Advertisement
Article Detail0/zeeodisha/odisha2780897
Zee OdishaTop 10 NewsTop 10 News Headlines: ଆଜି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା, ଆଉ ଜଣେ ବାବୁଙ୍କ ଘରେ ଭିଜିଲାନ୍ସ ସହ ଅନ୍ୟାନ୍ୟ ଖବର

Top 10 News Headlines: ଆଜି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା, ଆଉ ଜଣେ ବାବୁଙ୍କ ଘରେ ଭିଜିଲାନ୍ସ ସହ ଅନ୍ୟାନ୍ୟ ଖବର

Top 10 News Headlines: ଅପରାହ୍ଣ ସମୟର ଟପ୍ ଟେନ୍ ଖବର ପଢନ୍ତୁ ଚୁଟକିରେ...

Top 10 News Headlines: ଆଜି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା, ଆଉ ଜଣେ ବାବୁଙ୍କ ଘରେ ଭିଜିଲାନ୍ସ ସହ ଅନ୍ୟାନ୍ୟ ଖବର

Sambalpur Sitalsasthi Puja: ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ହନୁମାନ ନିଉତା ପରେ ଆଜି ଦେବ ବିବାହ । ଆଜି ବିଳମ୍ବିତ ରାତିରେ ଜଗତ ଜନନୀ ମା ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ ସେଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଲାଣି ସମଗ୍ର ସମ୍ବଲପୁର ସହରl ଆଜି ପ୍ରଥମେ ଗଣ୍ଠାଳ ଫିଟା କାର୍ଯ୍ୟକ୍ରମ ପରେ ଚଳିତ ବର୍ଷର କନ୍ୟା ପିତାମାତା ମନ୍ଦିର ଆସି ମା ପାର୍ବତୀଙ୍କୁ ଘରକୁ ନେବେ। ଏହାପରେ କନ୍ୟା ପିତା ମାତାଙ୍କ ଘରେ ଜମିବ ତେଲ ହଳଦୀ କାର୍ଯ୍ୟକ୍ରମ।

Nayagarh Crime News: ନୟାଗଡ଼ରେ ଚାଞ୍ଚଲ୍ୟ । ଘର ଭିତରୁ ପଞ୍ଚରିଡ଼ା ରେଞ୍ଜ ଫରେଷ୍ଟରଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର । ବାରମାସୀ ଦଣ୍ଡା ସ୍ଥିତ ଘରୁ ଫରେଷ୍ଟ ଶିଶିର ସାହୁଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଏଥିରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣାରେ ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହାଇନାହିଁ । ଏହି ଘଟଣାରେ ମୃତ ଫରେଷ୍ଟରଙ୍କ ପୁଅକୁ ପୋଲିସ ପଚରାଉଚରା କରୁଛି ।

Master Canteen Name: ବଦଳିବ ମାଷ୍ଟର କ୍ୟାଣ୍ଟିନ୍ ନାଁ। ରାଜଧାନୀ ଭୁବନେଶ୍ବରର ପ୍ରମୁଖ ସ୍ଥାନ ମାଷ୍ଟର କ୍ୟାଣ୍ଟିନ୍ ନାଁ ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।  ହେଲେ ମାଷ୍ଟର କ୍ୟାଣ୍ଟିନ ର ନାଁ ପରିବର୍ତ୍ତନ କରାଯାଇ କଣ ରଖାଯିବ ସେ ନେଇ କୌଣସି ସୂଚନା ଦେଇନାହାଁନ୍ତି ମନ୍ତ୍ରୀ। କେବଳ ଏତିକି କହିଛନ୍ତି ଯେ, ଓଡ଼ିଶାର ବରପୁତ୍ରଙ୍କ ନାମ ହିସାବରେ ମାଷ୍ଟର କ୍ୟାଣ୍ଟିନ୍ ଛକର ନାଁ ରଖାଯିବ। 

Add Zee News as a Preferred Source

Vigilance Raid: କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ
କାଲି କୁବେର ଯନ୍ତ୍ରୀଙ୍କ ଘରୁ ମିଳିଥିଲା ନଗଦ ୨.୫୬ କୋଟି ଟଙ୍କା । ମୁଖ୍ୟଯନ୍ତ୍ରୀଙ୍କ ୨ଟି ଅଟ୍ଟାଳିକା ସହ ୨ ଫ୍ଲାଟ୍ ଓ ୭ ପ୍ଲଟ୍ ସହ ଦେଢ଼ କୋଟିର ବ୍ୟାଙ୍କ ଡିପୋଜିଟ୍, ୧ କେଜିରୁ ଊର୍ଦ୍ଧ୍ବ ସୁନାଗହଣା ଜବତ ହୋଇଛି।  ସେହିପରି ମ୍ୟୁଚୁଆଲ୍ ଫଣ୍ଡରେ ୨.୭ କୋଟି ଇନଭେଷ୍ଟ, ୧୫ଟି ଦାମୀ ହାତ ଘଣ୍ଟା ଠାବ କରାଯାଇଛି।  କାଲି ଭିଜିଲାନ୍ସ ରେଡ୍‌ ବେଳେ ଝରକା ପଟେ ବିଡ଼ା ବିଡ଼ା ଟଙ୍କା ଫିଙ୍ଗି ଦେଇଥିଲେ ଯନ୍ତ୍ରୀ । 

