)
Top 10 News Headlines:
0- ପୁଣି ମାଆ ହେଲେ ଅନୁଷ୍କା: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। କୋହଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। କୋହଲି ତାଙ୍କ ପୋଷ୍ଟରେ କହିଛନ୍ତି ଯେ ତାଙ୍କ ପୁଅ ୧୫ ଫେବୃଆରୀରେ ଜନ୍ମ ହୋଇଥିଲା। ଏହି ସମୟ ମଧ୍ୟରେ କୋହଲି ପ୍ରଶଂସକଙ୍କ ସହ ତାଙ୍କ ପୁଅର ନାମ ମଧ୍ୟ ସେୟାର କରିଛନ୍ତି। କୋହଲି ତାଙ୍କ ପୁଅର ନାମ 'ଆକାୟ' ରଖିଛନ୍ତି।
1.ବନକଲାଗି ନୀତି ଯୋଗୁ ଆସନ୍ତା କାଲି ଶ୍ରୀମନ୍ଦିରରେ ୩ ଘଣ୍ଟା ଲାଗି ଦର୍ଶନ ବନ୍ଦ ରହିବ। ମାଘ ଶୁକ୍ଳ ଦ୍ୱାଦଶୀ ତିଥିରେ ଏହି ନୀତି ସମ୍ପନ୍ନ ହେବ। ସନ୍ଧ୍ୟା ୬ଟାରୁ ୯ଟା ଯାଏ ଏହି ନୀତି ଅନୁସାରେ ବନକ ଲାଗି କରାଯିବାକୁ ଥିବାରୁ ଏହି ସମୟରେ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ାଯିବ ନାହିଁ ବୋଲି ଶ୍ରୀମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।
2. ନାଟ ମଣ୍ଡପର ମରାମତି କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ସମୟରେ ଦର୍ଶନ ବନ୍ଦ ହେବ ନାହିଁ। ଏଥିଲାଗି ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସି ନୀତି କାନ୍ତି ସମୟ ନିର୍ଘଣ୍ଟ କରାଯାଇଛି। ରାତି ଦୁଇଟାରୁ ପହଡ଼ ଖୋଲିବା ସହ ୧୧ଟାରେ ପହୁଡ଼ କରାଯିବାକୁ ନୀତି ନିର୍ଷଘଣ୍ଟ ହୋଇଛି। ତେବେ ଅପରାହ୍ଣ ୧ଟାରୁ ସନ୍ଧ୍ୟା ୭ଟା ଯାଏ ଏଏସ୍ଆଇ ପକ୍ଷରୁ ନାଟ ମଣ୍ଡପର ମରାମତି ପାଇଁ କାରିଗର ନିୟୋଜିତ ହେବେ।
3. ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ତାଙ୍କର ଏହି ଗସ୍ତରେ ପୁରୀ ଏବଂ ଚଣ୍ଡିଖୋଲ କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦୀ ପ୍ରଥମେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଏବଂ ପରେ ଚଣ୍ଡିଖୋଲ ଯିବେ। ସେଠାରେ ସାଧାରଣ ସଭାରେ ଯୋଗ ଦେଇପାରନ୍ତି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
4. ପୁରୀରୁ କୋଣାର୍କକୁ ରେଳ ସଂଯୋଗ ହେବ। ଏହାକୁ ଆରାମ ଦାୟକ ଯାତ୍ରାରେ ପରିଣତ କରିବା ଲାଗି ସ୍ୱତନ୍ତ୍ର ଭିସ୍ତଡୋମ୍ କୋଚ୍ ଲାଗିବ ବୋଲି ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୩୨ କିଲୋମିଟର ରେଳଲାଇନ ଲାଗି ୪୯୨ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାରଙ୍କ ସହାୟତାରେ ଏଣିକି ଜମି ଅଧିଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଏହା ସହ ଏହି ରେଳ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହେବ ବୋଲି ସେ କହିଛନ୍ତି।
5. ଶିବରାତ୍ରୀ ପରିଚାଳନା ଲାଗି ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ବୈଠକ ଅନୁଷ୍ଠି ହୋଇଛି। ରାତି ୧୦ଟାରୁ ରାତି ୧୦ଟା ୩୦ ମଧ୍ୟରେ ମହାଦୀପ ଉଠାଇବା ଲାଗି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ନିଯୋଗର ସହାୟତାକ୍ରମେ ଏହି ନିର୍ଦ୍ଧାରଣ ପାଳନ ହୋଇପାରିବ ବୋଲି ସେବାୟତମାନେ ଆଶା ପ୍ରକାଶ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
