)
ଆସନ୍ତାକାଲି ଠୁ ମାଟ୍ରିକ ପରୀକ୍ଷା
ଆସନ୍ତା କାଲି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷା ଆସନ୍ତା କାଲିଠାରୁ ଆରମ୍ଭ ହେବ। ଏଥର ପରୀକ୍ଷାରେ ଅସାଧୁ ଆଚରଣକୁ ରୋକିବା ଲାଗି ଅନେକ ନୂଆ ନିୟମ ଲାଗୁ କରାଯାଇଛି। ଏଆଇଇ କ୍ୟାବେରା ବ୍ୟବହାର ସାଙ୍ଗକୁ ପିଲାଙ୍କୁ ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ କୁହାଯାଇଛି। ଏଥର ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିଲାଗି ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି। ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବ।
ସନ୍ଥକବି ଭୀମଭୋଇ ପାଠାଗାର ଉଦଘାଟିତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ବାପୁଜୀନଗରଠାରେ ଅବସ୍ଥିତ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସ ସେଣ୍ଟର (ଆଇପିଏସସି)ରେ ସନ୍ଥକବି ଭୀମଭୋଇଙ୍କ ନାମରେ ଏକ ପାଠାଗାରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ସହିତ ରାଜ୍ୟରେ ଗ୍ରନ୍ଥାଗାର ଅଭିଯାନ ଆରମ୍ଭ ହେଲା। ରାଜ୍ୟର ସବୁ ସ୍ଥାନରେ, ଭୁବନେଶ୍ଵର ର ପ୍ରତ୍ୟେକ ଜୋନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରାଯିବ। ଏଥିସହ ଭୁବନେଶ୍ୱରସ୍ଥିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରୀରେ ପରିଣତ କରିବାକୁ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମ (ଓଏମସି)ର ମିଳିତ ଆନୁକୁଲ୍ୟରେ ଗ୍ରନ୍ଥାଳୟକୁ ରୂପାନ୍ତରିକରଣ କରିବା ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି।
ସରକାରଙ୍କ ୫ ବର୍ଷିଆ ଏମଏସପି ଚୁକ୍ତି
୨୩ ଉତ୍ପାଦ ଲାଗି ସର୍ବନିମ୍ନ ମୂଲ୍ୟ ପ୍ରଦାନ କରିବାକୁ ନିୟମ ପ୍ରଣୟନ ଲାଗି ଦାବି କରୁଥିବା ଆନ୍ଦୋଳନରତ ଚାଷୀଙଘ୍କୁ କେନ୍ଦ୍ର ସରକାର ଏକ ପ୍ରସ୍ତାବ ପ୍ରଦାନ କରିଛନ୍ତି। ଆସନ୍ତା ୫ ବର୍ଷ ଯାଏ ୫ ଉତ୍ପାଦକୁ କିଣିବା ଲାଗି ସରକାର ଏହି ପ୍ରସ୍ତାବରେ କରହିଛନ୍ତି। ଏଥିରେ ୩ ପ୍ରକାରର ଶସ୍ୟ ସହ ମକା ଓ କପା ସାମିଲ ରହିଛି। କୃଷକ ନେତାମାନେ ସରକାରଙ୍କ ଏହି ପ୍ରସ୍ତାବକୁ ନେଇ କୌଣସି ମତ ରଖି ନାହାନ୍ତି। ଆସନ୍ତା ଦୁଇଦିନ ଭିତରେ ଏବିଷୟରେ ନିଜର ପ୍ରତିକ୍ରିୟା ରଖିବାକୁ କହିଛନ୍ତି।
ଏବେଠୁ ତାତିଲାଣି, ଆଗକୁ ଅସହ୍ୟ
ରାଜ୍ୟରେ ବଢିଲା ଗ୍ରୀଷ୍ମପ୍ରବାହ। ଚଳିତବର୍ଷ ପ୍ରଥମ ଥର ପାଇଁ ୩୬ ଡିଗ୍ରୀ ଅତିକ୍ରମ କଲା ଦିନର ତାପମାତ୍ରା । ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ଆଜି ସର୍ବୋଚ୍ଚ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି । ବଲାଙ୍ଗୀରରେ ୩୫.୯ଡିଗ୍ରୀ ତାତି ରହିଥିବାବେଳେ ବୌଦ୍ଧରେ ୩୫.୫ ଡିଗ୍ରୀ, ଝାରସୁଗୁଡା ୩୫.୪ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୩୪.୪ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ପାରଳାଖେମୁଣ୍ଡି ଏବଂ ସୋନପୁରରେ ୩୪.୮, ସମ୍ବଲପୁର, ହୀରାକୁଦ ଏବଂ ମାଲକାନଗିରିରେ ୩୪.୭, ନୟାଗଡ଼ରେ ୩୪.୫, ରାୟଗଡାରେ ୩୪.୨ ଓ ଅନୁଗୁଳରେ ୩୪.୧ ଡିଗ୍ରୀ ତାତି ରେକର୍ଡ ହୋଇଛି ।
ମାର୍ଚ୍ଚ ପହିଲା ସୁଦ୍ଧା ୬୦ ଆସନ ପାଇଁ କଂଗ୍ରେସ ଟିକେଟ୍
ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବ। ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସି ସଭାପତିଙ୍କ ସୂଚନା। ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ।
