Advertisement
Article Detail0/zeeodisha/odisha2682148

Top 10 news: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

 Top 10 news: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

 Top 10 news: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

1.Donald Trump: ଏକାଧିକ ଦେଶ ଉପରେ ଟ୍ରାଭେଲ କଟକଣା ଲଗାଇବ ଆମେରିକା। ଆମେରିକା ଗସ୍ତ ଉପରେ କଟକଣା ପାଇଁ ଆମେରିକା ଯୋଜନା କରିଛି। ଇରାନ, ସିରିଆ, କ୍ୟୁବା, ଉତ୍ତର କୋରିଆ ଉପରେ କଟକଣା ଲାଗିପାରେ।-ଟ୍ରାଭେଲ କଟକଣା ଲଗାଇବାକୁ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି।

2.Ranya Rao IPS Father: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ରାଣ୍ୟା ରାଓଙ୍କ ପିତା ରାମଚନ୍ଦ୍ର ରାଓଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାମଚନ୍ଦ୍ର ରାଓ ଜଣେ ଡିଜିପି ପଦବୀ ଅଧିକାରୀ ଏବଂ ତାଙ୍କୁ ବର୍ତ୍ତମାନ ବାଧ୍ୟତାମୂଳକ ଛୁଟିରେ ପଠାଇଛି ସରକାର। ଆଇପିଏସ୍ ଅଧିକାରୀ ରାମଚନ୍ଦ୍ର ରାଓ ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟ ପୋଲିସ ଗୃହ ଏବଂ ଭିତ୍ତିଭୂମି ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି।

3.Weather Update: ରାଜ୍ୟରେ ଉପରମୁହାଁ ପାରଦ।  ४୨ ଡିଗ୍ରୀ ଡେଇଁଲାଣି ପାରଦ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଗତକାଲି ୧୫ ତାରିଖ ଶନିବାର ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ରେ ପାରଦ ୪୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ୧୦ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ଆଜି ରବିବାର ୧୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେପଟେ ୧୯ ତାରିଖ ବେଳକୁ ତାତିରେ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

Add Zee News as a Preferred Source

4.Terrorist:ଲସ୍କର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କୀ ଅବୁ କତାଲକୁ ହତ୍ୟା।ରାତି ୮ଟାରେ ଆତଙ୍କୀ ଅବୁ କତାଲକୁ ପାକିସ୍ତାନରେ ହତ୍ୟା। କାଶ୍ମୀରରେ ଅନେକ ଆକ୍ରମଣରେ ଜଡ଼ିତ ଥିଲା କତାଲ। NIAର ୱାଣ୍ଟେଡ୍‌ ତାଲିକାରେ ଥିଲା ଆତଙ୍କୀ ଅବୁ କତାଲ। ରଜୌରୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଅବୁ କତାଲ।

5.Keonjhar Road Accident: ଶନିବାର ଦିନ କେଉଁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଯୋଡା ଅଞ୍ଚଳର ଡୋଲିତା ଛକରେ ଏକ ଟ୍ରକ୍ ଏବଂ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ସାନାନି ଗାଁର ଇଭାନ୍ ପ୍ରଧାନ, ତାଙ୍କ ସ୍ତ୍ରୀ ମଥାମଣି ପ୍ରଧାନ ଏବଂ ସେମାନଙ୍କ ପୁଅ ମଙ୍ଗଳ ପ୍ରଧାନ ବୋଲି ଚିହ୍ନଟ କରାଯାଇଛି।

6.Crime: କଟକ ୪୨ ମୌଜା ଅଞ୍ଚଳରେ ଫୁଟିଲା ଗୁଳି। ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଗତସିଂହପୁର ଜିଲ୍ଲା ବିରାଙ୍ଗ ଅଞ୍ଚଳର ବିକାଶ ମହାନ୍ତି ହୋଇଥିବା ଜଣାପଡ଼ିଛି । ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

7.. Nominations for Padma Awards 2026 begin: ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଆଜିଠାରୁ ଆରମ୍ଭ ହୋଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ, ୨୦୨୫। ଅନଲାଇନରେ କେବଳ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ https://awards.gov.inରେ ଏହି ପୁରସ୍କାର ଲାଗି ନାମାଙ୍କନ ଅଥବା ନାମାଙ୍କନ ଲାଗି ସୁପାରିସ ଗ୍ରହଣ କରାଯିବ। ୨୦୨୬ ଗଣତନ୍ତ୍ର ଦିବସ ଅବସରରେ ପୁରସ୍କାର ପାଇଁ ମେନାନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରାଯିବ।

8.Hema Malini: ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ବାସଭବନରେ ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଡ୍ରିମଗର୍ଲ ହେମାମାଳିନୀ ପୁରୀରେ ହୋଲି ଖେଳିଛନ୍ତି।ହୋଲି ଖେଳି ନିଜ ନୃତ୍ୟ ଅଭିନୟ କିଛି ସମୟ ପାଇଁ ପ୍ରଦର୍ଶିତ କରିଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରୁ ପୁରୀ ଆସି ହୋଲି ଖେଳି ସେ ବେଶ୍ ଖୁସି ଓ ଆନନ୍ଦିତ ଥିବା କହିଛନ୍ତି।ଆଜି ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେ ସାଂସଦ ସମ୍ବିତ ପାତ୍ରଙ୍କ ପୁରୀ ଘରକୁ ଆସି ଏକ ବିଶେଷ ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ସାଂସଦ ସମ୍ବିତ ପାତ୍ରଙ୍କ ଘରେ ଜିଲ୍ଲା ବିଜେପି ସଭାପତିଙ୍କ ସହ ବହୁ ବିଜେପି କର୍ମକର୍ତ୍ତା ସାମିଲ ହୋଇଥିଲେ।

9.Srimandira: ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା। ସ୍ପାଏ କ୍ୟାମେରାରେ ସୁଟିଂ ବେଳେ ଯୁବକ ଗିରଫ। ୨୬ ବର୍ଷୀୟ ଭାସ୍କର ସାମନ୍ତ ଗିରଫ ହୋଇଛନ୍ତି। ଗିରଫ କରି ପଚାରଉଚରା କରୁଛି ପୋଲିସ। କ୍ୟାମେରା ଜବତ କରି ତଦନ୍ତ କରୁଛି ପୋଲିସ। କିଭଳି ଶ୍ରୀମନ୍ଦିର ଭିତରେ ପଶିଲା କ୍ୟାମେରା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

10.West Bengal: ହୋଲି ସମୟରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସହରର କେତେକ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ରାଜ୍ୟ ସରକାର ଏଠାରେ ବିପୁଳ ସଂଖ୍ୟାରେ ସୁରକ୍ଷା ବଳ ମୁତୟନ କରିଛନ୍ତି।

About the Author