)
1-Vice President India Election 2025: ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନାମ ଆଜି ଘୋଷଣା କରାଯିବ। ଆଜି ସାଂସଦମାନେ ନୂତନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି। ସନ୍ଧ୍ୟା ସୁଦ୍ଧା ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ସ୍ପଷ୍ଟ ହୋଇଯିବ। ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ପ୍ରାର୍ଥୀ ସି.ପି. ରାଧାକୃଷ୍ଣନ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ହେବ।
2-Nepal PM Oli Resigns: ନେପାଳରେ ବଡ଼ ଧରଣର ପ୍ରତିବାଦ ଏବଂ ହିଂସା ମଧ୍ୟରେ ଦେଶର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନୁମାନ କରାଯାଉଛି ଯେ କେପି ଓଲି ଦେଶ ଛାଡି ପଳାଇ ଯାଇପାରନ୍ତି। ଭାରତର ପଡ଼ୋଶୀ ଦେଶ ନେପାଳରେ ହିଂସା ଥମିବାର ନାଁ ନେଉନାହିଁ। ସୋମବାର ଦିନ ସୋସିଆଲ ମିଡିଆ ବ୍ୟାନ୍ ଏବଂ ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ପ୍ରତିବାଦ ବର୍ତ୍ତମାନ ହିଂସାତ୍ମକ ରୂପ ନେଇଛି।
3-Flights Cancelled: ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ଅଧାରୁ ଫେରିଲା। ଦିଲ୍ଲୀ ଓ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ ଇଣ୍ଡିଗୋ ବିମାନ ଫେରିଲା। ତ୍ରିଭୁବନ ବିମାନବନ୍ଦରରେ ଅବତରଣ ଅନୁମତି ନ ମିଳିବାରୁ ଫେରିଲା। ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ ଥିବା ଏୟାର ଇଣ୍ଡିଆର ୩ଟି ବିମାନ ଉଡ଼ାଣ ବାତିଲ।
4-India Nepal border IN high alret: ଭାରତ-ନେପାଳ ସୀମାନ୍ତରେ ହାଇ ଆଲର୍ଟ। ଦାର୍ଜିଲିଂକୁ ଲାଗିଥିବା ସୀମାନ୍ତରେ ସେନାକୁ ଆଲର୍ଟ। ତୀକ୍ଷ୍ଣ ନଜର ରଖାଯାଇଛି କହିଲେ ସ୍ଥାନୀୟ ଏସ୍ପି ପ୍ରବୀଣ ପ୍ରକାଶ।
5-PM Modi did an aerial survey of HP: ଉତ୍ତର ଭାରତର ଅନେକ ରାଜ୍ୟରେ ବନ୍ୟା ଏବଂ ବର୍ଷା ଯୋଗୁଁ ଜୀବନଯାତ୍ରା ବହୁଳ ଭାବରେ ପ୍ରଭାବିତ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ସମୀକ୍ଷା କରିବା ପାଇଁ ହିମାଚଳ ପ୍ରଦେଶରେ ପହଞ୍ଚିଛନ୍ତି। ଏଠାରେ ସେ ବନ୍ୟା ପ୍ରଭାବିତ ଅଞ୍ଚଳର ଏକ ଆକାଶ ମାର୍ଗରେ ସର୍ଭେ କରିଥିଲେ। ଏହା ବ୍ୟତୀତ ସେ NDRF ଏବଂ SDRFର କର୍ମଚାରୀମାନଙ୍କୁ ଭେଟିଥିଲେ।
6-N Bhaskar Rao Quits BJD: ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ବରିଷ୍ଠ ବିଜୁ ଜନତା ଦଳ (ବିଜେଡି) ନେତା ଏନ ଭାସ୍କର ରାଓ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ରାଓ ଏବଂ ଲାଲ ବିହାରୀ ହିମିରିକା ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ଘୋଷଣା କରିଛନ୍ତି। ରାଓ ଜିଲ୍ଲା ସଭାପତି ନିଯୁକ୍ତି ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଏହି ନିଷ୍ପତ୍ତି ଦଳୀୟ କର୍ମୀଙ୍କ ଭାବନାକୁ ଆଘାତ ଦେଇଛି।
7-Five Held in Sundargarh: ରାଜଗାଙ୍ଗପୁର ପୋଲିସ ଷ୍ଟେସନ ପଡ଼ାର ଏକ ଭଡା ଘରୁ ଏକ ଆନ୍ତଃରାଜ୍ୟ ଅନଲାଇନ୍ ଜୁଆ ରାକେଟ ପରିଚାଳନା କରୁଥିବା ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ବେଆଇନ ବାଜି କାର୍ଯ୍ୟକଳାପ ଚାଲିଥିବା ସମ୍ପର୍କରେ ଗୁଇନ୍ଦା ରିପୋର୍ଟ ପରେ ଏହି ଚଢାଉ କରାଯାଇଥିଲା।
8-Heavy Rain Alert: ଦେଶ ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ବର୍ଷା। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଆସନ୍ତା ୧୩ରୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ତେବେ, ଆସନ୍ତୁ ଜାଣିବା ଆଜି କେଉଁସବୁ ଜିଲ୍ଲାକୁ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଓଡ଼଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାରରେ ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢିବ। ୧୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୪ ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି ହୋଇଛି।
9-Subhadra Yojana 2025: ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ହେବ କହିଲେ ପ୍ରଭାତୀ ପରିଡ଼ା।ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ହେବ ଆଲୋଚନା। ୩ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ପରିବହନ, ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମଗାଯାଇଥିଲା। ବାଣିଜ୍ୟ ଓ ପରିବହନ ବିଭାଗକୁ ୪ ଚକିଆ ତଥ୍ୟ ମଗାଯାଇଥିଲା।
10-Asia Cup 2025: ଆଜିଠୁ ଆରମ୍ଭ ହେବାକୁ ଯାଇଛି ଏସିଆ କପ୍ କ୍ରିକେଟ୍ର ସପ୍ତଦଶ ସଂସ୍କରଣ। ଆବୁଧାବିର ସେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ରାତି ୮ଟାରେ ଖେଳାଯିବ ମ୍ୟାଚ୍ । ତେବେ, ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ହଂକଂ। ଆଫଗାନିସ୍ତାନ ଟିମ୍ର ନେତୃତ୍ବ ରସିଦ ଖାନ ନେଉଥିବା ବେଳେ ୟାସିମ ମୋର୍ଟଜାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ହଂକଂ ଟିମ୍। ଆସନ୍ତାକାଲି ୟୁଏଇ ସହ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ୧୪ରେ ପାକିସ୍ତାନ ଓ ୧୯ରେ ଓମାନ୍ ସହ ଖେଳିବ ଭାରତ। ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ୧୪ ତାରିଖର ଭାରତ-ପାକିସ୍ତାନ ମ୍ୟାଚ୍ ।