)
Top 10 News Headlines | 6 February 2024 | Evening
1.Odisha Budget 2024: ଫେବୃଆରୀ ୫ ତାରିଖ ସୋମବାର ଠାରୁ ଆରମ୍ଭ ହୋଇସାରିଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ଏହା ପର ୨ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଥିଲା। ବର୍ତ୍ତମାନ ଫେବୃଆରୀ ୮ ତାରିଖରେ ଆଗତ ହେବାକୁ ଯାଉଛି ବଜେଟ୍ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ମୋଟ ୭ ଦିନର ବଜେଟ୍ ଅଧିବେଶନରେ ଗୋଟିଏ ଦିନ ବେସରକାରୀ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।
2.Nationalist Congress Party Sharadchandra Pawar: ଫେବୃଆରୀ ୭ ତାରିଖ ବୁଧବାର ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଶରଦ ପାୱାରଙ୍କ ନେତୃତ୍ୱାଧିନ ଗୋଷ୍ଠୀକୁ ନୂତନ ନାମ ମିଳିଛି। ତାଙ୍କ ଦଳର ନୂତନ ନାମ "ଏନସିପି- ଶରଦ ଚନ୍ଦ୍ର ପାୱାର" ରଖାଯାଇଛି। ଏହା ପୂର୍ବରୁ ଶରଦ ପାୱାରଙ୍କ ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ସେମାନଙ୍କ ଦଳ ପାଇଁ ତିନୋଟି ନାମ ଏବଂ ନିର୍ବାଚନ ପ୍ରତୀକ ବିକଳ୍ପ ପରାମର୍ଶ ଦେଇଥିଲେ ନିର୍ବାଚନ ଆୟୋଗ ଅଜିତ ପାୱାର ଦଳକୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଭାବରେ ଘୋଷଣା କରିବା ପରେ ଏହାକୁ ଦଳର ନିର୍ବାଚନ ପ୍ରତୀକ "କାନ୍ଥ ଘଣ୍ଟା" ଆବଣ୍ଟିତ କରିଥିଲେ। ଏହା ପରେ ଶରଦ ପାୱାରଙ୍କ ଦଳ ଏକ ନୂତନ ନାମ
ପାଇଥିଲା।
3.Rouse Avenue Court Summons Delhi CM: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଜବରଦସ୍ତ ଝଟକା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗକୁ ଗ୍ରହଣ କରି ରାଉସ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତି। ତାଙ୍କୁ ଆସନ୍ତା ୧୭ ତାରିଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଜାରି ହୋଇଥିବା ସମନ ଅଣଦେଖା କରିବାରୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଛି।
4.indian fishermen held at mumbai coast: ଫେବୃଆରୀ ୭ ତାରିଖ ବୁଧବାର ମୁମ୍ବାଇ ସ୍ଥିତ ଗେଟୱେ ଅଫ୍ ଇଣ୍ଡିଆ ଠାରେ ଘଟିଯାଇଥିଲା ଏକ ବଡ଼ ଧରଣର ଅଘଟଣ। ମୁମ୍ବାଇ ପୋଲିସ ଆରବ ସାଗରରେ ଏକ ସଦିଗ୍ଧ ଡଙ୍ଗାକୁ ମାଡ଼ି ବସିଥିଲା। କୁହାଯାଉଛି ଯେ ଆରବ ସାଗରରେ ଧରା ପଡ଼ିଥିବା ଡଙ୍ଗା କୁଏତ ଠାରୁ ଆସିଥିଲା। ସେହି ଡଙ୍ଗାରେ ଉପସ୍ଥିତ ରହିଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ସେହି ଡଙ୍ଗାରେ ୩ ଜଣ ଭାରତୀୟ ରହିଥିବାର ଜଣାପଡ଼ିଛି। ମୁମ୍ବାଇ ପୋଲିସ ସେହି ଡଙ୍ଗାକୁ ଜବତ କରି ହେପାଜତକୁ ନେଇଛି।
5. nuclear missile was lying in the garage of the house: କୌଣସି ଘରର ଗ୍ୟାରେଜ ଠାରେ ସାଧାରଣତଃ ଗାଡ଼ି ପାର୍କିଂ ହୋଇଥାଏ। ହେଲେ କେବେ ଆପଣ କୌଣସି ଘରର ଗ୍ୟାରେଜ ଠାରେ ପରମାଣୁ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ରଖାଯାଇଥିବାର ଖବର ପଢିଛନ୍ତି? ଯଦି ଆପଣ ଏପରି ଖବର ପଢିନାହାଁନ୍ତି ତାହେଲେ ଏବେ ପଢିନିଅନ୍ତୁ। ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍ ରାଜ୍ୟରେ ସ୍ଥିତ ଏକ ଘରର ଗ୍ୟାରେଜ ଠାରେ ପରମାଣୁ କ୍ଷେପଣାସ୍ତ୍ର ମିଳିଥିବାର ଖବର ସାମ୍ନାକୁ ଆସିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ତାଙ୍କ ଘରର ଗ୍ୟାରେଜ ଠାରେ ପରମାଣୁ କ୍ଷେପଣାସ୍ତ୍ର ପାଇବା ପରେ ପୋଲିସ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ। ଏହି କ୍ଷେପଣାସ୍ତ୍ରକୁ ସଂଗ୍ରହାଳୟରେ ରଖିବାକୁ ଅନୁରୋଧ କରିଥିଲେ।
