)
1.Naxal Surrender: ଛତିଶଗଡ଼ ଦାନ୍ତେୱାଡ଼ାରେ ୬୩ ନକ୍ସଲଙ୍କ ଆତ୍ମସମର୍ପଣ। ୪୫ ପୁରୁଷ ଓ ୧୮ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। କଳାହାଣ୍ଡି ଏରିଆ କମିଟି ସଚିବ ପାକଲୁର ଆତ୍ମସମର୍ପଣ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୩୬ ଜଣ ୱାଣ୍ଟେଡ୍। ଏମାନଙ୍କ ମୁଣ୍ଡ ଉପରେ ୧ କୋଟି ୧୯ ଲକ୍ଷର ଥିଲା ପୁରସ୍କାର ରାଶି।
2.ED Raid: ଇଡି ରେଡ୍ ନେଇ ଶୁଣାଣି ବେଳେ କଲିକତା ହାଇକୋର୍ଟରେ ପ୍ରବଳ ହଙ୍ଗାମା। ପ୍ରବଳ ଭିଡ଼ ଓ ହଙ୍ଗାମା ପାଇଁ ଶୁଣାଣି ଘୁଞ୍ଚାଇଲେ କଲିକତା ହାଇକୋର୍ଟ। ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ। ଅନ୍ୟ ଏକ ବେଞ୍ଚ୍ରେ ଜରୁରୀ ଶୁଣାଣି ପାଇଁ EDର ଆବେଦନ। ଇଡି ରେଡ୍ ବିରୋଧରେ ମମତା ବାନାର୍ଜୀଙ୍କ ବିଶାଳ ଶୋଭାଯାତ୍ରା କରିଛନ୍ତି। କେନ୍ଦ୍ର ବିରୋଧରେ ସମର୍ଥକଙ୍କ ସହ ମମତାଙ୍କ ନାରାବାଜି। କେନ୍ଦ୍ରୀୟ ଏଜେନ୍ସୀର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି।z
3.Crime: ବଲାଙ୍ଗୀର ସଦର ଥାନା ପଥରଚେପା ଗାଁର ପୋଖରୀରେ ଭାସୁଛି ମୃତଦେହ । ଗତ ୫ ତାରିଖରୁ ଶାନ୍ତିପଡାର ପ୍ରବୀଣ ମହାଳିଙ୍ଗ ଓରଫ ମୁଟୁ, ପଥରଚେପା ଗାଁରୁ ନିଖୋଜ ଥିଲେ । ତାଙ୍କୁ ମାରିକି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
4.Weather Update: ଆସନ୍ତା ୧୧ ଯାଏଁ ଶୀତଲହରୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଝାରସୁଗୁଡ଼ା, ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା ଓ ଅନୁଗୁଳ। ୧୧ ତାରିଖ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୧ ତାରିଖ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
5. Elephant Attack: ୩ ଯୁବକଙ୍କୁ ଦଳି ମାରିଦେଲା ଦନ୍ତାହାତୀ। ପ୍ରଥମେ ୨ ଜଣଙ୍କୁ ପରେ ଜଣଙ୍କୁ ଦଳି ମାରିଦେଲା। କରଞ୍ଜିଆ ବନଖଣ୍ଡ ସୀମାନ୍ତ ଝାଡ଼ଖଣ୍ଡ ବେନିସାଗରରେ ଦନ୍ତା ଆତଙ୍କ। ହାତୀକୁ ଦେଖିବା ପାଇଁ ଭିଡ଼ ବେଳେ ୩ ଯୁବକ ଆକ୍ରମଣର ଶିକାର।
6.Panchayatiraj: ଗରିବ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗର ନୂଆବର୍ଷ ଭେଟି । ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର । ୩୪ ଲକ୍ଷଙ୍କୁ ସର୍ଟଲିଷ୍ଟ କରାଯାଇ କେନ୍ଦ୍ର ସରକାରଙ୍କୁ ତାଲିକା ଦିଆଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ରବି ନାୟକ।
