Advertisement
Article Detail0/zeeodisha/odisha2700027
Zee OdishaTop 10 NewsTop 10 News Headlines: ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ୍, ଏବେସୁଦ୍ଧା ଜଣେ ମୃତ

Top 10 News Headlines: ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ୍, ଏବେସୁଦ୍ଧା ଜଣେ ମୃତ

Top 10 News Headlines:  ପଢନ୍ତୁ ଅପରାହ୍ଣର ୪ଟା ବେଳର ସବୁୁଠୁ ବଡ଼ ଖବର କେବଳ ଚୁଟକିରେ...

Top 10 News Headlines:  ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ୍, ଏବେସୁଦ୍ଧା ଜଣେ ମୃତ

Train Accident: ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଟ୍ରାକରୁ ଖସିଲା ୧୧ଟି ବଗି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା । ଚୌଦ୍ବାରା ନିର୍ଗୁଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Bengaluru Kamakhya Express Derail: କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ପରେ ସ୍ପେଶାଲ୍‌ ଟ୍ରେନ୍‌ ବ୍ୟବସ୍ଥା । ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା । ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଉଛି କହିଲେ ବରିଷ୍ଠ ଅଧିକାରୀ । ଭୁବନେଶ୍ବରରୁ ବାହାରିଲା ସ୍ବତନ୍ତ୍ର ଟ୍ରେନ୍‌, ଭାୟା ନରାଜ ଦେଇ ଯିବ । 

Bengaluru Kamakhya Express Derailed: କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ପରେ ଜାରି ହେଲା ହେଲ୍ପ ଲାଇନ ନମ୍ବର ।
ହେଲ୍ପଲାଇନ୍ ନମ୍ବର ଜାରି କଲା ଇଷ୍ଟକୋଷ୍ଟ ରେଲୱେ । କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮,  କଟକ ପାଇଁ ମୋବାଇଲ୍ ନଂ- ୭୨୦୫୧୪୯୫୯୧,  ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା,  ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି, ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫ ଓ ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନଂ- ୯୪୩୭୪୪୩୪୬୯ ଜାରି ହୋଇଛି। 

Add Zee News as a Preferred Source

Train Accident Update: କଟକ ବଡ଼ ଡାକ୍ତରଖାନାରେ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏସସିବି ମେଡିକାଲ ପହଞ୍ଚିଛନ୍ତି । ତାଙ୍କ ସହ ଅଛନ୍ତି ସ୍ବାସ୍ଥ୍ୟ ସଚିଵ ଆଶ୍ବସ୍ଥି ଏସ୍ । କଟକ ଵଡ ମେଡିକାଲର ଭିତ୍ତିଭୂମି ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ଵଡ ମେଡିକାଲ ସମ୍ପ୍ରସାରଣ କାମର ମଧ୍ୟ ସମୀକ୍ଷା କରୁଛନ୍ତି ଦୁଇ ସଚିବ । ଡିଏମ୍ଇଟି ମଧ୍ୟ ଏସସିବି ମେଡିକାଲ ବୁଲି ସ୍ଥିତି ପରଖୁଛନ୍ତି ।

Train Accident Investigation: କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ସିପିଆର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ତଦନ୍ତ ରିପୋର୍ଟ ପରେ ଏକ୍ସପ୍ରେସ ଦୁର୍ଘଟଣାର କାରଣ ଜଣାପଡିବ । ତେବେ ନିର୍ଗୁଣ୍ଡି ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି । ଏହି ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ ଏନଡିଆରଏଫ ଓ ଅଗ୍ନିଶମ ବାହିନୀ । ଏପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ସରିଥିବା ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Odisha CM Antodya Scheme: ଆଜି ଭବାନୀପାଟଣାର କ୍ରିଷ୍ଣାନଗର ପଡ଼ିଆଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର । ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ ।

Odisha Crime News: ଗଞ୍ଜାମରେ ପୁଣି ଫୁଟିଲା ଗୁଳି । ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ମୃତକ ହେଲେ ଲକ୍ଷ୍ମୀ ନାରାୟଣ ପାଇକରାୟ ଓରଫ କୁନା । ପଥରପାଲ୍ଲି ରାସ୍ତାରେ ଗୁଳିମାଡ଼ ହୋଇଛି । ମିଳିଥିବା ସୂଚନା ଅନୁସାରେ କୁନା ବାଇକରେ ପଥରପାଲ୍ଲି ଅଞ୍ଚଳକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Nepal Crisis: ନେପାଳର ରାଜଧାନୀ କାଠମାଣ୍ଡୁର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ସମୟରେ ରାଜତନ୍ତ୍ର ସମର୍ଥକମାନେ ସାର୍ବଜନୀନ ସମ୍ପତ୍ତି ଏବଂ ପରିବେଶକୁ ବ୍ୟାପକ କ୍ଷତି ପହଞ୍ଚାଇଛନ୍ତି। ଏହି କ୍ଷତି ଯୋଗୁ କାଠମାଣ୍ଡୁର ନାଗରିକ ସଂସ୍ଥା ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହଙ୍କ ଉପରେ ଜରିମାନା ଲଗାଇଛି। ପ୍ରତିବାଦ ପରେ, ସକାଳ ୭ଟାରେ ସହରର ପୂର୍ବ ଭାଗରୁ କର୍ଫ୍ୟୁ ଉଠାଇ ଦିଆଯିବା ପରେ କାଠମାଣ୍ଡୁର ପରିସ୍ଥିତି ସ୍ୱାଭାବିକ ରହିଥିଲା।

Myanmar Earth Quake Update: ମିଆଁମାରରେ ବୃଦ୍ଧି ପାଉଛି ଭୂକମ୍ପରେ ହୋଇଥିବା ମୃତ୍ୟୁ ସଂଖ୍ୟା। କଂକ୍ରିଟ ଆଡେଇଲେ ଖାଲି ବାହାରୁଛି ମୃତ ଦେହ। ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି। ଭୁଷୁଡି ପଡ଼ିଥିବା ଅଟ୍ଟାଳିକା ତଳେ ଆହୁରି ଶହଶହ ମୃତଦେହ ଦିବ ରହିଥିବା ଆଶଙ୍କା କରାଯାଉଛି। ଗତକାଲି ରାତି ସୁଦ୍ଧା ୧୬୪୪ ଲୋକଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୩ ହଜାରରୁ ଅଧିକ ଗୁରତର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Attack On Putin: ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ବିଶ୍ବରେ ହଇଚଇ ସୃଷ୍ଟି କରିଛି  । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।  ତାଙ୍କ ସହିତ ଜଡିତ ଥିବା ଲିମୋଜିନର ବିସ୍ଫୋରଣ ହୋଇଥିବା ଜଣାପଡିଛି । ମସ୍କୋ  ସ୍ଥିତ FSB ହେଡକ୍ବାଟର୍ସ ଆଗରେ ବିସ୍ଫୋରଣ ଘଟିଛି  । ବିସ୍ଫୋରଣରେ  ନିଆଁ ଲାଗି ଲିମୋଜିନ ଛାରଖାର ହୋଇଛି।  ତେବେ ବିସ୍ପୋରଣ ବେଳେ କାରରେ ପୁଟିନ ନ ଥିଲେ ।

About the Author
author img
Rashmita Sahoo

'ମୁଁ ଜଣେ ସମାଲୋଚକ ନୁହେଁ, ଗର୍ବରେ କହିବି ମୁଁ ଜଣେ ସାମ୍ବାଦିକା'

...Read more