6.Pakistan General Election 2024: ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେଉଛି ପାକିସ୍ତାନ ସାଧାରଣ ନିର୍ବାଚନ। ଏନେଇ ପାକିସ୍ତାନ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଦାରିଦ୍ର, ଆତଙ୍କବାଦ ଏବଂ ରାଜନୈତିକ ଅସ୍ଥିରତା ମଧ୍ୟରେ ପାକିସ୍ତାନ ଭଳି ଦେଶରେ ଅନୁଷ୍ଠିତ ହେଉଛି ସାଧାରଣ ନିର୍ବାଚନ। ଯାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଏହି ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ନୱାଜ ସରିଫ ଏବଂ ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ ଲଢେଇ ଚାଲିଛି। ଯେତେବେଳେ କି ପାକିସ୍ତାନୀ ଭୋଟର ଇମ୍ରାନ ଖାନଙ୍କୁ ସେମାନଙ୍କ ପ୍ରଥମ ପସନ୍ଦ ଭାବରେ ଦେଖୁଛନ୍ତି।
7.Veg-Non Veg Thali Price in India: ଦରଦାମ ବୃଦ୍ଧି ସମ୍ପର୍କରେ ଆସିଛି ଏକ ବଡ଼ ଖବର। ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ଥାଳି ଶସ୍ତା ହୋଇଛି। ରିପୋର୍ଟ ଅନୁଯାୟୀ ଜାନୁଆରୀ ମାସରେ ଖାଦ୍ୟ ସାମଗ୍ରୀ ଶସ୍ତା ହୋଇଛି। ଶସ୍ତା ଖାଦ୍ୟ ସାମଗ୍ରୀ ଶସ୍ତା ହୋଇଯିବାରୁ ନିରାମିଶ ଥାଳି ମୂଲ୍ୟ ମଧ୍ୟ ଶସ୍ତା ହୋଇଯାଇଛି। ଜାନୁଆରୀ ମାସରେ ପିଆଜ ଏବଂ ଟମାଟୋ ମୂଲ୍ୟ ହ୍ରାସ ହେତୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି। କ୍ରିସିଲ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପିଆଜ ଏବଂ ଟମାଟୋ ମୂଲ୍ୟ ମାସକୁ ମାସ ୨୬% ଏବଂ ୧୬% ହ୍ରାସ ପାଇଛି। ଜାନୁଆରୀ ମାସରେ ପିଆଜ ମୂଲ୍ୟ ୨୬ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପଟେ ଏହି ସମୟ ମଧ୍ୟରେ ଟମାଟୋ ମୂଲ୍ୟ ୧୬ ପ୍ରତିଶତ ହ୍ରାସ ପାଇଛି।
8.Weather Report: ଆସନ୍ତା ୧୦ ତାରିଖରୁ ବଦଳିବ ପାଗ। ପଶ୍ଚିମାବାୟୁ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ମାସର ପ୍ରଥମ ସପ୍ତାହରୁ ଶୀତ କୁଆଡେ ହଜି ଯାଇଛି। ଉପକୂଳରେ ରାତିର ତାପମାତ୍ରା ଯେତିକି ରହିବା କଥା ତାହା ଠାରୁ ୨-୫ ଡିଗ୍ରୀ ଅଧିକ ଅଛି। ଆଭ୍ୟନ୍ତରୀଣ ଓଡି଼ଶାରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୩-୭ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ସ୍ଥିତି ଏପରି ହୋଇଛି ଯେ ଫେବୃଆରୀ ଆରମ୍ଭରୁ ଏସି, ଫ୍ୟାନ୍ ବିନା ରହି ହେଉନାହିଁ। ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଖରା ତାତି ବଢିବାରେ ଲାଗିଲାଣି।
9.Global Odia Language Conference: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଏବଂ ପ୍ରବାସୀ ଓଡ଼ିଆଙ୍କ ସହିତ ୫ଟି ଅଧ୍ୟକ୍ଷଙ୍କ ଆଲୋଚନାର ଆଧାରରେ ଓଡ଼ିଆ ଭାଷାର ବିକାଶ ସମ୍ପର୍କରେ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ସବୁ ନିଷ୍ପତ୍ତିକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ପଦକ୍ଷେପ ଅଧିନରେ ସ୍ୱଚ୍ଛ ଏବଂ ସମୟାନୁବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ।
10.Bharat Jodo Nyay Yatra: ରାଜ୍ୟରେ ଦ୍ଵିତୀୟ ଦିନରେ ପହଞ୍ଚିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା। ରାଉରକେଲାରେ ନିଜ ଅଭିଭାଷଣରେ ବିଜେଡ଼ି-ବିଜେପି ସମ୍ପର୍କ କଥା ଉଠାଇବା ସହିତ ବିଜେପି ଏବଂ ଆରଏସଏସ୍ ଦେଶରେ ଘୃଣାର ରାଜନୀତି କରୁଥିବାରୁ ଆମକୁ ପ୍ରେମ ବାଣ୍ଟିବାକୁ ପଡ଼ିବ ବୋଲି କହିଥିଲେ ରାହୁଲ ଗାନ୍ଧୀ। ଏହାସହିତ ରାଜ୍ୟରେ ନବୀନ ପଟ୍ଟନାୟକ ଏବଂ ନରେନ୍ଦ୍ର ମୋଦିଙ୍କ ପାର୍ଟନରସିପ ସରକାର ଚାଲୁଥିବା କଥା କହିଛନ୍ତି। ରାଜ୍ୟର ବେରୋଜଗାରୀ ସମସ୍ୟା ପାଇଁ ରାଜ୍ୟରୁ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କାମ ପାଇଁ ବାହାରକୁ ଯିବା ସହ ରାଜ୍ୟ ବାହାରର ଠିକାଦାର ଏବଂ ବେପାରୀ ରାଜ୍ୟର ସମ୍ପତ୍ତି ହାତେଇବା ପାଇଁ ଆସିଥିବା କହି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ।