Advertisement
Article Detail0/zeeodisha/odisha3132023
Zee OdishaTop 10 NewsTop 10 news: ଚୁଟକିରେ ପଢ଼ନ୍ତୁ ସାରା ଦିନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 news: ଚୁଟକିରେ ପଢ଼ନ୍ତୁ ସାରା ଦିନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 news: ଚୁଟକିରେ ପଢ଼ନ୍ତୁ ସାରା ଦିନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 news: ଚୁଟକିରେ ପଢ଼ନ୍ତୁ ସାରା ଦିନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

1.SIR: ଓଡ଼ିଶାରେ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ SIR। ରାଜ୍ୟରେ ଏପର୍ଯ୍ୟନ୍ତ ୯୦ ପ୍ରତିଶତ ଭୋଟର ତାଲିକାରେ ସଂଶୋଧନ ହୋଇସାରିଛି। ବାକି ୧୦ ପ୍ରତିଶତ ମଧ୍ୟରୁ ଅତିକମରେ ୮ ପ୍ରତିଶତ ସଂଶୋଧନ ହେବ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ୨୦୨୫ ଭୋଟର ତାଲିକାରେ ଅଛନ୍ତି, ୨୦୦୨ରେ ବି ଥିଲେ BLOଙ୍କୁ ଜଣାଇବେ, ୨୦୦୨ରେ କେଉଁ ନିର୍ବାଚନମଣ୍ଡଳୀରେ ଥିଲେ BLOଙ୍କୁ ଜଣାଇବେ।

2.Beggar: ବଦଳୁଛି ଭିକ ମାଗିବାର ଟ୍ରେଣ୍ଡ। ପିଲାଙ୍କୁ ଭଡ଼ାରେ ଲଗାଇ ଭିକ ଟଙ୍କା ଆଦାୟ କରୁଛନ୍ତି ଅଣଓଡ଼ିଆ ଦଲାଲ।ବ୍ରହ୍ମପୁରରେ ୯ ଶିଶୁଙ୍କୁ ଉଦ୍ଧାର କରି ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ।

3.Weather Report: ଆସନ୍ତାକାଲିଠୁ ୯ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା। କାଲି ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀକୁ ୱାର୍ଣ୍ଣିଂ। ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା। ଅନ୍ୟ ୧୮ଟି ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା। ୮ ତାରିଖ ପାଇଁ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୯ ତାରିଖରେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୦ ତାରିଖରେ ପାଗ ଶୁଖିଲା ରହିବ।

Add Zee News as a Preferred Source

4.UPSE Result: ପ୍ରକାଶ ପାଇଛି ସର୍ବ ଭାରତୀୟ ପ୍ରଶାସନିକ ସେବାର ରେଜଲ୍ଟ। ସର୍ବ ଭାରତୀୟ ସ୍ତରରେ ୧୦୦ ତମ ରାଙ୍କ ରଖି ଓଡିଶା ପାଇଁ ଗର୍ବ ଆଣିଛନ୍ତି ସାତ୍ଵିକ ସତ୍ୟକମ ଦେବତା। ଶେଷ ତଥା  ଷଷ୍ଠ ତମ ପ୍ରୟାସରେ  ସେ ସଫଳତା ଆଣିଛନ୍ତି।

5.TV Rating: ୪ ସପ୍ତାହ ପାଇଁ ଟିଭି ରେଟିଂ ସସ୍‌ପେଣ୍ଡ କଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ଇସ୍ରାଏଲ-ଇରାନ୍ ଯୁଦ୍ଧର ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହୋଇ ମନ୍ତ୍ରାଳୟ ଏପରି ପଦକ୍ଷେପ ନେଇଛି। କିଛି ଟିଭି ଚ୍ୟାନେଲ୍ ଅଯଥା ଚାଞ୍ଚଲ୍ୟକର ଏବଂ ଅନୁମାନିକ ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି। 'ଯାହା ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ, ପ୍ରଭାବିତ ଅଞ୍ଚଳରେ ରହୁଥିବା ବନ୍ଧୁ, ପରିଜନଙ୍କ ପରିବାର ମନରେ ଆତଙ୍କ ସୃଷ୍ଟି କରିପାରେ। ତେଣୁ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଟିଭି ରେଟିଂ ପଏଣ୍ଟ, TRP ୪ ସପ୍ତାହ ପାଇଁ ସସ୍‌ପେଣ୍ଡ କରାଯାଇଛି। ୪ ସପ୍ତାହ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

