)
Top 10 News Headlines | 4 February 2024 | Evening
1. Odisha Assembly Budget Session: ଫେବୃଆରୀ ୫ ତାରିଖ ସୋମବାର ଠାରୁ ରାଜ୍ୟ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ଏହା ପର ୨ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଏହାପରେ ୮ ତାରିଖ ଦିନ ବଜେଟ୍ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ସମୁଦାୟ ୭ ଦିନର ବଜେଟ୍ ଅଧିବେଶନରେ ଗୋଟିଏ ଦିନ ବେସରକାରୀ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଅପରପକ୍ଷେ ଆଗକୁ ନିର୍ବାଚନ ହେବାକୁ ଯାଉଥିବାରୁ ଉଭୟ ବିରୋଧି ଦଳ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ହେଲେ ଏଥର ବିରୋଧ ପାଇଁ ସମୟ ନମିଳିବାର ଆଶଙ୍କା ରହିଛି।
2. Uttarakhand Cabinet Approves UCC Draft: ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ନେଇ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଉତ୍ତରାଖଣ୍ଡ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି। ୟୁସିସି ଡ୍ରାଫ୍ଟ ଅନୁମୋଦନ କରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍ତରାଖଣ୍ଡ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହେବା ପରେ ସମାନ ନାଗରିକ ସଂହିତା ବର୍ତ୍ତମାନ ବିଧାନସଭାରେ ଉପସ୍ଥାପନ କରାଯିବ। ବିଧାନସଭାରେ ସମାନ ନାଗରିକ ସଂହିତା ବିଧେୟକ ପାସ୍ ହୋଇସାରିବା ପରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହି ଆଇନ କାର୍ଯ୍ୟକାରୀ ହେବ। କ୍ୟାବିନେଟ ବୈଠକ ପରେ କୁହାଯାଇଥିଲା ଯେ ୟୁସିସି ଡ୍ରାଫ୍ଟ ବିଧାନସଭାରେ ଉପସ୍ଥାପିତ ହେବ ଏବଂ ଯାହାକୁ ଯଥାଶୀଗ୍ର ଆଇନର ରୂପ ଦିଆଯିବ। ୟୁସିସି ସମସ୍ତ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରିବ ଏବଂ ଲିଙ୍ଗଗତ ସମାନତା ଏବଂ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ।
3. Clean Meat in Singapore: ବର୍ତ୍ତମାନ ସିଙ୍ଗାପୁର ଠାର ଲ୍ୟାବ ଦ୍ୱାରା ପ୍ରସ୍ତୁତ ହୋଇଥିବା ମାଂସ ଖାଇବାକୁ ମୁସଲମାନଙ୍କୁ ମଧ୍ୟ ଅନୁମତି ମିଳିବ। ହେଲେ ଲ୍ୟାବ ଦ୍ୱାରା ପ୍ରସ୍ତୁତ ହୋଇଥିବା ମାଂସ ଖାଇବା ପାଇଁ ମୁସଲମାନଙ୍କୁ ଅନୁମତି କେବଳ ଗୋଟିଏ ସର୍ତ୍ତ ଅନୁଯାୟୀ ଦିଆଯିବ। ତାହା ହେଉଛି ମାଂସ ତିଆରିରେ ବ୍ୟବହୃତ କୋଷ ହଲାଲ ପଶୁଙ୍କ ଠାରୁ ନିଆଯିବା ଆବଶ୍ୟକ। ଲ୍ୟାବ ଦ୍ୱାରା ପ୍ରସ୍ତୁତ ହୋଇଥିବା ମାଂସ ବିକ୍ରିରେ ଯେପରି ଅଣ ହଲାଲ ମାଂସ ଅପମିଶ୍ରିତ ହୋଇନଥିବା ଆବଶ୍ୟକ। ଆପଣଙ୍କୁ କହୁଛୁ ଯେ ଗତ ୨୦୨୦ ବର୍ଷ ପର ଠାରୁ ସିଙ୍ଗାପୁର ଠାରେ ଲ୍ୟାବ ଦ୍ୱାରା ପ୍ରସ୍ତୁତ ହୋଇଥିବା ମାଂସ ଖାଇବାର ଏକ ଧାରା ଆରମ୍ଭ ହୋଇଛି। ଯାହାକୁ ପରିଷ୍କାର ମାଂସ ନାମରେ ଜମାଶୁଣା।