ଓଁ ମନ୍ଦିରରେ ହେଲା ପ୍ରାଣପ୍ରତିଷ୍ଠା, ନିର୍ମାଣ ପାଇଁ ଲାଗିଥିଲା ୩୦ ବର୍ଷ
ରାଜସ୍ଥାନର ପାଲି ଜିଲ୍ଲାରେ ବିଶ୍ୱର ପ୍ରଥମ ଓମ୍ ଆକୃତିର ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଯାହାର ପ୍ରାଣପ୍ରତିଷ୍ଠା ଆଜି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଉପସ୍ଥିତିରେ ହୋଇଥିଲା। ପ୍ରାଣପ୍ରତିଷ୍ଠା ସମାରୋହରେ ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି ଯେ ମୁଁ ଏଠାରେ ଥିବାରୁ ଗର୍ବିତ ଅନୁଭବ କରୁଛି। ସେ କହିଛନ୍ତି ଯେ ଏହା ହେଉଛି ବିଶ୍ୱର ପ୍ରଥମ ଓଁକାର ଆକୃତିର ଶୈବପୀଠ, ଯାହା ରାଜ୍ୟବାସୀଙ୍କ ସହଯୋଗରେ ରାଜସ୍ଥାନରେ ନିର୍ମାଣ ହେବାର ଗୌରବ ରହିଛି। ଏହି ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଅବଦାନକୁ ସେ ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି।
ଷଷ୍ଠ ଥର ପାଇଁ ଇଡ଼ି ସମନକୁ ଅଣଦେଖା କଲେ କେଜରିୱାଲ
ଅର୍ଥ ହେରଫେର ସହ ଜଡିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ନୀତି ମାମଲାରେ ଇଡ଼ି ଜାରି କରିଥିବା ଷଷ୍ଠ ସମନକୁ ମଧ୍ୟ ଅଣଦେଖା କରିଛନ୍ତି। ଷଷ୍ଠ ଥର ପାଇଁ ଡାକିବା ସତ୍ତ୍ୱେ ହାଜର ହୋଇନାହାନ୍ତି କେଜରିୱାଲ। ସୋମବାର ଆମ୍ ଆଦମୀ ପାର୍ଟି ସୂତ୍ରରୁ ଏହା ଜଣାପଡିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅର୍ଥ ହେରଫେର ସହ ଜଡିତ ଏକ୍ସାଇଜ୍ ପଲିସି ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ପଠାଯାଇଛି। ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବ ନାହିଁ ବୋଲି ଜଣାପଡ଼ିଛି। ଇଡିର ସମନକୁ ବେଆଇନ ବୋଲି କହି AAP କହିଛନ୍ତି ଯେ ସମନର ବୈଧତା ପ୍ରସଙ୍ଗ ବର୍ତ୍ତମାନ କୋର୍ଟରେ ରହିଛି। ପାର୍ଟି ସୂତ୍ରରୁ ପ୍ରକାଶ ଯେ ଇଡ଼ି ନିଜେ କୋର୍ଟକୁ ଯାଇଛନ୍ତି। ବାରମ୍ବାର ଇଡିକୁ ଡକାଇବା ପରିବର୍ତ୍ତେ କୋର୍ଟ ନିଷ୍ପତ୍ତି ପାଇଁ ଅପେକ୍ଷା କରିବା ଉଚିତ୍।
ହାତ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ । ଢେଙ୍କାନାଳରେ ପ୍ରେସମିଟ୍ରେ କଂଗ୍ରେସରୁ ଇସ୍ତଫା ଘୋଷଣା କଲେ । ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ବି ଇସ୍ତଫା ଦେଲେ।
ICUରେ ଭୋଗରାଇ ବିଧାୟକ ଅନନ୍ତ ଦାସ
Bhograi MLA: ଅସୁସ୍ଥ ଅଛନ୍ତି ବିଜେଡ଼ିର ପୁରୁଖା ନେତା ତଥା ଭୋଗରାଇ ବିଧାୟକ (Bhograi MLA) । ୮୩ ବର୍ଷୀୟ ଅନନ୍ତ ଦାସଙ୍କ (ANANTA DAS) ଚିକିତ୍ସା ଜାରି ରହିଛି । ରବିବାର ସନ୍ଧ୍ୟାରେ ତାଙ୍କୁ ବାଲେଶ୍ବର ଫକୀରମୋହନ ମେଡ଼ିକାଲରେ (Balasore Fakir Mohan Medical) ଭର୍ତ୍ତି କରାଯାଇଛି । ବର୍ତ୍ତମାନରେ ସେ ଆଇସିୟୁରେ (ICU) ତାଙ୍କ ଚିକିତ୍ସା ଜାରି ରହିଛି ।
IND vs ENG: ଜିତିଲା ଭାରତ
ଜକୋଟ୍ ଟେଷ୍ଟ ଜିତିଲା ଭାରତ, ଧରାଶାୟୀ ହେଲା ଇଂଲଣ୍ତ । ରାଜକୋଟ୍ରେ ଚମକିଲେ ଯଶ୍ୱସୀ ଓ ଜାଡ଼େଜା । ଭାରତୀୟ ବୋଲରଙ୍କ ଆଗରେ ମାଟି କାମୁଡ଼ି ପଡ଼ିଲେ ଇଂଲଣ୍ତ ବ୍ୟାଟ୍ସମ୍ୟାନ୍ । ୪ର୍ଥ ଦିନରେ ୪୩୪ ରନ୍ରେ ଜିତିଲା ଭାରତ । ଏହା ଭାରତର ସବୁଠୁ ବଡ଼ ଟେଷ୍ଟ ବିଜୟ । ସେହିପରି ଇଂଲଣ୍ଡ ପାଇଁ ଏହା ୨ୟ ସର୍ବାଧିକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି ।