• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today:ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର...

Top 10 News Today:ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର...

ଚୁଟକୀରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Written ByNarmada Behera
Published: Oct 08, 2025, 03:57 PM IST|Updated: Oct 08, 2025, 03:57 PM IST
joinshare
Top 10 News Today:ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର...

About the Author

    Narmada Behera

    Narmada Behera

    Trending

    • News
    • Photos
    • Videos
    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    2

    CISF Camp Firing: କଠୁଆରେ CISF କ୍ୟାମ୍ପରେ ଗୁଳିକାଣ୍ଡ, ୪ ଯବାନଙ୍କ ମୃତ୍ୟୁ

    3

    ଲାଞ୍ଚ ମାମଲାରେ ପୂର୍ବତନ ରାଜସ୍ୱ କର୍ମଚାରୀ ଦୋଷୀ ସାବ୍ୟସ୍ତ, ୧ ବର୍ଷ ଜେଲ୍ ଦଣ୍ଡ

    4

    ରେଭେନ୍ସା ଛାତ୍ରାବାସରେ ରାଗିଂ ଅଭିଯୋଗ, ଆଣ୍ଟି ରାଗିଂ ସେଲ୍‌ରେ ଛାତ୍ରଙ୍କ ଫେରାଦ

    5

    ଅମାନିଆ ସାବଧାନ... ଗାଡି ଚାଲାଣ ନଭରିଲେ କଟିବ ବିଦ୍ୟୁତ୍ ସଂଯୋଗ !

    1-Odisha Vigilance Nabs OAS Officer: ଓଡ଼ିଶା ଭିଜିଲାନ୍ସ ଗଞ୍ଜାମ ଜିଲ୍ଲାର ବେଲାଗୁଣ୍ଠା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ସତପଥୀଙ୍କୁ ଜଣେ କର୍ମଚାରୀଙ୍କଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଗିରଫ କରିଛି।

    2-Weather Update: ଭୁବନେଶ୍ବରରେ ଛେଚୁଛି ବର୍ଷା। ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାଘାଟରେ ଲହଡ଼ି ଭାଙ୍ଗୁଛି ପାଣି। ଫଳରେ ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍ ଓ ବାଣୀବିହାରରେ ସବୁଠି ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି।

    3-Pakistani Soldiers Killed: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ତେହେରିକ-ଏ-ତାଲିବାନ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୧ ଜଣ ସୈନିକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପାକିସ୍ତାନୀ ସେନା ଅଧିକାରୀ ମଧ୍ୟ ଅଛନ୍ତି।

    4-Zubeen Garg Death Case: ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁର ତଦନ୍ତ କରୁଥିବା ଆସାମ ପୋଲିସ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗାୟକଙ୍କ ସମ୍ପର୍କୀୟ ଭାଇ ସନ୍ଦିପାନ ଗର୍ଗଙ୍କୁ (DSP Sandipan Garg) ଗିରଫ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ସନ୍ଦିପାନ ଆସାମ ପୋଲିସରେ ଡିଏସ୍ପି ପଦବୀରେ ଅଛନ୍ତି।

    5-Shah Rukh Khan: ଶାହାରୁକ୍ ଙ୍କ ପୁଅ ଆର୍ଯ୍ୟାନ୍ ଖାନ୍ ଙ୍କୁ କୃଜ୍ ଡ୍ରଗ୍ସ ମାମଲା। ଏହି ମାମଲାରେ ଆସିଛି ଆଉ ଏକ ଟ୍ବିଷ୍ଟ। କୃଜ୍ ଡ୍ରଗ୍ସ ମାମଲା ଆର୍ଯ୍ୟାନ ଖାନ୍ କୁ ଧରିଥିବା ସମୀର ଓ୍ବେଙ୍ଖେଡଙ୍କର ହୋଇଛି ମାନହାନୀ। ଏନେଇ ୨ କୋଟି ଟଙ୍କା ସେ ଦାବି କରିବା କରିଛନ୍ତି। ସେପଟେ, ଦିଲ୍ଲୀ ହାଇକୋର୍ଟ ଶାହାରୁଖ୍ ଓ ଗୌରୀଙ୍କ ସହ ତାଙ୍କର ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ କୁ ସମନ୍ କରିଛନ୍ତି।

