)
Odisha Cyclone: ୨୬ ବର୍ଷ ପରେ ପୁଣି ଅକ୍ଟୋବରରେ ଘାରିଲା ବାତ୍ୟା ଭୟ। ଅକ୍ଟୋବରରେ ପୁଣି ବଢ଼ିଲା ବାତ୍ୟା ଭୟ। ଆମେରିକାର ଜେଏଫ୍ଏସ୍ ମଡେଲ୍ କରିଛି ବାତ୍ୟାର ଆକଳନ। ବାତ୍ୟାନେଇ ଆମେରିକାର ପାଣିପାଗ ସଂସ୍ଥାର ପୂର୍ବାନୁମାନ କରାଯାଇଛି। ୧୯୯୯ ଅକ୍ଟୋବରରେ ହୋଇଥିଲା ୨ଟି ଶକ୍ତିଶାଳୀ ବାତ୍ୟା। ଗୋଟିଏ ଅକ୍ଟୋବର ୧୭ ଗୋପାଳପୁର ବେଳାଭୂମି ଛୁଇଁଥିଲା। ଅକ୍ଟୋବର ୨୯ରେ ପ୍ରଳୟ ଆଣିଥିଲା ମହାବାତ୍ୟା। ଜଗତସିଂହପୁର ଏରସମାରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା।
Diwali Holiday: ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ପାଇଁ ଛୁଟି। ଅର୍ଥାତ୍ ୨୦୨୫ ଅକ୍ଟୋବର ୨୦ ଓ ୨୧ ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଦୀପାବଳି ଛୁଟି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର ହୋଇଥିବା ସତ୍ତ୍ବେ ଏହି ଦିନ ଛୁଟି ହେବ ନାହିଁ। ସୂଚନାଯୋଗ୍ୟ,ଦୀପାବଳି ପାଳନ ନେଇ ପୂର୍ବରୁ ଅକ୍ଟୋବର ୨୦ ତାରିଖ ଠିକ୍ ବୋଲି ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୦ ତାରିଖ ଦିନ ଦୀପାବଳି ଓ ପୟାଶ୍ରାଦ୍ଧ ଆୟୋଜନ ହେବ ବୋଲି ମଧ୍ୟ କୁହାଯାଇଛି। ତେବେ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ଓ ଛୁଟି ନେଇ ଦ୍ବନ୍ଦ୍ବ ରହିଥିଲା।
Jay Dholkia: ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ବିଜେପି ପ୍ରାର୍ଥୀ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ମାଳବିକା ଦେଓ ମଧ୍ୟ ଉପସ୍ଥିତ ଥିଲେ।
Dhanteras 2025: ଆଜି ପବିତ୍ର ଧନତେରାସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୋୟୋଦଶୀ ତିଥିରେ ଧନତେରାସ ପାଳିତ ହେଉଛି । ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ନୂଆ ବାସନ, ସୁନା, ଧନିଆ, ଝାଡୁ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମୂର୍ତ୍ତି କିଣିବା ବେଶ ଶୁଭପ୍ରଦ ବୋଲି କୁହାଯାଏ ।
Similipal Reopen: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ଆଜି ସକାଳ ୬ ଟାରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲାଯାଇଛି । ଦୁଇଟି ଗେଟରେ ପର୍ଯ୍ୟଟକ ଭିତରକୁ ପ୍ରବେଶ କରିପାରିବେ । ପିଠାବଟା ଓ କାଲିଆଣୀ ଏହି ଦୁଇ ଫାଟକରେ ପ୍ରବେଶ କରିବେ । ପର୍ଯ୍ୟଟକମାନଙ୍କୁ ସ୍ବାଗତ କରିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶିମିଲିପାଳ ବ୍ୟାଘ୍ର ସଂରକ୍ଷଣ ଡେପୁଟି ଡାଇରେକ୍ଟରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Cracker Guidelines: ଦୀପାବଳିରେ ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟା ବନ୍ଦ । ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ କଡ଼ା ନିର୍ଦ୍ଦେଶ
ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଗ୍ରୀନ୍ କାର୍କର ଫୁଟାଇବା ପାଇଁ ପୋଲିସର ଅନୁରୋଧ । ମଦ ପିଇ ଗାଡ଼ି ଚଳାଇଲେ ଅଟକ ରହିବେ ଚାଳକ ।
Massive Fire Breakouts: ଦିଲ୍ଲୀର ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଅନେକ ସାଂସଦଙ୍କର ସେଠାରେ ଘର ରହିଥିବା ସୂଚନା। ଦିଲ୍ଲୀର ଡକ୍ଟର ବିଶମ୍ବର ଦାସ ମାର୍ଗରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଆପାର୍ଟମେଣ୍ଟରେ ଅନେକ ଲୋକସଭା ଏବଂ ରାଜ୍ୟସଭା ସାଂସଦ ରୁହନ୍ତି ବୋଲି ଜଣାଯାଇଛି ।
Brahmos Missile: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଆଜି ଦେଶର ସାମରିକ ଶକ୍ତିକୁ ନୂତନ ଉଚ୍ଚତାରେ ପହଞ୍ଚାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାରେ ଥିବା ବ୍ରହ୍ମୋସ ଏରୋସ୍ପେସ୍ ୟୁନିଟ୍ରୁ ସବୁଜ ପତାକା ଦେଖାଇ ସୁପରସୋନିକ୍ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍ର ଶୁଭାରମ୍ଭ କରିଛନ୍ତି।
Train Fire News: ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନରେ ଲାଗିଲା ନିଆଁ। ଶନିବାର ସକାଳେ ଧନତେରସ ଅବସରରେ ଏହି ଘଟଣା ଘଟିଛି। ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନରେ ଏହି ବଡ଼ ଦୁର୍ଘଟଣା ଘଟିଛି। ଟ୍ରେନ୍ଟି ପଞ୍ଜାବର ସିରହିନ୍ଦ ଷ୍ଟେସନ ନିକଟରେ ପହଞ୍ଚିବା ମାତ୍ରେ ଟ୍ରେନ୍ ନମ୍ବର ୧୨୨୦୪ ଅମୃତସର-ସହରସାର ଏକ ବଗିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।
AQI Alert In North India: ଉତ୍ତର ଭାରତରେ ଏବେ ଥଣ୍ଡା ପଡ଼ିଲାଣି। ଉତ୍ତରାଞ୍ଚଳରେ ଏବେ ରାତିରେ ଥଣ୍ଡା ଏବଂ ଦିନରେ ଗରମ ଅନୁଭୂତ ହେଉଛି। ଆଗକୁ ଦୀପାବଳି ଥିବାରୁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦୀପାବଳି ପୂର୍ବରୁ ଧନତେରସରେ ଦିଲ୍ଲୀ-ଏନସିଆରରେ ବାୟୁ ବିଷାକ୍ତ ହୋଇଯାଇଥିବା ରିପୋର୍ଟ ହସ୍ତଗତ ହୋଇଛି।