)
Cracker Blast Guideline: ଭୁବନେଶ୍ବର ଭଳି କଟକରେ ବି ବାଣଫୁଟା ପାଇଁ ୨ ଘଣ୍ଟା ଅନୁମତି। ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟା ଅନୁମତି । ଏନେଇ ସୂଚନା ଦେଲେ କଟକ ଡିସିପି ରିଷିକେଶ ଖିଲାରି । ପୋଲିସର ନଜର ରହିବ, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ । କାଳୀପୂଜା ଥିବାରୁ ବିଭିନ୍ନ ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ ।
Subhadra Scheme: ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା । କେନ୍ଦ୍ର ଓ ରାଜ୍ୟ ଠାରୁ ୧୮ ହଜାରରୁ ଊର୍ଦ୍ଧ୍ବ ଆର୍ଥିକ ସହାୟତା ପାଉଥିଲେ ଅଯୋଗ୍ୟ ହେବେ । ଏନେଇ ଉଚ୍ଚ ଶିକ୍ଷା ଓ SC/ST ବିଭାଗକୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି । ଏଭଳି ସହାୟତା ପାଉଥିବା ୨୧ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ।
Odisha Weather Report: ଆସୁଛି ଆଉ ଏକ ଲଘୁଚାପ !। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ୨୩ ଅକ୍ଟୋବର ଭିତରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଦୀପାବଳି ପରେ ବର୍ଷାରେ ଭିଜିପାରେ ଓଡିଶା । ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ମଡେଲ ସୂଚିତ କରୁଛି ।
Bhubaneswar Crime News: ରାଜଧାନୀରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଘର ଭିତରକୁ ତାଲାଭାଙ୍ଗି ପଶିଲା ଲକ୍ଷ୍ମୀସାଗର ଥାନା ପୁଲିସ୍। ସାଇଣ୍ଟିଫିକ୍ ଟିମ୍ ଘର ଭିତରେ ପଶି ଛାନଭିନ୍ ଚଳାଇଛନ୍ତି। ଗଣଦୁଷ୍କର୍ମର ଶିକାର ହୋଇ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ଝାଡ଼ଖଣ୍ଡର ୧୬ବର୍ଷୀୟା ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନାହିଁ। ତାଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି।
Rayagada Mao Poster: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଅଞ୍ଚଳ, ମୁନିଗୁଡା ବ୍ଲକ ଓ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ଧରାନ୍ତୁ, ପୁରସ୍କାର ପାଆନ୍ତୁ ଉଲ୍ଲେଖ କରି ଆଜି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । କଲ୍ୟାସିଂହପୁର ବ୍ଲକର ପାର୍ଶଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସଦର ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଏଭଳି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।
Ayodhya Nagari Record: ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ । ୨ଟି ଇତିହାସ ଲକ୍ଷ୍ୟରେ ଅଯୋଧ୍ୟାନଗରୀ । ଆଜି ସନ୍ଧ୍ୟାରେ ଅଯୋଧ୍ୟାର ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ ଲକ୍ଷରେ ଅଯୋଧ୍ୟା । ଡ୍ରୋନ ସାହାଯ୍ୟରେ ଦୀପ ଗଣୁଛନ୍ତି ଗିନିଜବୁକ ଟିମ୍ । ଏପଟେ କାଲି ସୂର୍ଯ୍ୟ ଆଳତୀ ବେଳେ ଏକାଠି ହୋଇଥିଲେ ୨୧ଶହ ଭକ୍ତ । ଏଥର କ୍ୟୁଆର କୋଡ ଦ୍ବାରା ଭକ୍ତ ମାନଙ୍କ ସଂଖ୍ୟା ଗଣାଯାଇଛି । ଆଜି ସଂନ୍ଧ୍ୟାରେ ଆୟୋଜିତ ଦୀପ ପ୍ରଜ୍ଜ୍ବଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥ ଯୋଗ ଦେବାର ସୂଚନା ରହିଛି ।
