Top 10 Odia News Headlines: ଓଡ଼ିଶାର ରାଜ୍ୟପାଳ ତଥା ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ହରିବାବୁ କମ୍ଭମପତି ମଙ୍ଗଳବାରଠାରୁ ତୁରନ୍ତ ପ୍ରଭାବ ସହ ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ଭାବରେ ନିଯୁକ୍ତ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
)
Top 10 Odia News Headlines 27 May 2025: H1. Jagneshwar Dandapat Appointed In Charge VC Of Utkal University: ଓଡ଼ିଶାର ରାଜ୍ୟପାଳ ତଥା ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ହରିବାବୁ କମ୍ଭମପତି ମଙ୍ଗଳବାରଠାରୁ ତୁରନ୍ତ ପ୍ରଭାବ ସହ ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ଭାବରେ ନିଯୁକ୍ତ କରିଛନ୍ତି। ରାଜ୍ୟପାଳ ଭବନ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ଏହି ନିଯୁକ୍ତିକୁ ନିଶ୍ଚିତ କରାଯାଇଛି।
H2. Justice Manash Ranjan Pathak Moves to Orissa HC: ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି ସୁପ୍ରିମ କୋର୍ଟ। ଆଜି ସୁପ୍ରିମକୋର୍ଟଙ୍କ କଲିଜିୟମ୍ ନିଷ୍ପତ୍ତିକ୍ରମେ ମାନସ ରଞ୍ଜନ ପାଠକଙ୍କୁ ଗୌହାଟି କୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି। ଏହାଙ୍କ ସହ ୨୧ଜଣ ଜଜ୍ଙ୍କ ବଦଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମେକାର୍ଟ।
H3. Odisha SRC asks Collectors over rainfall: ଭାରତ ପାଣିପାଗ ବିଭାଗ (IMD) ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରିଥିବାରୁ, ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ସମସ୍ତ ଜିଲ୍ଲା କଲେକ୍ଟରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହୋଇପାରେ।
H4. Anti-Drug Awareness Campaign: ବର୍ଷା ଦିନ ନ ଆସୁଣୁ ଡେଙ୍ଗୁ ଚିନ୍ତା ମୁଣ୍ଡ ବିନ୍ଧା ସୃଷ୍ଟି କରିଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ବ୍ୟକ୍ତିଙ୍କ ଡେଙ୍ଗୁରେ ମୃତ୍ୟୁ ହେବ ଘଟଣାକୁ ଜନସ୍ୱାସ୍ଥ୍ୟ ବିଭାଗ ଗମ୍ଭୀର ଭାବେ ଗ୍ରହଣ କରିଛି। ଆସନ୍ତା ୧ ତାରିଖରୁ ଡେଙ୍ଗୁ ସମ୍ପର୍କରେ ସଚେତନତା ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ନୀଳକଣ୍ଠ ମିଶ୍ର।
H5. 71 individuals honored with Padma Awards: ରାଷ୍ଟ୍ରପତି ଭବନରେ ଆୟୋଜିତ ନାଗରିକ ଲେଖନୀ ଚାଳନ ସମାରୋହ-II ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୫ ର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଗୋଟି।, ପଦ୍ମ ପୁରସ୍କାର ତିନୋଟି ବର୍ଗରେ ପ୍ରଦାନ କରାଯାଏ - ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ। ଏହି ପୁରସ୍କାରଗୁଡ଼ିକ କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବ୍ୟବସାୟ ଏବଂ ଶିଳ୍ପ, ଚିକିତ୍ସା ଏବଂ ସାହିତ୍ୟ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ପ୍ରଦାନ କରାଯାଏ।
