)
Top 10 News Headlines 25 September 2025: Abhijit Majumdar health Update: ଏମସ୍ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ପ୍ରସିଦ୍ଧ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟରେ ନିରନ୍ତର ଉନ୍ନତି ଦେଖାଯାଉଛି। ସେପ୍ଟେମ୍ବର ୪ ତାରିଖରେ ତାଙ୍କୁ ଭର୍ତ୍ତି କରାଯିବା ପରଠାରୁ ଆଇସିୟୁରେ ଚିକିତ୍ସା କରାଯିବା ପରେ ଆଜି ମଜୁମଦାରଙ୍କୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଯାହା ତାଙ୍କ ଅବସ୍ଥାରେ ଉନ୍ନତି ହେବାକୁ ସୂଚାଇଛି।
Koida Bus accident: ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକର ବଳଙ୍ଗା ଥାନା ନିକଟରେ ଜାତୀୟ ରାଜପଥ ୫୨୦ ରେ ଏକ ଭୟଙ୍କର ବସ୍-ଟ୍ରକ୍ ଧକ୍କାରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ରାଉରକେଲାରୁ କୋଇଡା ଯାଉଥିବା ଏକ ଘରୋଇ ବସ୍ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
Cuttack Bali Yatra Plot Allocation: କଟକ ଜିଲ୍ଲା ପ୍ରଶାସନ ଘୋଷଣା କରିଛି ଯେ ବାର୍ଷିକ ବାଲି ଯାତ୍ରା ମେଳା ପାଇଁ ପ୍ଲଟ୍ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ADM) କହିଛନ୍ତି ଯେ ଆସନ୍ତାକାଲିଠାରୁ ୯ ଅକ୍ଟୋବର ପର୍ଯ୍ୟନ୍ତ କଟକର ବାରବାଟୀ ପ୍ୟାଲେସରେ ୧୦୦ ଟଙ୍କ ରେ ଆବେଦନ ଫର୍ମ ଉପଲବ୍ଧ ହେବ।
Odisha Police CPSE 2024 Exam Scheduled: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ରାଜ୍ୟର କମ୍ବାଇନ୍ ପୋଲିସ ସେବା ପରୀକ୍ଷା (ସିପିଏସଇ) ୨୦୨୪ ପାଇଁ ଆନୁଷ୍ଠାନିକ ଭାବରେ ତାରିଖ ଘୋଷଣା କରିଛି। ଏହି ପରୀକ୍ଷା ୫ ଏବଂ ୬ ଅକ୍ଟୋବର ୨୦୨୫ ରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ।
Hirakud Dam Opens 20 Gates: ଉପର ଜଳଭଣ୍ଡାର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ ଅଧିକାରୀମାନେ ଅତିରିକ୍ତ ଜଳ ଛାଡ଼ିବା ପାଇଁ ଚାରୋଟି ଅତିରିକ୍ତ ଗେଟ୍ ଖୋଲିଛନ୍ତି। ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ବର୍ତ୍ତମାନ ୨୦ଟି ଗେଟ୍ ଖୋଲା ହୋଇଛି। ଯାହା ଦ୍ୱାରା ୩.୬ ଲକ୍ଷ କ୍ୟୁସେକ୍ ପାଣି ଛଡାଯାଉଛି।
PM Modi to lay foundation: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସଂଯୋଗୀକରଣ ବୃଦ୍ଧି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ମାନ୍ୟବର ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୧,୭୦୦ କୋଟିରୁ ଅଧିକ ମୂଲ୍ୟର ତିନୋଟି ପ୍ରମୁଖ ରେଳ ପ୍ରକଳ୍ପ ଉପହାର ଦେବେ। ଏହି ପଦକ୍ଷେପଗୁଡ଼ିକ ଯାତ୍ରୀ ସୁବିଧା ବୃଦ୍ଧି, ପରିବହନକୁ ପ୍ରୋତ୍ସାହିତ କରିବ।
BJP Announces Key Appointments: ନିର୍ବାଚନ ମୁହାଁ ରାଜ୍ୟଗୁଡ଼ିକରେ ବିଜେପିର ରଣନୀତିକୁ ସୁଦୃଢ଼ କରିବା ପାଇଁ ଦୁଇ ଓଡ଼ିଆ ନେତାଙ୍କୁ ଗୁରୁତ୍ୱପୂଣ୍ଣ ଦାୟିତ୍ୱ ଦିଆଯାଇଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କମିଟି ନିର୍ଦ୍ଦେଶ ଅନୁସାରେ ଏହି ଦୁଇ ନେତା ସେ ରାଜ୍ୟରେ ନିର୍ବାଚନ ପ୍ରଭାରୀ ଭାବେ କାର୍ଯ୍ୟ କରିବେ। ସେମାନେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡା।
Tax Audit Deadline Extension: କରଦାତାଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ଟିକସ ଅଡିଟ୍ ରିପୋର୍ଟ ଦାଖଲ କରିବାର ଶେଷ ତାରିଖକୁ ବୃଦ୍ଧି କରିଛି। କରଦାତାମାନଙ୍କୁ ସେମାନଙ୍କର ଅଡିଟ୍ ରିପୋର୍ଟ ଦାଖଲ କରିବା ପାଇଁ ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଏକ ନୂତନ ସମୟ ସୀମା ଦିଆଯାଇଛି। ପୂର୍ବରୁ ଏହି ସମୟ ସୀମା ୩୦ ସେପ୍ଟେମ୍ବର ୨୦୨୫ ଥିଲା।
India Squad For IND vs WI Test Series 2025: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଥିବା ଏହି ଦଳରେ କରୁଣ ନାୟାର ବାଦ ପଡ଼ିଛନ୍ତି। କରୁଣକୁ ଆଠ ବର୍ଷ ପରେ ଇଂଲଣ୍ଡରେ ଗସ୍ତରେ ସୁଯୋଗ ଦିଆଯାଇଥିଲା। ରବିନ୍ଦ୍ର ଜାଡେଜା ଉପ-ଅଧିନାୟକ ହୋଇଛନ୍ତି।
Asia Cup 2025 Pakistan vs Bangladesh Match: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଏସିଆ କପ୍ ୨୦୨୫ର ୧୭ତମ ମ୍ୟାଚ୍ ଖେଳାଯାଉଛି। ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଖବର ଲେଖିବା ପର୍ଯ୍ୟନ୍ତ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୫ ରନ୍ କରିଛି। ମ୍ୟାଚ୍ ଜିତିବାକୁ ହେଲେ ବାଂଲାଦେଶକୁ ୧୩୬ ରନ୍ କରିବା ପଡ଼ିବ।