)
ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ:
ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ଶୁଣାଣି କରି ଦଣ୍ଡବିଧାନ ଘୋଷଣା କରିଛନ୍ତି ନୟାଗଡ଼ ଜିଲ୍ଲା ଚିଲଡ୍ରେନ କୋର୍ଟ। ଶୁଣାଣିରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଘର ସାମ୍ନାରେ ଖେଳୁଥିବା ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।
ମଧୁ ବାବୁ ପେନସନ ଯୋଜନାରେ ୪ ଲକ୍ଷ ଅତିରିକ୍ତ ହିତାଧିକାରୀ ସାମିଲ:
ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୩୬.୭୫ ଲକ୍ଷରେ ପହଞ୍ଚିଲା । ଗତ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ୪.୧୩ ଲକ୍ଷ ଅତିରିକ୍ତ ଆବେଦନ ଅନୁମୋଦନ କରିଥିଲେ । ମାସକୁ ରାଜ୍ୟ ସରକାର ୧୯୦.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ । ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରୁ ମିଳିଥିଲା ଅନୁରୋଧ ।
ଓଡ଼ିଶାରେ ରାହୁଲ ଗାନ୍ଧୀ:
ଓଡିଶାରେ ପହଞ୍ଚିଲା ଭାରତ ଯୋଡ ନ୍ୟାୟ ଯାତ୍ରା। ଝଡଖଣ୍ଡରୁ ଏହି ନ୍ୟାୟଯାତ୍ରା ଆଜି ସୁନ୍ଦରଗଡର ବୀରମିତ୍ରପୁରରେ ପହଞ୍ଚିଛି। ଏହି ଯାତ୍ରା ପହଞ୍ଚିବା ପରେ ହଜାର ହଜାର କଂଗ୍ରେସ କର୍ମୀ ଯାତ୍ରା ସହ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ରାହୁଲ ତାଙ୍କ ଅଭିଭାଷଣରେ କହିଛନ୍ତି କି, ଭାରତକୁ ଯୋଡିବା ପାଇଁ ତାଙ୍କର ଏହି ଯାତ୍ରା। ଏହାସହ ଭାରତର ନାଗରିକଙ୍କ ଉପରେ ସରକାରଙ୍କ ଦ୍ୱାରା ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ ଏହି ଯାତ୍ରା ବୋଲି ସେ କହିଛନ୍ତି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ କହିଛନ୍ତି କି, ଦେଶର ସବୁବର୍ଗର ଲୋକଙ୍କୁ ନେଇ କଂଗ୍ରେସ ଆଗକୁ ବଢିବ।
୨ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ
ପୋଲିସ ମୁଖ୍ୟାଳୟରେ ଦକ୍ଷିଣ ରେଞ୍ଜ୍ ଆଇଜି ଜୟନାରାୟଣ ପଙ୍କଜଙ୍କୁ ସାକ୍ଷାତ କରି ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇଜଣ ମହିଳା ନକ୍ସଲ । ଦୁଇ ନକ୍ସଲଙ୍କ ନାମ ମନୀଷା ଥାଟି ଏବଂ ଚମ୍ପା କୋରାମ । ମନୀଷାଙ୍କ ବୟସ ୨୧ ହୋଇଥିବା ବେଳେ ଚମ୍ପାଙ୍କ ବୟସ ୨୨ । ଦୁଇ ନକ୍ସଲ ଆତ୍ମ ସମର୍ପଣ କରିବା ସମୟରେ ଜିଲ୍ଲା ଏସପି ରାଜ ପ୍ରସାଦ ମଧ୍ୟ ସେଠାରେ ଥିଲେ ।
ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ ଜାରି
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରବେଶ ପତ୍ର ବା ଆଡମିଟ୍ କାର୍ଡ ଜାରି କରାଯାଇଛି । ଏସବୁ ଆଡମିଟ୍ କାର୍ଡ ସିବିଏସଇ cbse.gov.in ଅଫିସିଆଲ ୱେବସାଇଟରେ ଉପଲବ୍ଧ । ସ୍କୁଲମାନେ ଏହି ପୋର୍ଟାଲ ମାଧ୍ୟମରେ ଲଗ୍ ଇନ୍ କରି ସିବିଏସ୍ଇ ଆଡମିଟ୍ କାର୍ଡ ୨୦୨୪ ଡାଉନଲୋଡ୍ କରିପାରିବେ। ସିବିଏସଇ ବୋର୍ଡର ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ସ୍କୁଲରୁ ଆଡମିଟ୍ କାର୍ଡ ନେବାକୁ ପଡିବ । ଦିନେ ଦୁଇ ଦିନ ମଧ୍ୟରେ ସ୍କୁଲଗୁଡ଼ିକ ଆଡମିଟ୍ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବେ। ଆଡମିଟ୍ କାର୍ଡ କେବେ ପାଇବେ ତାହା ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ପଡ଼ିବ।