6.Amit Shah in Odisha: ଦିନିକିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି ପାରାଦୀପ ଅଞ୍ଚଳର ବିକାଶ ପାଇଁ ପୂର୍ବ ସରକାର କିଛି ବି କରି ନାହାଁନ୍ତି। ଏଠିକାର ଜନଜାତିଙ୍କ ବିକାଶ ପାଇଁ କୌଣସି ଆୟୋଜନ ନିୟୋଜନ କରାଯାଇନାହିଁ। ଏଠିକାର ସହରାଞ୍ଚଳର ବିକାଶ ପାଇଁ କୌଣସି ଯୋଜନା କରାଯାଇନାହିଁ, ୨୦୨୪ରେ ଆପଣଙ୍କ ଆଶୀର୍ବାଦରୁ ପୂର୍ଣ୍ଣ ବହୁମତ ସହିତ ଭାରତୀୟ ଜନତା ପାର୍ଟି କ୍ଷମତାଶୀନ ହୋଇଛି। ଆମ ସରକାର ଓଡ଼ିଶାକୁ ଆଗକୁ ବଢ଼ାଇ ନେବାରେ ଓ ଏହାର ପ୍ରଗତି ପାଇଁ ସର୍ବଦା ଆଗଭର ରହିଛି।ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ। ସେ କହିଛନ୍ତି ଗୁଜରାଟ ଭଳି ଓଡ଼ିଶାର ପ୍ରତିଟି ଗାଁରେ ଡାଏରୀ ପହଞ୍ଚିବ ଏବଂ ୩୬ ଲକ୍ଷ ଗ୍ରାମୀଣ ମହିଳା ଅମୁଲକୁ ଆନ୍ଦୋଳନରେ ପରିଣତ କରିଛନ୍ତି। ଓଡ଼ିଶାରେ ବି ଗାଁ ଲୋକଙ୍କ ଜୀବନଶୈଳୀକୁ ସମୃଦ୍ଧ କରାଯିବ। ଆଗକୁ ବିକଶିତ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମଧ୍ୟ ସ୍ଥାନ ପାଇବ।

7.US-Israel-Iran Conflict: ଏପର୍ଯ୍ୟନ୍ତ, ଆମେରିକା-ଇସ୍ରାଏଲର ମିଳିତ ଅପରେସନରେ ୩୦ ରୁ ଅଧିକ ଇରାନୀ ଜାହାଜ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଯାଇଛି। ଏଥିରେ ଏକ ପ୍ରମୁଖ ଇରାନୀ ଡ୍ରୋନ୍ କ୍ୟାରିୟର ମଧ୍ୟ ସାମିଲ ଅଛି। ଏହି ବଡ଼ ରିପୋର୍ଟ ପ୍ରକାଶ କରିଛନ୍ତି ଆମେରିକା କେନ୍ଦ୍ରୀୟ କମାଣ୍ଡ (CENTCOM)ର ମୁଖ୍ୟ ଆଡମିରାଲ ବ୍ରାଡ୍ କୁପର। ଆଡମିରାଲ କୁପର କହିଛନ୍ତି, "ଆମେ ଏବେ ୩୦ରୁ ଅଧିକ ଜାହାଜ ବୁଡ଼ାଇ ଦେଇଛୁ। ଗତ କିଛି ଘଣ୍ଟା ମଧ୍ୟରେ, ଆମେ ଏକ ଇରାନୀ ଡ୍ରୋନ୍ ବାହକକୁ ଟାର୍ଗେଟ କରିଥିଲୁ... ଏବଂ ଏହା ବର୍ତ୍ତମାନ ଜଳୁଛି।" ଆମେରିକା ସେନା ସ୍ପଷ୍ଟ କରିଛି ଯେ ଏହା "ସମ୍ପୂର୍ଣ୍ଣ ଇରାନୀ ନୌସେନାକୁ ବୁଡ଼ାଇ ଦେବା" ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ କୌଣସି ପ୍ରତିବନ୍ଧକକୁ ଛାଡି ଦିଆଯାଉନାହିଁ।

8.Gas price: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏକ ନୂଆ ଏବଂ ବିପଦପୂର୍ଣ୍ଣ ମୋଡ଼ ନେବାରେ ଲାଗିଛି। ଏପର୍ଯ୍ୟନ୍ତ ଯୁଦ୍ଧ ସୀମା ଏବଂ ସାମରିକ ଘାଟି ପର୍ଯ୍ୟନ୍ତ ସୀମିତ ଥିଲା, କିନ୍ତୁ ଏବେ ଏହା ଏନର୍ଜି ପ୍ଲାଣ୍ଟଗୁଡ଼ିକୁ ବିସ୍ତାର କରିଛି। ଇରାନ ଦ୍ୱାରା କତାରର ପ୍ରମୁଖ ଗ୍ୟାସ ପ୍ଲାଣ୍ଟ ଉପରେ ଏକାଧିକ ଆକ୍ରମଣ ପରେ, କତାର ସୁରକ୍ଷା କାରଣରୁ ଏସୀୟ ଦେଶଗୁଡ଼ିକୁ ଗ୍ୟାସ ଯୋଗାଣକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛି।

9.Karnataka: କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ଶିଶୁଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ। ରାଜ୍ୟ ବଜେଟ୍ ଆଗତ ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବଡ଼ ଘୋଷଣା। ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ସରକାରଙ୍କ ପଦକ୍ଷେପ। ସୋସିଆଲ୍ ମିଡିଆର ନକରାତ୍ମକ ପ୍ରଭାବରୁ ଶିଶୁଙ୍କୁ ଦୂରରେ ରଖିବାକୁ ନିଷ୍ପତ୍ତି।

10.Odisha News: ବାଲେଶ୍ୱର: ପୋଲିସ ହେପାଜତ୍‌ରୁ ବିଚାରାଧୀନ ବନ୍ଦୀ ଚମ୍ପଟ୍‌। SC/ ST କୋର୍ଟ ପରିସରରୁ ଚମ୍ପଟ୍‌ ମାରିଲା ବନ୍ଦୀ ଶେଖ୍ ଇସ୍ତାଖାଦ୍। ଦୁଷ୍କର୍ମ ମାମଲାରେ ଇସ୍ତାଖାଦ୍‌ର ୧୪ ଦିନିଆ ରିମାଣ୍ଡ ତାରିଖ ଥିଲା। 

About the Author