Top 10 news: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..
Trending Photos
)
1.Raja Chakra: କେନ୍ଦୁଝର: ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମ ବ୍ରାଞ୍ଚ ଡିଜି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସି। ଆୟ ଏହାଠାରୁ ଅଧିକ ବି ହୋଇପାରେ, ଅଡିଟ୍ ହେଲେ ଜଣାପଡ଼ିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଛନ୍ତି। କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି । ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି ୩୩ କୋଟି ଟଙ୍କା। ଏହି ଗିରଫଦାରୀ ସହିତ ରାଜାଙ୍କ ବହୁ ଦାମୀ ଗାଡି ସହ ବିଭିନ୍ନ ବ୍ୟାଙ୍କ ଏକାଉଣ୍ଟକୁ ମଧ୍ୟ ସିଜ କରିଛି କ୍ରାଇମବ୍ରାଞ୍ଚ।
2.Snakebite Deaths In Odisha: ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ (Suresh Pujari) ପ୍ରକାଶ କରିଥିବା ସୂଚନା ଅନୁଯାୟୀ ସାରା ଓଡ଼ିଶାରେ ଗତ ଦୁଇ ବର୍ଷ ମଧ୍ୟରେ ସର୍ପାଘାତରେ (Snakebite Deaths) ମୋଟ ୧୮୫୯ ଜଣଙ୍କର ମୃତ୍ୟୁ ହୋଇଛି। ବିଜେଡି ବସ୍ତା ବିଧାୟକ ସୁବାସିନୀ ଜେନାଙ୍କ (MLA Subasini Jena) ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ପାଘାତରେ ୧୧୫୦ ଜଣଙ୍କର ମୃତ୍ୟୁ ହୋଇଛି।
3.Pakistan Train Hijack: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ୧୧ ମାର୍ଚ୍ଚ ୨୦୨୫ ରେ ହୋଇଥିବା ଜାଫର ଏକ୍ସପ୍ରେସ ଟ୍ରେନ୍ ଅପହରଣ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ବାଲୁଚ୍ ଲିବରେସନ୍ ଆର୍ମି (BLA) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। BLA ଏହି ଟ୍ରେନ୍କୁ ହାଇଜାକ୍ କରିଥିଲା ଏବଂ ଅନେକ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିଲା। ଏହି ସମୟରେ ପାକିସ୍ତାନୀ ସେନା ଦାବି କରିଛି ଯେ ସେମାନେ ପ୍ରାୟ ୩୦ ଜଣ ବାଲୁଚ୍ ବିଦ୍ରୋହୀଙ୍କୁ ହତ୍ୟା କରିଛନ୍ତି। ଯଦିଓ ପାକିସ୍ତାନ ନିଜ ସୈନିକଙ୍କ ମୃତାହତ ସଂଖ୍ୟା ପ୍ରକାଶ କରିନାହିଁ। BLA ଏଥିପାଇଁ ପାକିସ୍ତାନୀ ସେନାକୁ ମିଛ କହୁଥିବାର ଅଭିଯୋଗ କରିଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଟ୍ରେନ୍ରୁ ବଞ୍ଚିଯାଇଥିବା ଲୋକମାନେ ଦାବି କରିଛନ୍ତି ଯେ ଅନେକ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି।
4.Tara Prasad Bahinipati (ଭୁବନେଶ୍ଵର) ୧୩/୩: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନିବେଦନର ବିଚାର ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଜାରି ରହିଛି । ତେବେ ପ୍ରଥମାର୍ଦ୍ଧରେ ଏନେଇ କୌଣସି ନିଷ୍କର୍ଷ ବାହାରି ନପାରିବାରୁ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି।
5.Puri News: ପୁରୀ: ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ମନ୍ଦିରର ପୁନରୁଦ୍ଧାର ହେବ। ଦୀର୍ଘ ବର୍ଷ ହେଲା ଏଠାରେ ଥିବା ସମସ୍ୟାକୁ ଆଜି ଶ୍ରୀମନ୍ଦିର ସାଂସ୍କୃତିକ ପରାମର୍ଶଦାତା କମିଟି ପରିଦର୍ଶନ କରିବା ପରେ ପ୍ରଶାସନକୁ ନିଜ ନିଷ୍ପତ୍ତି ଜଣାଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ବସିଥିବା ଏହି ସାଂସ୍କୃତିକ କମିଟିର ପରାମର୍ଶ ଅନୁସାରେ ଏବର୍ଷ ନୀଳାଦ୍ରୀ ବିଜେ ପରେ ଗୁଣ୍ଡିଚା ମନ୍ଦିରର ରୋଷଘର ପୁନରୁଦ୍ଧାର କାର୍ଯ୍ୟକ୍ରମ ହେବ। ଏହା ପ୍ରାୟ ୧ ବର୍ଷ ଲାଗିବ ଏବଂ ଏହି କାର୍ଯ୍ୟକ୍ରମକୁ ୨୦୨୬ ରଥଯାତ୍ରା ସୁଦ୍ଧା ଶେଷ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସାଂସ୍କୃତିକ ପରାମର୍ଶଦାତା କମିଟିର ସଦସ୍ୟମାନେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଆଜି ସକାଳୁ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ।
