)
1-ଆଜି ଲୋକେସବା ଭବନରେ ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ କରିଛନ୍ତି। ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିପର୍ଯ୍ୟୟରେ ଜିରୋ କାଜୁଆଲ୍ଟି ହେଉଛି ଆମର ଏକମାତ୍ର ଲକ୍ଷ।
2-ବାତ୍ୟା 'ମୋନ୍ଥା'କୁ ନେଇ ସବୁଠି ଭୟ। ବାତ୍ୟା 'ମୋନ୍ଥା'ଆଜି ରାତି ୧୦ଟା ପାଖାପାଖି ଆନ୍ଧ୍ର ଉପକୂଳ ଛୁଇଁବ। ଭୀଷଣ ବାତ୍ୟା ରୂପରେ ( ସିଭିୟର ସାଇକ୍ଲୋନ୍) ରୂପରେ କାକିନାଡାର ସାମାନ୍ୟ ଉତ୍ତରରେ କୋନାପାପାପେଟା ନିକଟରେ ଲ୍ୟାଣ୍ତଫଲ୍ କରିବ ବୋଲି ଜଣାପଡିଛି।
3-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ରୂପ ନେଇଛି ବାତ୍ୟା 'ମୋନ୍ଥା', ଅର୍ଥାତ୍ ସାଇକ୍ଲୋନିକ୍ ସିଭିୟର ଷ୍ଟର୍ମରେ ପରିଣତ ହୋଇଛି। ଭୀଷଣ ବାତ୍ୟାର ରୂପ ନେବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫ କିଲୋମିଟର ରହିଥିବା କହିଛି ପାଣିପାଗ ବିଭାଗ। ବାତ୍ୟାଟି ଗୋପାଳପୁର ଠାରୁ ୫୭୦ କିମି ଦୂରରେ ରହିଛି ବୋଲି ସୂଚନା ମିଳିଛି।
4-ବାତ୍ୟା ମୋନ୍ଥାକୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଏନେଇ ଆଜି ୫ ଜିଲ୍ଲାକୁ ରେଡ୍ ଓ ୪ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ବାକି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
5-ସେପଟେ, ଆଇଏମଡି଼ ଡିଜି କହିଛନ୍ତି ଯେ, ଓଡ଼ିଶାରେ ବାତ୍ୟା ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯିବ। ଏବଂ ୨୮ ତାରିଖ ରାତିରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ବାତ୍ୟାର ପ୍ରଭାବ ସାମାନ୍ୟ ରହିବା ସହ ୬୦ ରୁ ୭୦ କିମି ଭିତରେ ପବନ ବହିବ।
6-ଆଜି ବାତ୍ୟା ମୋନ୍ଥାକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଆଗୁଆ ପଦକ୍ଷେପ ନେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପୂର୍ବତଟ ରେଳପଥ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।
7-ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଦୁର୍ନୀତିରେ ଯୁବ ଅଧିକାରୀଙ୍କ ସମ୍ପୃକ୍ତି ନେଇ ସେ ଏମିତି କିଛି କହିଛନ୍ତି। ଯେଉଁମାନେ ଦିନେ IAS ଓ OAS ପରୀକ୍ଷାରେ ଭଲ ରାଙ୍କ୍ ରଖି ଖବରର କାଗଜରେ ପ୍ରଂଶସିତ ହେଉଥିଲେ ଆଜି ସେମାନେ ଜେଲ୍ ଯିବା ଖବର ସେହି ଖବର କାଗଜରେ ଆସୁଛି।
8- ଆସନ୍ତା ୩୧ ତାରିଖରେ ପବିତ୍ର ଅଁଳା ପଞ୍ଚମୀ। ସାକ୍ଷୀଗୋପାଳ ମନ୍ଦିରରେ ରାଧାରାଣୀଙ୍କର ପାଦ ଦର୍ଶନ। ଲକ୍ଷ୍ୟାଧିକ ଭକ୍ତଙ୍କ ସମାଗମ ହେବ। ଏହି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତ ଓ ଦର୍ଶନାର୍ଥି ମାନେ ମାଆଙ୍କ ପାଦ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବେ। ଏହାକୁ ସୃଙ୍ଖଳିତ କରିବା ପାଇଁ ପ୍ରଶାସନିକ କ୍ଷେତ୍ରରେ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
9- ଦୀପାବଳି ପରଠୁ ରାଜଧାନୀ ନୂଆଦିଲ୍ଲୀରେ ବଢିବାରେ ଲାଗିଛି ପ୍ରଦୂଷଣ । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ପ୍ରଥମ ଥର ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା ବ୍ୟବସ୍ଥା ହୋଇଛି। ଯାହା ଫଳରେ ପ୍ରଦୂଷଣ କମ୍ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
10-ଭାରତୀୟ କ୍ରିକେଟର ଦଳର ଷ୍ଟାର ତଥା ଓଡିଆଇର ଉପଅଧିନାୟକ ଶ୍ରେୟସ୍ ଆୟରଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍। ଶ୍ରେୟସ୍ ଆୟର ଗତ ୨ ଦିନ ହେବ ସିଡ଼ନୀର ଏକ ହସପିଟାଲ୍ ର ଆଇସିୟୁ (ICU)ରେ ରଖା ଯାଇଥିଲା। ହେଲେ, ଆଜି ତାଙ୍କୁ ଆଇସିୟୁରୁ ବାହାର କରାଯାଇ ସାଧାରଣତଃ ଏକ ଓ୍ବାର୍ଡ଼ ରେ ରଖାଯାଇଛି। ଏବେ ସପ୍ତାହେ ଯାଏଁ ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି। ସୂଚନା ଅନୁସାରେ, ସିଡନୀରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍ ରେ ତାଙ୍କ ପଞ୍ଜିରା ହାଡ଼ରେ ଆଘାତ ଲାଗିଥିଲା। ଏବଂ ଇଣ୍ଟରାନାଲ୍ ବ୍ଲିଡିଙ୍ଗ ମଧ୍ୟ ହୋଇଥିଲା।