)
1.MEA: ଆଜି ଅପରାହ୍ନ ୫ଟା ୩୦ରେ MoD-MEA ପ୍ରେସମିଟ୍ ହେବାକୁ ଯାଉଛି। ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ପ୍ରେସମିଟ୍। ଏହି ପ୍ରେସମିଟ୍ ରେ ଅପରେସନ ସିନ୍ଦୂର ବାବଦରେ ବିସ୍ତୃତ ସୂଚନା ଦିଆଯିବ।
2.War: କୌଣସି ଚ୍ୟାନେଲ୍ରେ ବାଜିବନି ଯୁଦ୍ଧ ସତର୍କତା ସାଇରନ୍। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ସିଭିଲ ଡିଫେନ୍ସ ଏୟାର ରେଡ୍ ସାଇରନ ବାଜିବା ମନା। ସଚେତନ କରିବା ଡ୍ରାଇଭ୍ ବ୍ୟତୀତ ଅନ୍ୟ ପାଇଁ ବ୍ୟବହାର ମନା।
3.Operation Sindoor: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବଡ଼ ବୈଠକରେ CDS ଅନୀଲ ଚୌହାନ, ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଦିନେଶ କୁମାର ତ୍ରିପାଠୀ ଓ ଏୟାର ଫୋର୍ସ ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂ ରହିଛନ୍ତି।
4.Bhubaneswar: -ଭୁବନେଶ୍ବର ପୋଲିସ ସେବା ଭବନରେ ସୁରକ୍ଷା ବୈଠକ। ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ। ତଟରକ୍ଷୀ ADG, ଆଇନ ଶୃଙ୍ଖଳା ADG ସାମିଲ। ବୈଠକ ପରେ ପ୍ରତିକ୍ରିୟା ରଖିଲେ ତଟ ସୁରକ୍ଷା ଏଡିଜି। 'ଉପକୂଳ ଅଞ୍ଚଳରେ ତଟ ସୁରକ୍ଷା ଡ୍ରୋନ୍ରେ ନଜର ରଖାଯାଇଛି, ମେରାଇନ୍ ପୋଲିସ, ତଟରକ୍ଷୀ ବାହିନୀ ସହ ଆଲର୍ଟରେ ଅଛନ୍ତି, ନୌସେନା ଓ ଗୁଇନ୍ଦା ବିଭାଗ ସହ ଯୋଗାଯୋଗ ରଖାଯାଇଛି, ଓଡ଼ିଶାର ମେରାଇନ୍ ଥାନା ସବୁ ସଜାଗ ଅଛନ୍ତି'।
5.Barmer: ବାରମେର ପୋଲିସ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ଉଦ୍ଧାର କରିଛି। ଟ୍ରକରେ ବୁହାହେଲା ପାକିସ୍ତାନୀ ମିଶାଇଲ୍... ଭଗ୍ନାବଶେଷକୁ ପୋଲିସ ଗାଡ଼ିରେ ନିଆଯାଇଛି। ଜୈସଲମେର ଏବଂ ପୋଖରନରୁ ସମାନ ଖଣ୍ଡ ଏବଂ ଭଗ୍ନାବଶେଷ ଉଦ୍ଧାର କରାଯାଇଛି।
6.Ind Pak War Live Update: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ଏବଂ ଅନ୍ୟାନ୍ୟ ବିମାନ ନିୟାମକମାନେ ଉତ୍ତର ଏବଂ ପଶ୍ଚିମ ଭାରତର ୩୨ ଟି ବିମାନବନ୍ଦରରେ ଅସ୍ଥାୟୀ ଭାବରେ ବନ୍ଦ କରିବା ସମ୍ପର୍କରେ ଘୋଷଣା କରି ଏକ ନୋଟିସ (NOTAM) ଜାରି କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ପ୍ରେସ୍ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦେଇଛି ।
7.Operation Sindoor: ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ଭାରତୀୟ ସେନାର ମିସାଇଲ୍ ଆକ୍ରମଣରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ତାଲିକା ସାମ୍ନାକୁ ଆସିଛି । ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ଭାଇ ଅବଦୁଲ ରଉଫ ଆଝାରଙ୍କ ବ୍ୟତୀତ ଲସ୍କର-ଏ-ତୈବା କମାଣ୍ଡର ଆବୁ ଜୁନ୍ଦଲ ଏବଂ ଜୈଶ ପାଣ୍ଠି ସଂଗ୍ରହକାରୀ ହାଫିଜ୍ ମହମ୍ମଦଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ରହିଥିବା ସୂଚନା ମିଳିଛି। ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ସେନା ମେ ୭ ତାରିଖ ରାତି ପ୍ରାୟ ୧.୩୦ ସମୟରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଗୁଇନ୍ଦା ସଂସ୍ଥାର ସୂତ୍ର ଅନୁସାରେ, ଭାରତ ପକ୍ଷରୁ କରାଯାଇଥିବା ଆକ୍ରମଣରେ ନିହତ ହୋଇଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ମୁଦାସର ଖାଡିଆନ୍ ଖାସ୍, ହାଫିଜ୍ ମହମ୍ମଦ ଜମିଲ୍, ମହମ୍ମଦ ୟୁସୁଫ୍ ଆଝାର, ଖାଲିଦ (ଆବୁ ଆକାଶା) ଏବଂ ମହମ୍ମଦ ହାସନ ଖାନ ପ୍ରମୁଖଙ୍କ ନାମ ରହିଛି ।
8.Puri News: ଦଇତାପତି ସେବକ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଆଉ ଏକ କୈଫିୟତ୍ ତଲବ ନୋଟିସ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନୋଟିସ ପାଇବାର ୨ ଦିନ ମଧ୍ୟରେ କୈଫିୟତ୍ ଦାଖଲ କରିବାକୁ ସମୟ ଦିଆଯାଇଛି । ଏହି ସମୟ ଭିତରେ ସନ୍ତୋଷ ଜନକ କୈଫିୟତ୍ ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି ।
9.India Pakistan War: ଆତଙ୍କୀସ୍ତାନ ଭାବେ ପରିଚୟ ନେଇଥିବା ପାକିସ୍ତାନରୁ ଆତଙ୍କବାଦୀଙ୍କୁ ନିଶ୍ଚିହ୍ନ କରିବାକୁ ସଂଗଠିତ ଜବାବ ଦେଉଛି ଭାରତ। ପାକିସ୍ତାନ ଭିତରେ ବାୟୁସେନା ଜବାବ ଦେଉଥିବାବେଳେ ସୀମାରେ ସ୍ଥଳ ସେନା ଆତଙ୍କୀ ଠିକଣାକୁ ଧ୍ୱସ୍ତ କରୁଛି। ଏହାର ଏକ ସଦ୍ୟତମ ଭିଡିଓ ସୋଶାଲ ମିଡିଆରେ ପ୍ରଦାନ କରିଛି ଭାରତୀୟ ସେନା।
10.Operation Sindoor: ଭାରତ-ପାକିସ୍ତାନ ଭିତରେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇଛି। ପାକିସ୍ତାନ ପକ୍ଷରୁ ବାରମ୍ବାର ଭାରତର ଜମ୍ମୁ ଓ କଶ୍ମୀରରେ ଆକ୍ରମଣ ହେଉଛି। କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ ଯୋଗୁ ଭାରତର ସାଧାରଣ ଜୀବନ ହାନୀ ହୋଇଥିବା ସୂଚନା ମିଳିଛି। ଭାରତ କହିଛି ଲାଇନ ଅଫ କଣ୍ଟ୍ରୋଲ (LoC) ନିକଟରେ ପାକିସ୍ତାନୀ ଗୋଳାବର୍ଷଣରେ ୧୬ ନାଗରିକଙ୍କ ମୃତ୍ୟୁ ହୋଇଛି। କିଛି ସମୟ ପୂର୍ବରୁ ଜମ୍ମୁ ଓ କଶ୍ମୀରର ରଜୌରି ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ କରିଛି ପାକିସ୍ତାନ। ଏଥିରେ ରଜୌରୀର ଅତିରିକ୍ତ ଡିସି ରାଜକୁମାର ଥାପା ସହୀଦ ହୋଇଥିବା ସୂଚନା ମିଳିଛି। ପ୍ରତି ଦୁଇମିନିଟରେ ଜମ୍ମୁରେ ବିସ୍ଫୋରଣ ଶୁଣିବାକୁ ମିଳୁଛି। ଭାରତ ଅତ୍ୟନ୍ତ ସନ୍ତର୍ପଣର ସହ ପାକିସ୍ତାନର ଆତଙ୍କି ଶିବିରକୁ ଟାର୍ଗେଟ କରିବା ଜାରି ରଖିଛି। ହେଲେ ଧୈର୍ଯ୍ୟ ହରାଇ ପାକିସ୍ତାନ ଏବେ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିବାକୁ ଚିନ୍ତା କରୁଥିବା ଏହାର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସୀଫ କହିଛନ୍ତି।