Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..
Trending Photos
1.Odisha News: ପୋଖରୀରେ ବୁଡ଼ି ୨ ଶିଶୁ କନ୍ୟା ମୃତ। ଜଳେଶ୍ୱର ବସ୍ତା ଥାନା ଗାନ୍ଧୀ ଛକ ନିକଟ ପୋଖରୀରେ ବୁଡ଼ି ମୃତ। ୨ ଶିଶୁଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ମୃତ ୨ ଶିଶୁର ବୟସ ୫ରୁ ୬ ବର୍ଷ ହୋଇଥିବା ସୂଚନା। ମୃତ ୨ ଶିଶୁ ସମ୍ପର୍କୀୟ ଭଉଣୀ ବୋଲି କୁପହାଯାଉଛି।
2.Rain in Odisha: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ନ ପରେ ଘୋଟି ଆସୁଛି କଳା ବାଦଲ ବର୍ଷା। ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଆଜି ଅର୍ଥାତ ୧୫ ଏପ୍ରିଲରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ିଘଡ଼ି ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆସନ୍ତା କାଲି ଅର୍ଥାତ ୧୬ ଏପ୍ରିଲ୍ ପାଇଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ୭ ଜିଲ୍ଲା ହେଉଛି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଞ୍ଜାମ, ଗଜପତି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
3.Amarnath Yatra 2025: ଅମରନାଥ ଯାତ୍ରା ୨୦୨୫ ପାଇଁ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହୋଇଛି। ଭକ୍ତମାନଙ୍କୁ ଯୋଗଦେବା ପାଇଁ ଅନଲାଇନ୍ ଏବଂ ଅଫଲାଇନ୍ ପଞ୍ଜିକରଣର ସୁବିଧା କରାଯାଇଛି। ପଞ୍ଜୀକରଣ ପରେ, ଯାତ୍ରା ଅନୁମତି ପାଇବା ପାଇଁ ସ୍ୱାସ୍ଥ୍ୟ ପ୍ରମାଣପତ୍ର ମଧ୍ୟ ବାଧ୍ୟତାମୂଳକ ହେବ। ଏହି ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ। ଏହି ପବିତ୍ର ତୀର୍ଥଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ପଞ୍ଜୀକରଣ ଆବଶ୍ୟକ କାରଣ ଏହା ବିନା ଆପଣଙ୍କର ଯାତ୍ରା ଆରମ୍ଭ ହୋଇପାରିବ ନାହିଁ।
4.Big order of Supreme Court: ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ପ୍ରଥମତଃ ଯେଉଁ ହସ୍ପିଟାଲରୁ ନବଜାତ ଶିଶୁ ଚୋରି ହୁଏ ସେହି ହସ୍ପିଟାଲର ଲାଇସେନ୍ସ ବାତିଲ କରାଯିବା ଉଚିତ୍ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
5.Interest free loan:ଭୁବନେଶ୍ୱର : ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
6. Biju Patnaik Statue:ଭୁବନେଶ୍ୱର: ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ଭାରତବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନନାୟକ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ । ସେ କୌଣସି ଦଳ ବା ଗୋଷ୍ଠୀର ନେତା ନୁହନ୍ତି, ସେ ଓଡ଼ିଶାର ସର୍ବମାନ୍ୟ ନେତା ଓ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା ଓଡ଼ିଆ ଜାତୀର ମହାନ ଜନନାୟକ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ ଓଡ଼ିଶାର ସ୍ୱାଭିମାନୀ ଓ ଅସ୍ମିତାକୁ ଭୁଲୁଣ୍ଠିତ କଲା ଭଳି ଦୁର୍ଭାଗ୍ୟଜନକ ଘଟଣା । ଏହି ସରକାରରେ ଏକାଧିକ ଥର ବିଜୁ ବାବୁଙ୍କ ଅମ୍ଳାନ ସ୍ମୁତି ପ୍ରତି ଅପମାନ ଦେଲାଭଳି ଘଟଣା ଘଟି ଚାଲିଛି । ରାଜ୍ୟ ସରକାରଙ୍କ ନିରବତା ରହସ୍ୟମୟ । ଦିବଙ୍ଗତ ବିଜୁ ବାବୁଙ୍କ ପ୍ରତି ହେଉଥିବା ଏ ଅପମାନ ରାଜ୍ୟବାସୀଙ୍କୁ ଗଭୀର ବ୍ୟଥିତ କରିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ାଜଳା ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି ବିଜୁ ଜନତା ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ।
