)
1.Malkangiri: ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦ ତଥା ପୋଡ଼ାଜଳା ଘଟଣାରେ ଗିରଫଦାରୀ ସଂଖ୍ୟା ୧୫ରେ ପହଞ୍ଚିଛି। ଗତକାଲି ୯ଜଣ ଗିରଫ ହୋଇଥିବା ସମୟରେ ଆଜି ପୁଣି ୬ଜଣଙ୍କୁ ଗିରଫ କରିଛି ପୋଲିସ। ଅନ୍ୟପଟେ, ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦ ମଧ୍ୟରେ ଷଷ୍ଠ ଥର ପାଇଁ ଇଣ୍ଟରନେଟ୍ କଟକଣା ବଢାଇଦିଆଯାଇଛି। ୩୬ ଘଣ୍ଟା ଇଣ୍ଟରନେଟ୍ କଟକଣା ବଢାଯାଇ ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। ଜିଲ୍ଲାରେ ଶାନ୍ତି ଫେରାଇଆଣିବା ଏବଂ କୌଣସି ପ୍ରକାରର ଗୁଜବ ସୋସିଆଲ ମିଡିଆରେ ପ୍ରସାର ନକରିବା ପାଇଁ ପ୍ରଶାସନର ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି।
2.Delhi Red Fort Crime: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର କାର ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି। ଆପଣଙ୍କର ମନେ ଥିବ, ଏହି ଭୟଙ୍କର ଘଟଣାରେ ଅତି କମରେ ୧୫ ଜଣଙ୍କ ଜୀବନ ଯାଇଥିଲା ଏବଂ ୨୦ ରୁ ଅଧିକ ଲୋକ ଆହତ ହୋଇଥିଲେ, ତେବେ ତଦନ୍ତରେ ଓଡ଼ିଶା ସହିତ ଏକ ଅପ୍ରତ୍ୟାଶିତ ଲିଙ୍କ୍ ଉନ୍ମୋଚନ କରିଛି ପୋଲିସ। ତଦନ୍ତରୁ ଜଣାପଡିଛି ଯେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ କିଛି ସିମ୍ କାର୍ଡ ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ଦୋକାନରୁ ସଂଗ୍ରହ କରାଯାଇଥିଲା।
3.Sydney: ସିଡ୍ନୀର ବଣ୍ଡି ବିଚ୍ରେ ଆଖିବୁଜା ଫାୟାରିଂ, ୧୦ ମୃତ। ୨ ବନ୍ଧୁକଧାରୀ ୫୦ ରାଉଣ୍ଡ୍ ଗୁଳି ଫୁଟାଇଥିବା ସୂଚନା। ୨ ବନ୍ଧୁକଧାରୀଙ୍କୁ କାବୁ କଲା ପୋଲିସ। ସିଡ୍ନୀର ବଣ୍ଡି ବିଚ୍ ନ ଯିବାକୁ ଜାରି ହେଲା ନିର୍ଦ୍ଦେଶ। ଇହୁଦୀ ପର୍ବ ପାଳନ ପାଇଁ ଶତାଧିକ ଏକାଠି ହୋଇଥିଲେ।
4.Bhubaneswar: ଭୁବନେଶ୍ବରରେ ଅବକାରୀ ରେଡ୍ ବେଳେ ଅପ୍ରୀତିକର ପରିସ୍ଥିତି। ଅବକାରୀ ବିଭାଗର ଏତଲା ପରେ ଚନ୍ଦ୍ରଶେଖରପୁର ପୋଲିସ ଦ୍ୱାରା ୩ ଅଟକ। ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଭୁବନେଶ୍ବର ଅବକାରୀ ଅଧୀକ୍ଷକ। ବିୟର ବୋତଲରେ ଅବକାରୀ ବିଭାଗ ଗାଡ଼ିକୁ ଆକ୍ରମଣ ହୋଇଥିଲା। ଅବକାରୀ ଅଫିସରଙ୍କ ଉପରେ ବିୟର୍ ଢାଳି ଦେଇଥିଲେ ଦୁବୃର୍ତ୍ତ।
5.Delhi Pollution:ନୂଆଦିଲ୍ଲୀ:ଉତ୍ତର ଭାରତରେ ଥଣ୍ଡା ଲହରୀ ବୃଦ୍ଧି ପାଉଥିବାବେଳେ ବାୟୁ ପ୍ରଦୂଷଣ ଦିଲ୍ଲୀ-ଏନସିଆର ବାସିନ୍ଦାଙ୍କ କଷ୍ଟକୁ ଆହୁରି ବଢ଼ାଇ ଦେଇଛି। ରବିବାର ସକାଳେ ମଧ୍ୟ ରାଜଧାନୀ ଏବଂ ଆଖପାଖ ଅଞ୍ଚଳଗୁଡ଼ିକୁ ବିଷାକ୍ତ ବାୟୁରୁ କୌଣସି ଆଶ୍ୱସ୍ତି ମିଳିଲା ନାହିଁ। ପରିସ୍ଥିତି ଏତେ ଭୟଙ୍କର ଯେ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୯୦ ଅତିକ୍ରମ କରି ଦିଲ୍ଲୀକୁ "ଗମ୍ଭୀରରୁ ଗମ୍ଭୀର" ବର୍ଗରେ ରଖିଛି। ଏହା ସହିତ, ଘନ କୁହୁଡ଼ି ସାଧାରଣ ଜୀବନକୁ ଗୁରୁତର ଭାବରେ ବ୍ୟାହତ କରିଛି।
