)
1.Parliament: ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ। ଏଥିପାଇଁ ୧୫ଟି କାର୍ଯ୍ୟ ଦିବସ ନିର୍ଘଣ୍ଟ କରାଯାଇଛି। ୧୯ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ଯୋଗ ଦେବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦୦ ସଦସ୍ୟ ଏକାଠି ହୋଇଛନ୍ତି। ଏହାସହ ସଂସଦର କାର୍ଯ୍ୟ ପରିଚାଳନା ପାଇଁ ମଧ୍ୟ ବିଭିନ୍ନ ବିଭାଗରୁ ବିଶେଷଜ୍ଞ ଓ ଅଧିକାରୀଙ୍କୁ ଡକାଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାକୁ ଅଛି କିନ୍ତୁ ସଂସଦ ଚାଲିବ ତ? ଏ ପ୍ରଶ୍ନ ଉଠିବା ପଛରେ ରହିଛି ବିରୋଧୀ ଦଳର ପ୍ରସ୍ତୁତି ଏବଂ ସରକାରଙ୍କ ଉପରେ ଅଭିଯୋଗ। ସରକାର ଗୃହରେ ସରକାରୀ କାର୍ଯ୍ୟ ପରିଚାଳନା ପାଇଁ ଅତିରିକ୍ତ ବଜେଟ, ପାନ ମସଲା ଉପରେ ସ୍ୱତନ୍ତ୍ର ସେସ୍ ଲାଗୁ ପାଇଁ ବିଧେୟକ ସହ ବିଭିନ୍ନ ଆଇନ ସଂଶୋଧନ ପାଇଁ ବିଧେୟକ ଆଣିବାକୁ ପ୍ରସ୍ତୁତ ହେଉଛନ୍ତ। ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଦେଶକୁ ବିକଶିତ ଭାରତରେ ପରିଣତ କରିବା ଲାଗି ବିଭନ୍ନ ଯୋଜନା ସରକାର ଗ୍ରହଣ କରୁଛନ୍ତି।
2.winter session parliament: ନୂଆଦିଲ୍ଲୀ: ଘରେ ନ ପଶୁଣୁ ଚାଳ ବାଜିଲା ପରି ଆଜି ଶୀତକାଳୀନ ଅଧିବେଶନ ଆରମ୍ଭରୁ ଲୋକସଭାରେ ବିରୋଧିଙ୍କ ପଲ୍ଲା ଭାରି ହୋଇଛି। ପ୍ରଶ୍ନୋତ୍ତର କାଳରେ ସଘନ ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧି ଦଳର ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବାରେ ଗୃହ ମୁଲତବୀ ହୋଇଛି। ଗୃହ ଆରମ୍ଭରୁ ଆଜି ପାଞ୍ଚ ଜଣ ପୂର୍ବତନ ସଦସ୍ୟଙ୍କ ନିଧନକୁ ନେଇ ଶୋକବ୍ୟକ୍ତ କରାଯାଇଥିଲା। ଏହା ପରେ ଦେଶର ମହିଳା କ୍ରିକେଟ ଟିମ୍, ଦୃଷ୍ଟି ବାଧିତ କ୍ରିକେଟ ଦଳ ଏବଂ କବାଡ଼ି ଦଳର ସଫଳତାକୁ ନେଇ ବାଚସ୍ପତି ଗୃହକୁ ଅବଗତ କରାଇଥିଲେ। ଏହାପରେ ପ୍ରଶ୍ନୋତ୍ତର କାଳ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରଥମ ପ୍ରଶ୍ନ ଉପସ୍ଥାପନ ପୂର୍ବରୁ ହିଁ ବିରୋଧି ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ପ୍ରବେଶ କରିଥିଲେ।
3.Odisha Assembly: ଭୁବନେଶ୍ୱର: ରାଜଧାନୀ ସହର ଭୁବନେଶ୍ୱରରେ ବଢିଚାଲିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଏବେ ସୁଦ୍ଧା ଚିହ୍ନଟ ହୋଇଥିବା ୫୧ ଜଣ ଅବୈଧ ବାଂଲାଦେଶ ପ୍ରବାସୀଙ୍କ ମଧ୍ୟରୁ ୨୪ ଜଣ ଭୁବନେଶ୍ୱରରେ ରହୁଛନ୍ତି। ସେହିପରି କଟକରେ ୧୫, ବ୍ରହ୍ମପୁରରେ ୬, କନ୍ଧମାଳରେ ୪, ଗଞ୍ଜାମ ଓ କୋରାପୁଟରେ ଜଣେ ଲେଖାଏଁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନିତ ଏହି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଭିତରୁ ଦୁଇ ଜଣ ଜାଲ କାଗଜପତ୍ର ଦେଇ ଭାରତୀୟ ପାସପୋର୍ଟ ହାତେଇ ସାରିଥିବା ଜଣାପଡ଼ିଛି। ଏହି ଦୁଇ ଜଣଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିୂବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ଅନ୍ୟ ୪୯ ଜଣଙ୍କୁ ବାଂଲାଦେଶ ପଠାଇ ଦିଆଯାଇଛି।
4.Odisha Assembly: ଭୁବନେଶ୍ୱର: ବଜେଟରେ ଦିଆଯାଇଥିବା ଅର୍ଥକୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଖର୍ଚ୍ଚ କରିବାରେ ସକ୍ଷମ ହୋଇପାରୁନାହାନ୍ତି। ୮ ମାସ ବିତି ଯାଇଥିଲେ ମଧ୍ୟ ସମୁଦାୟ ଖର୍ଚ୍ଚ ଆବଣ୍ଚନର ୬୦ ପ୍ରତିଶତରୁ ଅଧିକ ଅର୍ଥ ଖର୍ଚ ନ ହୋଇ ପଡିରହିଛି। ଏପରିକି କିଛି ବିଭାଗରେ ୯୦ ପ୍ରତିଶତରୁ ଅଧିକ ଆବଣ୍ଟିତ ଅର୍ଥ ଖର୍ଚ୍ଚ ହୋଇ ପାରିନଥିବା ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱିକାର କରିଛନ୍ତି।
5.Aids Day 2025: ପ୍ରତିବର୍ଷ ଭଳି ଏଡସ୍ ବିଷୟରେ ସଚେତନତା ସୃଷ୍ଟି କରିବା, ଏହା ସହିତ ଜଡିତ କଳଙ୍କକୁ ଦୂର କରିବା ଏବଂ ଏହାର ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ଡିସେମ୍ବର ୧ ତାରିଖରେ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ। ଏଡସ୍ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ରୋଗ ଯାହାର ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ନାହିଁ। ଏଡସ୍ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଏତେ ଦୁର୍ବଳ କରିଦିଏ ଯେ ଶରୀର ଛୋଟ ଛୋଟ ସଂକ୍ରମଣ ସହିତ ମଧ୍ୟ ଲଢ଼ିବାକୁ ଅକ୍ଷମ ହୋଇଯାଏ। ଏହା ସଂକ୍ରମଣ ବୃଦ୍ଧି କରେ ଏବଂ ଶେଷରେ ମୃତ୍ୟୁ ଘଟେ। ତେଣୁ ଏଡସ୍ ବିରୁଦ୍ଧରେ ପ୍ରତିରୋଧ ଏବଂ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
6.CM Mohan Majhi: ରାଜ୍ୟରେ IAS, IPS, IFS ପଦବୀ ଖାଲି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୪୬ IAS, ୬୭ IPS, ୭୦ IFS ପଦବୀ ଖାଲି ପଡ଼ିଥିବା କହିଛନ୍ତି।
7.Cuttack: କଟକ ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ବାଙ୍କୀରେ ଜନ ଅଭିଯୋଗ ଶୁଣାଣି ବେଳେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପରିବାର ମଙ୍ଗଳ ଯୋଜନା ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି। ଦେହରେ ପେଟ୍ରୋଲ ଢାଳିଲା ବେଳେ ପୋଲିସ ଦ୍ବାରା ଉଦ୍ଧାର କରାଯାଇଛି।
