Advertisement
Article Detail0/zeeodisha/odisha2959999

Top 10 news: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ପାଇଁ ଜଣେ ଗିରଫ। ଜଗତସିଂହପୁର ଜିଲ୍ଲାର ଆର୍ସଦ ଅଲ୍ଲୀ ଗିରଫ ନେଇ ସିପି ସୂଚନା ଦେଇଛନ୍ତି। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ଗିରଫ ନେଇ ସୂଚନା ଦେଇଛନ୍ତି। 2.Bansuri Swaraj: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ଦିଲ୍ଲୀ ବି

Top 10 news: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

1.Jagatsinghpur: ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ପାଇଁ ଜଣେ ଗିରଫ। ଜଗତସିଂହପୁର ଜିଲ୍ଲାର ଆର୍ସଦ ଅଲ୍ଲୀ ଗିରଫ ନେଇ ସିପି ସୂଚନା ଦେଇଛନ୍ତି। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ଗିରଫ ନେଇ ସୂଚନା ଦେଇଛନ୍ତି।

2.Bansuri Swaraj: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ବରାଜ। କହିଲେ -ମହିଳାଙ୍କୁ ସର୍ବଦା ଦୋଷାରୋପ କହି ମମତା ଖସିବାକୁ ଚେଷ୍ଟା କରି ଆସିଛନ୍ତି । ରେପ୍‌କୁ ଜଷ୍ଟିଫାଏ କରିବା ବନ୍ଦ କରି ଜଷ୍ଟିସ ଦେବାକୁ ମମତାଙ୍କୁ କଲେ  ଅନୁରୋଧ।

3.BMC: ବିଏମ୍ ସି (ଭୁବନେଶ୍ୱର ମହାନଗର ନିଗମ) ଅଞ୍ଚଳରେ ୪୭,୧୨୬ଜଣ ବୁଲା କୁକୁର ଥିବା ନେଇ ସୂଚନା ଦିଆଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ବିଏମ୍ ସି ପକ୍ଷରୁ ବୁଲା କୁକୁର ଗଣନା କରାଯାଇଛି।

Add Zee News as a Preferred Source

4.Nuapada: ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜିଠାରୁ ନୂଆପଡ଼ା ଉପ ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାଦ୍ୱାରା ନାମାଙ୍କନ ଦାଖଲ ଲାଗି ବାଟ ଫିଟିଛି। ଏହି ନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଆଜି ପ୍ରକାଶିତ  ବିଜ୍ଞପ୍ତି ଅନୁସାରେ ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୨୦ ତାରିଖ ଯାଏ ନିଜର ନାମାଙ୍କନ ଦାଖଲ କରିପାରିବେ। ୨୨ ତାରିଖରେ ନାମାଙ୍କନ ଯାଞ୍ଚ ହେବ। ଏବଂ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଭାବେ ଘୋଷଣା କରାଯାଇଛି।

5.Odisha crime News: ଭୁବନେଶ୍ୱର: ଏମସ କର୍ମଚାରୀଙ୍କୁ ଦିବାଲୋକରେ ଗୁଳିମାଡ଼। ଗୁଳିମାଡ଼ରେ ଉଡ଼ି ଯାଇଛି ପ୍ରାଣବାୟୁ। ମୃତକ ଜଣକ ହେଉଛନ୍ତି ସୁଧାଂଶୁ ଖୁଣ୍ଟିଆ। ମିଳିଥିବା ସୂଚନା ଅନୁସାରେ ସରକନ୍ତରା ଅଞ୍ଚଳର ସୁଧାଂଶୁ ଆଜି କାର୍ଯ୍ୟକ୍ଷେତ୍ରକୁ ଆସୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। 