7.Odisha News: ରାଜ୍ୟରେ ବଢ଼ିଚାଲିଛି ବେଆଇନ ଅନୁପ୍ରବେଶକାରୀଙ୍କ ସମସ୍ୟା। ବିଜେପି ସରକାର ତଟବର୍ତ୍ତୀ ସୁରକ୍ଷାକୁ ଧ୍ୟାନ ଦେଉଥିବା କଥା କହୁଥିଲେ ବି ରାଜ୍ୟରେ ଅନୁପ୍ରବେଶ ବଢ଼ି ଚାଲିଛି। ଖାଲି ସେତିକି ନୁହେଁ ପୂର୍ବବର୍ତ୍ତୀ ସରକାର ସମୟରେ ଅଧିକାରୀମାନଙ୍କ ଢିଲା ଆଚରଣ ଯୋଗୁ ଏହି ବେଆଇନ ଅନୁପ୍ରବେଶକାରୀଙ୍କ ପାଖରେ ଆଧାର କାର୍ଡ, ରାସନ୍ କାର୍ଡ, ସ୍ୱାସ୍ଥ୍ୟ କାର୍ଡ ଭଳି ଭାରତୀୟ ନାଗରିକଙ୍କୁ ମିଳୁଥିବା ସୁବିଧା ବି ପହଞ୍ଚି ଯାଉଛି। ଫଳରେ ଭାରତୀୟ ନାଗରିକଙ୍କ ଠାରୁ ଆଦାୟ ଟିକସ ଅର୍ଥରେ ହେଉଥିବା ଜନମଙ୍ଗଳ ୱକାରୀ କାର୍ଯ୍ୟର ଲାଭ ଏହି ବିଦେଶୀମାନେ ଉଠାଉଛନ୍ତି। ଆଉ ଏହାକୁ ରୋକିବାରେ ବିଫଳ ହେଉଛନ୍ତି ସରକାର।
8.Gujarat police:ଭୁବନେଶ୍ୱର: ରିକ୍ସା ଚାଳକ ବେଶରେ ଆସି ଗଞ୍ଜାମରେ ଗଞ୍ଜେଇ ବ୍ୟବସାୟୀଙ୍କୁ ମାଡି ବସିଲା ସୁରଟ ପୋଲିସ। ଅଭିଯୁକ୍ତର ପିଛା କରିବା ପାଇଁ ପୋଲିସକୁ କେତେବେଳେ ରିକ୍ସା ଚାଳକ ତ କେତେବେଳେ ପରିବା ବ୍ୟବସାୟୀର ରୁପ ଧାରଣ କରିଥିଲା। ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁରରେ। ମିଳିଥିବା ସୂଚନା ଅନୁଯାୟୀ ସୁରଟର ସିଓନରେ ଗଞ୍ଜାମରୁ ସୁରତ ଆସିଥିବା ଜଣେ ଯୁବକଙ୍କୁ ଏକ ମାସ ପୂର୍ବରୁ ଭାରଛା ପୋଲିସ ଭାରଛା ଅଶୋକନଗର ରେଳ ଟ୍ରାକ ନିକଟରେ ୬.୪୨ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲା। ଧରାପଡ଼ିଥିବା ଯୁବକଟି ଗଞ୍ଜେଇ ପାଉଣା ପାଇଁ ଅପେକ୍ଷା କରିଥିଲା। ଏହି ସମୟରେ ସ୍ଥାନୀୟ ଭାରଛା ପୋଲିସ ହାତରେ ଧରାପଡ଼ିଗଲା।
9.Chenab Bridge: ଆସନ୍ତା ୧୯ ତାରିଖରେ ଉଦଘାଟନ ହେବ ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ୍ ଜାମ୍ମୁ କାଶ୍ମୀର ଚେନାବ ବ୍ରିଜ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବ୍ରିଜକୁ ଉଦଘାଟନ କରିବେ । ଚେନାବ ବ୍ରିଜ୍ ପ୍ୟାରିସର ଆଇଫେଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ।
10. IND Tour of BAN Schedule 2025: ଅଗଷ୍ଟ ୨୦୨୫ ରେ ଇଂଲଣ୍ଡ ଗସ୍ତ ଶେଷ ହେବା ପରେ ଭାରତୀୟ ଦଳ ବାଂଲାଦେଶ ଗସ୍ତ କରିବ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ର ସିରିଜ୍ ହେବ। ବିସିସିଆଇ ଏହି ସୀମିତ ଓଭର ସିରିଜର କାର୍ଯ୍ୟସୂଚୀ ପ୍ରକାଶ କରିଛି। ବାଂଲାଦେଶର ଏହି ଗସ୍ତ ୧୭ ଅଗଷ୍ଟରୁ ଆରମ୍ଭ ହେବ ଏବଂ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହି ଗସ୍ତ ODI ସିରିଜ ସହିତ ଆରମ୍ଭ ହେବ। ଦିନିକିଆ ସିରିଜର ତିନୋଟି ମ୍ୟାଚ୍ ଅଗଷ୍ଟ ୧୭, ୨୦ ଏବଂ ୨୩ରେ ଖେଳାଯିବ। ଯେତେବେଳେ କି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ୨୬, ୨୯ ଏବଂ ୩୧ ଅଗଷ୍ଟରେ ଖେଳାଯିବ। ଏହି ଛଅଟି ମ୍ୟାଚ୍ ମିରପୁର ଏବଂ ଚିଟାଗଙ୍ଗରେ ଖେଳାଯିବ।