Advertisement
Article Detail0/zeeodisha/odisha2754584
Zee OdishaTop 10 NewsTop 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଭାରତ ପାକିସ୍ତାନ ବିରୁଦ୍ଧରେ 'ଅପରେସନ ସିନ୍ଦୂର' ଆରମ୍ଭ କରିଥିଲା। ପଡ଼ୋଶୀ ଦେଶ ମଧ୍ୟ ପ୍ରତିଶୋଧମୂଳକ ବିମାନ ଆକ୍ରମଣ କରିଥିଲା, ଯାହାକୁ ଭାରତ ବିଫଳ କରିଥିଲା। ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଶନିବାର ସନ୍ଧ୍ୟ

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

1.Operation Sindoor:୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଭାରତ ପାକିସ୍ତାନ ବିରୁଦ୍ଧରେ 'ଅପରେସନ ସିନ୍ଦୂର' ଆରମ୍ଭ କରିଥିଲା। ପଡ଼ୋଶୀ ଦେଶ ମଧ୍ୟ ପ୍ରତିଶୋଧମୂଳକ ବିମାନ ଆକ୍ରମଣ କରିଥିଲା, ଯାହାକୁ ଭାରତ ବିଫଳ କରିଥିଲା। ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଶନିବାର ସନ୍ଧ୍ୟାରେ ଯୁଦ୍ଧବିରତି ନିଷ୍ପତ୍ତି ନିଆଯାଇଛି। ଯାହା ପରେ ପରିସ୍ଥିତି ଏବେ ସ୍ୱାଭାବିକ ହୋଇଛି। ଏହି ସମୟରେ ଡିଜିଏମଓ ସ୍ତରୀୟ ଆଲୋଚନା ଚାଲିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ତିନି ବାହିନୀର ଡିଜି ଅପରେସନ୍ସଙ୍କ ଦ୍ୱାରା ସୂଚନା ଦିଆଯାଇଛି। 

2.32 AIRPORTS RESUMED : ଭୁବନେଶ୍ୱର: ଯୁଦ୍ଧ ବିରତି ଘୋଷଣା ପରେ  ସ୍ୱଭାବିକ ହେଉଛି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଜନଜୀବନ। ଏହି କ୍ରମରେ ଭାରତର ବିଭିନ୍ନ ସ୍ଥାନରେ ଲାଗିଥିବା କଟକଣା କ୍ରମଶଃ ଦୂର ହେବାରେ ଲାଗିଛି।  ବିଭିନ୍ନ ସ୍ଥାନରୁ ବ୍ଲାକ୍‍ଆଉଟ୍‍ ନିର୍ଦ୍ଦେଶ ଉଠିଛି। ଆଜି ଭାରତ ସରକାର ଶ୍ରୀନଗର ବ୍ୟତୀତ କଟକଣା ଲାଗିଥିବା ୩୨ ବିମାନ ବନ୍ଦରକୁ ସାଧାରଣ ବିମାନ ଚଳାଚଳ ପାଇଁ ଉନ୍ମୁକ୍ତ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ସେମାବାରଦିନ ୩୨ଟି ବିମାନ ବନ୍ଦରରେ ନାଗରିକ ବିମାନ ଚଳାଚଳ ପାଇଁ ବିମାନ ଚଳକଙ୍କୁ ଅନୁମତି ବା ନୋଟାମ ପ୍ରଦାନ କରାଯାଇଛି। ଫଳରେ ଆଜି  ସକାଳ ୧୦ଟା ପରେ ଏହିସବୁ ବିମାନ ବନ୍ଦରକୁ ସାଧାରଣ ବିମାନ ଚଳାଚଳ ହୋଇପାରିଛି। 

3.Ceasefire: ଅପରେସନ୍‍ ସିନ୍ଦୂର ଅପ୍ରତ୍ୟାଶିତ ଲକ୍ଷ୍ୟ ହାସଲ କରିଛି। ଆନ୍ତର୍ଜାତିକ ସୀମାରେଖା ୧୦୦ କିଲୋମିଟର ଭିତରେ ପଶି ଭାରତ ପାକିସ୍ତାନରେ ଥିବା ଆତଙ୍କୀଙ୍କ ଶିବିରକୁ ନଷ୍ଟ କରିଛି ଭାରତ। ଅନେକ ସନ୍ତର୍ପଣତାର ସହ ଭାରତର ସେନା ଏହି କାର୍ଯ୍ୟ କରିଛନ୍ତି। ଭାରତର ରାଜନୀତିକ ଦଳ, ସାଧାରଣ ଜନତାଙ୍କ ଅଭୂତପୂର୍ବ ଏକତା ଏଠାରେ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ବିଜେପି ମୁଖପାତ୍ର ତଥା ପୁରୀର ସାଂସଦ ସମ୍ବିତ ପାତ୍ର। ଏହା ଅପରେସନ୍‍ର ଶତ ପ୍ରତିଶତ ସଫଳତାକୁ ଦର୍ଶାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ସାରା ପୃଥିବୀ ଏହି ମିଶନ ମାଧ୍ୟମରେ ଦେଖିଲା ଯେ, ପାକିସ୍ତାନର ପ୍ରତିଟି କୋଣକୁ ନିଜ ଗୁଇନ୍ଦା ସ୍ଥିତିରେ ରଖିଛି। ୨୩ ମିନିଟର ଅପରେସନ୍‍ରେ ୯ ଆତଙ୍କବାଦୀ ଶିବିର ନଷ୍ଟ କରିଥିଲା। ବିଶ୍ୱରେ ଏମିତି କେବେ କୌଣସି ଦେଶ କରିନାହିଁ। 

