• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today:ସଂକ୍ଷେପରେ ସକାଳର ୧୦ଟି ପ୍ରମୁଖ ଖବର...

Top 10 News Today:ସଂକ୍ଷେପରେ ସକାଳର ୧୦ଟି ପ୍ରମୁଖ ଖବର...

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Written ByNarmada Behera
Published: Nov 29, 2025, 08:31 AM IST|Updated: Nov 29, 2025, 08:31 AM IST
joinshare
Top 10 News Today:ସଂକ୍ଷେପରେ ସକାଳର ୧୦ଟି ପ୍ରମୁଖ ଖବର...

About the Author

    Narmada Behera

    Narmada Behera

    Trending

    • News
    • Photos
    • Videos
    ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିଲେ ଚନ୍ଦ୍ରଜିତ ପରିଜା, ଧରିଲା ଭିଜିଲାନ୍ସ

    ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିଲେ ଚନ୍ଦ୍ରଜିତ ପରିଜା, ଧରିଲା ଭିଜିଲାନ୍ସ

    2

    ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ରାସ୍ତାରୋକ, ଗାଡ଼ି ଚଳାଚଳ ପ୍ରଭାବିତ; ମେଡିକାଲ ଯିବାକୁ ରୋଗୀ ହନ୍ତସନ୍ତ

    3

    ଦୁଗ୍ଧ ନାଁରେ ବିଷ! ଡିଟର୍ଜେଣ୍ଟ ଓ କେମିକାଲ ମିଶାଇ ଚାଲିଥିଲା କାରବାର, FDAର ଚଢ଼ାଉ

    4

    ସିନେମା ଜଗତରେ ଶୋକର ଛାୟା, ଚାଲିଗଲେ ନାନା ପାଟେକର, ଜାଣନ୍ତୁ ମୃତ୍ୟୁର କାରଣ...

    5

    Chappal Protest: ଫ୍ରିଡମ୍ ପାର୍କରେ ବଡ଼ ପ୍ରତିବାଦ: SIRକୁ ନେଇ CJPର ‘ଚପଲ ବିକ୍ଷୋଭ’

    1-ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜୟସୱାଲ । ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ହେଲେ, ଗତକାଲି ତାଙ୍କର ଦେହାନ୍ତ ହୋଇଛି। ପ୍ରକାଶ  ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ କାନପୁରରୁ କଂଗ୍ରେସ ପାର୍ଟିର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।

    2-ସୁରଙ୍କ ସାନ ପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢିଲା ଅଡୁଆ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ବିଜେପି ଲିଗାଲ ସେଲ ଅଭିଯୋଗ ଆଧାରରେ ଭୁବନେଶ୍ୱର ସାଇବର ଥାନାରେ ମାମଲା ରୁଜୁ ହୋଇଛି।

    3-ପ୍ରଥମ ଦିନରେ ଧାନ କିଣା ଶୂନ ହୋଇଛି। ଓଡ଼ିଶା ଇତିହାସରେ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି। ମଣ୍ଡି ଖୋଲିବାର ପ୍ରଥମ ଦିନରେ ଧାନ କିଣାବିକା ବିଲ୍‌କୁଲ୍‌ ନାହିଁ ।

    4-ରାଜ୍ୟରେ ଶୀତର ପ୍ରକୋପରୁ ଆଶ୍ବସ୍ତି ମିଳିବ।  ଉପରମୁହାଁ ହେବ ରାତି ତାପମାତ୍ରା।  କମିବ ଶୀତ ପ୍ରଭାବ।  ଆସନ୍ତା ୪ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ ବଢିପାରେ।  ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

