Top 10 News Headlines: ରାଜ୍ୟରେ ବାଦଲ ଫଟା ବର୍ଷା, ଓ ଅନ୍ୟାନ୍ୟ ବଡ଼ ଖବର
Advertisement
Article Detail0/zeeodisha/odisha2691284

Top 10 News Headlines: ରାଜ୍ୟରେ ବାଦଲ ଫଟା ବର୍ଷା, ଓ ଅନ୍ୟାନ୍ୟ ବଡ଼ ଖବର

Top 10 News Headlines: ଅପରାହ୍ଣର ୪ ବଡ଼ ଖବର ପଢନ୍ତୁ ସଂକ୍ଷେପରେ...

Top 10 News Headlines: ରାଜ୍ୟରେ ବାଦଲ ଫଟା ବର୍ଷା, ଓ ଅନ୍ୟାନ୍ୟ ବଡ଼ ଖବର

Odisha MLA: ବାରିପଦାରେ ମନ୍ତ୍ରୀଙ୍କୁ ଛାଡ଼ି ଫେରୁଥିବା ଗାଡ଼ି ଭଙ୍ଗାରୁଜା ଘଟଣା । ପ୍ରତିକ୍ରିୟା ରଖିଲେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ । ‘ରାଜନୈତିକ ରୁଟି ସେକିବା ପାଇଁ କିଛି ଲୋକ ଏପରି କରିଛନ୍ତି’ । ‘ଅସୁବିଧା ସମୟରେ ସମସ୍ତେ ଏକାଠି ହେବା କଥା’ ‘କିପରି ଲୋକଙ୍କ ପାଖରେ ସହାୟତା ପହଞ୍ଚିବ। ମାତ୍ର ସେମାନେ ସେମାନଙ୍କର ରାଜନୈତିକ ସୁବିଧା ପାଇଁ କରିଛନ୍ତି’ ବୋଲି କହିଛନ୍ତି ବିଧାୟିକା । 

Odisha BJD: ଲୋକସଭା ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ବିଜେପିକୁ ବିଜେଡିର ତେରଛା ବାଣ। ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ନେଇ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ସେ କହିଛନ୍ତି, ବିଜେପି ଓଡ଼ିଶାରେ ସରକାର କରିଛି। ହେଲେ ଓଡ଼ିଶାର କ୍ଷତି ହେବାକୁ ଯାଉଛି। ରାଜନୈତିକ ପ୍ରତିନିଧିତ୍ୱ କମିବାକୁ ଯାଉଛି। ଏପରିକି ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରୁ ଅର୍ଥ କମ ମିଳିବ। କିନ୍ତୁ ବିଜେପି ସରକାର ଚୁପ ହୋଇ ବସିଛନ୍ତି। ପାର୍ଟିଠୁ ବଡ଼ ମାଟି କିନ୍ତୁ ବିଜେପି ମାଟି କଥା ନ ଭାବି ଯଦି ଏ ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବ କେମିତି ହେବ।

Law Minister Reaction: ଡିଲିମିଟେସନ୍‌ ପ୍ରସଙ୍ଗରେ ବିଜେଡିକୁ ଆଇନ ମନ୍ତ୍ରୀଙ୍କ ଟାର୍ଗେଟ୍‌ । ବିଜେଡିର ସମଦୂରତା ନୀତି କୁଆଡ଼େ ଗଲା ବୋଲି ପଚାରିଲେ । ‘ସରକାରରେ ୮ ବର୍ଷ ଜଣେ ଦକ୍ଷିଣ ଭାରତୀୟ ଲୋକ କଥାରେ ଚାଲିଲେ’। ‘ଏବେ ଜଣେ ଦକ୍ଷିଣ ଭାରତୀୟ ନେତାଙ୍କ କଥାରେ ଚାଲିବାରେ ଅସୁବିଧା କଣ’ । ‘ଗଣତାନ୍ତ୍ରିକ ପଦ୍ଧତିରେ ଡିଲିମିଟେସନ ହେବ, ବିରୋଧୀ ପକ୍ଷ ରଖନ୍ତୁ’ । ‘କିନ୍ତୁ କିଛି କୁଆଡ଼େ ହୋଇନି, ଡିଲିମିଟେସନ ନା ଶୁଣି ଭୟ କାହିଁକି। ଅପେକ୍ଷା ନ କରି ନଈ ନ ଦେଖି ଲଙ୍ଗଳା ହେବା ଦରକାର ନାହିଁ ବୋଲି କହିଲେ ଆଇନମନ୍ତ୍ରୀ। 