6.Canada USA Tarif War: ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲାଗୁ ନିଷ୍ପତ୍ତି ଯୋଗୁଁ ସାରା ବିଶ୍ୱରେ ଏକ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଇସ୍ପାତ ଏବଂ ଆଲୁମିନିୟମ ଆମଦାନୀ ଉପରେ ବିଶ୍ୱବ୍ୟାପୀ ଶୁଳ୍କ ଲାଗୁ କରିଥିଲା। ଏହା ଉପରେ କାନାଡା ମଧ୍ୟ ଆମେରିକାକୁ ଉଚିତ ଜବାବ ଦେଇ କହିଛି ଯେ ଆମେ ଚୁପ୍ ବସିବୁ ନାହିଁ। ବୁଧବାର ଦିନ କାନାଡା ଆମେରିକାରେ ଉତ୍ପାଦିତ ପ୍ରାୟ ୨୦.୮ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଉପରେ ୨୫ ପ୍ରତିଶତ ନୂତନ କାଉଣ୍ଟର ଟାରିଫ୍ ଘୋଷଣା କରିଛି।
7.Budget Session: ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆଜି ବିଜେଡିର ପ୍ରତିବାଦ ଓ ବିକ୍ଷୋଭ ହେତୁ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଗୋଟିଏ ମାତ୍ର ପ୍ରଶ୍ନକୁ ବାଚସ୍ପତି ନେବାକୁ ଚାହିଁଥିଲେ ମଧ୍ୟ ତାହା ବି ସମ୍ଭବ ହୋଇପାରି ନାହିଁ। ଫଳରେ ପ୍ରଶ୍ନକାଳକୁ ବାତିଲ କରି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
8.Weather: ଆଜିଠୁ ବଢିବ ତାପମାତ୍ରା। ହିଟ୍ ଓ୍ବେଭ୍ ପ୍ରଭାବରେ ବଢିବ ତାତି। ଏହାସହ ପଶ୍ଚିମ ଓଡି଼ଶାରେ ଭୀଷଣ ଗରମ ଅନୁଭୂତ ହେବ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରା ବଢିବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବିଶେଷକରି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗରମ ଅନୁଭୂତ ହେବ। ଏ-ନେଇ ୪ ଦିନ ଯାଏ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଆଜି ବିଶେଷକରି, ସମ୍ବଲପୁର , ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧ, ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ ।
9.Ayushman: ଏପ୍ରିଲ ପହିଲାରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ବି ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହି ଯୋଜନାର ଶୁଭାରମ୍ଭ ପାଇଁ ରାଜ୍ୟର ସମସ୍ତ ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯିବ। ବୈଠକର ତଥ୍ୟ ଅନୁଯାୟୀ ଉଭୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ୧ କୋଟି ୦୩ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ। ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ ।
10.Odisha News: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଢେଙ୍କାନାଳର ଡିହାଡୋଲ ସେକ୍ସନର ଫରେଷ୍ଟର ବିଶ୍ୱନାଥ ସୋରେନ ଏବଂ ହାତୀ ସ୍କ୍ୱାଡ୍ ସଦସ୍ୟ ସୁଦୀପ୍ତ କୁମାର ସାହୁଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ଫରେଷ୍ଟର ଜମିରେ ଚାଷ କରିବାକୁ ଅନୁମତି ଦେବା ପାଇଁ ଜଣେ ଚାଷୀଙ୍କଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ନଦେଲେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଧମକ ମଧ୍ଯ ଦେଇଥିଲେ। ସେହିପରି କିଛି ଦିନ ତଳେ ସୋରେନ ମଧ୍ଯ ତାଙ୍କର ଚାଷ ଉପକରଣ ଜବତ କରିବାକୁ ଧମକ ଦେଇଥିଲେ।