)
Jharsuguda Crime News: ରେଲୱେ କର୍ମଚାରୀଙ୍କ ଘର ଉପରକୁ ଗୁଳିମାଡ଼ । ଝାରସୁଗୁଡ଼ା ସହରର ରେଲୱେ କଲୋନୀରେ ଦୁର୍ବୃତ୍ତର ଗୁଳିମାଡ଼ । ବିଳମ୍ବିତ ରାତିରେ ୪ ରାଉଣ୍ଡ ଗୁଳିମାଡ଼ କରିଛି ଦୁର୍ବୃତ୍ତ । ଅଳ୍ପକେ ବର୍ତ୍ତିଲେ ପରିବାର, ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର । ଗୁଳିମାଡ଼ର କାରଣ ଅସ୍ପଷ୍ଟ ସୂଚନା, ଘଟଣାସ୍ଥଳରେ ଏସ୍ପି ପହଞ୍ଚି କରୁଛନ୍ତି ଯାଞ୍ଚ ।
Chandra Grahan 2025: ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଭାରତ ସମେତ ବିଭିନ୍ନ ରାଷ୍ଟ୍ରକୁ ୩ ଘଣ୍ଟା ଧରି ହେବ ଦୃଶ୍ୟମାନ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହେବା ସହ ରାତି ଗୋଟାଏ ୨୭ ମିନିଟ ୧୭ ସେକେଣ୍ଡ ସାଢେ ତିନିଘଣ୍ଟା ପରେ ସର୍ବମୋକ୍ଷ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ଯାଗ । ଦିବା ୧୨ ଘଣ୍ଟା ୫୭ ମିନିଟ ୨୨ ସେକେଣ୍ଡରୁ ପାକତ୍ୟାଗ ସହ ଦେବନୀତିକୁ ନିଷେଧ କରାଯାଇଛି ।
Srimandira Niti Today: ସେପଟେ ଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଡୁଥିବାରୁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ମଧ୍ୟ ରାତ୍ର ୨ ଟାରୁ ଦ୍ବାର ଫିଟାଯାଇ ସହ ୨ଟା ୪୦ ମଧ୍ୟ ରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଛି । ଏହା ପରେ ଶ୍ରୀମନ୍ଦିରରେ ଦୈନିକ ନୀତି କାନ୍ତି ମାନ ଅନୁଷ୍ଠିତ କରାଯାଇଛି । ଆଜି ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହେବା ସହ ଭକ୍ତ ମାନେ ଭିତରକାଠ ନିକଟରୁ ଦର୍ଶନ କରିବେ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଦେବ ନୀତି ଆରମ୍ଭ କରାଯିବ । ମହାପ୍ରଭୁମାନଙ୍କର ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ।
Naveen Patnaik Delhi Visit: ଆଜିଠୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଆସନ୍ତା ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ନବୀନଙ୍କ ଏଥରର ଗସ୍ତକୁ ରାଜନୈତିକ ମହଲ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି । ଏମିତିରେ ବି ନବୀନ ଅସୁସ୍ଥ ଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟେଲିଫୋନ କରି ଦିଲ୍ଲୀରେ ସାକ୍ଷାତ ପାଇଁ ପରାମର୍ଶ ଦେଇଥିଲେ । ଏଣୁ ନବୀନ ଆଜି ଦିଲ୍ଲୀ ଗଲେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
OTET Exam Rescheduled: ମାଧ୍ୟମିକ ଶିକ୍ଷା ପରିଷଦ, ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି ଆସନ୍ତା ୨୭ ତାରିଖରେ ହେବ । ଏ ନେଇ ବୋର୍ଡ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ।ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଏବଂ ଅପରାହ୍ନ ୨ଟାରୁ ୪ଟା ଯାଏଁ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ ।