8.Delhi pollution: ଆଜି ଦିଲ୍ଲୀ-NCRରେ ପ୍ରଦୂଷଣ ଜନିତ ଏକ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସୋମବାର ସୁପ୍ରିମକୋର୍ଟ ଏକ କଡ଼ା ଟିପ୍ପଣୀ ଦେଇ କହିଛନ୍ତି ଯେ, ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରାଯାଇପାରିବ। ଆମେ ଦେଖିଥିଲୁ ଯେ, COVID-19 ସମୟରେ ଆକାଶ କିପରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୋଇଥିଲା। ଦିଲ୍ଲୀରେ ରହୁଥିବା ଲୋକମାନେ ପ୍ରଦୂଷଣ କାରଣରୁ ଆକାଶର ତାରା ଦେଖିପାରୁନାହାନ୍ତି। ଶୁଣାଣି ସମୟରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ ଯେ, ନଡ଼ା ଜାଳିବା ପ୍ରଦୂଷଣର ଏକ କାରଣ । ଏହା କାହା ପାଇଁ ରାଜନୈତିକ କିମ୍ବା ଅହଂକାରୀ ପ୍ରସଙ୍ଗ ହେବା ଉଚିତ୍ ନୁହେଁ। କୋର୍ଟ CAQM ଏବଂ ସରକାରଙ୍କୁ ପ୍ରଦୂଷଣ ହ୍ରାସ କରିବା ପାଇଁ ସେମାନଙ୍କର ଯୋଜନା ବିଷୟରେ ପଚାରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ, CAQM ଏବଂ କର୍ତ୍ତୃପକ୍ଷ ଦିଲ୍ଲୀ-NCRରେ ପ୍ରଦୂଷଣକୁ ରୋକିବା ପାଇଁ ସେମାନେ ନେଇଥିବା ପଦକ୍ଷେପଗୁଡ଼ିକୁ ବିଚାର କରିବା ଉଚିତ।
9.India vs South Africa: କଟକ: ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ ତାରିଖ ଦିନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରବିବାର ଦିନ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମ୍ୟାଚର ସଫଳ ଆୟୋଜନ ପାଇଁ ଆସୋସିଏସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ତିନିଟି ପର୍ଯ୍ୟାୟରେ ଖେଳାଳିମାନେ ଭୁବନେଶ୍ବରରେ ପହଞ୍ଚିବେ। କିଛି ଖେଳାଳି ଆଗୁଆ ଡିସେମ୍ବର ୫ ଓ ୬ ତାରିଖରେ ଭୁବନେଶ୍ବର ପହଞ୍ଚିବେ। ଟି ୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଅଭିଷେକ ଶର୍ମାଙ୍କ ଭଳି କିଛି ଖେଳାଳି ୫ ତାରିଖରେ ପହଞ୍ଚିବେ।
10.India vs South Africa: କଟକ: ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ ତାରିଖ ଦିନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରବିବାର ଦିନ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମ୍ୟାଚର ସଫଳ ଆୟୋଜନ ପାଇଁ ଆସୋସିଏସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ତିନିଟି ପର୍ଯ୍ୟାୟରେ ଖେଳାଳିମାନେ ଭୁବନେଶ୍ବରରେ ପହଞ୍ଚିବେ। କିଛି ଖେଳାଳି ଆଗୁଆ ଡିସେମ୍ବର ୫ ଓ ୬ ତାରିଖରେ ଭୁବନେଶ୍ବର ପହଞ୍ଚିବେ। ଟି ୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଅଭିଷେକ ଶର୍ମାଙ୍କ ଭଳି କିଛି ଖେଳାଳି ୫ ତାରିଖରେ ପହଞ୍ଚିବେ।