1. Advani:ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ବିଜେପି ନେତା ଲାଲକୃଷ୍ଣ ଆଡଭାନୀ। ଗତକାଲି ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
2.Polavaram: ବିଜେଡି ସଭାପତି ନବୀନ ପଟ୍ଟନାୟକ(Naveen Pattnaik)ଙ୍କ ନିର୍ଦ୍ଦେଶ। ଜାନୁଆରୀରୁ ପୋଲାଭରମ ବିରୋଧୀ ଆନ୍ଦୋଳନ ଜୋରଦାର ହେବା ନେଇ ଚେତାବନୀ ଦିଆଯାଇଛି। ନବୀନ କହିଛନ୍ତି, ମୁଁ ବି ଲଢ଼ିବି, ତୁମେ ବି ଶେଷ ଯାଏଁ ଲଢ଼। ଜାନୁଆରୀରୁ ହେବାକୁ ଥିବା ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ। ଏହା ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ବୋଲି ବିଜେଡି କହିଛି।
3.Crime News:ବନ୍ଧାହେଲେ ରସିକିଆ ରେଳ କର୍ମଚାରୀ। ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ରେଳ କର୍ମଚାରୀ ଗିରଫ। ବଲାଙ୍ଗୀର ମୁରିବାହାଲ ଅଞ୍ଚଳରୁ ଆସିଛି ସାଂଘାତିକ ଖବର। ମୁରିବାହାଲରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିବା ସହ ଅପହରଣ ଅଭିଯୋଗରେ ରେଳ କର୍ମଚାରୀଙ୍କୁ ଗିରଫ କରି ପୋକସୋ କୋର୍ଟ ଚାଲାଣ କରିଛି।
4. STF Raid:ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଏସଟିଏଫ୍ ଜାଲରେ ବାଘଛାଲ ଶିକାରୀ। କଲରାପତରିଆ ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଛି ଏସଟିଏଫ୍ ଟିମ୍। ବଲାଙ୍ଗିର ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା-ମନମୁଣ୍ଡା ରାସ୍ତା ମେହେରୁଣୀ ସେତୁ ନିକଟରେ ଚାଲିଥିଲା ଡିଲ୍। ଗିରଫ ଅଭିଯୁକ୍ତ ହେଲା ପରିବନ୍ଧ ଗ୍ରାମର ନାରାୟଣ ମାଝୀ। ଗିରଫ ପରେ ତାକୁ କଣ୍ଟାମାଳ ଜେଏମଏଫସି କୋର୍ଟରେ ହାଜର କରାଯାଇଛି। ଏନେଇ ଏସଟିଏଫ ପକ୍ଷରୁ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି।
5.Road Accident: ଏ-ମିତି ବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ବୋଲେରୋକୁ ଧକ୍କା ଦେଇଛି ଟ୍ରଲର୍ ଓ ଟ୍ରାକର। ଝାଡଖଣ୍ତର ବୋକାରୋ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
6.IAS Officer Bishnupada Sethi: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ମିଳିଛି । ଭୁବନେଶ୍ବରର ଏକ ହୋଟେଲ ସାମ୍ନାରୁ ଏକ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ ପକ୍ଷରୁ ଏହି ସମନ ଜାରି କରାଯାଇଥିବା ସୂଚନ ମିଳିଛି।
