)
1-ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ। ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ସୂଚନା। ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ।ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରି ମାରିବାକୁ ଉଦ୍ୟମ ଅଭିଯୋଗ। ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା ।
2-ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ। ଆଉ କିଛି ସ୍ଥାନରେ ୨୦ ମିମିରୁ ଅଧିକ ବର୍ଷା ହୋଇପାରେ। ଉତ୍ତର ପଶ୍ଚିମବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସୁଧା ଉପକୂଳ ଓଡ଼ିଶା ଅତିକ୍ରମ କରିବ। ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି। ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ସେପ୍ଟମ୍ବର ମାସରେ ଓଡ଼଼ିଶାରେ ସ୍ବାଭାବିକ୍ ଭାବେ ବର୍ଷା ହେବ। ସେପ୍ଟେମ୍ବର ମାସରେ ଦେଶରେ ମଧ୍ୟ ସ୍ବାଭାବିକ ଭାବେ ବର୍ଷା ହେବ।
3-ପଞ୍ଜାବରେ ଭୟଙ୍କର ବନ୍ୟା। ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ। ଆସନ୍ତା ୭ ଯାଏଁ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ, ବିଶ୍ବବିଦ୍ୟାଳୟ ଛୁଟି।
ବନ୍ୟାସ୍ଥିତି ଦେଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ସରକାର।
4-ରାଜ୍ୟରେ ଲଗାଣ ବର୍ଷା ହେତୁ ବିଭିନ୍ନ ସ୍ଥାନରେ ନଦୀ ଜଳପତ୍ତନ ବୃଦ୍ଧି ଘଟିଛି। କିନ୍ତୁ ରାଜ୍ୟର କୌଣସି ବଡ଼ ନଦୀ ବିପଦ ସଙ୍କେତ ଉପରକୁ ପ୍ରବାହିତ ହୋଇ ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ଏହି ଲଘୁଚାପ ଦ୍ୱାରା ଯେତିକି ବର୍ଷା ଆକଳନ କରାଯାଇଥିଲା ତାହା ହୋଇ ନାହିଁ। ଆଗକୁ ଯଦି ବର୍ଷା ପରିମାଣ ବଢ଼େ ତେବେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
5-ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ସୂଚନା। ମୁଖ୍ୟମନ୍ତ୍ରୀ ଵି ଦିଲ୍ଲୀ ଗସ୍ତରେ ଥିବା ବେଳେ ସଭାପତିଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା। ରାଜ୍ୟ କମିଟି, ବୋର୍ଡ ନିଗମ ନେଇ ହୋଇପାରେ ଆଲୋଚନା।
6-ପାରାଦୀପରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରାଭ୍ଯାସ। ଏହି ମିଳିତ ସମରଭ୍ଯାସ ର ନାମ ରଖାଯାଇଛି ''ସାଗର କବଚ -୨ '' । ମିଳିତ ସମରାଭ୍ୟାସ ରେ ମେରାଇନ ପୋଲିସ,ଇଣ୍ଡିଆନ କୋଷ୍ଟ ଗାର୍ଡ, ଇଣ୍ଡିଆନ ନ୍ୟାଭି, ବନ ବିଭାଗ, ମତ୍ସ୍ୟବିଭାଗ, ଗୁଇନ୍ଦା ବିଭାଗ ଭଳି ଏକାଧିକ ବିଭାଗ ଏହି ମିଳିତ ସମରଭ୍ୟାସ ରେ ସାମିଲ ହୋଇଥିବା ଜଣାପଡିଛି ।
7-ଆଜି ଶ୍ରୀ ଜଗନ୍ନାଥ ମନ୍ଦିରରେ ପାର୍ଶ୍ୱ ପରିବର୍ତ୍ତନ ବା ପଦ୍ମ ଏକାଦଶୀ ଭାବେ ପଳନ କରାଯାଉଛି। ଏହା ଶ୍ରୀଜିଉଙ୍କ ଚତୁର୍ମାସ୍ୟା ଶୟନର ମଝି ବିନ୍ଦୁ ଭାବେ ଗ୍ରହଣ କରାଯାଏ। ଏହିଦିନ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବା ସହ ଶ୍ରୀଜିଙ୍କୁ ଦୁଇଥର ବଡ଼ ସିଂହାର ବେଶ ହୋଇଥାଏ। ଆସନ୍ତୁ ନଜର ପକାଇବା ଆଜିର ସ୍ୱତନ୍ତ୍ର ନୀତିକାନ୍ତି ଉପରେ।
8-ଆସନ୍ତା ୭ ତାରିଖରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି। ୭ ତାରିଖ ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକୁ ନେଇ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ସେହି ଦିନ ରାତ୍ର ୨ ଟାରୁ ଦ୍ବାରା ଫିଟା ଯିବା ସହ ୨ଟା ୩୦ ରେ ଭିତରଶୋଧ ,୨ଟା ୪୦ରେ ମଙ୍ଗଳ ଆଳତୀ, ୩ଟାରେ ମଇଲମ ଓ ଚିତାଲାଗି ନୀତି ହେବ। ୩ଟା ୩୦ରେ ଭୋସହମ,୩ଟା ୪୫ ମିନିଟ୍ ରେ ସୂର୍ଯ୍ୟପୂଜା,୩ଟା ୪୫ ମିନିଟ୍ ରେ ସୂର୍ଯ୍ୟପଜା,୪ଟାରେ ଦ୍ବାରାପାଳ ପୂଜା କରାଯିବ। ପରେ ପର୍ଯ୍ୟାୟ କ୍ରମେ ଏହା ଆଗକୁ ବଢିବ।
9- ଭୁବନେଶ୍ୱରର ଭରତପୁର ପୋଲିସ କ୍ଷେତ୍ର ଅଧୀନରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ମଙ୍ଗଳବାର ରାତିରେ ଜଣେ ୨୮ ବର୍ଷୀୟ ଯୁବକଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କୁ କଟକ ଜିଲ୍ଲାର ବାଙ୍କି ପୋଲିସ କ୍ଷେତ୍ର ଅଧୀନରେ ଥିବା ସିଂହନାଥପୁରର ବାସିନ୍ଦା ସୂର୍ଯ୍ୟକାନ୍ତ ମହାପାତ୍ର ଭାବରେ ଚିହ୍ନଟ କରାଯାଇଛି।
10-ଆହୁରି ମଜବୁତ ହେଉଛି ଭାରତ-ରୁଷିଆ ସମ୍ପର୍କ । ଏହି ଦୃଢ଼ ସମ୍ପର୍କର ପ୍ରମାଣ ହେଉଛି ଆଉ ଏକ ଅସ୍ତ୍ର ଡିଲ୍ । ଭାରତକୁ ପୁଣି ଏସ୍-୪୦୦ ସିଷ୍ଟମ୍ ପଠାଇବ ରୁଷିଆ