4. scientists countermeasures for fight with global warming: ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି ପୃଥିବୀର ତାପମାତ୍ରା। ପରିସ୍ଥିତି ଏପରି ହୋଇଛି ଯେ ପୃଥିବୀ ଏହାର ଇତିହାସର ସବୁଠାରୁ ଉତ୍ତପ୍ତ ସ୍ତରରେ ପହଞ୍ଚିଛି। ରେକର୍ଡ ଭାଙ୍ଗୁଥିବା ଉତ୍ତାପ ଉପରେ ଆକଳନ କରିବା ପାଇଁ ବୈଜ୍ଞାନିକ ଏକ ପ୍ରକାର ବାଧ୍ୟ ହୋଇଛନ୍ତି। ବିଶ୍ୱ ତାପନ ଅର୍ଥାତ ଗ୍ଲୋବାଲ ୱାର୍ମିଂ ଭଳି ସମସ୍ୟାର ସମାଧାନ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକ ବିଭିନ୍ନ ଦିଗକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ବୈଜ୍ଞାନିକ ମଧ୍ୟ ସୂର୍ଯ୍ୟଙ୍କ ଠାରୁ ନିର୍ଗତ ହେଉଥିବା ବିକିରଣରୁ ରକ୍ଷା କରିବା ପାଇଁ ମହାକାଶରେ ଏକ ବିଶାଳ ଛତା ସ୍ଥାପନ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ମହାକାଶରେ ଯେଉଁ ବିଶାଳକାୟ "ସେନଶେଡ୍" ବିଷୟରେ କୁହାଯାଉଛୁ ତାହା ପୃଥିବୀ-ସୂର୍ଯ୍ୟ ମଧ୍ୟରେ ସ୍ଥାପିତ ହୋଇପାରିବ।
5. UPI Service start in France for Indian Tourist: ୟୁପିଆଇ ବ୍ୟବହାର କରୁଥିବା ଭାରତୀୟଙ୍କ ପାଇଁ ଆସିଛି ବଡ଼ ଖବର। ବର୍ତ୍ତମାନ ୟୁପିଆଇ ସେବା ଫ୍ରାନ୍ସ ଠାରେ ମଧ୍ୟ ପହଞ୍ଚି ସାରିଛି। ଫ୍ରାନ୍ସ ରାଜଧାନୀ ପ୍ୟାରିସ ସ୍ଥିତ ଏଫିଲ ଟାୱାର ପରିଦର୍ଶନ କରୁଥିବା ପର୍ଯ୍ୟଟକ ବର୍ତ୍ତମାନ ଭାରତ ଦ୍ୱାରା ବିକଶିତ ହୋଇଥିବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ମାଧ୍ୟମରେ ଏହି ପ୍ରତିଷ୍ଠିତ ସ୍ମାରକୀ ପରିଦର୍ଶନ କରିପାରିବେ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି।
6. Biju Patnaik Center for Special Studies will established in JNU Delhi: ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଅଧ୍ୟୟନ କେନ୍ଦ୍ର ସ୍ଥାପନ କରାଯିବ। ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହେବ। ଓଡ଼ିଆ ଭାଷାରେ ସ୍ନାତ୍ତକତ୍ତୋର ପାଠ୍ୟକ୍ରମ ପ୍ରଦାନ ସହ ଶ୍ରୀ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ପୋଥି ଏବଂ ବିଜୁ ପଟ୍ଟନାୟକଙ୍କ ବିଷୟରେ ଗବେଷଣା ପାଇଁ ବାଟ ଖୋଲିବ। ଏଥିନେଇ ସରକାର ଏକକାଳୀନ ୧୦ କୋଟି ଟଙ୍କା ସହାୟତା ଦେବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