6.Kiss Student: କିସ୍ ଛାତ୍ର ମୃତ୍ୟୁ; ରିପୋର୍ଟ ଆସିଲା ପରେ ପଦକ୍ଷେପ କହିଲେ OSCPCR। ‘କେନ୍ଦୁଝର ଡିସିପି ୟୁନିଟ୍ର ଏକ ଟିମ୍ ମୃତ ଛାତ୍ରଙ୍କ ପରିବାର ପାଖକୁ ଯାଇଛି, ସେମାନେ ପିଲାର ପରିବାରର ଅଭିଯୋଗ ଅନୁଧ୍ୟାନ କରିବେ। ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅନୁଧ୍ୟାନ କରାଯିବ, ଅଭିଯୋଗ ଆସୁଥିବାରୁ ମୁଁ ନିଜେ ଏକ ଟିମ୍ ସହ କିସ୍ ଯାଇ ଅନୁଧ୍ୟାନ କରିବି। କିସ୍ର ପିଲାମାନଙ୍କୁ ପଚରାଉଚରା କରିବୁ, ତ୍ରୁଟି ବାହାରିଲେ କାର୍ଯ୍ୟାନୁଷ୍ଠାନ ହେବ। ଆମ ପକ୍ଷରୁ ମଧ୍ୟ ଏନେଇ ଏକ ମାମଲା କରିବୁ: ବବିତା ପାତ୍ର।
7.War News: ନୂଆଦିଲ୍ଲୀ: ଇସ୍ରାଏଲ ହମାସ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏଥର ଇସ୍ରାଏଲ ହମାସର ସାମରିକ ଶାଖାର ଅସ୍ତ୍ରଶସ୍ତ୍ର ନିର୍ମାଣ ମୁଖ୍ୟାଳୟକୁ ଟାର୍ଗେଟ କରିଛି। ଇସ୍ରାଏଲ ଦାବି କରିଛି ଯେ ଏହି ଆକ୍ରମଣରେ ହମାସର ଶୀର୍ଷ କମାଣ୍ଡର ରାଦ ସାଦଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲୀ ସେନା ଆକ୍ରମଣର ଏକ ଭିଡିଓ ମଧ୍ୟ ଜାରି କରିଛି, ଯେଉଁଥିରେ ସାଦ ଏକ ଗାଡ଼ିରେ ଯାତ୍ରା କରୁଥିବାର ଦେଖାଯାଇଛି। ଇସ୍ରାଏଲୀ ସେନା ଆକ୍ରମଣ କରି ସେହି ଗାଡ଼ିକୁ ଉଡ଼ାଇ ଦେଇଛି।
8.America: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଲେ। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଆଠ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗୁଳିକାଣ୍ଡ ଯୋଗୁଁ ବିଶ୍ୱବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ସନ୍ଦିଗ୍ଧ ବ୍ୟକ୍ତି ବିଶୃଙ୍ଖଳାର ସୁଯୋଗ ନେଇ ପଳାଇ ଯାଇଥିଲା। ପ୍ରୋଭିଡେନ୍ସର ପ୍ରୋଭିଡେନ୍ସରେ ଏହି ଘଟଣା ଘଟିଛି, ପ୍ରୋଭିଡେନ୍ସ ମେୟର ବ୍ରେଟ୍ ସ୍ମାଇଲି ନିଶ୍ଚିତ କରିଛନ୍ତି। ପୋଲିସ ଏକ ନାକାବନ୍ଦୀ ସ୍ଥାପନ କରିଛି ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଛି।
9.Khorda Tourism: ଖୋର୍ଦ୍ଧା ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ପ୍ରାକୃତିକ ସବୁଜ ବନାନୀ ପରିବେଶ ମଧ୍ୟରେ ରହିଛି ବରୁଣେଇ। ଏହାର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହୁଥିଲେ ମଧ୍ୟ ଡିସେମ୍ବର, ଜାନୁଆରୀରେ ବଣଭୋଜି ଆୟୋଜନ ହୋଇଥାଏ।
10.Kahnakunda: କାହ୍ନାକୁଣ୍ଡରେ ନିଖୋଜ ଛାତ୍ରଙ୍କ ମିଳୁନି ପତ୍ତା। ଘଟଣାକୁ ୧୯ ଘଣ୍ଟା ବିତି ଯାଇଥିଲେ ବି ମିଳୁନି କୌଣସି ଖୋଜ ଖବର। ଗତକାଲି ଗାଧାଉଥିବା ବେଳେ ଭାସିଯାଇ ନିଖୋଜ ହୋଇଯାଇଥିଲେ।