    5-ଶ୍ରୀଲଙ୍କାରେ ତାଣ୍ତବ ରଚିଥିବା  ବାତ୍ୟା 'ଡ଼ିଟୱା' ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ପାଶ୍ବଦକ୍ଷିଣ ଆନ୍ଧ୍ର ଉପକୂଳ ନିକଟରେ ଆସନ୍ତାକାଲି(୩୦ ତାରିଖ ) ଭୋର୍ ସମୟରେ ପହଞ୍ଚିପାରେ।  ବାତ୍ୟା 'ଡ଼ିଟୱା' ପ୍ରଭାବରେ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ଭୁସ୍ଖଳନ ସୃଷ୍ଟି ହୋଇଛି। ଏଥିରେ ପ୍ରାୟ ୫୬ ଜଣଙ୍କ ମୃତ୍ୟୁ ହୋଇଛି। ଏବଂ ୨୧ ରୁ ଅଧିକ ନିଖୋଜ ଅଛନ୍ତି। 

    6-ହରିଦ୍ବାରରେ ୨୦୨୭ରେ ହେବାକୁ ଥିବା ଅର୍ଦ୍ଧକୁମ୍ଭର ତିଥି ଧାର୍ଯ୍ୟ ହୋଇଛି।  ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମି ଏହି ଆୟୋଜନରେ ଗୁରୁତ୍ବପୂର୍ଣ୍ଣ ତିଥି ଓ ସ୍ନାନ ତାରିଖ ଘୋଷଣା କରିଛନ୍ତି।  ଅର୍ଦ୍ଧକୁମ୍ଭର ଭବ୍ୟ ଆୟୋଜନ ଜାନୁଆରୀ ୧୪ ରୁ ଆରମ୍ଭ ହେବ। ଏହା ଏପ୍ରିଲ୍ ୨୦ ପର୍ଯ୍ୟନ୍ତ ଚାଲିବ। 

    7-ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ନେଇ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଚୁପ୍ ଅଛନ୍ତି। ତାଙ୍କ ସରକାର ପ୍ରଦୂଷଣ ରୋକିବାକୁ କୌଣସି ପଦକ୍ଷେପ ନେଉଛନ୍ତି ନାଁ ଉତ୍ତରଦାୟୀ ରହୁଛନ୍ତି।   

    8-ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ କରିବେ। ପୁଟିନଙ୍କ ଗସ୍ତ ଭାରତ ଗସ୍ତ ଡିସେମ୍ବର ୪ ରୁ ଆରମ୍ଭ ହେବ ବୋଲି ଜଣାପଡିଛି। ଏହି ସମୟରେ ଦୁଇ ଦେଶ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିବାର ଆଶା କରାଯାଉଛି। 

    9-ଦୁଇ ଓଡ଼ିଆ ଅଣପ୍ରଶାସନିକ ଅଧିକାରୀଙ୍କୁ IAS ନିଯୁକ୍ତି ମିଳିଛି।  ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସର ସୁନ୍ଦର ମାଧବ ପାଢ଼ୀ ଓ ଓଡ଼ିଶା ଅର୍ଥ ସେବାର ସ୍ମିତା ପାଣିଙ୍କୁ IAS ନିଯୁକ୍ତି ଦିଆଯାଇଛି। IAS ନିଯୁକ୍ତି ନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  

    10-ସମ୍ପ୍ରତ୍ତି ଆମେରିକା ଟାରିଫ୍ ରେ ସମଗ୍ର ବିଶ୍ବ ଦବି ରହିଛି। ଫଳରେ ଘରୋଇ ନିବେଶ ହୋଇଯାଇଛି ମନ୍ଥର। ଏହାସତ୍ତ୍ବେ ଭାରତୀୟ ଅର୍ଥବ୍ୟବସ୍ଥା ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ୮.୨ ପ୍ରତିଶତ ହାର ବଢିଛି। ଏହା ଗତ ୬ଟି ତ୍ରୟମାସରେ ସର୍ବାଧିକ ଅଭିବୃଦ୍ଧି । 

     

    Add Zee News as a Preferred Source
    TAGS:
    Top 10 News Headlines
    Afternoon News
    Latest News
    Latest Afternoon Top Headlines
    Odia News