6. ଦିଲ୍ଲୀ ସୀମାରେ ପୁଲିସ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆସନ୍ତା କାଲିଠାରୁ ଦିଲ୍ଲୀ ଭିତରକୁ କୃଷକମାନେ ଶୋଭାଯାତ୍ରାରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିବାରୁ ପୁଲିସ ଏହି ପଦକ୍ଷେକ୍ଷ ନେଇଛି। ୨୩ଟି ଶସ୍ୟକୁ ଏମ୍ଏସ୍ପି ଗ୍ୟାରେଣ୍ଟି ଦେବା ଲାଗି କୃଷକ ସଂଗଠନ ମାନେ ସରକାରଙ୍କ ଆଗରେ ଦାବି ରଖିଛନ୍ତି। ହେଲେ କେନ୍ଦ୍ର ସରକାର ୫ଟି ଉତ୍ପାଦ ଉପରେ ଦିଆଯାଉଥିବା ଏମ୍ଏସ୍ପି ଆସନ୍ତା ୫ ବର୍ଷ ଯାଏ ଜାରି ରହିବ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରି ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ଚାଷୀ।
7. ଚଣ୍ଡିଗଡ଼ ପାଇଁ ନୂଆ ମେୟରଙ୍କ ନାମ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ। ଆପ୍-କଂଗ୍ରେସ ପ୍ରାର୍ଥୀ କୁଲଦୀପ କୁମାର ଏବେ ଚଣ୍ଡିଗଡ଼ର ମେୟର ହେବେ। ପୂର୍ବରୁ ଆସିଥିବା ନିର୍ବାଚନ ଫଳାଫଳକୁ ରଦ୍ଦ କରିବା ସହ ମାମଲାର ବିଚାର କରି କୋର୍ଟ ରିଟର୍ଣ୍ଣିଂ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଛନ୍ତି।
8. ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୁଦ୍ଧରେ ଦେଇଥିବା ବୟାନକୁ କେନ୍ଦ୍ର କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନାଁରେ ଆସିଥିବା ମାମଲାର ବିଚାର ହୋଇଛି। ସୁଲ୍ତାନପୁର ସ୍ୱଥନ୍ତ୍ର କୋର୍ଟରେ ଏହି ବିଚାର ବେଳେ ରାହୁଏ ଗାନ୍ଧି ହାଜର ହୋଇଥିଲେ। ମାମଲାର ଶୁଣାଣି କରି ରାହୁଳଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ନିର୍ବାଚନ ଥିବାରୁ କୋର୍ଟଙ୍କୁ ରାହୁଲ ବ୍ୟକ୍ତିଗତ ହାଜିରା ନହେବାକୁ ଅନୁରୋଧ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ।
9. ଦିନକୁ ଦିନ ସନ୍ଦେଶଖାଲିକୁ ନେଇ ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି। ଗୋଟିଏପଟେ କୋର୍ଟ ଏ ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିବା ସହ ଯେଉଁ ବ୍ୟକ୍ତି ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ବନ୍ଧକ ରଖୁଛି ସେ କେବେ ଖସିପଳାଇପାରିବେ ନାହିଁ କି ସରକାର ତାଙ୍କୁ ସମର୍ଥନ କରିବାର କିଛି କାରଣ ନାହିଁ ବୋଲି କହିଛନ୍ତି କୋର୍ଟ। ଏହି ଘଟଣା ପରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଦେଶଖାଲି ଗସ୍ତରେ ଯାଇପାରନ୍ତି ବୋ ସୂଚନା ମିଳିଛି। ଅପରପକ୍ଷେ ପଶ୍ଚିମବଙ୍ଗର ବିଜେପି ନେତା ସୁଭେନ୍ଦୁ ଅଧିକାରୀ ଓ ଅନ୍ୟମାନେ ଶିଖ୍ ପୁଲି ଅଧିକାରୀଙ୍କୁ ଖଲିସ୍ତାନୀ କହିଥିବା ଅଭିଯୋଗ ହୋଇଛି।
10. ବରିଷ୍ଠ ପିଡିପି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମୁଜାଫିର ହୁସେନ ବୈଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଯୋଗ ଦେଇଛନ୍ତି। ତାଙ୍କ ଯୋଗଦାନ ଏବେ ବିଜେପିରେ ପିଡିପି ନେତାଙ୍କ ଯୋଗଦାନ ପ୍ରସଙ୍ଗକୁ ଅଧିକ ମଜଭୁତ କରିଛି। ହେଲେ ମୁଜାଫିର ପ୍ରଧାନମନ୍ତ୍ରୀ କଣ କହୁଛନ୍ତି ତାହା ଶୁଣିବାକୁ ଆସିଥିବା କହିଛନ୍ତି।