Naba Das Murder Investigation: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ଜାରି। ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ଝାରସୁଗୁଡ଼ାରେ ତନାଘନା । ଝାରସୁଗୁଡ଼ା କୋର୍ଟରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ । ଫାଇନାଲ୍ ଚାର୍ଜସିଟ୍‌ ଦାଖଲ କରିବା ନେଇ ଆଲୋଚନା ହୋଇଥିବା ସୂଚନା। 

Lingaraj Temple Nitikanti: ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତି। ପ୍ରଶାସନର ହସ୍ତକ୍ଷେପ ପରେ ହେଲା ସ୍ବାଭାବିକ । ମହାସ୍ନାନ ପରେ ପୁଣି ଆରମ୍ଭ ହେଲା ମହାପ୍ରଭୁଙ୍କ ନୀତିକାନ୍ତି । ସାହାଣ ମେଲା ଦର୍ଶନ କରାଇଥିବା ବଡ଼ୁ ସେବାୟତଙ୍କୁ ପଚରାଉଚରା ହେବ । ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନ କରାଇଥିଲେ ବଡୁ ସେବାୟତ।  

Assistant Executive Engineer Dilip Chaudhary: ଚାକିରି ଶେଷ ଦିନରେ ପଡ଼ିଛି ଶନି ଦଶା । ବ୍ରହ୍ମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କର ଏକକାଳୀନ ୪ଟି ଠିକଣାରେ ଚଢାଉ ଚାଲିଛି । ବ୍ରହ୍ମପୁର ଧର୍ମନଗର, ମୟୂରୀ ବିହାର ଓ ବ୍ରହ୍ମପୁରସ୍ଥିତ କାର୍ଯ୍ୟାଳୟରେ ଚଢାଉ ଚାଲିଛି । ଏପଟେ ବାବୁଙ୍କ ଭୁବନେଶ୍ବର ଘରେ ପଡିଛି ତାଲା । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ତିନୋଟି ଓ ଭୁବନେଶ୍ବରର ଗୋଟିଏ ସ୍ଥାନରେ ରେଡ୍ କରାଯାଉଛି ।

Operation Sindoor: ଭୋପାଳରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ କହିଲେ ପ୍ରଧାନମନ୍ତ୍ରୀ ମୋଦି । ଜମ୍ମୁ ଠାରୁ ଗୁଜରାଟ ସୀମା ଯାଏଁ ମହିଳା ବିଏସ୍‌ଏଫ୍‌ମାନେ ନେତୃତ୍ବ ନେଇଥିଲେ । ସୀମା ପାର୍‌ରୁ ଆସୁଥିବା ଗୁଳିମାଡ଼ର ସେମାନେ ଉଚିତ୍ ଜବାବ ଦେଇଥିଲେ । ଆଜି ନକ୍ସଲ କିମ୍ବା ସୀମା ପାର୍ ଆତଙ୍କୀ ଲଢ଼େଇ ସବୁଠି ଆମ ଝିଅ ସୁରକ୍ଷା ଢାଲ । ଆଜି ୧୪୦ କୋଟି ଭାରତୀୟଙ୍କ ଗର୍ଜନ- ଗୁଳିର ଜବାବ, ଗୋଳାରେ ଦିଆଯିବ ବୋଲି କହିଛନ୍ତି ମୋଦି। 

Covid Case Increasing: ଦେଶରେ ଏବେ ଧିରେ ଧିରେ ବଢୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୦ ରେ ପହଞ୍ଚିସାରିଛି। ସେହିପରି ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିସାରିଛି। ସେହିପରି କେରଳରେ ସର୍ବାଧିକ ୧୧୪୭, ମହାରାଷ୍ଟ୍ର ୪୨୪, ଦିଲ୍ଲୀରେ ୨୯୪ ଚିହ୍ନଟ ହୋଇଛନ୍ତି । ସେହିପରି ପୂରା ଦେଶରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିସାରିଛି। 

Mock Drill News: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ ଅପରେସନ୍ ସିଲ୍ଡ ଅଧୀନରେ ପାକିସ୍ତାନ ସୀମାନ୍ତ ୪ ରାଜ୍ୟ ସହ ୨ କେନ୍ଦ୍ରଶାସିତ ଅଞ୍ଚଳରେ ସିଭିଲ ଡିଫେନ୍ସ ମକଡ୍ରିଲ । ଜମ୍ମୁ-କଶ୍ମୀର,  ପଞ୍ଜାବ, ଚଣ୍ଡିଗଡ଼, ହରିଆଣା, ରାଜସ୍ଥାନ ଓ ଗୁଜରାଟରେ ହେବ ମକଡ୍ରିଲ । ଯୁଦ୍ଧ ସମୟରେ ଏୟାର ଷ୍ଟ୍ରାଇକରୁ ବର୍ତ୍ତିବାକୁ ନେଇ ମକଡ୍ରିଲ ଆୟୋଜନ କରାଯିବ । ଭାରତ-ପାକିସ୍ତାନ ଲଢ଼େଇ ବେଳେ ଡ୍ରୋନ ଓ ମିସାଇଲ ଆକ୍ରମଣରେ ଶିକାର ହୋଇଥିବା ରାଜ୍ୟଗୁଡ଼ିକରେ ପୁଣି ମକଡ୍ରିଲ ହେବ। ମକଡ୍ରିଲ ସମୟରେ ଲୋକଙ୍କୁ ସତର୍କ ରହିବାକୁ କୁହାଯିବ ।

About the Author
author img
Rashmita Sahoo

'ମୁଁ ଜଣେ ସମାଲୋଚକ ନୁହେଁ, ଗର୍ବରେ କହିବି ମୁଁ ଜଣେ ସାମ୍ବାଦିକା'

...Read more