Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Trending Photos
1.PM Narendra Modi at AFS Adampur: ସେନାବାହିନୀଙ୍କୁ ସାକ୍ଷାତ କରିବା ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଭିଭାଷଣ ଦେଇଛନ୍ତି। ମୋଦୀ କହିଛନ୍ତି ଯେ, ଭାରତ ମାତାର ଜୟ କେବଳ ଏକ ସ୍ଳୋଗାନ ନୁହେଁ ଏହା ଦେଶ ଏବଂ ସୈନିକମାନଙ୍କର ଶପଥ ଯିଏ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ। ଯେତେବେଳେ ସୈନିକ ଭାରତ ମାତାର ଜୟ କୁହନ୍ତି ସେତେବେଳେ ଶତ୍ରୁର କଲିଜା ଧରିଯାଏ। ଆପଣ ସମସ୍ତେ କୋଟି କୋଟି ଭାରତୀୟଙ୍କ ଛାତି ଗର୍ବରେ କୁଣ୍ଢେମୋଟ କରିଦେଇଛନ୍ତି। ଯେତେବେଳେ ବୀରର ପାଦ ମାଟିରେ ପଡିଥାଏ ସେତେବେଳେ ମାଟି ଧନ୍ୟ ହୋଇଯାଏ। ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଭାରତର ଆକ୍ରମଣ ବିଷୟରେ ମୋଦୀ କହିଥିଲେ, "ଆପଣ ସମସ୍ତେ ନିଜ ଲକ୍ଷ୍ୟ ବହୁତ ଭଲ ଭାବରେ ହାସଲ କରିଛ।" ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଏବଂ ସେମାନଙ୍କର ବିମାନବନ୍ଦରଗୁଡ଼ିକୁ କେବଳ ଧ୍ୱଂସ କରାଯାଇ ନଥିଲା, ବରଂ ସେମାନଙ୍କର ଘୃଣ୍ୟ ଯୋଜନା ଏବଂ ସାହସକୁ ମଧ୍ୟ ପରାଜିତ କରାଯାଇଥିଲା।"
2.Pakistan: ପାକିସ୍ତାନର ୧୩ଟି ସାମରିକ ଘାଟିର କେଉଁ ଅବସ୍ଥା କରିଛି ଭାରତୀୟ ଏୟାରଷ୍ଟ୍ରାଇକ୍ । କାହାର ହାଙ୍ଗର୍ ଧ୍ବସ୍ତବିଧ୍ବସ୍ତ, ତ ଆଉ କାହା ରନୱେ ମଝିରେ ବିରାଟ ଗର୍ତ୍ତ। ନୂଆ ସାଟେଲାଇଟ୍ ଚିତ୍ରରେ ଏହାର ସ୍ପଷ୍ଟ ଝଲକ ଦେଖିବାକୁ ମିଳୁଛି ।
3.CBSE Result 2025 Out: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ପ୍ରକାଶ ପାଇଲା (CBSE) ଦଶମ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୯୩.୬୬ ପ୍ରତିଶତ ରହିଛି। CBSE ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହୋଇଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଭୁବନେଶ୍ବର ଜୋନ୍ରେ ପାସ୍ ହାର ୯୨.୬୪% ରହିଛି। ଫଳାଫଳ ଘୋଷଣା ହେବା ପରେ, କେତେକ ସଫଳତା ପାଇଲେ ତ କେତେକ ବିଫଳ ହୋଇଛନ୍ତି। ବିଫଳ ହୋଇଥିବା ଛାତ୍ରଛାତ୍ରୀ ନିରାଶ ହୋଇଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ X ଆକାଉଣ୍ଟରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ନିରାଶ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଉତ୍ସାହିତ କରିଛନ୍ତି।
4.Triranga Yatra: ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାରଠାରୁ ସାରା ଦେଶରେ ୧୧ ଦିନିଆ 'ତିରଙ୍ଗା ଯାତ୍ରା' ଆରମ୍ଭ କରିବ। ମୋଦି ସରକାରଙ୍କ ଦୃଢ଼ ନେତୃତ୍ୱ ଏବଂ ସଶସ୍ତ୍ର ବାହିନୀର ବୀରତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଯାତ୍ରା ଆୟୋଜନ କରାଯାଉଛି। ଜଣେ ବିଜେପି ନେତା କହିଛନ୍ତି ଯେ ୧୩ ମଇରୁ ୨୩ ମଇ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଚାର ସମୟରେ ଦଳ ପାକିସ୍ତାନ ବିରୁଦ୍ଧରେ ଭାରତର ସଫଳ ଅଭିଯାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ସଫଳତା ସହିତ ଲୋକଙ୍କୁ ଏକତ୍ରିତ କରିବାକୁ ଚେଷ୍ଟା କରିବ।
