Top 10 News Headlines: ଦିନ ତମାମର ୧୦ଟି ବଡ଼ ଖବର ପଢନ୍ତୁ ଚୁଟକିରେ...
Trending Photos
)
Bihar Election: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବଣ୍ଟନ ଚୂଡ଼ାନ୍ତ ହୋଇଛି। ବିଜେପି ଏବଂ ଜେଡିୟୁ ପ୍ରତ୍ୟେକ ୧୦୧ଟି ଲେଖାଏଁ ଆସନରେ ଲଢ଼ିବେ, ଯେତେବେଳେ କି ଚିରାଗ ପାସୱାନଙ୍କ ଦଳକୁ ୨୯ ଆସନ ଦିଆଯାଇଛି। ଜିତନ ରାମ ମାଞ୍ଝିଙ୍କ ଦଳକୁ ୬ ଆସନ ଦିଆଯାଇଛି। ବିଜେପି ବିହାର ପ୍ରଭାରୀ ବିନୋଦ ତାୱଡେ କହିଛନ୍ତି ଯେ ଏନଡିଏ ପରିବାରର ସମସ୍ତ ସଦସ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ସହମତ ହୋଇଛନ୍ତି ଏବଂ ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ଉପରେ ସହମତ ହୋଇଛନ୍ତି। ସେହିପରି ବିହାର ବିଜେପି ସଭାପତି ଦିଲୀପ ଜୟସୱାଲ କହିଛନ୍ତି, "ଏନଡିଏ ଏକଜୁଟ ଅଛି। ଆମେ ଦୃଢ଼ ବହୁମତ ସହିତ ସରକାର ଗଠନ କରିବୁ।"
Pakistan Taliban Conflict: ଅକ୍ଟୋବର ୧୧ ଶନିବାର ବିଳମ୍ବିତ ରାତିରେ, ଆଫଗାନିସ୍ତାନ ତାଲିବାନ ଡୁରାଣ୍ଡ ରେଖା ନିକଟରେ ଏକ ବଡ଼ ଆକ୍ରମଣ ହୋଇଛି । ତାଲିବାନ ପକ୍ଷରୁ ଦାବି କରାଯାଇଛି ଯେ, ଆକ୍ରମଣରେ ୫୮ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି ଏବଂ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ସଂଘର୍ଷରେ ନଅ ଜଣ ଆଫଗାନିସ୍ତାନ ତାଲିବାନ ସୈନିକ ମଧ୍ୟ ନିହତ ହୋଇଛନ୍ତି । ୧୬ ଜଣ ଆହତ ହୋଇଥିବା କୁହାଯାଉଛି।
Y Category Security Got Azam Khan: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ଏବଂ ବରିଷ୍ଠ ନେତା ଆଜମ ଖାନ ସୀତାପୁର ଜେଲରୁ ମୁକ୍ତ ହେବା ପରଠାରୁ ଖବରର ଶିରୋନାମାରେ ଅଛନ୍ତି। ରାମପୁରରେ ରହୁଥିବା ଆଜମ ଖାନଙ୍କ ନିକଟକୁ ପରିଦର୍ଶକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ପରିଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ, ସରକାରଙ୍କ ଗୃହ ବିଭାଗ ତାଙ୍କ ସୁରକ୍ଷା ପୁନଃସ୍ଥାପିତ କରିଛି। ତାଙ୍କୁ ୱାଇ-ବର୍ଗ ସୁରକ୍ଷା ଦିଆଯିବ।
Mamta Banerjee Reaction: ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା । ଦାୟିତ୍ବହୀନ ମନ୍ତବ୍ୟ ସହ ଅଜବ ଯୁକ୍ତି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଗଣମାଧ୍ଯମକୁ ପ୍ରତିକ୍ରିୟା ଦେବା ବେଳେ ଓଡିଶାରେ ହୋଇଥିବା ଦୁଷ୍କର୍ମ ଏବଂ ସରକାରଙ୍କ ଆକ୍ସନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି ଦିଦି । ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ଇଙ୍ଗିତ କରି ଦିଦି କହିଛନ୍ତି- ୩ ସପ୍ତାହ ତଳେ ଓଡ଼ିଶାର ବେଳାଭୂମିରେ ଦୁଷ୍କର୍ମ ହୋଇଥିଲା, ସେଥିରେ ରାଜ୍ୟ ସରକାର କଣ ଆକ୍ସନ ନେଲେ ବୋଲି ଦିଦି ଓଲଟା ପ୍ରଶ୍ନବାଣ ମାରିଛନ୍ତି।