    6-Punjabi Singer Rajbir Jawanda: କଳା ଜଗତରୁ ଆସିଲା ଦୁଃଖଦ ଖବର। ଭୟଙ୍କର ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ ରାଜବୀର। ଯାହାକୁ ନେଇ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି।ପଞ୍ଜାବର ସୁନାମଧନ୍ୟ କଣ୍ଠଶିଳ୍ପୀ ରାଜବୀର ଜଓ୍ବାଣ୍ତାଙ୍କ ମୃତ୍ୟୁ ହୋଇଛି।ତାଙ୍କର ମୃତ୍ୟୁଙ୍କୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି। ସୂଚନା ଅନୁସାରେ,ଗତ ସେପ୍ଟେମ୍ବର ୨୭ ତାରିଖ ଦିନ ରାଜବୀର ନିଜର ବାଇକ୍ ରେ ସିମଲାରୁ ସୋଲାନ୍ ଯାତ୍ରା କରୁଥିବା ବେଳେ ହିମାଚଳ ପ୍ରଦେଶର ବାଡ୍ଡି ନିକଟରେ ତାଙ୍କର ଭୟଙ୍କର ଦୁର୍ଘଟଣା ହୋଇଥିଲା।

    7-Bali jatra: କଟକ ବାଲିଯାତ୍ରା ପାଇଁ କଟକଣା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ପୂର୍ବରୁ ଏ-ହାର ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ଧାକଡ଼ି କରିବା ସହ ଯେମିତି କୌଣସି ତ୍ରୁଟି ନହେବ ସେଥିଲାଗି ବାହାର କାରକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବିଶେଷ କରି ସୋସିଆଲ୍‍ ମିଡିଆକୁ ଧ୍ୟାନ ଦେଇଛନ୍ତି ପ୍ରଶାସନ। ବିଭିନ୍ନ ସମୟରେ ବାଲିଯାତ୍ରାର ଫୁଟେଜ୍‍ ସଂଗ୍ରହ ପାଇଁ ଏହି ଅଞ୍ଚଳରେ ଡ୍ରୋନ ଉଡ଼ାଇଥାଆନ୍ତି ଫଟୋ ଗ୍ରାଫର, ୟୁଟ୍ୟୁବର। ହେଲେ ଏହାକୁ ଏବର୍ଷ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ନଭେମ୍ବର ୧ ତାରିଖରୁ କୌଣସି ପ୍ରକାର ଅଣ ପାଇଲଟ ବିମାନ ବା ଏୟାରକ୍ରାଫ୍ଟକୁ କଟକ ଆକାଶରେ ଉଡ଼ିବା ଉପରେ ପ୍ରତିବନ୍ଧକ ରହିବ। ଏହି କଟକଣା ୧୫ ତାରିଖ ଯାଏ ଚାଲିବ।

    8-Odisha News: ପୁଣି ଲଜ୍ଜ୍ୟା। ଭଉଣୀ ସହ ଭାଇ କଲା କୁକର୍ମ। ଏଭଳି ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ । ନାବାଳିକାଟିର ବୟସ ୬ ବର୍ଷ ହୋଇଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି।

    9-IPS Puran Suicide Case: ଆଇପିଏସ୍ ପୁରନ୍ ଆତ୍ମହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ୧୦ ଜଣ ଆପିଏସ୍ ଅଧିକାରୀ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ସେ ଲେଖିଥିବା ୮ ପୃଷ୍ଠାର ସୁଇସାଉଡ୍ ନୋଟ୍ ଜବତ୍ କରାଯାଇଛି। ସୁଇସାଇଡ୍ ନୋଟକୁ ଫରେନସିକ୍ ଲ୍ୟାବ୍ କୁ ପଠାଯାଇଛି।

    10-ICC Cricket Ranking: ଚଳିତ ବର୍ଷ ICC ଟେଷ୍ଟ ରାଙ୍କିଂରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଉଛି। ଭାରତର ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ନମ୍ବର ୱାନ ଟେଷ୍ଟ ବୋଲର ରହିଛନ୍ତି। ଏହି ସମୟରେ ମହମ୍ମଦ ସିରାଜ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କ କ୍ୟାରିୟରର ସର୍ବୋଚ୍ଚ ରେଟିଂ ହାସଲ କରିଛନ୍ତି। ଯଦିଓ ସିରାଜ ଏପର୍ଯ୍ୟନ୍ତ ଶ୍ରେଷ୍ଠ-୧୦ ରେ ପ୍ରବେଶ କରିନାହାଁନ୍ତି।

     

    Add Zee News as a Preferred Source
    TAGS:
    Top 10 News Headlines
    Afternoon News
    Latest News
    Latest Afternoon Top Headlines
    Odia News