7. 285 year old lemon auctioned: ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଲେମ୍ବୁ ବ୍ୟବୃହତ ହୋଇଥାଏ। ଯାହା ଅତି କମ୍ ମୂଲ୍ୟରେ ଯେକୌଣସି ସ୍ଥାନରେ ମିଳିଥାଏ। ହେଲେ ନିକଟରେ ଗୋଟିଏ ଲେମ୍ବୁ ପ୍ରାୟ ୧ ଲକ୍ଷ ୫ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହୋଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଲେମ୍ବୁ ଆଦୌ ଖାଇବା ଯୋଗ୍ୟ ଅବସ୍ଥାରେ ନଥିଲା। ବ୍ରିଟିଶ ଗଣମାଧ୍ୟମ "ଦି ସନ୍" ରିପୋର୍ଟ ଅନୁଯାୟୀ, କିଛି ଲୋକ ନିଜ ଘର ସଫା କରୁଥିବାବେଳେ ଉନବିଂଶ ଶତାବ୍ଦୀର ଏକ ସିନ୍ଦୁକ ପାଇଥିଲେ। ଏହି ସିନ୍ଦୁକ ଭିତରେ ସେମାନଙ୍କୁ ୨ ଇଞ୍ଚ ବିଶିଷ୍ଟ ଏକ ବାଦାମୀ ରଙ୍ଗର ଏକ ଶୁଖିଲା ଲେମ୍ବୁ ମିଳିଥିଲା। ନିଲାମ ହୋଇଥିବା ସେହି ଶୁଖିଲା ଲେମ୍ବୁ ପ୍ରାୟ ୨୮୫ ବର୍ଷ ପୁରୁଣା।
8. Luxury Cruises to sail on Bhitarkanika Waterways: ଭିତରକନିକା ଜଳପଥରେ ଯାତ୍ରା କରିବ ବିଳାସପୂର୍ଣ୍ଣ ଜାହାଜ। ସ୍ଥାନୀୟ ଜାତୀୟ ଉଦ୍ୟାନର ଘଞ୍ଚ ଜଙ୍ଗଲ ମଧ୍ୟରେ ବିଳାସପୂର୍ଣ୍ଣ ଜାହାଜ ସେବାର ଅନୁଭବ ପର୍ଯ୍ୟଟକଙ୍କୁ ମିଳିବ। ଯେଉଁଠି ସେମାନେ ବିଳାସପୂର୍ଣ୍ଣ ଜାହାଜରେ ରାତ୍ରୀ ରହଣିର ସୁବିଧା ପାଇପାରିବେ। ସମନ୍ୱିତ ଉପକୂଳ ଜୋନ୍ ପରିଚାଳନା ପ୍ରକଳ୍ପ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଚାରୋଟି କାଟାମରାନ୍ କ୍ରୁଜ୍ ସେବା ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ପାଇଁ ଆରମ୍ଭ ହେବ। ଯେଉଁଠି ଭିତରକନିକା ଜାତୀୟ ଉଦ୍ୟାନ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ମିଳିବ।
9. World Odia Language Conference: ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର "ବିଧାନସଭାରେ ଭାଷା ଆଇନ" ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଗତ ୧୯୪୮ ମସିହାରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନା ଠାରୁ ଆରମ୍ଭ କରି ୧୯୫୪ ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଧାନସଭାରେ ଭାଷା ଆଇନ ୨୦୧୮ ସଂଶୋଧନ ପର୍ଯ୍ୟନ୍ତ ବିଧାନସଭାରେ ହୋଇଥିବା ସମସ୍ତ ଆଲୋଚନା ଏବଂ ତଥ୍ଯ ଏହି ପୁସ୍ତକ ରେ ସ୍ଥାନିତ ହୋଇଛି।
10. Pakistani ISI Agent Arrest in Meerut UP: ଉତ୍ତର ପ୍ରଦେଶ ମେରଟ ଜିଲ୍ଲାରୁ ଜଣେ ପାକିସ୍ତାନୀ ISI ଏଜେଣ୍ଟ ଗିରଫ ହୋଇଛନ୍ତି। ଗିରଫ ବ୍ୟକ୍ତି ଜଣକ ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ନିୟୋଜିତ ହୋଇଥିଲେ। ଫେବୃଆରୀ ୪ ତାରିଖ ରବିବାର ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ ତାଙ୍କୁ ରାଜ୍ୟର ମେରଠ ଜିଲ୍ଲରୁ ଗିରଫ କରିଥିଲା। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ISI ଏଜେଣ୍ଟ ସତ୍ୟେନ୍ଦ୍ର ସିୱାଲ। ସେ ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଗତ ୨୦୨୧ ବର୍ଷରୁ କାର୍ଯ୍ୟ କରିଆସୁଥିଲେ। ସେ ସେଠାରେ ଭାରତର ସୁରକ୍ଷା ସହାୟକ ଭାବେ କାର୍ଯ୍ୟ କରୁଥିଲେ।