H6. ITR Filing Date extended: ଦେଶର ଲକ୍ଷ ଲକ୍ଷ କରଦାତାଙ୍କୁ ସରକାର ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାର ତାରିଖ ବୃଦ୍ଧି କରିଛନ୍ତି। ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବ ଟ୍ୱିଟର) ରେ ଏକ ପୋଷ୍ଟ ମାଧ୍ୟମରେ କରଦାତାଙ୍କୁ ସୂଚନା ଦିଆଯାଇଛି ଯେ ITR ଫାଇଲ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
H7. Omar Abdullah Cabinet Meeting in Pahalgam: ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ମଙ୍ଗଳବାର ଦିନ ପହଲଗାମରେ ଏକ କ୍ୟାବିନେଟ ବୈଠକ କରିଛନ୍ତି। ସେ ଏକ ସ୍ୱତନ୍ତ୍ର କ୍ୟାବିନେଟ ବୈଠକ କରିଥିଲେ ଏବଂ ଏହି ବାର୍ତ୍ତା ଦେଇଥିଲେ ଯେ ସରକାର କାପୁରୁଷ ଆତଙ୍କବାଦ କାର୍ଯ୍ୟରେ ଭୟଭୀତ ହେବ ନାହିଁ। ଏହି ବୈଠକ ପରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପହଲଗାମ କ୍ଲବରେ ଅନୁଷ୍ଠିତ ବୈଠକର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ପୋଷ୍ଟ କରିଛି।
H8. BJP expels two mla: କର୍ଣ୍ଣାଟକରେ ବିଜେପି ନିଜର ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି। ବିଜେପି ଏସ୍ ଟି ସୋମଶେଖର ଏବଂ ଏ ଶିବରାମ ହେବ୍ବରଙ୍କୁ ଦଳରୁ ବହିଷ୍କାର କରିବାର କାରଣ ସେମାନଙ୍କ ଦ୍ୱାରା କରାଯାଇଥିବା ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି ଦର୍ଶାଇଛି।
H9. Donald Trump app scam: କର୍ଣ୍ଣାଟକର ୨୦୦ ରୁ ଅଧିକ ନିବେଶକ ସାଇବର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ୫-୬ ମାସ ମଧ୍ୟରେ ସେମାନଙ୍କଠାରୁ ପ୍ରାୟ ୨ କୋଟି ଟଙ୍କା ଠକେଇ ହୋଇଛି। ଏହି ଆପର ନାମକରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ କରାଯାଇଛି। କିନ୍ତୁ ଏଥିରେ ତାଙ୍କର AI-ଜେନେରେଟେଡ୍ ଭିଡିଓ ଏବଂ ଫଟୋ ରହିଛି ଯାହା ସାହାଯ୍ୟରେ ନିବେଶକମାନଙ୍କ ସହିତ ଏକ ବଡ଼ ଠକେଇ କରାଯାଇଛି।
H10. IPL 2025 LSG vs RCB Match: ଆଜି ଏହି ଆଇପିଏଲ୍ ୨୦୨୫ ସିଜିନର ଶେଷ ଲିଗ୍ ମ୍ୟାଚ୍ ଖେଳା ଯାଉଛି। ଏହି ମ୍ୟାଚରେ ରିଷଭ ପନ୍ତଙ୍କ ଶତକ ଏବଂ ମିଚେଲ ମାର୍ଶଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ବାଙ୍ଗାଲୋରକୁ ୨୨୮ ରନର ଟାର୍ଗେଟ ଦେଇଛି। ପନ୍ତ ୬୧ ବଲ୍ରେ ୧୧୮ ରନ୍ର ଏକ ତୁଫାନୀ ଇନିଂସ ଖେଳିଥିଲେ। ଏହି ଇନିଂସରେ ପନ୍ତ ୧୧ଟି ଚୌକା ଏବଂ ୮ଟି ଛକା ମାରିଥିଲେ। ମାର୍ଶ ୩୭ ବଲ୍ରେ ୬୭ ରନ୍ର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୫ଟି ଛକା ଏବଂ ୪ଟି ଚୌକା ମାରିଥିଲେ। ଯାହା ଫଳରେ ଲକ୍ଷ୍ନୌ ୨୦ ଓଭର ପରେ ୩ ୱିକେଟ ହରାଇ ୨୨୭ ରନ କରିଥିଲା।