6.Minister Suresh Gopi Offers to Resign: କେରଳର ତ୍ରିସୁରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ (Suresh Gopi) ତାଙ୍କ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ତାଙ୍କ ନିଷ୍ପତ୍ତି ପଛର କାରଣ ବଖାଣିଛନ୍ତି। ଗୋପୀ କହିଛନ୍ତି, "ମୋର ଆୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି, କିନ୍ତୁ ମୋତେ ଏହା ଆବଶ୍ୟକ। ଏପରି ପରିସ୍ଥିତିରେ, ମୁଁ ଅଭିନୟକୁ ଫେରିବାକୁ ଚାହୁଁଛି।" ଗୋପୀ ଏହା ମଧ୍ୟ କହିଛନ୍ତି ଯେ ସେ କେବେ ମନ୍ତ୍ରୀ ହେବାକୁ ଚାହୁଁନଥିଲେ। ସେ ସିନେମାରେ ରହିବାକୁ ଚାହୁଁଥିଲେ। ସେ କହିଛନ୍ତି ଯେ ତାଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ସି. ସଦାନନ୍ଦନ ମାଷ୍ଟରଙ୍କୁ କେନ୍ଦ୍ର ସରକାରରେ ସ୍ଥାନ ଦିଆଯାଇପାରିବ।

7.Weather Report: ଉତ୍ତର-ପୂର୍ବ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି। ଗତ ଦୁଇ ଦିନ ହେବ ରାଜ୍ୟରୁ ବର୍ଷାର ପରିମାଣ କମିବାରେ ଲାଗିଛି। ଏ ନେଇ ମଙ୍ଗଳବାର ଅକ୍ଟୋବର ୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୭ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।  ୟେଲୋ ଆଲର୍ଟ ଜାରି କରାଯାଇଥିବା କୋରାପୁଟ, ରାୟଗଡ଼ା, ମାଲକାନାଗିରି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବୌଦ୍ଧ, ଗଞ୍ଜାମ, ଗଜପତି, ପୁରୀ, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂପୁର।

8.SIExam: ପୋଲିସ SI ପରୀକ୍ଷା ମହାଘୋଟାଲା; ଜାରି ହେଲା ଲୁକ୍‌ଆଉଟ୍‌ ସର୍କୁଲାର। ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି। ଲୁକ୍ ଆଉଟ୍‌ ସର୍କୁଲାର ଜାରି ହେବା ସହ ଆକାଉଣ୍ଟ ଫ୍ରିଜ୍‌ କଲା କ୍ରାଇମବ୍ରାଞ୍ଚ। ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟ ଫ୍ରିଜ୍‌।  ୪ ଟି ସ୍ପେଶାଲ ଟିମ୍‌ ପକ୍ଷରୁ ଝାଡ଼ଖଣ୍ଡ ଓ ବିହାରରେ ଚଢ଼ାଉ ଜାରି।

9.Deogarh: ଦେବଗଡ଼ ବନଖଣ୍ଡର ଅବସରପ୍ରାପ୍ତ ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନ ଗିରଫ। ବାରକୋଟ ଥାନା ଅକ୍ଷରଶିଳା ଗାଁରୁ ଗିରଫ କଲା ବନ ବିଭାଗ। ଘରୁ ହରିଣ ଛାଲ ଓ ମୟୂର ପକ୍ଷୀ ମିଳିବାରୁ ଗିରଫ ସୂଚନା। ଚାକିରି ସମୟରେ ହରିଣ ଛାଲ, ମୟୂର ପକ୍ଷୀ ଘରକୁ ଆଣିଥିବା ସନ୍ଦେହ।

10.CCTV: ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି। ଅତି କମ୍‌ରେ ୫୦୦ ମିଟର ଯାଏଁ କଭରେଜ ହେବ। କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ସହ ସିସିଟିଭି ଯୋଡ଼ାଯିବ। ଏନେଇ ଆସନ୍ତା ୧୭ ତାରିଖରେ ବସିବ ବଡ଼ ବୈଠକ। ଏନେଇ ସୂଚନା ଜାରି କଲା ବାଣିଜ୍ୟ ଓ ପରିବହନ ବିଭାଗ।

About the Author