)
Top 10 News Headlines: 1 November Top 10 News Headlines: 1. Nuapada By-Election: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ଅନୁଯାୟୀ ରେବନ୍ତ ରେଡ୍ଡୀ ନଭେମ୍ବର ୭ ତାରିଖରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ନୂଆପଡ଼ାର ସାଲେଭଟା ଗସ୍ତ କରିବେ। ରବିବାର ଦିନ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଓଡ଼ିଶା କଂଗ୍ରେସ କମିଟି ଏହି ଘୋଷଣା କରିଛି।
2. Sarat Kumar Sahoo Dies At 75: ରୁଚି ଫୁଡଲାଇନ୍ର ଦୂରଦୃଷ୍ଟିସମ୍ପନ୍ନ ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କର ରବିବାର ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ସାହୁଙ୍କ ପରିବାର ତାଙ୍କ ମୃତଦେହକୁ ମୁମ୍ବାଇରୁ କଟକ ଆଣିବେ। କହି ରଖୁଛୁ ଯେ ସେ ବହୁ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ।
3. Odisha Extends e-KYC Deadline for PDS: ରାଜ୍ୟ ସରକାର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ହିତାଧିକାରୀଙ୍କ ପାଇଁ e-KYC ପୂରଣ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯାହାଫଳରେ e-KYC ପୂରଣ କରି ନଥିବା ଯୋଗ୍ୟ ହିତାଧିକାରଙ୍କୁ ବର୍ଦ୍ଧିତ ସମୟ ଭିତରେ ଏହା କରାଇ ନେବାକୁ ପରାମର୍ଶ ଦିଆଯାଇଛି।
4. Malkangiri Drug Bust: ମାଲକାନଗିରି ପୋଲିସ ରବିବାର ଦିନ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅଞ୍ଚଳର ଏସାର ଛକ ନିକଟରେ ପ୍ରାୟ ୮ କୋଟି ଟଙ୍କା ମୂଲ୍ୟର ୬୦ କିଲୋଗ୍ରାମ ଗଞ୍ଜେଇ ତେଲ (ତରଳ ଗଞ୍ଜେଇ) ଜବତ କରିଛି। ଘଟଣାସ୍ଥଳରୁ ୮ ଜଣ ଚୋରା ଚାଲାଣକାରୀ ଖସିଯିବାରେ ସଫଳ ହୋଇଛନ୍ତି ଏବଂ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଛି ବୋଲି ପୋଲିସ କହିଛି।
5. Sex Racket Busted In Malkangiri: ଶନିବାର ଦିନ ମାଲକାନଗିରି ପୋଲିସ ପାତ୍ରଗୁଡ଼ା ଗାଁରେ ଏକ ଭଡା ଘରୁ ଚାଲିଥିବା ଏକ କଥିତ ସେକ୍ସ ରାକେଟର ପର୍ଦ୍ଦାଫାସ କରି କିଙ୍ଗପିନ୍ ସମେତ ଛଅ ଜଣଙ୍କୁ ଗିରଫ କରିଛି। ମହିଳା ପୋଲିସ ଅଧିକାରୀଙ୍କ ଏକ ଦଳ ଦ୍ୱାରା ଚଢାଉ କରାଯାଇଥିଲା। ଯେଉଁମାନେ ଏଠାରୁ ନଗଦ ଟଙ୍କା ଏବଂ ଏକ କାର ମଧ୍ୟ ଜବତ କରିଛନ୍ତି।
6. Jodhpur Road Accident: ରାଜସ୍ଥାନର ଯୋଧପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଫାଲୋଡି ଜିଲ୍ଲାର ମାଟୋଡା ଅଞ୍ଚଳରେ ଏକ ପର୍ଯ୍ୟଟକ ବସ୍ ଠିଆ ହୋଇଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଠର ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିରୁ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।
7. CMS-03 Launch: ISRO ଏହାର ବାହୁବଳୀ ସାଟେଲାଇଟ୍ ଉତକ୍ଷେପଣ କରିଛି। CMS-03 ନାମକ ଏହି ସାଟେଲାଇଟ୍ ଏକ LVM3-M5 ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯାଇଥିଲା। ଏହାର ଭାରୀ ପେଲୋଡ୍ କ୍ଷମତା ପାଇଁ ଏହାକୁ "ବାହୁବଳୀ" ନାମ ଦିଆଯାଇଛି।
8. PM Modi's grand road show in Patna: ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନାରେ ଏକ ଜୋରଦାର ରୋଡ୍ ଶୋ କରିଛନ୍ତି। ଆରା ଏବଂ ନୱାଡାରେ ରାଲି ପରେ ସେ ରବିବାର ଦିନ ସନ୍ଧ୍ୟାରେ ବିମାନବନ୍ଦରରୁ ସିଧା ଦିନକର ଗୋଲମ୍ବରରେ ପହଞ୍ଚିଥିଲେ। କବି ରାମଧାରୀ ସିଂହ ଦିନକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ, ସେ ବିଜେପିର ପ୍ରଚାର ରଥରେ ଚଢ଼ିଥିଲେ।
9. India vs Australia 3rd T20i: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟି-୨୦ ମ୍ୟାଚ୍ ରବିବାର ହୋବାର୍ଟରେ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ କୁ ୫ ୱିକେଟରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୬ ୱିକେଟ ହରାଇ ୨୮୬ ରନ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୧୯ତମ ଓଭରରେ ସହଜରେ ଏହି ଟାର୍ଗେଟ ହାସଲ କରି ନେଇଥିଲା।
10. Ind vs sa africa Womens World Cup 2025 final: ମହିଳା ଏକଦିବସୀୟ ବିଶ୍ୱକପ୍ ୨୦୨୫ ର ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୮ ରନ୍ କରିଛି। ନଭି ମୁମ୍ବାଇରେ ଭାରତ ପକ୍ଷରୁ ଶେଫାଲି ବର୍ମା ସର୍ବାଧିକ ୮୭ ରନ୍ କରିଥିଲେ। ଏହି ମ୍ୟାଚ୍ କୁ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୨୯୯ ରନ୍ କରିବାକୁ ପଡ଼ିବ।