)
Top 10 News Headlines 9 October 2025: 1. Cuttack Violence Update: ଦୁର୍ଗାପୂଜା ଭଷାଣି ସମୟରେ ଘଟିଥିବା ସଂଘର୍ଷ ପରେ କଟକର ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ବୋଲି ଗୁରୁବାର ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍ କହିଛି। କଟକ ଜିଲ୍ଲାର ଦରଗା ବଜାର ଅଞ୍ଚଳରେ ଘଟିଥିବା ଦୁଇଟି ହିଂସା ଘଟଣାରେ ଏପର୍ଯ୍ୟନ୍ତ ମୋଟ ୩୧ ଜଣଙ୍କୁ ଗିରଫ କରାଯାଇଛି।
2. BJD Starts Annual Padayatra: ପୂର୍ବ ଘୋଷଣା ଅନୁସାରେ ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ପଦଯାତ୍ରା। କର୍ମୀ ଓ ସଂଗଠନକୁ ଏକାଠି କରିବା ଲାଗି ଏହି ପଦଯାତ୍ରା ପ୍ରତିବର୍ଷ ଗାନ୍ଧି ଜୟନ୍ତୀରେ ଆରମ୍ଭ କରାଯାଇଥାଏ। କିନ୍ତୁ ଏଥର ଏହି ପଦଯାତ୍ରା ବିଳମ୍ବ ହୋଇଛି। ପୁଣି ବିନା ସଭାପତି ତଥା ନବୀନଙ୍କ ଉପସ୍ଥିତିରେ ବିଜେଡି ଏବର୍ଷ ବଡ଼ ନିରାଡ଼ାମ୍ବର ଭାବେ ଆରମ୍ଭ କରିଛି ଏହି ପଦଯାତ୍ରା।
3. Odisha Weather Alert: ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାର ଅନେକ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଏହା ସମେତ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପ୍ରବଳ ପବନ ବହିବାର ପୂର୍ବାନୁମାନ କରିଛି। ଏହି ଆଲର୍ଟ ଅକ୍ଟୋବର ୧୦ ରୁ ୧୩ ଯାଏଁ ଦିଆଯାଇଛି।
4. Air India Express Flight Emergency Landing: ଗୁରୁବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଜରୁରୀକାଳୀନ ଅବତରଣ କରିଛି। ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ଅନୁଯାୟୀ, ବିମାନଟି ବେଙ୍ଗାଲୁରୁ ଗୌହାଟି ଅଭିମୁଖେ ଯାତ୍ରା କରୁଥିଲା ବେଳେ ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ଏହା ପରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା।
5. 19 OPS Officers Transferred: ଓଡ଼ିଶା ଗୃହ ବିଭାଗ ରାଜ୍ୟ ସାରା ୧୯ ଜଣ OPS ଅଧିକାରୀଙ୍କୁ ବଦଳି କରିବା ପାଇଁ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ବଲାଙ୍ଗୀରର ପୂର୍ବତନ ଅତିରିକ୍ତ ପୋଲିସ ଅଧିକ୍ଷକ (SP) ଆଲୋକ କୁମାର ଜେନା ଏବେ ବ୍ରହ୍ମପୁରର ଅତିରିକ୍ତ SP ହେବେ।
6. Nobel Prize 2025 for Literature: ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଗୁରୁବାର ଅର୍ଥାତ୍ ଅକ୍ଟୋବର ୯ ତାରିଖରେ ସାହିତ୍ୟରେ ନୋବେଲ୍ ପୁରସ୍କାର ଘୋଷଣା କରିଛି। ୨୦୨୫ ମସିହା ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ହଙ୍ଗେରୀୟ ଲେଖକ ଲାସଜଲୋ କ୍ରାସ୍ନାହୋରକାଇଙ୍କୁ ପ୍ରଦାନ କରିବାକୁ ଘୋଷଣା କରାଯାଇଛି।
7. Explosion in ayodhya: ଗୁରୁବାର ରାତିରେ ଅଯୋଧ୍ୟା ଜିଲ୍ଲାର ପୁରା କଲନ୍ଦର ଥାନା ଅଞ୍ଚଳ ଅନ୍ତର୍ଗତ ପାଗଲା ଭାରି ଗାଁରେ ଏକ ଘର ବିସ୍ଫୋରଣ ହୋଇଛି। ଏହି ଶକ୍ତିଶାଳୀ ବିସ୍ଫୋରଣରେ ଘରଟି ଏକ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ଭଗ୍ନାବଶେଷ ତଳେ ଫସି ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଆହୁରି ଅନେକ ଲୋକ ଫସି ରହିଥିବା ରିପୋର୍ଟ ଆସୁଛି।
8. India-UK Defence Deal: ଭାରତ ଏବଂ ୟୁକେ ସରକାର ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ ବ୍ରିଟେନ ଏବେ ଭାରତୀୟ ସେନାକୁ ହାଲୁକା ମଲ୍ଟିରୋଲ୍ ମିସାଇଲ୍ ଯୋଗାଇବ। ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଭାରତ ଗସ୍ତର ଦ୍ୱିତୀୟ ଏବଂ ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ସମୟରେ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ୪୬୮ ନିୟୁତ ଡଲାର ମୂଲ୍ୟର ଏହି ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
9. PM Modi Speaks With Trump: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ଏବଂ ଐତିହାସିକ ଗାଜା ଶାନ୍ତି ଯୋଜନାର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଆମେରିକା ସହିତ ବାଣିଜ୍ୟ ଆଲୋଚନାରେ ହୋଇଥିବା ଭଲ ଅଗ୍ରଗତି ସମୀକ୍ଷା କରିଛନ୍ତି।
10. World cup 2025 INDW vs SAW Macth: ଗୁରୁବାର ମହିଳା ବିଶ୍ୱକପ୍ ର ୧୦ତମ ମ୍ୟାଚ୍ ରେ ଭାରତୀୟ ମହିଳା ଏବଂ ଦକ୍ଷିଣ ଆଫ୍ରିକା ମହିଳା ଦଳ ମୁହାଁମୁହିଁ ହେଉଛନ୍ତି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୧ ରନ୍ କରିଛି। ଦଳ ତରଫରୁ ରିଚା ଘୋଷ ସର୍ବାଧିକ ୯୪ ରନ୍ ର ଇନିଂସ ଖେଳିଥିଲେ। ସ୍ନେହ ରାଣାଙ୍କ ସହିତ ସେ ଅଷ୍ଟମ ୱିକେଟ୍ ପାଇଁ ୮୮ ରନ୍ ଯୋଡ଼ିଥିଲେ।