Munduli Floo Water: ଆଜି ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ । ତଳିଆ ଅଞ୍ଚଳରେ ପଶିବ ପାଣି, ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ` । ମହାନଦୀରେ ଆସୁଛି ଛୋଟ ବନ୍ୟା' । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ସେପଟେ ଜଳକା, ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ କମିଛି ପାଣି । ମହାନଦୀରେ ବିଗତ ଦିନରେ ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ଅଧିକ ଜଳ ପଶିଛି । ବତ୍ତମାନ ୧୨ ଟି ଗେଟରେ ଜଳ ନିଷ୍କାସନ ଜାରି ରହିଛି । ପୂର୍ବରୁ ୧୬ ଟି ଗେଟ ଖୋଲାଥିଲା । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ ।
BJP 2 Day Work Shop: ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀର ସଂସଦ କମ୍ପ୍ଲେକ୍ସରେ ବିଜେପିର ୨ ଦିନିଆ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏଥିରେ ଯୋଗ ଦେବା ନେଇ ସୂଚନା ମିଳିଛି । ଜିଏସଟି ରିଫର୍ମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରାଯାଇପାରେ ସମ୍ମାନୀତ । ନୂଆ ଜିଏସଟି ସ୍ଲାବ ଯାହା ଲୋକଙ୍କ ଉପରେ ଟିକସ ବୋଝ ହ୍ରାସ କରିବ ଏବଂ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ବୋଲି ବିଜେପି କହିଛି ।
India Weather Report: ସେପ୍ଟେମ୍ବର ୭ ତାରିଖରେ ଅନେକ ସହରରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ରବିବାର ରାଜସ୍ଥାନ ଏବଂ ଗୁଜରାଟରେ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଆଜି ଜମ୍ମୁ ଏବଂ କାଶ୍ମୀରରେ ପାଗ ଖରାପ ହୋଇପାରେ। ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ହିମାଚଳ ପ୍ରଦେଶ ବିଷୟରେ କହିବାକୁ ଗଲେ, ସମଗ୍ର ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି। ରବିବାର ପଞ୍ଜାବରେ ପ୍ରବଳ ବର୍ଷା ହୋଇପାରେ। ତଥାପି, ବର୍ଷାର ପରିମାଣ କମ୍ ହେବ, ଯାହା ଯୋଗୁଁ ପାଣି କମିବା ଆଶା କରାଯାଉଛି। ସେହିପରି, ଆଜି ଉତ୍ତରାଖଣ୍ଡର କିଛି ସ୍ଥାନରେ ବର୍ଷା ସତର୍କତା ଜାରି କରାଯାଇଛି ।
PM Modi Punjab Visit: ପଞ୍ଜାବରେ ବନ୍ୟା ତାଣ୍ଡବ ସୃଷ୍ଟି କରିଛି। ବନ୍ୟା ଯୋଗୁଁ ୪୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ଗସ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୯ ସେପ୍ଟେମ୍ବରରେ ପଞ୍ଜାବ ଗସ୍ତ କରିବେ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସେ ଗୁରୁଦାସପୁର ଯିବେ ଏବଂ ଅଞ୍ଚଳର ସ୍ଥିତି ଦେଖିବେ। ଆପଣଙ୍କୁ କହି ରଖୁଛୁ ଯେ ପଞ୍ଜାବରେ ହୋଇଥିବା ବିପର୍ଯ୍ୟୟରେ ୩.୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପଞ୍ଜାବ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡ ଏବଂ ହିମାଚଳ ମଧ୍ୟ ଗସ୍ତ କରିପାରନ୍ତି।
Delhi Electricity: ଦିଲ୍ଲୀ ସରକାର ଦୁର୍ଗା ପୂଜା ଏବଂ ରାମଲୀଳା ଆୟୋଜନ ପାଇଁ ପ୍ରତ୍ୟେକ ଆୟୋଜକଙ୍କୁ ୧୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇବେ। ବିଦ୍ୟୁତ୍ ମିଟର ଲଗାଇବା ପାଇଁ କେବଳ ୨୫ ପ୍ରତିଶତ ସୁରକ୍ଷା ରାଶି ଜମା କରିବାକୁ ପଡିବ। ସମସ୍ତ ସ୍ଥାନରେ ସଫାସୁତୁରା, ଫଗିଂ, ପାଣି ଟ୍ୟାଙ୍କର୍, ସ୍ୱାସ୍ଥ୍ୟ ସୁବିଧା, ଆମ୍ବୁଲାନ୍ସ, ଶୌଚାଳୟ, ଅଗ୍ନିଶମ ସେବା, ପାର୍କିଂ ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା କରାଯିବ। ଜିଲ୍ଲା ସ୍ତରରେ ଡିଏମ୍ କାର୍ଯ୍ୟାଳୟରେ ଏକ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ ସୃଷ୍ଟି କରାଯିବ, ଯେଉଁଠାରୁ ସମସ୍ତ ଆୟୋଜକ ସମସ୍ତ ପ୍ରକାରର ଏନଓସି ପାଇପାରିବେ।