Kolkata Fish man: ଗୋଟିଏ ଦିନରେ କୋଟିପତି ବନିଗଲେ ଜଣେ ଟ୍ରଲର ମାଲିକ । ସମୁଦ୍ରକୁ ମାଛ ମାରିବାକୁ ଯାଇ ଜାଲରେ ଲାଗିଲା ୯୦ଟି ତେଲିଆ ଭୋଲା ମାଛ । ଏହାକୁ କୋଲକାତାର ଗୋଟିଏ ଫାର୍ମା କମ୍ପାନୀର ମାଲିକ ଅଜିତ ବାଡାଇ ୧ କୋଟି ଟଙ୍କାରେ କିଣିଛନ୍ତି । ସୂଚନା ଅନୁଯାୟୀ ଗତକାଲି ପଶ୍ଚିମବଙ୍ଗର ଆସିଖ ଖାନ ନାମକ ଜଣେ ଟ୍ରଲର ମାଲିକ ମଝି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା ବେଳେ ତାଙ୍କ ଜାଲରେ ୯୦ ବଡ଼ ବଡ଼ ତେଲିଆ ଭୋଲା ମାଛ ଲାଗିଥିଲେ ।
Bolangir Crime News: ବଲାଙ୍ଗୀର ପାଟଣାଗଡ ଥାନା ଭାଇଁସା ଗାଁରେ ଚାଞ୍ଚଲ୍ୟ । ଗୋଷ୍ଠୀ ସ୍ବାସ୍ଥ୍ୟ ଉପକେନ୍ଦ୍ରର ପୁରୁଣା କୋଠାରୁ ତିନୋଟି କଙ୍କାଳ ଉଦ୍ଧାର । ଘଟଣାକୁ ନେଇ ଗାଁରେ କୋକୁଆ ଭୟ ଖେଳି ଯାଇଛି । ଘଟଣାର ଖବର ପାଇ ପାଟଣାଗଡ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେଣେ ଗ୍ରାମବାସୀ କଙ୍କାଳ କାହାର ସ୍ପଷ୍ଟ କରିବାକୁ ପୋଲିସ ନିକଟରେ ଦାବି କରିଛନ୍ତି ।
SI Exam Scam: ପୋଲିସ ଏସଆଇ ପରୀକ୍ଷା ଜାଲିଆତିକୁ ନେଇ ଓପିଆରବିର ବଡ଼ ବୟାନ। ପରୀକ୍ଷା ଜାଲିଆତି ନେଇ ସ୍ପଷ୍ଟୀକରଣ ରଖିଛି ଓଡିଶା ପୋଲିସ ନିଯୁକ୍ତି ବୋର୍ଡ ବା ଓପିଆରବି। ସରକାରୀ ଚାକିରି ଆଶାୟୀଙ୍କ ବିରୋଧରେ ବିଧିବଦ୍ଧ ଚକ୍ରାନ୍ତ ହୋଇଥିବା ସନ୍ଦେହ ପ୍ରକାଶ କରିଛି ଓପିଆରବି। ରାଜ୍ୟରେ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିବା କିମ୍ବା ପ୍ରଭାବିତ କରିବା ପାଇଁ ଏକ ବଡ଼ ଷଡଯନ୍ତ୍ର ହୋଇଛି ବୋଲି ସନ୍ଦେହ ପ୍ରକାଶ କରିଛି ଓପିଆରବି।
Srimandira Abhada Rate Chart: ପ୍ରଶାସନ ତରଫରୁ ସାତ ଦିନ ମଧ୍ୟରେ ରେଟ ଚାର୍ଟ ଲଗାଇବାକୁ ନିର୍ଦେଶ ରହିଥିଲେ ହେଁ କାର୍ତ୍ତିକ ମାସ ଯୋଗୁଁ ଲାଗି ପାରୁନାହିଁ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସଭାପତି। ହବିଷ୍ୟାଳିଙ୍କ ପାଇଁ ପାଇଁ ପ୍ରାୟ ୩ ହଜାର ୧୦୦ ଲୋକଙ୍କ ଅବଢ଼ା ନେଉଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ପରିବା ଦର ବଢିବା ସହ ୯୦ ଟଙ୍କା ଥିବା ବସୁମତୀ ଚାଉଳର ମୂଲ୍ୟ ଶହେ ଟଙ୍କାରେ ପହଞ୍ଚିଛି।
Odisha Weather Report: ଗତକାଲି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ ବର୍ଷିବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ୨୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, ପୁରୀ , କଟକ , କେନ୍ଦ୍ରାପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ ତାରିଖ ପାଇଁ ସାରା ଓଡ଼ିଶାର ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଫଳରେ ଆଜିଠୁ ୪ ଦିନ ଯାଏଁ ରାଜ୍ୟରେ ବଜ୍ରପାତ ଜନିତ ବର୍ଷା ଜାରି ରହିବ ।
Cuttack Bhasani: କଟକ ଦଶହରା ଭସାଣ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣଙ୍କୁ ଗିରଫ କଲା ପୋଲିସ । ୪ ଜଣଙ୍କୁ ଗିରଫ କଲା ଦରଘା ବଜାର ଥାନା ପୋଲିସ । ପୂର୍ବରୁ ୯ ଗିରଫ ହୋଇଥିଲେ, ମୋଟ୍ ଗିରଫଦାରୀ ସଂଖ୍ୟା ୧୩କୁ ବୃଦ୍ଧି। ସେପଟେ ଏବେବି ପୋଲିସ ଫୋର୍ସ ସ୍ଥାନେ ସ୍ଥାନେ ଜଗିରହିଥିବା ଦେଖିବାକୁ ମିଳିଛି।