Top 10 News Headlines: ଆସନ୍ତା ୨୨ ତାରିଖରେ ଓଡ଼ିଶା ଗସ୍ତରେ ଅମିତ୍ ଶାହା, ଏଆର ରେହମାନ ଅସୁସ୍ଥ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2682650

Top 10 News Headlines: ଆସନ୍ତା ୨୨ ତାରିଖରେ ଓଡ଼ିଶା ଗସ୍ତରେ ଅମିତ୍ ଶାହା, ଏଆର ରେହମାନ ଅସୁସ୍ଥ ଓ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର

Top 10 News Headlines: ଆସନ୍ତା ୨୨ ତାରିଖରେ ଓଡ଼ିଶା ଗସ୍ତରେ ଅମିତ୍ ଶାହା, ଏଆର ରେହମାନ ଅସୁସ୍ଥ ଓ ଅନ୍ୟାନ୍ୟ ଖବର

Pakistani Soldiers Killed: ପାକିସ୍ତାନ ଉପରେ ପୁଣି ବିଏଲଏର ଆକ୍ରମଣ । ବେଲୁଚିସ୍ତାନରେ ସେନା ଗାଡ଼ିକୁ ଟାର୍ଗେଟ ।  ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ସୂଚନା ।  ନୋସକି ଜିଲ୍ଲାରେ ସେନା ଗାଡ଼ି ଉପରକୁ ହୋଇଛି ଆତ୍ମଘାତୀ ଆକ୍ରମଣ  ।  ଏନ-୪୦ ହାଇୱେରେ ସେନାକୁ ନେଇ ଏକ ଟ୍ରକ୍ ଯାଉଥିବା ବେଳେ ବିସ୍ଫୋରଣ କରିଛି ବେଲୁଚିସ୍ତାନ ଲିବରେସନ ଆର୍ମି ।

Pakista Hijack Update: ସମସ୍ତ ୨୧୪ ପଣବନ୍ଦୀଙ୍କୁ ହତ୍ୟା କରିଥିବା BLAର ଦାବି। ବନ୍ଦୀ ଅଦଳ ବଦଳ ପାଇଁ ପାକିସ୍ତାନ ରାଜି ନ ହେବାରୁ ହତ୍ୟା
ନିଜ ସଂଗଠନର ୧୨ ଜଣଙ୍କ ମୃତ୍ୟୁ ମାନିଲା BLA । ୨୬ ପଣବନ୍ଦୀଙ୍କୁ ହତ୍ୟା କରାଯାଇଛି କହୁଛି ପାକିସ୍ତାନୀ ସେନା । 

Amit Shah Odisha Visit: ଆସନ୍ତା ୨୨ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ  । ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ଓଡ଼ିଶାରେ ରହିବେ ଗୃହମନ୍ତ୍ରୀ  । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି  ।   ୨୨ ତାରିଖରେ ସମ୍ବଲପୁରରେ କାର୍ଯ୍ୟକ୍ରମ ରହିଥିବା ବେଳେ ୨୩ ତାରିଖରେ ଭୁବନେଶ୍ବର ଓ ପୁରୀରେ ଗୃହମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି  । 

Cuttack Crime News: ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା । କ୍ୟାରମ୍ ଖେଳକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି କରି ହତ୍ୟା ହୋଇଛି ବୋଲି କହିଲେ ଡିସିପି । ‘ପାଟିତୁଣ୍ଡ ପରେ ଅତି ନିକଟରୁ ଯୁବକଙ୍କୁ ଗୁଳି ମାରି ହତ୍ୟା ହୋଇଥିଲା । ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାରରେ କାଲି ହୋଇଥିଲା ହତ୍ୟାକାଣ୍ଡ । ପୋଲିସର ଅଧିକ ତଦନ୍ତ ଜାରି। 