Add Zee News as a Preferred Source

4.Cyclone Warning: ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ଣରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଆସନ୍ତା କାଲି ମଙ୍ଗଳବାର ବିଜୁଳି-ଘଡ଼ଘଡ଼ି ସହ ବର୍ଷା  ହେବା ନେଇ ୧୧ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୧ ଜିଲ୍ଲା ହେଉଛି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଭଦ୍ରକ, ବାଲେଶ୍ୱର ଗଞ୍ଜାମ, ଗଜପତି କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର।

5.Rathayatra: ପୁରୀ ଗସ୍ତରେ ଆସି ରଥଯାତ୍ରା ଓ ଶ୍ରୀମନ୍ଦିର ସୁରକ୍ଷା ଉପରେ ସମିଖ୍ଯା କଲେ ଡିଜିପି ୱଇବି ଖୁରାନିଆ। ତାଙ୍କ ସହିତ ଏଡିଜି ଅମିତାଭ ଠାକୁର, ଏଡିଜି   ଦୟାଲ ଗଙ୍ଗୱାର, ଆଇଜି ସିଆର୍ ପ୍ରବିଣ କୁମାର, ଆଇଜି ଅନୁପ ସାହୁ, ଡିଆଇଜି ପିନାକ ମିଶ୍ର , ଡିଆଇଜି ବି ଗଙ୍ଗାଧର ଓ ଏସପି ବିନିତ ଅଗ୍ରୱାଲ ପ୍ରମୁଖ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା କରୁଛନ୍ତି ସମିଖ୍ଯା। ଏହାପରେ ପୁଲିସ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ରେ ହେବ ବୈଠକ।

6.Accident: ଭାରସାମ୍ୟ ହରାଇ ରାସ୍ତା କଡର ଗଛକୁ ପିଟିଲା ଯାତ୍ରୀବାହୀ ବସ୍। ଭାରସାମ୍ୟ ହରାଇ ରାସ୍ତା କଡ ର ଗଛକୁ ପିଟି ହୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରାସ୍ତା ଉପରେ ହଠାତ ଏକ ଗାଈକୁ ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ଯାତ୍ରୀ ବାହି ବସଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଛି। ଦୁର୍ଘଟଣାରେ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ବସିଥିବା ଯାତ୍ରୀ।

7.Odisha News: ସାନ୍ତାଳୀ ଭାଷାର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ଉତ୍ସବ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ଅଂଚଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ, ଦାଣ୍ଡବୋଷ ଅଂଚଳରେ ଥିବା ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରିବାକୁ ଘୋଷଣା କରିଛନ୍ତି।

8.RSS: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ସରସଂଘଚାଳକ ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବେ। ଏଠାରୁ ସଡ଼କପଥରେ ଯାଇ କଟକ ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ।

9.Digha Jagannath Temple: ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଦାରୁବ୍ରହ୍ମ ଓ ବଳକା ଦାରୁରେ ବିଗ୍ରହ ତିଆରି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିବା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନିଲମ୍ବନ ଆଶଙ୍କା ବଢ଼ିଛି।

10.Virat Kohli: ଦିଗ୍ଗଜ ବ୍ୟାଟସମ୍ୟାନ ବିରାଟ କୋହଲି ମଧ୍ୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଇଂଲଣ୍ଡ ଗସ୍ତ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ପରେ ଏବେ ବିରାଟ କୋହଲି ମଧ୍ୟ ଆନୁଷ୍ଠାନିକ ଭାବରେ ଲାଲ ବଲ୍ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ତାଙ୍କର ଟେଷ୍ଟ ଅବସର ଘୋଷଣା କରିଥିଲେ। ଆପଣଙ୍କୁ କହି ରଖୁଛୁ ଯେ ବିରାଟ ଏବଂ ରୋହିତ ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଏକାଠି ଅବସର ନେଇଥିଲେ। ବିରାଟ ତାଙ୍କ ଇନଷ୍ଟାରେ ଲେଖିଛନ୍ତି 269 signing off। ତାଙ୍କର ଟେଷ୍ଟ କ୍ୟାପ୍ ସଂଖ୍ୟା ୨୬୯। ସେ ଆଉ ଇଂଲଣ୍ଡ ଗସ୍ତରେ ଯିବେ ନାହିଁ।

About the Author