Mumbai Train Tragedy: ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନସ୍ ରୁ ବିହାର ଅଭିମୁଖେ ଯାଉଥିବା କର୍ମଭୂମି ଏକ୍ସପ୍ରେସରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ନାସିକ୍ ରୋଡ୍ ରେଳ ଷ୍ଟେସନରୁ ଅଳ୍ପ ଦୂରରେ ତିନି ଜଣ ଯାତ୍ରୀ ଟ୍ରେନରୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଯାତ୍ରୀମାନେ ଦୀପାବଳି ଉତ୍ସବ ପାଳନ କରିବାକୁ ଯାତ୍ରା କରୁଥିଲେ କି ଆଗାମୀ ବିହାର ନିର୍ବାଚନରେ ଭୋଟ ଦେବାକୁ ଯାଉଥିଲେ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
Brazil Road Accident: ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉତ୍ତର-ପୂର୍ବ ବ୍ରାଜିଲର ପର୍ନାମ୍ବୁକୋ ରାଜ୍ୟରେ ଏକ ବସ୍ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ଫେଡେରାଲ୍ ହାଇୱେ ପୋଲିସର ସୂଚନା ଅନୁଯାୟୀ, ବସ୍ ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ । ପୋଲିସ କହିଛି ଯେ ବସଟି ବିପରୀତ ଲେନକୁ ପାର ହୋଇ ରାସ୍ତା କଡ଼ରେ ଥିବା ପଥରରେ ପିଟି ହୋଇଗଲା । ଏହାପରେ ଏକ ବାଲିବନ୍ଧରେ ପିଟି ହୋଇ ଓଲଟି ପଡ଼ିଲା । ଫେଡେରାଲ୍ ହାଇୱେ ପୋଲିସ କହିଛି ଯେ ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି ।
No Kings Protest: ୱାଂଶିଟନରୁ ନେଇ ଲଣ୍ଡନ ଯାଏଁ ଟ୍ରମ୍ପଙ୍କ ନୀତିକୁ ଜୋରଦାର ବିରୋଧ । ନୋ କିଙ୍ଗସ୍ ବିକ୍ଷୋଭରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ । ଆମେରିକା ସମେତ ସାରା ବିଶ୍ୱର ୨୬୦୦ରୁ ଅଧିକ ସ୍ଥାନରେ ବିକ୍ଷୋଭ । ବିକ୍ଷୋଭରେ ୩୦୦ରୁ ଅଧିକ ସଂଗଠନର ସହଯୋଗ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରବାସ, ଶିକ୍ଷା ଏବଂ ସୁରକ୍ଷା ନୀତି ବିରୋଧରେ ଜୋର ଧରିଛି ପ୍ରତିବାଦ। ଏକ ବିଶ୍ୱସ୍ତରୀୟ ବିକ୍ଷୋଭ ମୁଣ୍ଡ ଟେକିଛି । ଯାହାର ନାଁ ଦିଆଯାଇଛି, "ନୋ କିଙ୍ଗସ୍" ।
India China Flight: ନଭେମ୍ବର ୯ରୁ ସାଂଘାଇ-ଦିଲ୍ଲୀ ବିମାନ ସେବା ପୁନଃ ଆରମ୍ଭ । ଚୀନ୍ ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ବିମାନ ସେବା ପୁନଃ ଆରମ୍ଭ ତାରିଖ ଘୋଷଣା କରିଛି। ବିଜ୍ଞପ୍ତି ଅନୁସାରେ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ସପ୍ତାହକୁ ତିନିଥର, ବୁଧବାର, ଶନିବାର ଏବଂ ରବିବାର ଏୟାରବସ୍ A330-200 ଦିଲ୍ଲୀ ଯାତ୍ରା କରିବ । ପୂର୍ବରୁ ଭାରତର ବିମାନ କମ୍ପାନୀ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନ ସେବା ଆରମ୍ଭ କରିବା ନେଇ ଘୋଷଣା କରିଥିଲେ ।