Advertisement
Article Detail0/zeeodisha/odisha2993034

Top 10 News: ଶ୍ରୀମନ୍ଦିରର ୩ ସେବାୟତ ନିଲମ୍ୱିତ, ନୂଆପଡ଼ାରେ ବିଜେପିକୁ ଜୋରଦାର ଟାର୍ଗେଟ କଲେ ନବୀନ, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News Headlines: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଶାସକ ବିଜେପି ଉପରେ ଜୋରଦାର ଟାର୍ଗେଟ୍ କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।

 

7 November Top 10 News Headlines
7 November Top 10 News Headlines

7 November Top 10 News Headlines: 1. Naveen Patnaik Nuapada Campaign: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଶାସକ ବିଜେପି ଉପରେ ଜୋରଦାର ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପ୍ରତାରଣା କରୁଛି ଏବଂ ଓଡ଼ିଶାର ବିଶ୍ୱାସ ଭାଙ୍ଗିଛି।

2. SJT Suspends 3 Servitors For Misconduct: କର୍ତ୍ତବ୍ୟରେ ଅବହେଳା ତଥା ବିଶୃଙ୍ଖଳା ସୃଷ୍ଟି କରି ଶ୍ରୀମନ୍ଦିରର ପ୍ରତିଚ୍ଛବିକୁ ନଷ୍ଟ କରୁଥିବା ଅଭିଯୋଗରେ ଆଜି ୩ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ତଠାନ ଗ୍ରହଣ କରାଯାଇଛି। ଏଥିରେ ଜଣେ ସୁଆର ବଡ଼ ସେବକ ହୋଇଥିବା ବେଳେ ଜଣେ ଖୁଣ୍ଟିଆ ସେବକ ଏବଂ ଅନ୍ୟ ଜଣେ ମହାସୁଆର ରହିଛନ୍ତି।

3. Gadkari Announces Rs 1000 Cr Fund For Odisha: ରାଜ୍ୟରେ ସଡ଼କ ବ୍ୟବସ୍ଥାକୁ ସୁଧାର କରିବା ପାଇଁ ଅତିରିକ୍ତ ପାଣ୍ଠି ୧୦୦୦ କୋଟି ଟଙ୍କା ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି। ଏଥି ସହିତ ସେ ରାଜ୍ୟରେ ବର୍ଯ୍ୟବସ୍ତୁରୁ ରାସ୍ତା ନିର୍ମାଣ ପାଇଁ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା ଏକ ସ୍ୱଚ୍ଛ ଭୁବନେଶ୍ୱର ଗଠନ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। 

Add Zee News as a Preferred Source

4. HC Notice to Berhampur SP: ବିଚାରାଧୀନ ଥିବା ଏକ ମାମଲାରେ ବୟାନ ଦେଇଥିବାରୁ ହାଇକୋର୍ଟ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡକ୍ଟର ସର୍ବଣା ବିବେକ ଏମଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନୋଟିସ କରିଛନ୍ତି। ଏ ବାବଦରେ କୋର୍ଟଙ୍କ ଆଗରେ ହାଜର ହୋଇ ନିଜ ଆଚରଣ ତଥା ବୟାନର ସମ୍ବନ୍ଧ ଓ ସ୍ଥିତି ବାବଦରେ ସୂଚୀତ କରିବା ସହ ଏକ ଲିଖିତ ସତ୍ୟପାଠ ଦାଖଲ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

5. IPS Officer Tadasha Mishra Appointed: ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଓଡ଼ିଆ ଝିଅ ତଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ପୋଲିସ ବାହିନୀର ମୁଖ୍ୟ ଭାବରେ ନିଯୁକ୍ତ ହେବାର ସେ ପ୍ରଥମ ମହିଳା ହୋଇଛନ୍ତି।

6. Supreme Court Order: ସୁପ୍ରିମକୋର୍ଟ ବୁଲା କୁକୁର ପ୍ରସଙ୍ଗରେ ନିଜର ବହୁ ପ୍ରତୀକ୍ଷିତ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ବ୍ୟକ୍ତିଗତ ଭାବରେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରାସ୍ତା ଏବଂ ରାଜପଥଗୁଡ଼ିକ ଯେପରି ବୁଲା ପଶୁ ଏବଂ କୁକୁର ମୁକ୍ତ ରହିବ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଏକ ଗମ୍ଭୀର ମତ ରଖିଛନ୍ତି।

7. International Film Festival: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ୫୬ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ।  ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ବ ଆସନ୍ତା ୨୮ ତାରିଖ ଯାଏ ଚାଲିବ।  ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ବିସ୍ତୃତ ସୂଚନା  ଦେଇଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ।

8. Rahul Gandhi Allegations: ଗଣମାଧ୍ୟମ ସହିତ ଆଲୋଚନା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିପରି ନିର୍ବାଚନ ଚୋରି କରି ପ୍ରଧାନମନ୍ତ୍ରୀ ହେଲେ ସେ ବିଷୟରେ ସେ ଦେଶର ଯୁବପିଢ଼ିଙ୍କୁ ଜଣାଇବେ।

9. Hasin Jahan vs Mohammed Shami: କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାଁ ସୁପ୍ରିମକୋର୍ଟରେ ମାସିକ ୧୦ ଲକ୍ଷ ଟଙ୍କା ଭରଣପୋଷଣ ପାଇଁ ଏକ ଆବେଦନ ଦାଖଲ କରିଛନ୍ତି। ପୂର୍ବରୁ ସେ ୪ ଲକ୍ଷ ଟଙ୍କା ପାଉଥିଲେ। ଏ ସମ୍ପର୍କରେ କୋର୍ଟ ନୋଟିସ୍ ଜାରି କରିଛନ୍ତି।

10. MS Dhoni IPL 2026: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାସି ବିଶ୍ୱନାଥନ ଏମଏସ ଧୋନି ପ୍ରଶଂସକମାନଙ୍କୁ ଏକ ଭଲ ଖବର ଦେଇଛନ୍ତି। ବିଶ୍ୱନାଥନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦଳ ନିଶ୍ଚିତ ଯେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲ ୨୦୨୬ ପାଇଁ ଉପଲବ୍ଧ ହେବେ।

About the Author