)
1-Bali Jatra 2025: ଆଜି ଠାରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା। ଆଠ ଦିନ ବ୍ୟାପି ଏ-ହି ଯାତ୍ରାକୁ ସୁଚାର ରୂପେ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲିଯାତ୍ରାର ପ୍ରତ୍ୟେକ ଦିନ ସୁରକ୍ଷା ବଳୟରେ ମଧ୍ୟରେ ରହିବ । ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ ଓ ବରିଷ୍ଠ ପୋଲିସ ଅଫିସର। ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବା
2-Bali Yatra Free Bus Service 2025: ଆଜିଠୁ ଆରମ୍ଭ ହେଉଛି କଟକ ଐତିହାସିକ ବାଲିଯାତ୍ରା। ଆଜିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।ଏନେଇ ଟ୍ରାଫିକ୍ କଟକଣା ଜାରି ହୋଇଛି। ଆଜି ଅପରାହ୍ନ ୨ଟାରୁ ରାତିରେ ଭିଡ ଭାଙ୍ଗିବା ପର୍ଯ୍ୟନ୍ତ ଲାଗୁ ରହିବ।ତେବେ, ଏହି କଟକଣା ଆମ୍ବୁଲାନ୍ସ, ପୁଲିସ୍ , ଅଗ୍ନିଶମ ବାହିନୀ ଓ ଉପଯୋଗୀ ସେବାରେ ନିୟୋଜିତ ଯାନ ଗୁଡିକ ନିମନ୍ତେ ଲାଗୁ ହେବ ନାହିଁ।ଭୁବନେଶ୍ବର, ନନ୍ଦନ କାନନ, ବାରଙ୍ଗ, ତ୍ରିଶୁଳିଆ ଦେଇ ଆସୁଥିବା ହାଲୁକା ଯାନ ଗୁଡିକ ନେତାଜୀ ସେତୁ ଦେଇ ବେଲିଭ୍ୟୁ ( ଜୁଡିସିଆଲ୍ ଏକାଡେମୀ )ଠାରୁ ବାମକୁ ଯାଇ ସିଡ଼ିଏ ସେକ୍ଟର -୧୧ ହୋଇ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବ।
3-Kartika Purnima: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ବିଭିନ୍ନ ଜଳାଶୟ, ନଦୀ ଓ ନାଳ ସବୁଠି ଆ କା ମା ବୈ , ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର ଗୀତ ଗାଇ ଡଙ୍ଗା ଭସାଇଛନ୍ତି ଲୋକେ । ଏନେଇ ଆଜି ସକାଳୁ ସକାଳୁ ବିଭିନ୍ନ ବିଭିନ୍ନ ନଦୀ , ନାଳ ଓ ପୋଖରୀ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।
4-Suna Besa: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ଶେଷ ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ସୁନାବେଶରେ ସଜ୍ଜିତ କରାଯାଇଥିବା ବେଳେ ଲକ୍ଷାଧିକ ଭକ୍ତ ଦର୍ଶନ କରି ପୂର୍ଣ ଲାଭ କରିଛନ୍ତି।
5-Cm Nuapada Visit: ଆସନ୍ତାକାଲି ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି କୋମନାରେ ରୋଡ୍ ସୋ’ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ବୋଲି ସୂଚନା ମିଳିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାରରେ ସାମିଲ ହେବେ।
6-China United States Relations: ବଡ଼ ଖବର। ଆମେରିକୀୟ ସାମଗ୍ରୀ ଉପରୁ ୨୪% ଶୁଳ୍କ ହଟାଇଛି ଚୀନ୍ । ଏହାକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ମଧ୍ୟ ଦେଇଛି। ଦକ୍ଷିଣ କୋରିଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଆମେରିକା ଚୀନ୍ ଉପରୁ ୧୦% ଶୁଳ୍କ ହ୍ରାସ କରିଥିବା ସୂଚନା ମିଳିଛି।
7-DMK files petition in supreme court against sir:ତାମିଲନାଡୁର ଶାସକ ଦଳ ଦ୍ରାବିଡ଼ ମୁନେତ୍ର କାଝଗମ (ଡିଏମକେ) ରାଜ୍ୟରେ ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି। ଡିଏମକେ ଦାବି କରିଛି ଯେ ଏସଆଇଆର ଦ୍ୱାରା ଲକ୍ଷ ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇପାରେ।
8-BJP on Rahul Gandhi Vote Chori allegation: ବୁଧବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ହରିୟାଣାରେ ରାହୁଲ ଗାନ୍ଧୀଙ୍କ "ଭୋଟ୍ ଚୋରି" ଅଭିଯୋଗ ଉପରେ ପ୍ରତିଆକ୍ରମଣ କରିବାରେ କୌଣସି ସମୟ ନଷ୍ଟ କରିନାହିଁ। କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ଯେ କଂଗ୍ରେସ ନେତା ନିଜର ବିଫଳତାକୁ ଲୁଚାଇବା ପାଇଁ ଭିତ୍ତିହୀନ ବୟାନ ଏବଂ ମିଥ୍ୟା ଏବଂ ଅଯୌକ୍ତିକ ଦାବି କରୁଛନ୍ତି। ରିଜିଜୁ କହିଛନ୍ତି ଯେ ରାହୁଲ ଗାନ୍ଧୀ ବିଦେଶ ଯାଇ ଦେଶ, ଗଣତନ୍ତ୍ର ଏବଂ ପ୍ରତିଷ୍ଠାନଗୁଡ଼ିକୁ ବଦନାମ କରୁଛନ୍ତି।
9- Devi Prasad Rath Death: ଯାତ୍ରା ଜଗତରେ ଦୁଃଖର ଲହରୀ ଖେଳି ଯାଇଛି। ଯାତ୍ରାଜଗତର ଭେଟେରାନ୍ ଅଭିନେତା ଦେବୀ ପ୍ରସାଦ ରଥଙ୍କ ପରଲୋକ ହୋଇଛି।ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପାରାଦୀପଗଡ଼ ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି।
10- Virat Kohli Birth Day: ଆଜି କିଙ୍ଗ୍ କୋହଲିଙ୍କ ଜନ୍ମଦିନ। ୩୭ ବର୍ଷରେ ପାଦ ଥାପିଲେ ବିରାଟ୍। ଏନେଇ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ।