Advertisement
Article Detail0/zeeodisha/odisha2134886
Zee OdishaTop 10 NewsTOP 10 NEWS TODAY: ବିଜେପି ହାତ ଧରିଲେ ଆଉ ଜଣେ ବିଜେଡ଼ି ବିଧାୟକ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

TOP 10 NEWS TODAY: ବିଜେପି ହାତ ଧରିଲେ ଆଉ ଜଣେ ବିଜେଡ଼ି ବିଧାୟକ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

 

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

  TOP 10 NEWS TODAY: ବିଜେପି ହାତ ଧରିଲେ ଆଉ ଜଣେ ବିଜେଡ଼ି ବିଧାୟକ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 29  February | Evening    

1.Another BJD MLA Joined in BJP: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ହାତ ଧରିଛନ୍ତି ବାହୁବଳୀ ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦେବ। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ି ଟିକେଟରୁ ଲଢି ଚିଲିକା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ ପ୍ରଶାନ୍ତ ଜଗଦେବ। ବିଭିନ୍ନ ଘଟଣା କ୍ରମ ପାଇଁ ବିବାଦୀୟ ହେବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଆଉ ଏବେ ସେ ୨୦୨୪ ସାଧାରଣ ନିର୍ବାଚନ ଟିକେଟ ବଣ୍ଟା ହେବା ପୂର୍ବରୁ ସେ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି। ବିଭିନ୍ନ ବିବାଦରେ ଛନ୍ଦି ହେବା ପରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିଲେ ପ୍ରଶାନ୍ତ ଜଗଦେବ। ତାଙ୍କ ପୂର୍ବରୁ ବିଜୁ ଜନତା ଦଳର ୨ ବିଧାୟକ ଦେବାଶିଷ ନାୟକ ଏବଂ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କ ସହ ପୂର୍ବତନ କଂଗ୍ରେସଲ ବିଧାୟକ ନିହାର ରଞ୍ଜନ ମହାନନ୍ଦା ମଧ୍ୟ ବିଜେପି ହାତ ଧରି ସାରିଛନ୍ତି।

2.Shajahan Sheikh Suspended from TMC: ବେଶ କିଛି ଦିନର ଛକାପଞ୍ଝା ପରେ ଗୁରବାର ସକାଳେ ଗିରଫ ହୋଇଥିଲା ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହଜହାଁ ଶେଖ। ଗୁରୁବାର ଗିରଫ ହେବା ପରେ  
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଶାହଜହାଁ ଶେଖକୁ ଦଳରୁ ବହିଷ୍କାର କରିଛନ୍ତି। ଶାହଜହାଁ ଶେଖ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାକୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ତାକୁ ଗିରଫ କରାଯିବାର କିଛି ଘଣ୍ଟା ପରେ ଦଳରୁ ବିଦା ହୋଇଛି ଶାହଜହାଁ ଶେଖ। ଏହି ନିଲମ୍ବନ ସମ୍ପର୍କରେ ଟିଏମସି ନେତା ଡେରେକ ଓ’ବ୍ରାଏନ୍ ଜଣାଇଛନ୍ତି। ଏନେଇ ସେ କହିଛନ୍ତି ଯେ ଶାହଜହାଁ ଶେଖକୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି।

Add Zee News as a Preferred Source

3.Ujjain Vedic Clock: ଚଳିତ ବର୍ଷର ଫେବୃଆରୀ ୨୯ ତାରିଖରେ ମଧ୍ୟ ପ୍ରଦେଶ ଉଜ୍ୱୈନ ଜିଲ୍ଲାରେ ଉଦଘାଟିତ ହୋଇଛି ବିକ୍ରମାଦିତ୍ୟ ବୈଦିକ ଘଣ୍ଟା ଏବଂ ଏହାର ଡିଜିଟାଲ ଆପ୍ ସଂସ୍କରଣ। ଏହି ଘଣ୍ଟା ପ୍ରାୟ ୮୫ ଫୁଟ ଏକ ଉଚ୍ଚତା ବିଶିଷ୍ଟ ଟାୱାର ଉପରେ ସ୍ଥାପିତ ହୋଇଛି। ବିକ୍ରମାଦିତ୍ୟ ହେଉଛି ବିଶ୍ୱର ପ୍ରଥମ ଡିଜିଟାଲ୍ ଘଣ୍ଟା ଯାହା ବୈଦିକ ସମୟ, ଭାରତୀୟ ପ୍ରମାଣିକ ସମୟ (IST), ଗ୍ରିମୱିଚ୍ ମିନ୍ ଟାଇମ୍ (GMT) ସହିତ ଭାରତୀୟ ସମୟ ଗଣନା କରିପାରିବ। ବିକ୍ରମାଦିତ୍ୟ ନାମକ ବୈଦିକ ଘଣ୍ଟା  ବିକ୍ରମ ସମ୍ୱତ ପଞ୍ଚାଗ, ୩୦ ମୁହୁର୍ତ୍ତ ଯେଉଁଥିରେ ଗ୍ରହ, ଯୋଗ, ଭଦ୍ରା, ଚନ୍ଦ୍ରମା ସ୍ଥିତି, ନକ୍ଷତ୍ର, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ବିଷୟରେ ଜାଣି ହେବ।

4. Gap of 6 feet between 2 bridges in Mumbai: ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛି ବ୍ରିହାନ ମୁମ୍ବାଇ ମହାନଗର ନିଗମ। କେବେଳ ବିଏମସି ନୁହେଁ ଇଞ୍ଜିନିୟରଂ ଦକ୍ଷତା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ସୋସିଆଲ ମିଡିଆ ଦୁନିଆରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଛି। କେବଳ ସେତିକି ନୁହେଁ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଏଠାରେ ଆମେ ଆପଣଙ୍କ ମାୟାନଗରୀ ମୁମ୍ବାଇ ସ୍ଥିତ ପ୍ରସିଦ୍ଧ ଗୋଖଲେ ବ୍ରିଜ୍ ଏବଂ ବାର୍ଫିୱାଲା ଫ୍ଲାଏଓଭର ବିଷୟରେ କହୁଛୁ। ଏହି ଦୁଇ ବ୍ରିଜ ମଧ୍ୟରେ ଭୁଲ ଆଲାଇନମେଣ୍ଟ ପରିଚାଳନା ପାଇଁ ବିଏମସି ଏବେ ସମାଲୋଚନାର ଶୀକାର ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏହି ଦୁଇଟି ପୋଲକୁ ପରସ୍ପର ସହ ଯୋଡ଼ିବା ଏବେ ବିଏମସି ପାଇଁ କାଠିକାର ପାଠ ହୋଇଯାଇଛି। ଉଭୟ ଫ୍ଲାଏଓଭର ବ୍ରିଜ ମଧ୍ୟରେ ପ୍ରାୟ ୬ ଫୁଟ ଲମ୍ବାର ଏକ ଭୂଲମ୍ବ ବ୍ୟବଧାନ ରହିଛି। 

5. IE 100 2024: ନିକଟରେ ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ ପକ୍ଷରୁ ପ୍ରକାଶିତ ଶକ୍ତିଶାଳୀ ୧୦୦ ଜଣ ବ୍ୟକ୍ତିଙ୍କ ତାଲିକା। ଯେଉଁଥିରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛନ୍ତି ରେଳବାଇ ତଥା ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ ପକ୍ଷରୁ ପ୍ରକାଶିତ ଶକ୍ତିଶାଳୀ ୧୦୦ ଜଣ ବ୍ୟକ୍ତିଙ୍କ ତାଲିକାରେ ନବୀନ ପଟ୍ଟନାୟକଙ୍କ ଠାରୁ ଢେର ଉପରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଖାଲି ସେତିକି ନୁହେଁ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଲିତ ବର୍ଷ ନିଜ ପାହ୍ୟାରେ ଉନ୍ନତି ଆଣିଥଛନ୍ତି। ହେଲେ ନବୀନ ପଟ୍ଟନାୟକଙ୍କ ପ୍ରଭାବ ଦିନକୁ ଦିନ ଖସୁଥିବା ଉଲ୍ଳେଖ କରିଛି ଦେଶର ଜଣାଶୁଣା ପ୍ରମୁଖ ଇଂରାଜୀ ଖବର କାଗଜ ଇଣ୍ଡିଆନ୍‍ ଏକ୍ସପ୍ରେସ। 

