Advertisement
Article Detail0/zeeodisha/odisha2676022

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

1.Lok Sabha adjourned: ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାର ନିଜ ଦ୍ୱାରା ବ୍ୟବହୃତ ଶବ୍ଦ ପାଇଁ ସମାଲୋଚନାର ପାତ୍ର ହୋଇଛନ୍ତି। ଏପରିକି ଏହି ଶବ୍ଦକୁ ଫେରାଇ ନେବାକୁ ମଧ୍ୟ ଗୃହରେ ଅନୁରୋଧ କରିଛନ୍ତି। ଜାତୀୟ ଶିକ୍ଷା ନୀତି ଲାଗୁ କରିବା ନେଇ ତାମିଲନାଡୁ ସରକାର ଦୋମୁହାଁ ନୀତି ଆପଣାଉଛନ୍ତି ବୋଲି କହିବା ବେଳେ ଉତ୍ତେଜିତ ହୋଇ ତାମିଲନାଡୁ ସରକାର ଏବଂ ଏହାର ଜନତାଙ୍କ ପାଇଁ uncivilised ତଥା 'ଅସଭ୍ୟ' ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା ଏବଂ ବାଧ୍ୟ ହୋଇ ବାଚସ୍ପତିଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା।

2.PM Modi Brother: ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପଙ୍କଜ ମୋଦି। ପୁରୀରେ ପହଞ୍ଚିବା ପରେ ନିଜ ନିକଟ ସମ୍ପର୍କୀୟଙ୍କ ସହ ଜଗା ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ହୋଇଥିଲେ ମଧ୍ୟ କାହାରିକୁ ନିଜର ପରିଚୟ ଦେବାକୁ ଇଚ୍ଛା ପ୍ରକାଶ କରି ନ ଥିଲେ। ଅତି ନିରାଡାମ୍ବର ଭାବେ ସାଧାରଣ ଭକ୍ତଙ୍କ ସହ ଦର୍ଶନ କରିଛନ୍ତି। ଏମିତିକି ଜଣେ ଦୁଇଜଣ ପୁଲିସ ତାଙ୍କ ସହ ମନ୍ଦିର ଯାଇଥିଲେ। ପାର୍ଶ୍ଵ ଦେବାଦେବୀ ମନ୍ଦିର ଦର୍ଶନ କରିଥିଲେ। ତେବେ ଗଣମାଧ୍ଯମକୁ ପ୍ରତିକ୍ରିୟା ଦେବାକୁ ସ୍ପଷ୍ଟ ଭାବେ ମନା କରିଥିଲେ।

3.Odisha News: ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ବୃଦ୍ଧି ପାଉଛି। ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଭୁଶୁଡିବାରେ ଲାଗିଛି। ଏଭଳି କିଛି ଅଭିଯୋଗ ଆଣି ଆଜି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ବିଧାୟକମାନେ ଧାରଣାରେ ବସିଛନ୍ତି। ଏହା ସହିତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଛି କଂଗ୍ରେସ। ଆଜିର ବିଧାନସଭା କାର୍ଯ୍ୟ ବେଶ ସରଗରମ ହୋଇଥିବା ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକମାନେ କାର୍ଯ୍ୟ ଦିବସ ଆରମ୍ଭରୁ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ଦୁଇ ଦିନ ଧରି ହଙ୍ଗାମା କରିବାକୁ ଯୋଜନା କରିଛି ବିରୋଧୀ କଂଗ୍ରେସ। କଳା ପଟି ବାନ୍ଧି ପ୍ରତିବାଦ କରିଛି ଦଳ। ଏନେଇ ଆଜି ସବୁ ଜିଲ୍ଲାପାଳଙ୍କ ଅଫିସ ଘେରିବ ଦଳ । ଆଜିଠୁ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିବେ ନେତା ଓ କଂଗ୍ରେସ କର୍ମୀ ।

Add Zee News as a Preferred Source

4.Holi 2025 : ପୁରୀ: ଫଗୁ ଦଶମୀରୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଦୋଳଯାତ୍ରା। ଶ୍ରୀମନ୍ଦିରରେ ଫଗୁ ଦଶମୀ ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଚାଚେରୀ ବେଶ। ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରାରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ଚାଚେରୀ ବେଶରେ ଦର୍ଶନ ଦେବେ। ପ୍ରଥମ ଦିନରେ ମହାପ୍ରଭୁ ଫଗୁ ଖେଳ ଖେଳିବା ସହ ଚାଚେରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀବିଗ୍ରହମାନଙ୍କୁ ବୋଇରାଣି, ମାଧାବଳୀ ବସ୍ତ୍ର ପରିଧାନ ସହ ଚାଚରୀ ବେଶ କରାଯାଇଥିଲା। 

5.Astronut Sunita Williams: ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଫସି ରହିଥିବା ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବ୍ୟାରି ୱିଲମୋର ଶେଷରେ ପୃଥିବୀକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଦୁହେଁ ଗତ ବର୍ଷ ବୋଇଂ ଷ୍ଟାରଲାଇନରରେ ୮ ଦିନିଆ ମିଶନରେ ପୃଥିବୀ ଛାଡିଥିଲେ। କିନ୍ତୁ ୯ ମାସ ପରେ ମଧ୍ୟ ସେମାନେ ଫେରିପାରି ନାହାଁନ୍ତି। ଶୁକ୍ରବାର ଦିନ ନାସା ସେମାନଙ୍କ ଫେରିବା ପାଇଁ ଏକ ରିଲିଫ୍ ଦଳ ପଠାଇବାକୁ ଅନୁମତି ଦେଇଥିଲା। ନାସା ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଉଭୟ ସ୍ପେସଏକ୍ସ ଡ୍ରାଗନରେ ପୃଥିବୀକୁ ଫେରିବେ। ନାସା ଉଭୟଙ୍କ ଫେରିବାର ତାରିଖ ମଧ୍ୟ ଘୋଷଣା କରିଛି। 

