ ନେଇ ସନ୍ଦେହ ବଢ଼ିଛି।

5. CM Majhi to attend Bihar CM Oath ceremoney: ବିହାରର ସରକାର ଗଠନ ସମୟରେ ସାକ୍ଷୀ ହେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଗୁରୁବାର ଦିନ ହେବାକୁ ଥିବା ଶପଥଗ୍ରହଣ ସମାବେଶରେ ସେ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଏ ନେଇ ତାଙ୍କୁ ନିମନ୍ତ୍ରଣ ଆସିଛି ଏବଂ ଏଠାରେ ଉପସ୍ଥିତ ରହିବା ତାଙ୍କ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

6. Humane Sagar Laid To Rest In Titilagarh: ଓଡ଼ିଶାର ସବୁଠାରୁ ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକଙ୍କ ମଧ୍ୟରୁ ଜଣେ ହୁମେନ୍ ସାଗରଙ୍କ ପାର୍ଥିବ ଶରୀରକୁ ଆଜି ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ର ଏକ ସ୍ଥାନୀୟ ଚର୍ଚ୍ଚରେ ଶେଷକୃତ୍ୟ କରାଯାଇଛି। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଥିଲା।

7. Madvi Hidma Killed: ମଙ୍ଗଳବାର ସକାଳେ ଆନ୍ଧ୍ରପ୍ରଦେଶରେ ଏକ ଏନକାଉଣ୍ଟରରେ ପ୍ରତିରକ୍ଷା ବାହିନୀ କୁଖ୍ୟାତ ନକ୍ସଲ ମାଡଭି ହିଡମା (୫୧) ସମେତ ୬ ଜଣଙ୍କୁ ହତ୍ୟା କରିଛି। ହିଡମା ଓରଫ ସନ୍ତୋଷ ତାଙ୍କ ପତ୍ନୀ ଏବଂ ଅନ୍ୟ ସହଯୋଗୀଙ୍କ ସହ ଛତିଶଗଡ଼ରୁ ଫେରାର ଥିଲେ। ମୋଷ୍ଟୱାଣ୍ଟେଡ୍ ହିଡମାଙ୍କୁ ଧରାଇବା ପାଇଁ ତାଙ୍କ ଉପରେ ୧ କୋଟି ପୁରସ୍କାର ରାଶି ଘୋଷଣା ହୋଇଥିଲା।

8. Bihar New Govt: ବିହାରରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ନୀତିଶ କୁମାର ନଭେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ବିଜେପି ଏବଂ ଜେଡିୟୁ ବିଧାୟକ ଦଳଗୁଡ଼ିକର ବୈଠକ ପରେ ନୀତିଶ କୁମାରଙ୍କୁ ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ କରାଯିବ। ଏହି ଦିନ ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ପ୍ରାୟ ୨୦ ଜଣ ମନ୍ତ୍ରୀଙ୍କ ସହିତ ଶପଥ ନେବେ।

9. US Expels Lawrence Bishnoi's Brother: ଲରେ ଭାରତରେ ୧୮ଟି ସଙ୍ଗୀନ ଅପରାଧରେ ସମ୍ପୃକ୍ତ ଥିବା କୁଖ୍ୟାତ ଶୁଟର ତଥା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଅନମୋଲ ଆସନ୍ତା କାଲି ଭାରତରେ ପହଞ୍ଚିବ। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ହସ୍ତାନ୍ତରଣ ପ୍ରକ୍ରିୟା ଶେଷ କରାଯାଇ ଭାରତ ପ୍ରେରଣ କରାଯାଇଛି। ଏନେଇ ଇମେଲ ଯୋଗେ ସବିଶେଷ ସୂଚନା ଦିଆଯାଇଛି।

10. India A vs Oman Match: ଆଜି ଭାରତ A ଏବଂ ଓମାନ ମଧ୍ୟରେ ଏସିଆ କପ୍ ରାଇଜିଂ ଷ୍ଟାର୍ସ 2025 ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେଉଛି। ଉଭୟ ଦଳ ଦୋହାର ୱେଷ୍ଟ ଏଣ୍ଡ ପାର୍କ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି। ଭାରତ ଓମାନ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓମାନ ଭାରତକୁ ବିଜୟ ପାଇଁ ୧୩୫ ରନ୍ ଟାର୍ଗେଟ୍ ଦେଇଛି।

About the Author