Advertisement
Article Detail0/zeeodisha/odisha2678717
Zee OdishaTop 10 NewsTop 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

1.Egg Shortage: ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି। ଏକ କୋଟି ୧୦ ହଜାର ଅଣ୍ଡା ଦୈନିକ ଉତ୍ପାଦନ ରାଜ୍ୟରେ ହେଉଛି। ବିଧାନସଭାରେ ପ୍ରଶ୍ନକାଳ ସମୟରେ କିଛି ଏଭଳି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

2.Journalish: ଧାରଣାରୁ ଓହରିଲେ ସାମ୍ବାଦିକ। ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରାଣରୁ ଓହରିଛନ୍ତି। ବିଧାନସଭାକୁ ସାମ୍ବାଦିକଙ୍କ ମୋବାଇଲ ମନାକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ସାମ୍ବାଦିକ। 

3.BJD: ଶୂନ୍ୟକାଳରେ ଉଠିଲା ଗତକାଲିର ଝଡ଼ ପ୍ରସଙ୍ଗ। ତାରା ବାହିନୀପତି(Tara bahinipati)ଙ୍କ ଉପରେ ଲାଗିଥିବା ନିଲମ୍ବନ ହଟାଇବାକୁ ବାଚସ୍ପତିଙ୍କୁ ନିବେଦନ କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଗତକାଲି ଅପ୍ରତ୍ୟାଶିତ ଘଟଣାରେ ଆମେ ସମସ୍ତେ ଉତ୍ତରଦାୟୀ।

Add Zee News as a Preferred Source

4.Weather: ପଶ୍ଚିମା ଝଡ଼ ପ୍ରଭାବ ହେତୁ ମାର୍ଚ୍ଚ ୧୪ ରେ ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ମେଘୁଆ ଆକାଶ ରହିବ ଏବଂ କେତେକ ସହରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୧୪ ରେ ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତର-ପୂର୍ବ ଭାରତର ସମସ୍ତ ୮ ଟି ରାଜ୍ୟ, ଉତ୍ତରାଖଣ୍ଡ, ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମର କେତେକ ସ୍ଥାନରେ ତୁଷାରପାତ ହେବାର ସମ୍ଭାବନା ରହିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତର ମଧ୍ୟପ୍ରଦେଶରେ ବର୍ଷା ହେବାର ସମ୍ଭାବନା ରହିଛି।ମାଚଳରେ ୫ ଦିନ ବର୍ଷା ଏବଂ ତୁଷାରପାତର ସତର୍କ ସୂଚନା ଜାରି କରାଯାଇଛି। ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ରାଜ୍ୟରେ କ୍ରମାଗତ ପାଗ ମେଘୁଆ ରହିବ। କାଙ୍ଗ୍ରା, କୁଲୁ ଏବଂ ମଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇପାରେ। ମାର୍ଚ୍ଚ ୧୪ ରେ ଲାହୋଲ୍ ସ୍ପିତିରେ ପ୍ରବଳ ତୁଷାରପାତ ହେବା ନେଇ ଚେତାବନୀ ଦିଆଯାଇଛି। 

5.Balochistan Train Hijack Upadte: ମଙ୍ଗଳବାର ଅର୍ଥାତ୍ ୧୧ ମାର୍ଚ୍ଚ ୨୦୨୫ ରେ ପାକିସ୍ତାନର ବେଲୁଚିସ୍ତାନରେ ବେଲୁଚ୍ ବିଦ୍ରୋହୀମାନେ ୫୦୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍ ଅପହରଣ କରିନେଇଛନ୍ତି। ଏହି ଟ୍ରେନ ଅପହରଣକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପରାମର୍ଶଦାତା ରାଣା ସାନାଉଲ୍ଲାହ ଭାରତ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।

6.Pradeep Majhi Wedding: ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ବ୍ୟାଚଲର୍ ଲାଇଫ୍ କୁ ଅଲବିଦା କରିବାକୁ ଯାଉଛନ୍ତି। ସେ ବିବାହ କରିବା ପାଇଁ ନିସ୍ପତ୍ତି ନେଇଛନ୍ତି। ଆଜି ଗୋଆରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଦୀପ ପ୍ରେମ ବିବାହ କରୁଛନ୍ତି। ତାଙ୍କ ସାତ ଜନ୍ମର ସାଥୀ ହେବେ ସଙ୍ଗୀତା ସାହୁ। 

7.MLA Tara Bahinipati suspended: ବିଧାନସଭା ଗୃହ କାର୍ଯ୍ୟକାଳ ମଧ୍ୟରେ ହାତାହାତି ଏବଂ ଧସ୍ତା ଧସ୍ତି ପରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଓଡ଼ିଶା ବିଧାନସଭାରୁ ସାତ ଦିନ ପାଇଁ ନିଲମ୍ବିତ କରାଯାଇଛି। ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ଦ୍ୱାରା ନିଲମ୍ବନ ପ୍ରସ୍ତାବ ଆଣା ଯାଇଥିଲା ଏବଂ ବାଚସ୍ପତି ସୁରମା ପାଢୀଙ୍କ ଦ୍ୱାରା ଏହାକୁ ଅନୁମୋଦନ କରିଛନ୍ତି। 

8.Weather Update: ଉପରମୁହାଁ ପାରଦ। ମାର୍ଚ୍ଚ ଆରମ୍ଭରୁ ଜଳୁଛି ରାଜ୍ୟ। ଆଗକୁ  ୪୦ ଡିଗ୍ରୀ ଟପିବ ତାପମାତ୍ରା। ଆସନ୍ତା କାଲିଠୁ ବଢିବ ତାତି। ଆଜି ଓ ଆସନ୍ତା କାଲି ପାଇଁ କିଛି ଜିଲ୍ଲାକୁ ହିଟ୍ ଓ୍ବେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଲା,  ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର , ବରଗଡ଼,  ସୁନ୍ଦରଗଡ଼ ଓ ଝାରସୁଗୁଡ଼ା।

9.Odisha News: ରାଉରକେଲାରେ ପୋଲିସର ଏନ୍‌କାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି ପୋଲିସ ।   ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ ହୋଇଛି। ତେବେ ପୋଲିସର ଏନକାଉଣ୍ଟରରେ ଅପରାଧୀ ବିଆସ ଆହତ ହେବା ପରେ ତାକୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ-ହା ବର୍ତ୍ତମାନ ରାଉରକେଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।  ରାଉରକେଲାର ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଲକୁଆ ନାଁରେ ହତ୍ୟା, ଚୋରି, ଡ଼କାୟତି ଭଳି ମାମଲା ରହିଛି ।

10.Raja Queen: ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ ସହିତ ଓଡିଶା ସମସ୍ତ ବଡ ସହରରେ 'ରଜ କୁଇନ୍' ର ଅଡିସନ୍ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୧୩ ତମ 'ରଜ କୁଇନ୍' ପାଇଁ ଅଡିସନ୍ ମାର୍ଚ୍ଚ ୧୬ରୁ ଆରମ୍ଭ ହେବ। ଯାହା ମାର୍ଚ୍ଚ ୧୬ ତାରିଖରେ ଜଗତସିଂହପୁର ଓ ଯାଜପୁର, ମାର୍ଚ୍ଚ ୨୨ ତାରିଖରେ ଢେଙ୍କାନାଳ ଓ ପୁରୀ, ମାର୍ଚ୍ଚ ୨୩ ରେ  ଭୁବନେଶ୍ବର, ମାର୍ଚ୍ଚ ୨୯ ରେ ବାଲେଶ୍ୱର ଓ କେଉଁଝର, ମାର୍ଚ୍ଚ ୩୦ ରେ ରାଉରକେଲା ଓ ଭଦ୍ରକ, ଏପ୍ରିଲ ୧ ତାରିଖରେ ଅନୁଗୁଳ ଓ ଏପ୍ରିଲ ୬ ତାରିଖରେ କଟକରେ ସହରରେ ଅନୁଷ୍ଠିତ ହେବ । ୧୫ରୁ ୨୫ ବର୍ଷ ମଧ୍ୟର ଆଶାୟୀ ପ୍ରାର୍ଥୀ ଅଡିସନ୍ ଦେଇ ଅଭିନେତ୍ରୀ ହେବାର ଦେଖିଥିବା ସ୍ବପ୍ନକୁ ପୁରା କରିପାରିବେ ତେବେ ଡେରି କାହିଁକି ପ୍ରସ୍ତୁତ ହେଇଯାଆନ୍ତୁ, ଖୁବ ଶୀଘ୍ର ଆସୁଛି ଆପଣଙ୍କ ପାଖକୁ ଅଡିସନ୍ ପାଇଁ ୧୩ତମ 'ରଜ କୁଇନ୍'। 

About the Author