Nayagarh Road Accident: ୨ ନାବାଳିକା ଭଉଣୀଙ୍କୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଆହତ ।
ଫତେଗଡ଼ ଥାନା କିମ୍ଭିରିଆ ପୋଖରୀ ନିକଟରେ ଦୁର୍ଘଟଣା ଘଟିଛି। ସାଇକେଲ୍‌ରେ ଯିବା ବେଳେ ୨ ଭଉଣୀଙ୍କୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍‌ଙ୍କୁ ଅଟକ ରଖିଲେ ଗ୍ରାମବାସୀ । 

School Reopen In Morning: ରାଜ୍ୟରେ ଖୁବଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ । ବଢୁଥିବା ଖରାକୁ ଦୃଷ୍ଟିରେ ରଖି ନିଆଯାଇପାରେ ନିଷ୍ପତ୍ତି । ଏନେଇ  ସୂଚନା ଦେଇଛନ୍ତି  ଗଣଶିକ୍ଷାମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ । ରାଜସ୍ବ  ଓ ବିପର୍ଯ୍ୟୟ  ପରିଚାଳନା ବିଭାଗ  ସହ ଆଲୋଚନା କରାଯିବ । ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି  ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।  

Nutrition Center: ଗୁଜୁରାଟ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ଏହି ପୋଷଣ କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ ସରକାର । ପୋଷଣ କେନ୍ଦ୍ରରେ ମିଳିବ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ । ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ । ଉଭୟ କେନ୍ଦ୍ର ଓ ରାଜ୍ୟ ସବସିଡି ଦେବେ । ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ ।

Ramakant Rath Last Rites: ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି । ଆଉନାହାଁନ୍ତି ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ । ୯୧ ବର୍ଷ ବୟସରେ ରମାକାନ୍ତ ରଥଙ୍କର ପରଲୋକ ହୋଇଛି । କାଳଜୟୀ କବି ରମାକାନ୍ତ ରଥଙ୍କ ଶେଷକୃତ୍ୟ ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । 

AR Rehman Hospitalized: ଓସ୍କାର ବିଜେତା ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କୁ ନେଇ ବଡ ଖବର ଆସିଛି । ଏଆର ରେହମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସାରେ ଲାଗିଥିବା ସୂଚନା ରହିଛି । ଏଆର ରେହମାନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେହମାନଙ୍କର ଆଞ୍ଜିଓଗ୍ରାଫି ହୋଇପାରେ ବୋଲି କୁହାଯାଉଛି । ଯଦିଓ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଶେଷ କିଛି ତଥ୍ୟ ମିଳିପାରିନାହିଁ।

Tribhasi Issue: ତ୍ରିଭାଷୀ ବିବାଦ ଏବେ ଘନେଇବାରେ ଲାଗିଛି। ନିକଟରେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ହିନ୍ଦୀ ଭାଷା ଉପରେ ବୟାନ ରାଜନୈତିକ ହଇଚଇ ସୃଷ୍ଟି କରିଛି। ଏବେ ଅଭିନେତା ପ୍ରକାଶ ରାଜ ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ଦେଇ ନିଆଁରେ ଘିଅ ଢାଳିଛନ୍ତି। ପବନ କଲ୍ୟାଣଙ୍କୁ ସମାଲୋଚନା କରିବା ସହିତ  ଅନ୍ୟମାନଙ୍କ ଉପରେ ହିନ୍ଦୀ ଲଦିବାର ଦୋଷ ମଧ୍ୟ ତାଙ୍କୁ ଦେଇଥିଲେ ପ୍ରକାଶ ରାଜ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, 'ତୁମର ହିନ୍ଦୀ ଭାଷା ଆମ ଉପରେ ଲଦି ଦିଅ ନାହିଁ।' ଏହା କୌଣସି ଭାଷା ପ୍ରତି ଘୃଣାର ବିଷୟ ନୁହେଁ, ବରଂ ଆମର ମାତୃଭାଷା, ସଂସ୍କୃତି ଏବଂ ସ୍ୱାଭିମାନର ସୁରକ୍ଷା ସହିତ ଜଡିତ ଏକ ବିଷୟ। ଦୟାକରି କେହି ଜଣେ ପବନ କଲ୍ୟାଣଙ୍କୁ ଏହା ବୁଝାଇ ଦିଅନ୍ତୁ।

;