6.Canada New PM:ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ କାନାଡା ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ଣ୍ଣିଂଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଛି। ସେ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେବେ। ୫୯ ବର୍ଷୀୟ କାର୍ଣ୍ଣିଂ ୮୫.୯ ପ୍ରତିଶତ ଭୋଟ ପାଇଥିଲେ। ମାର୍କ କାର୍ଣ୍ଣିଂ (କାନାଡା ନୂତନ ପ୍ରଧାନମନ୍ତ୍ରୀ), ଉତ୍ତର-ପଶ୍ଚିମ ଅଞ୍ଚଳ କାନାଡାରେ ଜନ୍ମିତ, ତାଙ୍କ ପିଲାଦିନ ଏଡମୋଣ୍ଟନରେ ବିତିଥିଲା। ସେ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଅଧ୍ୟୟନ କରିଥିଲେ। ଏହା ପରେ, ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ଏବଂ ପରେ ୧୯୯୫ ମସିହାରେ ଅର୍ଥନୀତିରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ। 

7.Flight Crash: ନୂଆଦିଲ୍ଲୀ: ଆମେରିକାରେ ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା ସମ୍ପର୍କିତ ଖବର ସାମ୍ନାକୁ ଆସିଛି। ପେନସିଲଭାନିଆରେ ଏକ ଛୋଟ ବିମାନ ପାର୍କିଂ ଅଞ୍ଚଳରେ ଧକ୍କା ହେବା ପରେ ସମ୍ପୂର୍ଣ୍ଣ ଜଳି ଯାଇଛି। ଭୟଙ୍କର ନିଆଁ ପ୍ରକୋପରେ ନିକଟସ୍ଥ ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା। ଦୁର୍ଘଟଣାର ଏହି ଭୟଙ୍କର ଶବ୍ଦ ଶୁଣିବା ମାତ୍ରେ ସ୍ଥାନୀୟ ଲୋକମାନେ ବାହାରକୁ ଚାଲି ଆସିଥିଲେ। ଦୁର୍ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତଦନ୍ତ ପରେ ଜଣାପଡିଲା ଯେ ବିମାନରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଥିଲେ, କିନ୍ତୁ ସେମାନଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିପାରିନାହିଁ। କିନ୍ତୁ କୁହାଯାଉଛି ଯେ ବିମାନରେ ଥିବା ସମସ୍ତ ପାଞ୍ଚ ଜଣଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଛି। 

8.weather updates ଭୁବନେଶ୍ବର: ରାଜ୍ୟରେ କଲବଲ କରିବ ତାତି। ପଶ୍ଚିମରୁ ଉପକୂଳ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା। ସୋମବାର ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା। କିଛି ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଭାଗ କହିବା ଅନୁଯାୟୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ସୋନପୁରରେ ୪୦ ଡିଗ୍ରୀ ଟପିବ। ଏହାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି )।

9.Odisha News: ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ । ଏମିତି କିଛି ଗୃହରେ ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଏଥିସହ  ସେ କହିଛନ୍ତି  ଗତ ୫ ବର୍ଷ ରେ ଦୁର୍ନୀତି ଅଭିଯୋଗ ରେ ଗିରଫ ହୋଇଛନ୍ତି ୮୨୭  ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ସର୍ବାଧିକ ଦୁର୍ନୀତି ହୋଇଛି । 

10.Rohit Sharma Retirement: ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ରବିବାର ନ୍ୟୁଜିଲ୍ୟାଣ୍ଡକୁ ଚାରି ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଏହି ମର୍ଯ୍ୟାଦାଜନକ ଟ୍ରଫି କବଜା କରିଛି। ମ୍ୟାଚ୍ ପରେ ରୋହିତ ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ସ୍ପଷ୍ଟ କରିଥିଲେ ଯେ ସେ ବର୍ତ୍ତମାନ ଏକଦିବସୀୟ କ୍ରିକେଟରୁ ଅବସର ନେଉନାହାଁନ୍ତି। ଏପ୍ରିଲରେ ୩୮ ବର୍ଷ ବୟସରେ ପଦାର୍ପଣ କରିବାକୁ ଥିବା ରୋହିତ ମ୍ୟାଚ୍ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, 'ଆଉ ଗୋଟିଏ କଥା, ମୁଁ ODI ଫର୍ମାଟରୁ ଅବସର ନେବାକୁ ଯାଉନାହିଁ।' ମୁଁ କେବଳ ଏହା ନିଶ୍ଚିତ କରିବାକୁ ଚାହୁଁଛି ଯେ ଆଉ କୌଣସି ଗୁଜବ ପ୍ରସାରିତ ନହୁଏ। ମୋର ବର୍ତ୍ତମାନ କୌଣସି ଭବିଷ୍ୟତ ଯୋଜନା ନାହିଁ। ଯେପରି ଚାଲିଛି ସେହିପରି ଚାଲିବ ବୋଲି ସେ ସ୍ପଷ୍ଟ କରିଥିଲେ।

About the Author