5.Prime Minister Narendra Modi: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ତାଙ୍କର ଅନନ୍ୟ ଶୈଳୀ ପାଇଁ ଜଣାଶୁଣା। ସେ ମଙ୍ଗଳବାର ମଧ୍ୟ ଏହାକୁ ପ୍ରମାଣିତ କରିଛନ୍ତି। ସୋମବାର ରାତିରେ ଦେଶକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ ଏବଂ ମଙ୍ଗଳବାର ସକାଳେ ସେ ଆଦମପୁର ଏୟାରବେସରେ ପହଞ୍ଚି ଯବାନମାନଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ବାୟୁସେନା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ବାୟୁସେନା କର୍ମଚାରୀମାନେ ତାଙ୍କୁ ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ।
6.CBSE Result 2025 Out: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଦିର୍ଘ ପ୍ରତୀକ୍ଷାର ଘଟିଲା ଅନ୍ତ। ପ୍ରକାଶ ପାଇଲା ସିବିଏସ୍ଇ(CBSE) ରେଜଲ୍ଟ। ଦ୍ବାଦଶରେ ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଦେଶରେ ଛାତ୍ରୀଙ୍କ ପାସ୍ ହାର ୯୧ .୬୪ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି। ୮୫.୭୦ ପ୍ରତିଶତ। ଭୁବନେଶ୍ବରରରେ ପାସ୍ ହାର ୮୩.୬୪ ପ୍ରତିଶତ ହୋଇଛି।
7.Ama Bus: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ( କ୍ରୁଟ୍) ପକ୍ଷରୁ ଚାଲିଥିବା ଆମ ବସ୍ ସେବା ଆଜି ବ୍ୟାହତ ହୋଇଛି। ସକାଳୁ ଏହାକ ଡ୍ରାଇଭର ଓ ଗାଇଡ୍ ଆନ୍ଦୋଳନ କରିବା କାରଣରୁ କୌଣସି ସ୍ଥାନରେ ବସ୍ ଚାଲିପାରି ନାହିୋ। ବାରମ୍ବାର ସାଧାରଣ ଲୋକ ତାଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗରେ ଏହିଭଳି ପଦକ୍ଷେପ ନେଇଛନ୍ତି କର୍ମଚାରୀ। ପୁଲିସ ସୁରକ୍ଷା ଯୋଗାଇବାକୁ ସେମାନେ ଦାବି କରିଛନ୍ତି।
8.Amritsar Hooch Tragedy: ନୂଆଦିଲ୍ଲୀ: ପଞ୍ଜାବର ଅମୃତସର ଜିଲ୍ଲାରେ ବିଷାକ୍ତ ମଦ ପିଇବା ପରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ମାଜିଠାରେ ନକଲି ମଦ ପିଇ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅମୃତସରର ଡେପୁଟି କମିଶନର ସାକ୍ଷୀ ସାହାଣୀ କହିଛନ୍ତି, "ମାଜିଥାରେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ଘଟିଛି। ଆମେ ଗତକାଲି ରାତିରେ ଜାଣିବାକୁ ପାଇଲୁ, ଆମେ 5ଟି ଗାଁରୁ ରିପୋର୍ଟ ପାଇଲୁ ଯେ ମଦ ପିଇଥିବା ଲୋକଙ୍କ ଅବସ୍ଥା ଗୁରୁତର। ଆମେ ଆମର ଡାକ୍ତରୀ ଦଳ ପଠାଇଛୁ। ଆମର ଡାକ୍ତରୀ ଦଳ ଏବେ ବି ଘର ଘର ବୁଲି ଚାଲିଛି। ଲୋକଙ୍କ କିଛି ଲକ୍ଷଣ ଅଛି କି ନାହିଁ, ଆମେ ସେମାନଙ୍କୁ ଡାକ୍ତରଖାନା ନେଉଛୁ ଯାହାଦ୍ୱାରା ଆମେ ସେମାନଙ୍କୁ ବଞ୍ଚାଇପାରିବୁ। ଏପର୍ଯ୍ୟନ୍ତ 14 ଜଣଙ୍କର ମୃତ୍ୟୁ ହୋଇଛି।
9.Rath Yatra 2025: ଆଗକୁ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏନେଇ ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହୋଇଛି। ଏହାପର ଠାରୁ ରଥଖଳାରେ ଜାରି ରହିଛି ରଥ ନିର୍ମାଣ କାମ। ରଥ ନିର୍ମାଣ କାର୍ଯ୍ୟର ଗତକାଲି ଥିଲା ଦ୍ବାଦଶ ଦିନ। ରଥ ନିର୍ମାଣକାରୀଙ୍କ ଉପସ୍ଥାଣ *ତିନିରଥ ମହାରଣା ସେବକ-୭୮ *ତିନିରଥ କରତୀ ସେବକ-୪ *ତିନିରଥ ଓଝା କମାର ସେବକ- ୧୫ *ତିନିରଥ ରୂପକାର ସେବକ-୨୧ *ତିନିରଥ ଭୋଇ ସେବକ-୬୨ *ପାହି ମହାରଣା -୧ *ତୁମ୍ବ ବିନ୍ଧ କାରୀଗର-୧ *ରଥଖଳା ସହାୟକ(ପାଣି ବାଲା) ୧। ମୋଟ - ୧୮୩ ଜଣ ଗତକାଲି ରଥକାର୍ଯ୍ୟରେ ନିୟୋଜିତ ଥିଲେ।
10. Rain: କାଳବୈଶାଖୀ ର ପ୍ରଭାବ ରେ ବିଜୁଳି ଘଡ଼ଘଡ଼ି ଯୋଗୁଁ ନଡ଼ିଆ ଗଛ ରେ ନିଆଁ ଲାଗି ଜଳିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକର ପାଢ଼ୀ ଗାଁ ରେ। ଘନ ଘନ ବିଜୁଳି ସହ ଘଡ଼ଘଡ଼ି ଶବ୍ଦ ହେବା ସହ ବର୍ଷା ହୋଇଥିଲା। ତେବେ ହଠାତ୍ ଗାଁ ମଝିରେ ଥିବା ନଡ଼ିଆ ଗଛରେ ବିଜୁଳି ମାରିବା ଯୋଗୁଁ ନିଆଁ ଲାଗିଯାଇଥିଲା। ଯାହା ଗାଁ ଲୋକେ ଦେଖି କିଛି କ୍ଷଣ ପାଇଁ ଭୟଭୀତ ହୋଇପଡିଥିଲେ।