ମାର୍ଚ୍ଚରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ ସେବା
ମାର୍ଚ୍ଚରୁ ଭାରତୀୟ ରେଳ ଟ୍ରାକରେ ସ୍ଲିପର କ୍ଲାସ ବନ୍ଦେ ଭାରତ ଟ୍ରେନ୍ ଚାଲିବା ଆରମ୍ଭ କରିବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଚେନ୍ନାଇର ପେରାମବୁର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ଦଶଟି ଟ୍ରେନ୍ ପ୍ରସ୍ତୁତ କରାଯାଉଛି। ଫେବୃଆରୀ ଶେଷ ସପ୍ତାହରୁ ମଧ୍ୟ ଏହି ରୋଲ ଆଉଟ୍ ଆରମ୍ଭ ହେବ।
ଗୋଟିଏ ଦିନ ବଢିପାରେ ବଜେଟ୍ ଅଧିବେଶନ
ସଂସଦର ଚଳିତ ବଜେଟ୍ ଅଧିବେଶନକୁ ଗୋଟିଏ ଦିନ ବୃଦ୍ଧି କରାଯାଇପାରେ। ପୂର୍ବ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସରକାରଙ୍କ ଅର୍ଥନୈତିକ ନୀତି ବିରୋଧରେ କେନ୍ଦ୍ର ସରକାର ଶ୍ୱେତପତ୍ର ଆଣିବେ ବୋଲି କୁହାଯାଉଛି।
ଦିଲ୍ଲୀରୁ ଲସ୍କର-ଏ-ତୋଇବା ଆତଙ୍କୀ ଗିରଫ
ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜାମ୍ମୁ କାଶ୍ମୀରରେ ସକ୍ରିୟ ଥିବା ଲସ୍କର ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ସୀମାପାର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଆଣୁଥିବା ଅଭିଯୋଗ ରହିଥିଲା। ତାଙ୍କ ନିକଟରୁ ମୋବାଇଲ୍ ଫୋନ୍ ଏବଂ ସିମ୍ କାର୍ଡ ଉଦ୍ଧାର କରାଯାଇଛି। ଜାମ୍ମୁ କାଶ୍ମୀରର କୁପୱାରା ଠାରେ କାର୍ଯ୍ୟ କରୁଥିବା ଲଶ୍କର-ଏ-ତାଇବା ମଡ୍ୟୁଲର ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏହି ଆତଙ୍କବାଦୀ ରିୟାଜ ଅହମ୍ମଦ ବୋଲି ଜଣାପଡିଛି। ନୂଆଦିଲ୍ଲୀ ରେଳ ଷ୍ଟେସନରୁ ପୋଲିସ ତାଙ୍କୁ ଧରିଛି।
ହକି ତାରକା ବରୁଣ କୁମାରଙ୍କ ନାଁରେ ସଙ୍ଗୀନ ଅଭିଯୋଗ
ହକି ଖେଳାଳି ବରୁଣ କୁମାରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ। ବେଙ୍ଗାଲୁରୁର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଅଣିଛନ୍ତି। ପୋଲିସ ତରଫରୁ ଏନେଇ ସୂଚନା ମିଳିଛି। ଜଣେ ୨୨ ବର୍ଷୀୟ ମହିଳା ବରୁଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବିଗତ ପାଞ୍ଚ ବର୍ଷ ମଧ୍ୟରେ ବରୁଣ ତାଙ୍କୁ ବହୁ ବାର ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।
IND vs ZIM: ଘୋଷଣା ହେଲା ଟି୨୦ ସିରିଜ
ନୂଆଦିଲ୍ଲୀ: ଜିମ୍ବାୱେ ଗସ୍ତରେ ଯିବ ଭାରତ। ଟି୨୦ ବିଶ୍ୱକପ ପରେ ଭାରତ ଜିମ୍ବାୱେ ଗସ୍ତରେ ଯାଇ ଏହି ଟି୨୦ ସିରିଜ ଖେଳିବ ବୋଲି ସୂଚନା ରହିଛି। ତେବେ ଏହି ସିରିଜ ଟି୨୦ ବିଶ୍ୱକପ ପରେ ଖେଳିବ ବୋଲି ଜିମ୍ବାୱେ କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମଙ୍ଗଳବାର ଦିନ କଣ୍ଟ୍ରୋଲ୍ ଅଫ୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏବଂ ଜିମ୍ବାୱେ କ୍ରିକେଟ୍ ବୋର୍ଡ ଏହି ସିରିଜ୍ ଘୋଷଣା କରିଛି।