)
1- NuapadaByeElection: ନୂଆପଡା ଉପନିର୍ବାଚନକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି। କମ୍ପୁଛି ପ୍ରଚାର ମଇଦାନ୍। ୨ ବରିଷ୍ଠ ନେତାଙ୍କୁ ନୂଆପଡ଼ା ଉପନିର୍ବାଚନ ଦାୟିତ୍ବ ଦେଇଛି ବିଜେପି। ଉପମୁଖ୍ୟମନ୍ତ୍ରୀ କେଭି ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ବ ମିଳିଛି। ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଉଭୟ ନୂଆପଡାରେ ରହିବେ।
2-Heavy Rain Alert: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସଦୃଶ୍ୟ ଲଘୁଚାପ ହୋଇ ଗତି କରୁଛି। ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ବେଳେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ଅଧିକ ଘନୀଭୂତ ହୋଇ ଏହା ଅବପାତର ରୂପ ନେଇଛି। ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ମୁହାଁ ହୋଇଛି ଲୋ-ପ୍ରେସର। ଯାହାର ପ୍ରଭାବରେ ଓଡ଼ିଶା ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି( ଗୁରୁବାର) ବିଶେଷକରି, ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, ରାୟଗଡା, କଳାହାଣ୍ତି, ଗଜପତି, ଗଂଜାମ୍, କନ୍ଧମାଳ , ନୟାଗଡ, ଖୋର୍ଦ୍ଧା ଓ ପୁରୀ।
3-Cyclone: ଆମେରିକାର ଏକ ସଂସ୍ଥା ଆକଳନ କରିଛି ଯେ, ଆଗକୁ ୨ଟି ଲଘୁଚାପ ଥିବାରୁ ଅକ୍ଟୋବର ଶେଷରେ ବାତ୍ୟା ସମ୍ଭାବନା ରହିଛି। କିନ୍ତୁ ଏହା ବାତ୍ୟାର ରୂପ ନେବ କି ନାହିଁ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆକଳନ କରାଯାଇ ନାହିଁ।
4-Pitabasa Murder Case: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ଜଣକ ହେଲା ସୁଦର୍ଶନ ଜେନା। ସେ ଦିର୍ଘ ଦିନ ହେବ ଫେରାର୍ ରହିଥିଲେ। ଆଜି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି।
5-BMC Haat: ବିଏମ୍ସି ମେୟର ସୁଲୋଚନା ଦାସଙ୍କ ସୂଚନା। ରାଜଧାନୀର ବିଭିନ୍ନ ହାଟ ପାଇଁ BMC ଆଣିବ ନୂଆ ଏସଓପି ବୋଲି ସେ କହିଛନ୍ତି। BMC ଅଧିକାରୀଙ୍କ ଉପସ୍ଥିତିରେ ହାଟ କମିଟି ନିର୍ବାଚନ ହେବା ନେଇ ସୂଚନା ମିଳିଛି।
6-Rozgar Mela:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ୧୭ତମ ରୋଜଗାର ମେଳାରେ ୫୧,୦୦୦ ରୁ ଅଧିକ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିବେ।ସେ ଭିଡିଓ କନଫରେନ୍ସ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରିବେ। ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଡାକ ବିଭାଗ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିବେ।
7-Puri News: ଶ୍ରୀକ୍ଷେତ୍ର ପୁରୀରେ ଆଜି ପାଳନ କରାଯାଉଛି ଭାଇ ଦ୍ୱିତୀୟା ବା ଯମ ଦ୍ୱିତୀୟା। ବିଶ୍ୱାସ ରହିଛି ଆଜିର ଦିନରେ ମୃତ୍ୟୁ ଦଣ୍ଡର ଦେବତା ଯମ ନିଜ ଭଉଣୀଙ୍କ ଘରକୁ ଯାଇଥାଆନ୍ତି। ଭଉଣିଙ୍କ ଘରେ ଶ୍ରଦ୍ଧାର ସହ ସମୟ ବିତାଇ ଥାଆନ୍ତି। ସେଥିଲାଗି ଆଜି ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କୁ ଯମ ଦଣ୍ଡ ମିଳେ ନାହିଁ ବୋଲି ବି ବିଶ୍ୱାସ ରହିଛି।
8-ACF ସୌମ୍ୟରଂଜନ ମୃତ୍ୟୁ ମାମଲାକୁ ନେଇ ଆସିଛି ଆଉ ଏକ ବଡ଼ ଅପଡେଟ୍। ତତ୍କାଳୀନ DFO ସଂଗ୍ରାମ ବେହେରାଙ୍କ ଆଗୁଆ ଜାମିନ ଖାରଜ ହୋଇଯାଇଛି। ରୋଷେୟା ମନ୍ମଥଙ୍କ ଆଗୁଆ ଜାମିନ୍ ମଧ୍ୟ ଖାରଜ୍ ହୋଇଥିଲା। ସୂଚନା ଅନୁସାରେ, ୨୦୨୧, ଜୁଲାଇ ୧୨ ତାରିଖରେ ସୌମ୍ୟଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ଆଉ ମେଡିକାଲ୍ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
9-Chardham Yatra:ଶୀତ ଋତୁ ପାଇଁ କେଦାରନାଥ ମନ୍ଦିରର ଫାଟକ ଆଜି (ଗୁରୁବାର) ଦିନ ସକାଳ ୮ଟା ୩୦ ମିନିଟ୍ ସମୟରେ ବନ୍ଦ କରାଯାଇଛି। ଆଜିଠାରୁ ୬ ମାସ ଯାଏଁ କପାଟ ବନ୍ଦ ରହିବ। ତେବେ,ଫାଟକ ବନ୍ଦ ହେବା ପୂର୍ବରୁ ହର ହର ମହାଦେବ ଓ ବୋଲବମ୍ ନାଁରେ କମ୍ପି ଉଠିଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ।
10-India Vs Australia: ଆଡିଲେଡ୍ରେ ଇଣ୍ଡିଆ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆରେ ବିରାଟ୍ କୋହଲିଙ୍କ ପ୍ରଦର୍ଶନ ନେଇ ଖପ୍ପା ହୋଇଯାଇଛନ୍ତି ଫ୍ୟାନ୍ସ। ଦ୍ବିତୀୟ ଦିନିକିଆରେ ବିରାଟ କୋହଲି ଶୂନରେ ଆଉଟ୍ ହୋଇ ପାଭେଲିୟନ୍ ଫେରିଥିଲେ। ବିରାଟ୍ ଙ୍କ ଏଭଳି ପ୍ରଦର୍ଶନ ଦେଖି ଚର୍ଚ୍ଚା ହେଉଛି ଯେ, ସେ ଖୁବ୍ ଶିଘ୍ର ଏଥିରୁ ଅବସର ନେବେ।