6. 29 February Leap Year 2024: ପ୍ରାୟ ୪ ବର୍ଷ ପରେ ପୁଣି ଥରେ ହୋଇଛି ଅଧି ବର୍ଷ (29 February Leap Year 2024)। ଶେଷ ଥର ପାଇଁ  ଗତ ୨୦୨୦ ବର୍ଷରେ ହୋଇଥିଲା ଅଧି ବର୍ଷ। ଚଳିତ ବର୍ଷ ଫେବୃଆରୀ ମାସର ୨୯ ତାରିଖ ହେଉଛି ଅତ୍ୟନ୍ତ ସ୍ୱତନ୍ତ୍ର। ବିଶେଷକରି ସେହି ଲୋକଙ୍କ ପାଇଁ ଯେଉଁମାନଙ୍କ ଜନ୍ମଦିନ ୪ ବର୍ଷରେ ଥରେ ଆସିଥାଏ। ଅର୍ଥାତ ଯେଉଁମାନେ ଫେବୃଆରୀ ୨୯ ତାରିଖରେ ଜନ୍ମ ହୋଇଥାନ୍ତି। ସାଧାରଣତଃ ଫେବୃଆରୀ ମାସରେ ୨୮ ଦିନ ଥାଏ। ହେଲେ ଯେଉଁ ବର୍ଷରେ ଅଧିବର୍ଷ ହୋଇଥାଏ, ସେତେବେଳେ ଫେବୃଆରୀ ମାସ ୨୯ ଦିନ ବିଶିଷ୍ଟ ହୋଇଥାଏ।

7. ZEE News Survey Report 2024: କ୍ରମାଗତ ଭାବରେ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢିବ ବିଜେପି। ପ୍ରାୟ ୩୭୦ କିମ୍ବା ଏହା ଠାରୁ ଅଧିକ ଆସନରେ ଜିତିବ ଭାରତୀୟ ଜନତା ପାର୍ଟି। ସେହିପରି ଓଡ଼ିଶାରେ ମଧ୍ୟ ମୋଦୀ ଲହର ଦେଖାଯିବ। ଶାସକ ବିଜୁ ଜନତା ଦଳର ଭୋଟ ସଂଖ୍ୟା କମିବ ବୋଲି Zee News-MATRIZE ସର୍ଭେ ରିପୋର୍ଟ ଦର୍ଶାଇଛି। ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି। ନିର୍ବାଚନ ପାଇଁ ଏବେ ଠାରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ସମୟରେ ରାଜନୈତିକ କଳ୍ପନାଜଳ୍ପନାର ସମୟ ଆରମ୍ଭ ହୋଇଛି। ନିର୍ବାଚନ ତାରିଖ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା କରାଯାଇପାରେ। ଏହି ସମୟରେଲ Zee News- MATRIZE ପକ୍ଷରୁ ଏକ ମତାମତ ସର୍ଭେ କରାଯାଇଥିଲା। ଯେଉଁଥିରେ NDA ମିଶନ୍ ୩୭୦ ଆସନ ଛୁଇଁବ ବୋଲି ଏହି ସର୍ଭେ ରିପୋର୍ଟ ଦର୍ଶାଇଛି। ଯଦିଓ ୪୦୦ ଆସନ ଛୁଇଁବା କଷ୍ଟସାଧ୍ୟ ହେବ। ସର୍ଭେ ଅନୁଯାୟୀ, ବିଜେପି ନେତୃତ୍ୱାଧିନ ଏନଡିଏ ୫୪୩ ଆସନରୁ ୩୭୭ ସିଟ୍ ହାତେଇବ। ଯେଉଁଠାରେ ବିରୋଧି INDI ମେଣ୍ଟ ୯୪ ସିଟ୍ ଆସନ ପାଇବ ବୋଲି ସର୍ଭେ ରିପୋର୍ଟ କହିଛି।

8. CM Naveen Patnaik launches Drink from Tap Mission: ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଉପକ୍ରମରେ ସହରବାସୀଙ୍କ ଲାଗି ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, Drink from Tap, Pavered Road, Sewerage System ସହ ଅନେକ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର, ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ଟି ଉପକ୍ରମରେ ହେଉଥିବା ଏହି ସବୁ ବିକାଶ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଏହି ସବୁ ପ୍ରକଳ୍ପ ଆମର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ।

9. Anganwadi workers Salary Hike in Odisha: ଫେବୃଆରୀ ୨୯ ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନବାଡି କର୍ମୀଙ୍କ ମାସିକ ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମୀଙ୍କ ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ତଥା ଅଙ୍ଗନବାଡି ସହାୟିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

10. Ama Bank reached at 2750 in Odisha: ଫେବୃଆରୀ ୨୯ ତାରିଖ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ  ‘ଆମ ବ୍ୟାଙ୍କ’ ଶାଖାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ୪୩୭୩ ପଞ୍ଚାୟତରେ ବ୍ୟାଙ୍କ ଶାଖା ନ ଥିଲା। ୨୦୨୩ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୭୫୦  ‘ଆମ ବ୍ୟାଙ୍କ’ ଖୋଲିଥିଲା। ପର୍ଯ୍ୟାୟକ୍ରମେ ରାଜ୍ୟର ଅବଶିଷ୍ଟ ସମସ୍ତ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ସୁବିଧା ମିଳିବ।  

 

 

 

About the Author