Kalabaisakhi Update: ମୟୂରଭଞ୍ଜରେ ତାଣ୍ଡବ ରଚିଛି କାଳବୈଶାଖୀ । କୁଆପଥର ବର୍ଷା ସହିତ ପବନ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । ତେବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବାଙ୍ଗିରିପୋଷିରେ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି । କାଳବୈଶାଖୀ ଆକଳନ କ୍ଷତି ରିପୋର୍ଟ ଆସିଥିବା ବେଳେ ଆଜି ଟଙ୍କା ମିଳିବ ବୋଲି ମନ୍ତ୍ରୀ କହିଥିଲେ । ତେବେ ସୁରେଶ ପୂଜାରୀଙ୍କ ସହିତ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ କ୍ଷୟକ୍ଷତି ଆକଳନ କରିଥିଲେ । 

Plot Fraud Issue: ସିଆରପିଏଫ୍ ଯବାନଙ୍କୁ ଚୁନା । ଆପାର୍ଟମେଣ୍ଟ ଦେବା ନାଁରେ ଠକି ନେଇଗଲେ ୨୮ଲକ୍ଷ ଟଙ୍କା । ଠକେଇର ଶୀକାର ହୋଇଛନ୍ତି ଯବାନ ଉମାକାନ୍ତ ପାଣିଗ୍ରାହୀ । ଏନେଇ ଉମାକାନ୍ତ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ଠକ ନରୋତ୍ତମ ମହାନ୍ତିଙ୍କୁ ଅଟକ ରଖିଛି ପୋଲିସ । ତା ଘର ସୋର ଅଞ୍ଚଳରେ ବୋଲି ଜଣାପଡିଛି ।

Odisha Congress: ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବଢ଼ିଚାଲିଥିବା ବେଳେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓଲ୍ଲାଇବ ରାଜ୍ୟ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ଦଳର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ । ତାଙ୍କ କହିବା ମୁତାବକ, ନାରୀଙ୍କୁ ସୁରକ୍ଷା ଦେବା ଦାବିରେ ଘେରାଉକୁ ବ୍ୟାପକ କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତା ଏହି ଆନ୍ଦୋଳନରେ ସାମିଲ ହେବେ । 

Mystery Blast: ହରିୟାଣା ଝଜ୍ଜର ବାହାଦୁରଗଡ ସହରର ସେକ୍ଟର ୯ରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫାରେଣରେ ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ହୋଇଛି  । ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ଘରର ଟାଇଲକୁ ସମ୍ପୂର୍ଣ୍ଣ ରୂପେ ଫଟାଇଦେଇଛି ।  ବିସ୍ଫୋରଣଟି ଗୋଟିଏ ପରେ ଗୋଟିଏ ହୋଇ ଦୁଇ ଥର ବିସ୍ଫୋରଣ ହୋଇଥିଲା  । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚିଥିଲେ ।

Delhi Fire Breakout: ଦିଲ୍ଲୀ ଶାହିନବାଗ ଅଞ୍ଚଳରେ ଜୋତା ଶୋରୁମରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ଘଟଣା ସ୍ଥଳରେ ୧୧ଟି ଦମକଳ ଗାଡି ପହଞ୍ଚିଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଅଗ୍ନିଶମ ଅଧିକାରୀ କହିଛନ୍ତି, ଦମକଳ ବିଭାଗର ୧୧ଟି ଗାଡି ଘଟଣା ସ୍ଥଳରେ ପହଞ୍ଚିଛି । ନିଆଁକୁ ଆୟତ୍ତ କରାଯାଇଛି ।

Sushant Singh Rajput: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ କୌଣସି ପ୍ରକାରର ଷଡ଼ଯନ୍ତ୍ର କିମ୍ବା ଅପରାଧିକ ଷଡ଼ଯନ୍ତ୍ର ଯୋଗୁ ହୋଇ ନଥିଲା। ଏବେ ମହାରାଷ୍ଟ୍ରର ବିଜେପି ବିଧାୟକ ରାମ କଦମ ସିବିଆଇର କ୍ଲୋଜର ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି। 

IPL Match: ଆଜି ଆଇପିଏଲର ୧୮ତମ ସଂସ୍କରଣର ଦ୍ୱିତୀୟ ଦିନରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍‌ସ ଏବଂ ଦ୍ୱିତୀୟ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ସନ୍‌ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଅପରାହ୍ଣ ୩ଟା ୩୦ରୁ ଆରମ୍ଭ ହୋଇଛି । ସେହିପରି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୁମ୍ବାଇ ଓ ଚେନ୍ନାଇ ମ୍ୟାଚ୍ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ରାତି ୭ଟା ୩୦ରେ ଖେଳାଯିବ । 

;