Advertisement
Article Detail0/zeeodisha/odisha2772742
Zee OdishaTop 10 NewsTop 10 News Headlines: ଭୁବନେଶ୍ବର ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଫୁଟିଲା ଗୁଳି ଓ ଅନ୍ୟାନ୍ୟ ଖବର

Top 10 News Headlines: ଭୁବନେଶ୍ବର ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଫୁଟିଲା ଗୁଳି ଓ ଅନ୍ୟାନ୍ୟ ଖବର

Top 10 News Headlines: ଅପରାହ୍ଣର ବଡ଼ ଖବର ପଢନ୍ତୁ ଚୁଟକିରେ...

Top 10 News Headlines: ଭୁବନେଶ୍ବର ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଫୁଟିଲା ଗୁଳି ଓ ଅନ୍ୟାନ୍ୟ ଖବର

Bhubaneswar Crime News: ଭୁବନେଶ୍ବର ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଫୁଟିଲା ଗୁଳି । ପିତାପଲ୍ଲିରେ ବିଳମ୍ବିତ ରାତିରେ ଯୁବକଙ୍କୁ ଗୁଳିମାଡ଼ ।
ପୂର୍ବ ଶତ୍ରୁତାରୁ ଗୁଳିମାଡ଼, ପୋଲିସର ଛାନଭିନ୍‌ । ଗୁଳିମାଡ଼ କରିଥିବା ଯୁବକ ପାଣିଓଳା ଅଞ୍ଚଳର ସୂଚନା ।  ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଆକ୍ରମଣ କରିଥିବା ଅଭିଯୁକ୍ତ ଜଣକ ପାଣିଓଳା ଅଞ୍ଚଳର ଦୀପୁ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ଇନଫୋଭ୍ୟାଲି ଥାନା ପୋଲିସ ପହଞ୍ଚି ତଦନ୍ତ ଚଲାଇଛି। 

Bargarh News: ରଗଡ଼ ଗାନ୍ଧି ଛକରେ କିନ୍ନରଙ୍କ ଉତ୍ପାତ, ପୋଲିସକୁ ଠେଲାପେଲା। ଟ୍ରାଫିକ୍‌ ବନ୍ଦ ବେଳେ କିନ୍ନର ଯାତ୍ରୀଙ୍କୁ ଟଙ୍କା ମାଗିବାକୁ ନେଇ ବିବାଦ
। ରାସ୍ତା ଉପରେ ହାଇ ଡ୍ରାମା, ୨ କିନ୍ନରଙ୍କୁ ଉଠାଇଲା ମହିଳା ପୋଲିସ । 

Odisha Weather News: ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏହି ବର୍ଷା ପାଗ ଆଗାମୀ ୭ ଦିନ ପର୍ଯ୍ୟାନ୍ତ ଜାରି ରହିବ ବୋଲି ଆଶଙ୍କା କରିଛି ପାଣିପାଗ କେନ୍ଦ୍ର। ରାଜ୍ୟରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ଝଟକା ପବନ ବହିବ। ଏନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ଓଡ଼ିଶାକୁ ମୌସୁମୀ ଆସିବାକୁ ଟିକେ ସମୟ ଲାଗିବ। 

Add Zee News as a Preferred Source

LIC Guinness World Record: ରତର ସରକାରୀ ବୀମା କମ୍ପାନୀ LIC ଚମକାଇ ଦେଇଛି ସାରା ବିଶ୍ୱକୁ। LIC ଏବେ କରିଛି ଏକ ବିଶ୍ୱ ରେକର୍ଡ। ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି LIC। ଏହି ରେକର୍ଡ ବିଷୟରେ ସୂଚନା ଦେଇଛି ଏହି ଜଣାଶୁଣା ବୀମା କମ୍ପାନୀ। ତାହା ପୁଣି ମାତ୍ର ୨୪ ଘଣ୍ଟା ମଧ୍ୟରେ ପଲିସି ବିକ୍ରି କରି। ଯାହାଫଳରେ LIC ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନିଜର ନାମ ପଞ୍ଜିକୃତ କରିପାରିଛି।

Patnagarh Drowning Case: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ମରୁଆଁ ଓ ତାଲପଦର ଗରାର ମଧ୍ୟରେ ଥିବା ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।  ସକାଳୁ ଘରୁ ବାହାରି ନାବାଳକଟି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ସେଠାରେ ନାବାଳକ ବୁଡ଼ିଯାଇଥିଲା। ମୃତ ନାବାଳକ ମରୁଆଁ ଗ୍ରାମର ପ୍ରଜ୍ଞାନ ସାହୁ(୯) ବୋଲି ଜଣାପଡ଼ିଛି।