7.Hindu Temple found in Sambhal: ପ୍ରାୟ ତିରିଶ ବର୍ଷ ଧରି ବନ୍ଦ ହୋଇ ରହିଥିବା ଶିବ ଏବଂ ହନୁମାନଙ୍କ ମନ୍ଦିର ସମ୍ଭଲରେ ପୁନଃ ଉଦ୍ଧାର ହୋଇଛି । ସବୁଠାରୁ ବଡ କଥା ହେଉଛି ଏହି ମନ୍ଦିର ସାଂସଦ ଜିଆ ଉର ରେହମାନ ବୁର୍କଙ୍କ ଘର ରାସ୍ତାରେ ଦେଖିବାକୁ ମିଳିଛି। ମନ୍ଦିର ପୁନଃ ଉଦ୍ଧାର ପରେ ହିନ୍ଦୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ମୃତ୍ୟୁ ଧମକ ଭୟରେ ଏଠାରେ ପୂଜା ବନ୍ଦ କରାଯାଇଥିଲା । ଯଦି ଲୋକମାନେ ମନ୍ଦିର ନିକଟରେ ଭଜନ-କୀର୍ତ୍ତନ କରିଥାନ୍ତେ ତେବେ ସେମାନଙ୍କୁ ହତ୍ୟା କରାଯାଇଥାନ୍ତା ।
8.Birth Anniversary of Pt Nilamani Vidyaratna: ଆଜି ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜନ୍ମବାର୍ଷିକୀ। ସ୍ୱତନ୍ତ୍ର ଓଡ଼ିଶା ଗଠନରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ତାଙ୍କ ଅବଦାନକୁ ସ୍ମରଣୀୟ କରିବା ଲାଗି ପ୍ରତିବର୍ଷ ଏହି ଦିନକୁ ରାଜ୍ୟ ସରକାର ପାଳନ କରୁଛନ୍ତି। କଟକ ଜିଲ୍ଲାର ବ୍ରଜ ବିହାରୀପୁର ଶାସନ ଗାଁରେ ତାଙ୍କର ଜନ୍ମ ହୋଇଥିଲା। ବାମଣ୍ଡା, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣାଞ୍ଚଳ ଓଡ଼ିଶାରେ ଭାଷା ଭିତ୍ତିକ ରାଜ୍ୟଗଠନରେ ତାଙ୍କର ଅତୁଳନୀୟ ରହିଥିଲା।
9.National Energy Conservation Day: ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଭାବେ ପାଳନ କରାଯାଉଛି। ପରିବେଶର ରକ୍ଷାରେ ଶକ୍ତି ସଞ୍ଚୟ ଏକ ଗୁରୁତ୍ୱପୂର୍ଣ୍ର ଭୂମିକା ବ୍ୟବହାର କରେ। ସୌରଶକ୍ତି ବ୍ୟବହାର, ଆଧୁନିକ କମ୍ ବିଜୁଳି ଉପଯୋଗ କରୁଥିବା ସରଞ୍ଜାମ ବ୍ୟବହାର ଆଜିକୁ ଏଥିଲାଗି ଗୁରୁତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଶକ୍ତି ବିଭାଗ ଏଥିନେଇ ସାଧାରଣ ଜନତାଙ୍କୁ ବୈଦ୍ୟୁତିକ ଯାନ ବ୍ୟବହାର, ବିଏଲ୍ଡିସି ପ୍ୟାନ୍ ଏବଂ ସୌର ଶକ୍ତି ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଛି।
10.Allu Arjun Released after 1 night Jail: ଜେଲରେ ଗୋଟିଏ ରାତି ବିତାଇବା ପରେ ତେଲୁଗୁ ଅଭିନେତା ତଥା ପୁଷ୍ପା-୨ର ନାୟକ ଆଲୁ ଅର୍ଜୁନଙ୍କୁ ମୁକ୍ତି କରାଯାଇଛି। ଗତକାଲି ହାଇଦ୍ରାବାଦ ପୁଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ସିନେମାର ପ୍ରମିୟର ସମୟରେ ହୋଇଥିବା ଦଳ ଚକଟା ଏବଂ ଏଥିରେ ଜଣଙ୍କ ମୃତ୍ୟୁକୁ କେନ୍ଦ୍ରକରି ମାମଲା ରୁଜୁ ହୋଇଥିଲା। ମାମଲାରେ ପୁଲିସ ଗିରଫ କରିବା ପରେ ତେଲେଙ୍ଗାନା କୋର୍ଟ ତାଙ୍କୁ ୧୪ ଦିନ ପାଇଁ ହାଜତକୁ ପଠାଇଥିଲେ। ଏହାପରେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ। ଏ ପ୍ରସଙ୍ଗରେ ତେଲେଙ୍ଗାନା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ଭିତରେ ତୁତୁମେମେ ଆରମ୍ଭ ହୋଇଛି।