7.Banakalagi: ଆଜି ୦୭ ଜାନୁଆରୀ ବୁଧବାର ମାଘ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରାଯାଇଥାଏ। ପରମ୍ପରା ଅନୁସାରେ, ଦ୍ବିପହର ଧୂପ ସରିବା ପରେ, ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ। ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ସିଂହାର କରନ୍ତି। ତିନି ଦାରୁ ମୂର୍ତ୍ତିଙ୍କ ମୁଖ ମଣ୍ତଳରେ ଶୃଙ୍ଖାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ। ଏହି ବନକଲାଗି ନୀତି ପାଇଁ ଏକ ସ୍ବତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି। ଏମାନଙ୍କୁ ଦତ୍ତ ମହାପାତ୍ର ସେବକ କୁହାଯାଏ।
8.Odisha News: ମାର୍ଶାଘାଇ ଥାନା ଘେରିଛନ୍ତି ଶତାଧିକ ମହିଳା ଓ ଅଞ୍ଚଳବାସୀ। ଗିରଫ ଆନ୍ଦୋଳନକାରୀଙ୍କୁ ଛାଡ଼ିବା ଦାବିରେ ଥାନା ଘେରାଉ କରାଯାଇଛି। ଥାନା ସମ୍ମୁଖରେ BNS ୧୬୩ ଲାଗୁ କରିଛି ପ୍ରଶାସନ। ଉତ୍ତେଜନାକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମଙ୍ଗଳା ଛକରେ ଅଣ୍ଡରପାସ୍ ଦାବିରେ ଆନ୍ଦୋଳନ ଚଳାଇଛନ୍ତି ଅଞ୍ଚଳବାସୀ। ୨ ଦିନ ଧରି ଧାରଣା ଦେବା ପରେ ଗତକାଲି ରାସ୍ତା ଅବରୋଧ କରିଥିଲେ। କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ଆଣିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
9.TMC Protest:ଗୁରୁବାର ଦିନ କୋଲକାତାର ଅନେକ ସ୍ଥାନରେ ଇଡି ଚଢାଉ କରିଛି। ଏହି ଚଢାଉ ମଧ୍ୟରୁ ଦୁଇଟି ଟିଏମସିର ନିର୍ବାଚନ ପରିଚାଳନା ପରିଚାଳନା କରୁଥିବା ଆଇପିଏସି କମ୍ପାନୀ ବିରୁଦ୍ଧରେ ହୋଇଥିଲା। ଏହି ଚଢାଉ ପରେ ପଶ୍ଚିମବଙ୍ଗରେ ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି ହୋଇଥିଲା। ଯାହାର ପ୍ରଭାବ ମଧ୍ୟ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। (ଶୁକ୍ରବାର ଦିନ) ଆଜି , ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ବାହାରେ ୮ ଜଣ ତୃଣମୂଳ କଂଗ୍ରେସ ସାଂସଦ ଏକ ବିଶାଳ ପ୍ରତିବାଦ କରିଥିଲେ।
10.SSC Exam Calendar 2026 Out:ଷ୍ଟାଫ୍ ସିଲେକ୍ସନ୍ କମିଶନ (SSC)ଜାନୁଆରୀ ୮ ରେ ୨୦୨୬-୨୭ ବର୍ଷ ପାଇଁ ଏହାର ନୂଆ ପରୀକ୍ଷା କ୍ୟାଲେଣ୍ଡର (Tentative Calendar)ପ୍ରକାଶ କରିଛି। କମିଶନ ୨୦୨୫ ପାଇଁ ପଡ଼ି ରହିଥିବା ପରୀକ୍ଷା, ଯେପରିକିMTS, GDକନଷ୍ଟେବଲ୍, ଏବଂCGLଟିୟର-IIପାଇଁ ସଠିକ୍ ତାରିଖ ମଧ୍ୟ ଘୋଷଣା କରିଛି। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହି ତାରିଖଗୁଡ଼ିକ ଅସ୍ଥାୟୀ ଏବଂ ପ୍ରଶାସନିକ କାରଣରୁ ପରିବର୍ତ୍ତନ ହୋଇପାରେ