BJD Meeting: ଶେଷ ହେଲା ପୁରୀ ଜିଲ୍ଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ତୃଣମୂଳ ସ୍ତରର ସଂଗଠନ ତଥା ବ୍ଲକ ସଭାପତି ଚୟନ ନେଇ ହେଲା ଆଲୋଚନା । ପୁରୀ ଜିଲ୍ଲାର ଦଳୀୟ ନେତୃତ୍ବଙ୍କ ମଧ୍ୟରେ ଭିତିରି ବିବାଦ ବିଷୟରେ ଆଲୋଚନା ହୋଇଥିବା ସୂଚନା ରହିଛି । ବୈଠକରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ପୁରୀ ବିଧାୟକ ସୁନୀଲ ମହାନ୍ତି ଯୋଗ ନଦେବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । 

Lalu Yadav Expels Son Tej Pratap: ଆରଜେଡି ମୁଖ୍ୟ ଲାଲୁ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ତାଙ୍କ ପୁଅକୁ 6 ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି । କେବଳ ଏତିକି ନୁହେଁ, ଲାଲୁ ତେଜ ପ୍ରତାପଙ୍କୁ ପରିବାରରୁ ମଧ୍ୟ ବହିଷ୍କାର କରିଛନ୍ତି । ଆରଜେଡି ମୁଖ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସ୍ପଷ୍ଟ ସୂଚନା ଦେଇଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏବେ ତେଜ ପ୍ରତାପଙ୍କର ପରିବାର ଏବଂ ଦଳରେ କୌଣସି ଭୂମିକା ନାହିଁ ।

Prime Minister Meeting: ଆଜି ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ବୈଠକ । ଏଥିରେ ୨୦ଜଣ ମୁଖ୍ୟମନ୍ତ୍ରୀ ଓ ୧୮ଜଣ ଉପମୁଖ୍ୟମନ୍ତ୍ରୀ ଯୋଗଦେବେ । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଦିନସାରା ଚାଲିବ ସୁଶାସନକୁ ନେଇ ମାନସମନ୍ଥନ। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଯୋଗଦେବେ । ଏଥିରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ କରାଯିବ ।

World Economy Rank: ଅର୍ଥନୀତିରେ ଏକ ବଡ଼ ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ଭାରତ। ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଦେଶ ହେଲା ଭାରତ। ଏନେଇ ଶନିବାର ସୂଚନା ଦେଇଛନ୍ତି ନୀତି ଆୟୋଗ ସିଇଓ ବି.ବି.ଆର. ସୁବ୍ରମଣ୍ୟମ। ସେ କହିଛନ୍ତି ଭାରତ ୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ତଥ୍ୟକୁ ଉଦ୍ଧୃତ କରି ଏହି ସୂଚନା ଦେଇଛନ୍ତି ସୁବ୍ରମଣ୍ୟମ। ଏବେ ଆମେରିକା, ଚୀନ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ଆଗରେ ରହିଛି।

Mann Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ମନକି ବାତ୍ ର ୧୧୩ତମ ଅଧ୍ୟାୟରେ ଅପରେସନ ସିନ୍ଦୂର ଏବଂ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ବିଷୟରେ ଉଲ୍ଲେଖ କରିଛନ୍ତି। ମୋଦୀ କହିଥିଲେ ଯେ, ଅପରେସନ ସିନ୍ଦୂର ଆମ ମଧ୍ୟରେ ଦେଶପ୍ରେମର ଭାବନାକୁ ବୃଦ୍ଧି କରିଛି । ଏହା ଦେଶବାସୀଙ୍କ ସାହସ ଏବଂ ସଂକଳ୍ପର ପ୍ରତୀକ, ଯାହାର ପ୍ରତିଧ୍ୱନି ସାରା ବିଶ୍ୱ ଶୁଣିଛି। ପ୍ରଧାନମନ୍ତ୍ରୀ ମୋଦୀ ଏକଥା ମଧ୍ୟ କହିଛନ୍ତି ଯେ, ପାଞ୍ଚ ବର୍ଷ ମଧ୍ୟରେ ଗୁଜରାଟର ଗିରରେ ସିଂହ ସଂଖ୍ୟା ୬୭୪ ରୁ ୮୯୧କୁ ବୃଦ୍ଧି ପାଇଛି। ସିଂହ ଗଣନା ପରେ ଏହି ସଂଖ୍ୟା ଜଣାପଡିଛି ଯାହା ବହୁତ ଉତ୍ସାହଜନକ।

About the Author
author img
Rashmita Sahoo

'ମୁଁ ଜଣେ ସମାଲୋଚକ ନୁହେଁ, ଗର୍ବରେ କହିବି ମୁଁ ଜଣେ ସାମ୍ବାଦିକା'

...Read more